ସୋସିଆଲ ମିଡିଆରେ ବିଜେଡି-ଭାଜପା କଳି : ୩ ଭାଜପା କର୍ମୀଙ୍କୁ ଗିରଫ କଲା ପୋଲିସ

ନୟାଗଡ଼ ଅଫିସ,୧୪ା୬- ଦୁଇଜଣ ବ୍ୟକ୍ତିଙ୍କ ମଧ୍ୟରେ ସୋସିଆଲ ମିଡିଆରେ ବିଜେଡି-ଭାଜପା କଳି ଘଟଣାରେ ପୋଲିସ ୩ ଭାଜପା କର୍ମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ହେଲେ ପ୍ରିୟାପ୍ରୀତି ତୋଷଣ କରି ପୋଲିସ ବିଜେଡି କର୍ମୀଙ୍କୁ ଛାଡିଦେଇଥିବା ଅଭିଯୋଗ କରି ଗୁରୁବାର ଜିଲା ଭାଜପା ପକ୍ଷରୁ ଇଟାମାଟି ଥାନା ଘେରାଉ କରାଯାଇଛି।
ଘଟଣାରୁ ପ୍ରକାଶ ଯେ, ଗତ ୧୦ ତାରିଖରେ ଇଟାମାଟିର ବବୁଲ ପାତ୍ର ଓ ବିଶ୍ୱଜିତ ସାହୁଙ୍କ ମଧ୍ୟରେ ସୋସିଆଲ ମିଡ଼ିଆରେ ବିଜେଡି-ଭାଜପା କଳି ଦେଖିବାକୁ ମିଳିଥିଲା। ବିଶ୍ୱଜିତ ବିଜେଡି କର୍ମୀ ହୋଇଥିବାରୁ ସେ ସୋସିଆଲ ମିଡ଼ିଆରେ ବବୁଲ୍‌ ନିକଟକୁ ଭାଜପା ବିରୋଧରେ ଲେଖି ପଠାଇଥିଲେ। ଅନ୍ୟପକ୍ଷରେ ବବୁଲ୍‌ ଭାଜପା କର୍ମୀ ହୋଇଥିବାରୁ ସେ ବିଜେଡି ବିରୋଧରେ ଲେଖି ବିଶ୍ୱଜିତଙ୍କ ନିକଟକୁ ପଠାଇଥିଲେ। ଏହିଭଳି ଭାବେ ଉଭୟଙ୍କ ମଧ୍ୟରେ ସୋସିଆଲ ମିଡ଼ିଆରେ କଥା କଟାକଟି ହୋଇଥିଲା। ପରେ ଅପରାହ୍ନରେ ବବୁଲ୍‌ଙ୍କ ମା’ ଏ ନେଇ ବିଶ୍ୱଜିତଙ୍କ ଘରକୁ ଅଭିଯୋଗ କରିବାକୁ ଯାଇଥିଲେ। ହେଲେ ବିଶ୍ୱଜିତ ନ ଥିବାରୁ ସେ ଫେରିଆସିଥିଲେ। ସନ୍ଧ୍ୟାରେ ବିଶ୍ୱଜିତ ତାଙ୍କ ୨ ସହଯୋଗୀଙ୍କ ସହିତ ବବୁଲ୍‌ଙ୍କ ଘରକୁ ଆସି ପାଟିତୁଣ୍ଡ କରିଥିଲେ। ପରେ ଉତ୍‌କ୍ଷିପ୍ତ ହୋଇ ବବୁଲ୍‌ଙ୍କୁ ଠେଙ୍ଗାରେ ଆକ୍ରମଣ କରିଥିଲେ। ଏହି ସମୟରେ ବବୁଲଙ୍କ ଭାଇ ଚଗୁଲ ଓ ଜଣେ ସମ୍ପର୍କୀୟ ଦିନେଶ ବେହେରା ସେମାନଙ୍କୁ ଅଟକାଇବାକୁ ଯାଇ ଆକ୍ରମଣର ଶିକାର ହୋଇଥିଲେ। ପରେ ସେମାନେ ମଧ୍ୟ ବିଶ୍ୱଜିତ ଓ ତାଙ୍କ ସହଯୋଗୀଙ୍କୁ ଆକ୍ରମଣ କରିଥିଲେ। ଏଥିରେ ସମସ୍ତେ ଆହତ ହୋଇଥିଲେ। ଏ ନେଇ ଇଟାମାଟି ଥାନାରେ ଉଭୟ ପକ୍ଷରୁ ଅଭିଯୋଗ ହୋଇଥିଲା। ବିଶ୍ୱଜିତଙ୍କ ଅଭିଯୋଗକୁ ଆଧାର କରି ପୋଲିସ ୮୧/୧୯ରେ ଏକ ମାମଲା ରୁଜୁ କରି ବବୁଲ, ଚଗୁଲ ଓ ସହଯୋଗୀ ଦିନେଶଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ବବୁଲଙ୍କ ଅଭିଯୋଗକ୍ରମେ ପୋଲିସ ୮୨/୧୯ରେ ମାମଲା ରୁଜୁ କରିଥିଲେ ମଧ୍ୟ ବିଜେଡି କର୍ମୀଙ୍କୁ ଗିରଫ କରି ନ ଥିଲା। ଏହାର ପ୍ରତିବାଦରେ ଥାନା ଘେରାଉ କରାଯାଇଥିବା ଭାଜପା ଜିଲା ସଭାପତି ସନ୍ନ୍ୟାସୀ ନାୟକ ପ୍ରକାଶ କରିଛନ୍ତି। ଘେରାଉରେ ଲାଲା ମନୋଜ ରାୟ, ସନ୍ତୋଷ ପ୍ରଧାନ, ରାଘବ ମଲ୍ଲିକ ପ୍ରମୁଖ ସାମିଲ ଥିଲେ। ପୋଲିସର ଏଭଳି କାର୍ଯ୍ୟକୁ ସେମାନେ ଦୃଢ଼ ନିନ୍ଦା କରିଥିଲେ। ଏ ନେଇ ନୟାଗଡ଼ ଏସ୍‌ଡିପିଓ ନିରଞ୍ଜନ ପାଢ଼ୀ କହନ୍ତି, ଏହି ଘଟଣାରେ ଭାଜପା ପକ୍ଷରୁ ୩ଜଣଙ୍କୁ ଗିରଫ କରାଯାଇଛି। ବିଜେଡି କର୍ମୀ ବିଶ୍ୱଜିତ ସାହୁ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବାରୁ ତାଙ୍କୁ ଗିରଫ କରାଯାଇନାହିଁ। ସେହିଭଳି ବିଶ୍ୱଜିତଙ୍କ ଭିଣୋଇ ସୌଭାଗ୍ୟ ରାଉତରାୟ ଓ ସାଙ୍ଗ କାହ୍ନୁ ସାହୁ ଫେରାର୍‌ ଅଛନ୍ତି। ଏମାନଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ପ୍ରଭାବ: ଆମେରିକାରେ ଗ୍ୟାସ୍‌, ପରିବହନ ମହଙ୍ଗା

ଓ୍ବାଶିଂଟନ,୬ା୪(ପି.ଟି.): ଇରାନ ବିରୋଧରେ ଯୁଦ୍ଧ ଆମେରିକୀୟମାନଙ୍କ ଉପରେ ପ୍ରଭାବ ପକାଇବା ଆରମ୍ଭ କରିଛି। ଆମାଜନ ଏହାର ଇ-କମର୍ସ ଡେଲିଭରି ପାଇଁ ଇନ୍ଧନ ଶୁଳ୍କ ଘୋଷଣା କରିଥିବାବେଳେ କେତେକ…

ପରାଜିତ ହୋଇପାରନ୍ତି ପ୍ରଧାନମନ୍ତ୍ରୀ ଭିକ୍ଟର

ମିରଟ,୬ା୪: ହଙ୍ଗେରୀୟମାନେ ଆସନ୍ତା ୧୨ରେ ଦେଶର ପ୍ରଧାନମନ୍ତ୍ରୀ ନିର୍ବାଚନ କରିବାକୁ ଯାଉଛନ୍ତି। ଏହା ଚଳିତବର୍ଷ ୟୁରୋପର ସବୁଠୁ ପରିଣାମସୂଚକ ନିର୍ବାଚନ ବୋଲି କୁହାଯାଉଛି। ୧୬ ବର୍ଷ ଧରି…

ସର୍ଜନଶୀଳ ଓଡ଼ିଶା

ଥିବୀର ଯେକୌଣସି ଗୌରବମୟ ସଂସ୍କୃତି ମଧ୍ୟରେ ଓଡ଼ିଆ ସଂସ୍କୃତି କେବଳ ଅନ୍ୟତମ ନୁହେଁ, ଅନନ୍ୟ। ଓଡ଼ିଆଙ୍କ ଜୀବନ ଦର୍ଶନ, ଚିନ୍ତା ଚେତନା,ଭାବଭାବନା ତଥା ଏ ଜାତିର କାରୁକାର୍ଯ୍ୟ,…

ଟ୍ରମ୍ପ୍‌ ପ୍ରଶାସନଠାରୁ ଇରାନ ହାଜତ ବେଶି ସୁରକ୍ଷିତ

ତେହରାନ୍‌,୬ା୪: ଇରାନକୁ ଆକ୍ରମଣ କରିବାକୁ ଆସି ନିଖୋଜ ହୋଇଯାଇଥିବା ଏଫ୍‌-୧୫ଇ ଷ୍ଟାଇକ୍‌ ଇଗଲ୍‌ ଏୟାରକ୍ରାଫ୍ଟ କ୍ରିଉ ସଦସ୍ୟଙ୍କୁ କେବଳ ତେହରାନ୍‌ ଖୋଜୁନାହିଁ, ଆମେରିକା ଏୟାରଫୋର୍ସ ମଧ୍ୟ ତାଙ୍କୁ…

ତେହରାନ ପାଓ୍ବାର ପ୍ଲାଣ୍ଟ ଧ୍ୱଂସ କରିଦେବୁ: ଟ୍ରମ୍ପ୍‌

ଓ୍ବାଶିଂଟନ,୬ା୪: ଇରାନ ଯୁଦ୍ଧ ୩୭ ଦିନରେ ପହଞ୍ଚତ୍ଥିବାବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ରବିବାର ସୋସିଆଲ ମିଡିଆରେ ଏକ ବିସ୍ଫୋରକ ପୋଷ୍ଟ ଜରିଆରେ ତେହରାନ୍‌ ତୁରନ୍ତ ଷ୍ଟ୍ରେଟ୍‌ ଅଫ୍‌…

‘ଠିକ ରାତି ୮ଟା…’, ଟ୍ରମ୍ପ ସ୍ଥିର କଲେ ସମୟ କେତେବେଳେ ଇରାନ ଉପରେ କରିବେ ସବୁଠାରୁ ବଡ଼ ଆକ୍ରମଣ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ଓ୍ବାଶିଂଟନ,୬।୪: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ବଢ଼ୁଥିବା ବିବାଦ ଆହୁରି ତୀବ୍ର ହେବାରେ ଲାଗିଛି। ହର୍ମୁଜ ପ୍ରଣାଳୀକୁ ନେଇ ୱାଶିଂଟନ ଏବଂ ତେହରାନ ମଧ୍ୟରେ ଅଚଳାବସ୍ଥା…

ଇସି ପ୍ରାର୍ଥୀଙ୍କ ଉପରେ ନିର୍ଭରକଲେ ନିର୍ବାଚନ ନିରପେକ୍ଷ ହୋଇପାରିବ ନାହିଁ

ନୂଆଦିଲ୍ଲୀ,୬ା୪: ଭୋଟ ପରିଚାଳନା କରୁଥିବା ପଦାଧିକାରୀ ଯଦି ପ୍ରାର୍ଥୀମାନଙ୍କ ଉପରେ ନିର୍ଭର କରନ୍ତି, ତେବେ ନିର୍ବାଚନ ନିରପେକ୍ଷ ହୋଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍‌ ବି.ଭି. ନାଗରତ୍ନା…

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri