ସୋସିଆଲ ଇନୋଭେଶନ ପ୍ରୋଜେକ୍ଟ ଆରମ୍ଭ କରିବ ଆଇଆଇଏମ୍‌ ସମ୍ବଲପୁର, ଏମ୍‌ବିଏ ଛାତ୍ରୀଛାତ୍ରଙ୍କ ପାଇଁ ବାଧ୍ୟତାମୂଳକ

ଭୁବନେଶ୍ୱର, ୨୯ା୧୨(ବ୍ୟୁରୋ) – ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାନେଜମେଣ୍ଟ(ଆଇଆଇଏମ୍‌) ସମ୍ବଲପୁର ଆସନ୍ତା ଶିକ୍ଷାବର୍ଷରୁ ବିଭିନ୍ନ ପ୍ରୋଜେକ୍ଟ ଆରମ୍ଭ କରିବାକୁ ଯୋଜନା ରଖିଛି। ଏଥିମଧ୍ୟରେ ରହିଛି ୯ ମାସିଆ ସୋସିଆଲ ଇନୋଭେଶନ ପ୍ରୋଜେକ୍ଟ। ଏମ୍‌ବିଏ ଛାତ୍ରୀଛାତ୍ରଙ୍କ ପାଇଁ ଏହା ବାଧ୍ୟତାମୂଳକ କରାଯାଇଛି। ଏହି ଶିକ୍ଷା ପ୍ରୋଜେକ୍ଟରେ ଛାତ୍ରୀଛାତ୍ରମାନେ ସପ୍ତାହରେ ଗୋଟିଏ ଦିନ ବିଭିନ୍ନ ବସ୍ତି, ଆଦିବାସୀ ଅଞ୍ଚଳ, ସରକାରୀ ସ୍କୁଲକୁ ଯିବେ। ସେଠାରେ ପ୍ରଥମ ୩ମାସ ସମସ୍ୟା ଅନୁଧ୍ୟାନ କରିବେ, ପରବର୍ତ୍ତୀ ୩ମାସ ସମସ୍ୟାର ସମାଧାନ ନେଇ ପ୍ରୋଜେକ୍ଟ ତିଆରି କରିବେ ଓ ଶେଷ ୩ମାସ ସେହି ପ୍ରୋଜେକ୍ଟକୁ ସେଠାରେ କାର୍ଯ୍ୟକାରୀ କରିବା ସହ ଫଳାଫଳ ସଂକ୍ରାନ୍ତ ରିପୋର୍ଟ ପ୍ରସ୍ତୁତ କରିବେ। ଏହାପରେ ସେମାନଙ୍କୁ ଏକ ସାର୍ଟିଫିକେଟ୍‌ ପ୍ରଦାନ କରାଯିବ। ଏହା ଛାତ୍ରୀଛାତ୍ରଙ୍କ ପାଇଁ ବାଧ୍ୟତାମୂଳକ ରହିବ। ଏହି ପ୍ରୋଜେକ୍ଟ ଆସନ୍ତା ଜାନୁୟାରୀରୁ ଆରମ୍ଭ ହେବ ବୋଲି ସମ୍ବଲପୁର ଆଇଆଇଏମ୍‌ ନିର୍ଦ୍ଦେଶକ ପ୍ରଫେସର ମହାଦେଓ ଜୈସୱାଲ କହିଛନ୍ତି।

ଶନିବାର ଭୁବନେଶ୍ୱରରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିବାବେଳେ ଏ ସମ୍ପର୍କରେ ସୂଚନା ଦେଇ ଜୈସଓ୍ବାଲ କହିଛନ୍ତି, ବର୍ତ୍ତମାନ ଏମ୍‌ବିଏରେ ୧୨୦ ସିଟ୍‌ ରହିଥିବାବେଳେ ଆସନ୍ତା ଶିକ୍ଷାବର୍ଷରୁ ଏହାକୁ ୧୮୦କୁ ବୃଦ୍ଧି କରାଯିବ। ସେହିଭଳି ପିଏଚ୍‌ଡି ପାଇଁ ୫ ସିଟ୍‌ ଥିବାବେଳେ ଆସନ୍ତା ବର୍ଷରୁ ଏକ୍‌ଜିକ୍ୟୁଟିଭ୍‌ ପିଏଚ୍‌ଡି ପାଇଁ ୫ସିଟ୍‌ କରାଯିବ। ସେହିପରି ଭୁବନେଶ୍ୱରରେ ଏକ ଇନ୍‌କ୍ୟୁବେସନ ସେଣ୍ଟର ହେବ। ଯୁବ ଡାକ୍ତର, ଇଞ୍ଜିନିୟର, ଚାର୍ଟାର୍ଡ ଆକାଉଣ୍ଟାଣ୍ଟସ ତଥା ଯେଉଁମାନେ ଚାକିରି’ଖୋଜୁଛନ୍ତି ସେମାନଙ୍କ ପାଇଁ ଏହି ସେଣ୍ଟରରେ ନୂତନ ଷ୍ଟାର୍ଟଅପ୍‌ ପାଇଁ ସହାୟତା ମିଳିବ। ଏଥିପାଇଁ ଏମ୍‌ଏସ୍‌ଏମ୍‌ଇ ସହିତ ଚୁକ୍ତି ସ୍ବାକ୍ଷରିତ ହୋଇଛି। ଏହି ଚୁକ୍ତି ଅନୁସାରେ ଓଡ଼ିଶାର ହସ୍ତକଳାର ମଧ୍ୟ ପ୍ରଚାର ପ୍ରସାର ପାଇଁ ଆଇଆଇଏମ୍‌ ଯୋଜନା କରିଛି। ହସ୍ତଶିଳ୍ପୀମାନେ ବଜାର ସହିତ ସିଧାସଳଖ ଜଡ଼ିତ ହୋଇପାରୁ ନ ଥିବାରୁ ଉଚିତ ମୂଲ୍ୟ ପାଇପାରୁ ନାହାନ୍ତି। ତେଣୁ ଆଇଆଇଏମ୍‌ ସମ୍ବଲପୁର ଏକ ଡିଜିଟାଲ ବିଜିନେସ୍‌ ମଡେଲ କରିବାକୁ ଯାଉଛି। ଏଥିପାଇଁ ଆଇଆଇଏମ୍‌ ସମ୍ବଲପୁରରେ ଏକ ସେଣ୍ଟର କରାଯିବ। ହସ୍ତଶିଳ୍ପ କାରିଗରଙ୍କୁ କୌଣସି ପାଠପଢ଼ା ଯିବ ନାହିଁ। ସେଣ୍ଟରରେ ସେମାନଙ୍କୁ ମାର୍କେଟିଂ କିପରି କରାଯାଏ ତାହା ଉପରେ ପ୍ରଶିକ୍ଷଣ ଦିଆଯିବ। ଏହାକୁ ଆଇଆଇଏମ୍‌ ସମ୍ବଲପୁରର ଫାକଲ୍‌ଟି ଓ ଛାତ୍ରୀଛାତ୍ରମାନେ ପରିଚାଳିତ କରିବେ ବୋଲି ପ୍ରଫେସର ଜୈସୱାଲ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ରାଜରାସ୍ତାକୁ ଓହ୍ଲାଇବ କଂଗ୍ରେସ: ଭକ୍ତ କହିଲେ..

ଭୁବନେଶ୍ୱର,୨୧।୧୨: ପିସିସି ସଭାପତି ଭକ୍ତ ଚରଣ ଦାସ ରବିବାର ଏକ ବଡ଼ ଆହ୍ବାନ ଦେଇଛନ୍ତି। ଆସନ୍ତା ୨୬ ତାରିଖରେ କଂଗ୍ରେସ ପକ୍ଷରୁ ଜନ ଜାଗରଣ ଆନ୍ଦୋଳନ...

ନାଲ୍‌କୋ ଛକ ଏକ ଗେଷ୍ଟ ହାଉସରୁ ମିଳିଲା ଯୁବକଙ୍କ ମୃତଦେହ, ପାଟିରୁ ରକ୍ତ ବାହାରିବାକୁ ନେଇ ସନ୍ଦେହ

ଭୁବନେଶ୍ବର,୨୧।୧୨:   ଭୁବନେଶ୍ୱର ନାଲ୍‌କୋ ଛକ ଏକ ଗେଷ୍ଟ ହାଉସରୁ ଉଦ୍ଧାର ହେଲା ମୃତଦେହ । ଖବରପାଇ ମୈତ୍ରୀବିହାର ଥାନା ପୋଲିସ ଗେଷ୍ଟହାଉସରେ ପହଞ୍ଚି ମୃତଦେହ ଉଦ୍ଧାର...

ପାଣ୍ଡିଆନଙ୍କ ଭୂମିକାକୁ ନେଇ ଏମିତି କହିଲେ ସମ୍ବିତ ରାଉତରାୟ, ୨୦୨୬ରେ ବହୁତ କିଛି…

ଭୁବନେଶ୍ୱର,୨୧ା୧୨: ୨୦୨୬ରେ ବହୁତ କିଛି ହେବ। କିଛି ମେଳି ନାହିଁ ବୋଲି କହିଛନ୍ତି ବିଜେଡି ନେତା ସମ୍ବିତ ରାଉତରାୟ। ସେ କହିଛନ୍ତି, ରାଜନୀତି କଲେ ଚର୍ଚ୍ଚା...

ବିଜେଡିକୁ ନେଇ ଏମିତି କହିଲେ ଅଶୋକ ପଣ୍ଡା, ଭାଜପା କଂଗ୍ରେସରେ ଯେଭଳି…

ଭୁବନେଶ୍ୱର,୨୧ା୧୨: ବିଜେଡିକୁ ନେଇ ବରିଷ୍ଠ ନେତା ଅଶୋକ ପଣ୍ଡା ଏକ ବୟାନ ଦେଇଛନ୍ତି। ସେ କହିଛନ୍ତି, ଭାଜପା-କଂଗ୍ରେସରେ ଯେଭଳି କନ୍ଦଳ ଥିଲା ବିଜେଡିରେ ସେଭଳି ନାହିଁ...

ବିଜେଡିରେ ବଡ଼ ହଲଚଲ: ୪୦ ପରେ ୩ ନେତାଙ୍କୁ ନେଇ ଚର୍ଚ୍ଚା

ଭୁବନେଶ୍ୱର,୨୧ା୧୨(ସୁନିତ୍‌ ମିଶ୍ର): ବିଜେଡିର ପ୍ରାୟ ୪୦ ଜଣ ପୂର୍ୱତନ ବିଧାୟକ ଏବଂ ୨୦୨୪ରେ ବିଧାୟକ ପ୍ରାର୍ଥୀ ହୋଇଥିବା ନେତା ଭୁବନେଶ୍ୱର ଉପକଣ୍ଠରେ ଶୁକ୍ରବାର ଏକ ଭୋଜି...

ପିୟୁସିସି ନ ଥିଲେ ପେଟ୍ରୋଲ ପମ୍ପରେ ତେଲ ମିଳିବନି

ଭୁବନେଶ୍ୱର/କଟକ,୨୧ା୧୨ (ତ୍ରିନାଥ ମହାନ୍ତି/କାର୍ତ୍ତିକ ସାହୁ): ଦିଲ୍ଲୀ ଭଳି ଭୁବନେଶ୍ୱର ଏବଂ ରାଜ୍ୟର ବିଭିନ୍ନ ସହରରେ ବାୟୁ ପ୍ରଦୂଷଣ ମାତ୍ର ଦିନକୁ ଦିନ ବଢ଼ିବାରେ ଲାଗିଛି। ପ୍ରତିଦିନ...

ରାଜଧାନୀରେ ନାବାଳିକାଙ୍କୁ ଗଣବଳାତ୍କାର: ପୁରୁଷବନ୍ଧୁ ସାଥିରେ ଆଣି…

ଭୁବନେଶ୍ୱର,୨୧।୧୨(ତ୍ରିନାଥ ମହାନ୍ତି): ଧଉଳିରେ ନାବାଳିକାଙ୍କୁ ଗଣବଳାତ୍କାର ଘଟଣା ମନରୁ ଲିଭି ନ ଥିବାବେଳେ ପୁଣି ଶହୀଦନଗର ଥାନା ଅଞ୍ଚଳରେ ଆଉ ଜଣେ ୧୭ ବର୍ଷର ନାବାଳିକା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri