ସୈନ୍ୟବାହିନୀ ନିଯୁକ୍ତି ରାଲିରେ ୭ ନକଲି ପରୀକ୍ଷାର୍ଥୀ, ଥାନାରେ ଅଟକ

ପାରାଦୀପ,୧୯।୮(ସ୍ବ.ପ୍ର.) : ପାରାଦୀପ ନୂଆବଜାର ଗୋପବନ୍ଧୁ ଷ୍ଟାଡିୟମଠାରେ ଗତ ୧୮ ତାରିଖରୁ ଚାଲିଥିବା ସୈନ୍ୟବାହିନୀ ନିଯୁକ୍ତି ରାଲିରେ ସୋମବାର ୭ ଜଣ ନକଲି ପରୀକ୍ଷାର୍ଥୀଙ୍କୁ ଆର୍ମି ଠାବ କରିଛି। ପରେ ସେମାନଙ୍କୁ ସ୍ଥାନୀୟ ପାରାଦୀପ ମଡେଲ ପୋଲିସକୁ ହସ୍ତାନ୍ତର କରାଯାଇଛି। ପୋଲିସ ଉକ୍ତ ୭ ଜଣଙ୍କୁ ଅଟକ ରଖିବା ସହ ସେମାନଙ୍କ କାଗଜପତ୍ର ଯାଞ୍ଚ କରିଛି। ସୈନ୍ୟବାହିନୀ ନିଯୁକ୍ତି ରାଲିରେ ସହଯୋଗ କରୁଥିବା ଜିଲା ପ୍ରଶାସନର ନିୟୋଜନ ଅଧିକାରୀ ତାପସ କୁମାର ସ୍ବାଇଁଙ୍କଠାରୁ ସୂଚନା ମିଳିଛି। ଉତ୍ତରପ୍ରଦେଶର ଏହି ୭ ଜଣ ଯୁବକ ନକଲି ସାର୍ଟିଫିକେଟ ଦେଇ ରାଲିରେ ଭାଗ ନେଇଥିଲେ। ସେମାନଙ୍କ କାଗଜପତ୍ର ଓ ସାର୍ଟିଫିକେଟ ଯାଞ୍ଚ ହେବାରୁ ନକଲି ଥିବା ସ୍ପଷ୍ଟ ହୋଇଥିଲା। ପରେ ସେମାନଙ୍କୁ ସେନାର ବରିଷ୍ଠ ଅଧିକାରୀମାନେ ପଚରାଉଚରା କରିବାରୁ ସତ କଥା ସ୍ବୀକାର କରିଥିଲେ। ସେମାନେ ହେଲେ ଉତ୍ତରପ୍ରଦେଶର ଅମର ସିଂ(୧୯), ସଜ୍ଜନ କୁମାର (୧୯), ଅଖିଳେଶ କୁମାର ତିଓ୍ବାରୀ(୨୨), ରାହୁଲ କୁମାର ଯାଦବ(୨୦) ଶିବ କୁମାର ଯାଦବ (୨୧) ଗୁଡୁ ସିଂ(୨୦) ଆଜାଦ କୁମାର ତିଓ୍ବାରୀ (୧୯)। ଏମାନେ ସମେସ୍ତ ଓଡ଼ିଶାର ବିଦ୍ୟାର୍ଥୀ ବୋଲି ସାର୍ଟିଫିକେଟ ଦର୍ଶାଇ ଏହି ରାଲିରେ ଭାଗ ନେଇଥିଲେ।
ସୂଚନାଯୋଗ୍ୟ, ଉକ୍ତ ସୈନ୍ୟବାହିନୀ ନିଯୁକ୍ତି ରାଲିରେ କେବଳ ଉପକୂଳ ଓଡ଼ିଶାର ୧୦ ଜିଲାର ବେକାରୀ ଭାଗ ନେବାର ସୁଯୋଗ ରହିଛି। ଉକ୍ତ ୭ ଜଣଙ୍କୁ ପାରାଦୀପ ଆଦର୍ଶ ଥାନାକୁ ହସ୍ତାନ୍ତର କରାଯିବା ପରେ ପୋଲିସ ସେମାନଙ୍କ ସାର୍ଟିଫିକେଟ ଯାଞ୍ଚ କରୁଛି। ଉକ୍ତ ଯୁବକମାନେ ଜଣେ ଦଲାଲଙ୍କ ପ୍ରରୋଚନାରେ ଏପରି କରିଥିବା ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଧାରେ ଅଟକିଲା ଧାନମଣ୍ଡି ନିର୍ମାଣ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ଅଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ହେଲେ ଏଠାରେ ଚାଷ, ଚାଷୀଙ୍କ…

ଖରାଦିନେ ଫ୍ରିଜରେ ଜମୁଛି କି ମୋଟା ବରଫ ସ୍ତର? କରନ୍ତୁନି ହେୟଜ୍ଞାନ, ଏହି ୪ ଉପାୟରେ…

ଗ୍ରୀଷ୍ମ ଋତୁରେ ଫ୍ରିଜ ପ୍ରତ୍ୟେକ ଘରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପାଲଟିଯାଏ। ମାତ୍ର ଅନେକ ସମୟରେ ଲୋକମାନେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ସେଇଟି ହେଉଛି…

ବରଗଡ଼ ଟାଉନ କେନାଲର ହେବ ସୌନ୍ଦର୍ଯ୍ୟକରଣ, ନିର୍ମାଣ ହେବ ବକ୍ସ କଣ୍ଡୁଇଟ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ କେନାଲର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ସହିତ କେନାଲ ଉପରେ ବକ୍ସ କଣ୍ଡୁଇଟ ନିର୍ମାଣ ହେବ। ରବିବାର ସନ୍ଧ୍ୟାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, ଗାଡି ସହ ଡ୍ରାଇଭର ଫେରାର

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅଧୀନ ଗୋବିନ୍ଦପୁର ଛକ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ…

ଅଧରାତିରେ ପ୍ରେମିକାଙ୍କୁ ଭେଟିବାକୁ ଲୁଚିଛପି ଯାଇଥିଲେ ପ୍ରେମିକ, ଗାଁ  ଲୋକଙ୍କ ହାବୁଡ଼ରେ ପଡ଼ିବା ପରେ…

ପାଟନା,୧୭।୫: ବିହାରର ମୁଜାଫରପୁର ଜିଲାରୁ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ରାତିର ଅନ୍ଧାରରେ ପ୍ରେମିକାକୁ ଦେଖା କରିବାକୁ ଆସିଥିବା ଜଣେ ପ୍ରେମିକକୁ ଗ୍ରାମବାସୀ…

ବଜ୍ରପାତରେ ଚାଲିଗଲା ଶ୍ରମିକଙ୍କ ଜୀବନ, ୨ ଆହତ

କୁଆଁରମୁଣ୍ଡା,୧୭ା୫(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଝୁନୁମୁରରେ ରହି ଦିନ ମଜୁରିଆ ଭାବେ କାମ କରୁଥିବା ବୁଧୁଆ ବାଗେ(୩୧)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ତାଙ୍କ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

‘୩ ପରୀକ୍ଷା, ଜଣେ ମନ୍ତ୍ରୀ…’ଧର୍ମେନ୍ଦ୍ରଙ୍କୁ କାହିଁକି ବରଖାସ୍ତ କରୁନାହାନ୍ତି ମୋଦି; ବର୍ଷିଲେ…

ନୂଆଦିଲ୍ଲୀ,୧୭।୫: ଲୋକ ସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର  ପୁଣି ନିଟ୍‌(NEET) ପେପର ଲିକ୍‌ ମାମଲା ଏବଂ ଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri