Posted inଖେଳ

ସେହ୍ବାଗଙ୍କୁ ଚେତାବନୀ ଦେଲେ ପାକିସ୍ତାନ କ୍ରିକେଟର

କରାଚୀ,୨୯।୧- ଭାରତୀୟ ଓପନର ବୀରେନ୍ଦ୍ର ସେହ୍ବାଗ ପାକିସ୍ତାନ କ୍ରିକେଟରଙ୍କ ସହ ବାକ୍‌ଯୁଦ୍ଧ କରିବା କିଛି ନୂଆ ନୁହେଁ। କିନ୍ତୁ ଜଣେ ପାକିସ୍ତାନ ପେସର ସେହ୍ବାଗଙ୍କୁ ଚେତାବନୀ ଦେଇଛନ୍ତି। ଉକ୍ତ ପାକିସ୍ତାନ ପେସର ହେଉଛନ୍ତି ରଣା ନବେଦ ଉଲ ହସନ। ସେ ୟୁଟ୍ୟୁବରେ ଏକ ଭିଡିଓ ପୋଷ୍ଟ କରି ସେହ୍ବାଗଙ୍କୁ ପାକିସ୍ତାନ କିମ୍ବଦନ୍ତୀ କ୍ରିକେଟରଙ୍କ ସମ୍ପର୍କରେ ଭାବି ଚିନ୍ତି କମେଣ୍ଟ ଦେବାକୁ କହିଛନ୍ତି। ଦୁଇ ବର୍ଷ ତଳେ ସେହ୍ବାଗ ଏଭଳି କିଛି କମେଣ୍ଟ ଦେଇଥିଲେ। ସେଥର ଚୁପ ଥିଲୁ। କିନ୍ତୁ ଏବେ ବାଧ୍ୟ ହୋଇ କହିବାକୁ ପଡ଼ୁଛି। ଆମ କିମ୍ବଦନ୍ତୀ ଖେଳାଳିଙ୍କ ସମ୍ପର୍କରେ ଆଉ ଗୋଟିଏ ଶବ୍ଦ କୁହନାହିଁ। ଆମେ ବରିଷ୍ଠ ଖେଳାଳିଙ୍କୁ ସମ୍ମାନ ଦେଉ। ଆମ କିମ୍ବଦନ୍ତୀଙ୍କ ସମ୍ପର୍କରେ ଏଭଳି ବେକାର କଥା କରନାହିଁ। ଗଣମାଧ୍ୟମ ଚ୍ୟାନେଲରେ ବସିବା ପାଇଁ ପ୍ରତ୍ୟେକ ଦୁଇ ତିନି ମାସରେ ଥରେ ପାକିସ୍ତାନ ଖେଳାଳିଙ୍କ ଲାଗି ସେହ୍ବାଗ ବୟାନବାଜି କରୁଛନ୍ତି ବୋଲି ନବେଦ ଉଲ ହସନ କହିଛନ୍ତି। ନିକଟରେ ପୂର୍ବତନ ପାକିସ୍ତାନ ପେସର ଶୋଏବ ଅଖତର ଓ ସେହ୍ବାଗଙ୍କ ମଧ୍ୟରେ ବାକ୍‌ଯୁଦ୍ଧା ହୋଇଥିଲା। ଏପରି କି ପୂର୍ବତନ ଭାରତୀୟ ଓପନରଙ୍କ ମୁଣ୍ଡରେ ଥିବା ଚୁଟିଠାରୁ ଅଧିକ ଟଙ୍କା ରଖିଥିବା ଅଖତର କମେଣ୍ଟ ଦେଇଥିଲେ। ଏଥିପୂର୍ବରୁ ଅଖତର ଭାରତରେ ବ୍ୟବସାୟ କରିବା ପାଇଁ ଟିମ ଇଣ୍ଡିଆକୁ ସମର୍ଥନ କରୁଥିବା ସେହ୍ବାଗ ମନ୍ତବ୍ୟ ଦେଇଥିଲେ ଏବଂ ଏହିଠାରୁ ଆରମ୍ଭ ହୋଇଥିଲା ବିବାଦ। ଉଲ୍ଲେଖଯୋଗ୍ୟ, ରଣା ଅନ୍ତର୍ଜାତୀୟ ସ୍ତରରେ ୯ ଟେଷ୍ଟ ଓ ୭୪ ଦିନିକିଆ ଖେଳି ମୋଟ ୧୨୮ ଉଇକେଟ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Jio Plan: ମାତ୍ର ୧୨୩ ଟଙ୍କାରେ ୨୮ ଦିନର ଭାଲିଡିଟି, ଏମାନଙ୍କୁ ମିଳିବ ଲାଭ…

ନୂଆଦିଲ୍ଲୀ,୯।୨: ରିଲାଏନ୍ସ ଜିଓର ଏକ ଶସ୍ତା ପ୍ରିପେଡ୍ ରିଚାର୍ଜ ପ୍ଲାନ୍ ହେଉଛି ₹୧୨୩ ପ୍ଲାନ୍, ଯାହା ୨୮ ଦିନର ଭ୍ୟାଲିଡିଟି ଦେଇଥାଏ। ଏହି ପ୍ଲାନ୍ ବିଶେଷକରି ଜିଓ…

ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲା ICC: T20 ବିଶ୍ୱକପ୍‌ରେ ବାଂଲାଦେଶର ଅନୁପସ୍ଥିତି ଉପରେ ନେଲା ଏମିତି ନିଷ୍ପତ୍ତି

ନୂଆଦିଲ୍ଲୀ,୯।୨: ପୁରୁଷ T20 ବିଶ୍ୱକପ୍‌ରେ ବାଂଲାଦେଶର ଅନୁପସ୍ଥିତିକୁ ନେଇ ICC ଦୁଃଖ ପ୍ରକାଶ କରିଛି। ତେବେ ଏହି ଘଟଣା ପାଇଁ ବାଂଲାଦେଶ କ୍ରିକେଟ ବୋର୍ଡ (BCB) ଉପରେ…

T20 ବିଶ୍ୱକପ୍‌: ଭାରତ ବିପକ୍ଷରେ ମ୍ୟାଚ୍ ଖେଳିବାକୁ ପାକିସ୍ତାନକୁ ଅନୁରୋଧ କଲା ବାଂଲାଦେଶ

ନୂଆଦିଲ୍ଲୀ,୯।୨: ଭାରତ-ପାକିସ୍ତାନ T20 ବିଶ୍ୱକପ୍ ମ୍ୟାଚ୍‌କୁ ନେଇ ସୃଷ୍ଟି ହୋଇଥିବା ଅନିଶ୍ଚିତତା ମଧ୍ୟରେ ଏକ ନୂଆ ମୋଡ଼ ଆସିଛି। ବାଂଲାଦେଶ କ୍ରିକେଟ ବୋର୍ଡ (BCB) ପାକିସ୍ତାନକୁ ଏହି…

ରିଲିଜ ପୂର୍ବରୁ ‘ଲିକ୍’ ହୋଇଗଲା ପୂର୍ବତନ ସେନାଧ୍ୟକ୍ଷଙ୍କ ପୁସ୍ତକ, FIR ରୁଜୁ କଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ,୯।୨: ପୂର୍ବତନ ସେନାଧ୍ୟକ୍ଷ ଜେନେରାଲ ଏମ୍.ଏମ୍. ନରଭାଣେଙ୍କ ଆଗାମୀ ପୁସ୍ତକ ‘ଫୋର୍ ଷ୍ଟାର୍ସ ଅଫ୍ ଡେଷ୍ଟିନି’ର ଅନଧିକୃତ ପ୍ରସାରଣକୁ ନେଇ ଦିଲ୍ଲୀ ପୋଲିସ ଏକ ଅପରାଧିକ ମାମଲା…

ରେଳ ଷ୍ଟେଶନରୁ ନିଖୋଜ ହୋଇଗଲେ ଯୁବତୀ , ମା’ଙ୍କ ସହ ଯାଉଥିବାବେଳେ…

ରାୟଗଡା, (ଆଶିଷ ରଞ୍ଜନ ପଣ୍ଡା): ଧାନବାଦ-ଆଲେପୀ ଏକ୍ସପ୍ରେସ ଟ୍ରେନରେ ଯାତ୍ରା କରୁଥିବା ଜଣେ ଯୁବତୀ ରାୟଗଡା ରେଳ ଷ୍ଟେଶନରୁ ନିଖୋଜ ହୋଇଥିବା ନେଇ ରାୟଗଡା ଜିଆରପିଏସ ଥାନାରେ…

ଫାର୍ମହାଉସ ଅଞ୍ଚଳରେ ମହିଳାଙ୍କ ଗଳିତ ମୃତଦେହ, ପରିଚୟ ଖୋଜୁଛି ସଦର ଥାନା ପୋଲିସ

ଭବାନୀପାଟଣା,୯ା୨(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଶ୍ରୀପୁରସ୍ଥିତ ଏକ ଫାର୍ମହାଉସ ଅଞ୍ଚଳରୁ ସୋମବାର ଜଣେ ମହିଳାଙ୍କ ଗଳିତ ମୃତଦେହ ଜବତ ହୋଇଛି।…

ସି.କେ ନାଇଡୁ ଟ୍ରଫି: ଓଡ଼ିଶାକୁ ହରାଇ ବେଙ୍ଗଲ ୧୦୨ ରନରେ ବିଜୟୀ

ବରଗଡ,୯।୨(ପ୍ରେମାନନ୍ଦ ଖମାରୀ) : ବରଗଡ ବିକାଶ କ୍ରିକେଟ ଗ୍ରାଉଣ୍ଡରେ ଓଡ଼ିଶା ଦଳ ଓ ବେଙ୍ଗଲ ଦଳ ମଧ୍ୟରେ ଚାଲିଥିବା ସି.କେ ନାଇଡୁ ଟ୍ରଫିର ଇଲାଇଟ ଗ୍ରୁପ-ବିର ମ୍ୟାଚରେ…

ବାଇକ୍‌ରେ ଘରକୁ ଫେରୁଥିଲେ, ପଛପଟୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌; ଚାଲିଗଲା ଆରୋହୀଙ୍କ ଜୀବନ

ବଲାଙ୍ଗୀର,୯।୨(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷାର ଥାନା ଅନ୍ତର୍ଗତ ଧାନଘରା ବ୍ରିଜ ରାହୁଲ ଢ଼ାବା ନିକଟ ରାସ୍ତାରେ ସୋମବାର ସଂଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri