ସେଲିବ୍ରେଶନ ମୁଡ୍‌ରେ ‘କୁଲି ନଂ-୧’ ବରୁଣ

ମୁମ୍ବାଇ: ବରୁଣ ଧାଓ୍ବନ ଏବଂ ସାରା ଅଲି ଖାନ୍‌ଙ୍କ ଅପ୍‌କମିଂ ଫିଲ୍ମ ‘କୁଲି ନଂ-୧’ର ଶୁଟିଂ ଶେଷ ହୋଇଯାଇଛି। ଏହାପରେ ଏକଦମ୍‌ ସେଲିବ୍ରେଶନ ମୁଡ୍‌ରେ ଅଛନ୍ତି ଫିଲ୍ମର ପୂରା ଟିମ୍‌। ନିଶ୍ଚିତ ଭାବେ ଏକ ହିଟ୍‌ କମେଡି ଫିଲ୍ମର ରିମେକ୍‌ କରିବା ଏକ ବଡ଼ ଚ୍ୟାଲେଞ୍ଜ। ଏବେ ଫିଲ୍ମର ଶୁଟିଂ ସରିବା ପରେ ବରୁଣ ଖୁବ୍‌ ଖୁସି ଜଣାପଡ଼ୁଛନ୍ତି। ଏହାସହ ନିଜର ଟିକିନିିଖି ଅପଡେଟ୍‌ ସୋସିଆଲ ମିଡିଆରେ ଶେୟାର କରି ଫ୍ୟାନ୍‌ମାନଙ୍କ ସହ ଯୋଡ଼ିହୋଇ ରହିଛନ୍ତି। ଏହାରି ଭିତରେ ନିଜର ଆଇକନିକ୍‌ ଫିଲ୍ମର ରିମେକ୍‌ ପାଇଁ ଗୋବିନ୍ଦା ମଧ୍ୟ ବରୁଣ, ସାରା ଏବଂ ଫିଲ୍ମର ପୂରା ଟିମ୍‌କୁ ଶୁଭକାମନା ଜଣାଇଛନ୍ତି। ୧୯୯୫ରେ ଗୋବିନ୍ଦାଙ୍କ କମେଡି ଫିଲ୍ମ ‘କୁଲି ନଂ-୧’ ରିଲିଜ୍‌ ହୋଇଥିଲା, ଯାହାକୁ ଦର୍ଶକେ ଖୁବ୍‌ ପସନ୍ଦ କରିଥିଲେ। ଡେଭିଡ୍‌ ଧାଓ୍ବନଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ କରିସ୍ମା କପୁର ଗୋବିନ୍ଦାଙ୍କ ଅପୋଜିଟ୍‌ରେ ଅଭିନୟ କରିଥିଲେ। ଏବେ ଏହାର ରିମେକ୍‌ରେ ବରୁଣ-ସାରାଙ୍କୁ ଦେଖିବାକୁ ମିଳିବ। ନିକଟରେ ଫିଲ୍ମର ଶୁଟିଂ ଶେଷ ହୋଇଥିବା ବେଳେ ବରୁଣ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲ୍‌ରେ ଏନେଇ ଫ୍ୟାନ୍‌ମାନଙ୍କୁ ଅପ୍‌ଡେଟ୍‌ ଦେଇଛନ୍ତି। ବରୁଣ ଗୋଆରୁ ନିଜ ଅଫିିସିଆଲ୍‌ ଇନ୍‌ଷ୍ଟାଗ୍ରାମ ହ୍ୟାଣ୍ଡେଲ୍‌ରେ ଏକ ଶାର୍ଟ-ଲେସ୍‌ ଫଟୋ ଶେୟାର କରିଛନ୍ତି, ଯାହା ଏବେ ଭାଇରାଲ ହେଉଛି। ଫଟୋ ଶେୟାର କରି ସେ ଲେଖିଛନ୍ତି, “ପ୍ୟାନ୍‌କେକ୍‌, ଶୁକ୍ରବାର ଏକ ନଂ ବ୍ରେକ୍‌ଫାଷ୍ଟ। ଏବେ ଏବେ ଫିଲ୍ମ ‘କୁଲି ନଂ-୧’ର ଶୁଟିଂ ଶେଷ ହେଲା। ବର୍ତ୍ତମାନ ସୁଦ୍ଧା ଏହା ହେଉଛି ମୋ ଜୀବନର ସବୁଠାରୁ ମଜାଳିଆ ଫିଲ୍ମ। ଆଉ ଏଥିପାଇଁ ମୁଁ ଏଭଳି ସେଲିବ୍ରେଟ୍‌ କରିବାକୁ ନିଷ୍ପତ୍ତି ନେଲି।” ବରୁଣଙ୍କ ଏହି ପୋଷ୍ଟଟି ସୋସିଆଲ ମିଡିଆରେ ଏବେ ଲକ୍ଷ ଲକ୍ଷ ଲାଇକ୍‌, କମେଣ୍ଟ ସାଉଁଟୁଛି। ତେବେ ଯାହା ଜଣାପଡ଼ିଛି ବରୁଣ ଏବଂ ସାରା ଫିଲ୍ମର ଏକ ରୋମାଣ୍ଟିକ୍‌ ସିକ୍ୱେନ୍ସର ଶୁଟିଂ ପାଇଁ ଗୋଆ ଆସିଥିଲେ। ଏଠାରେ ଶୁଟିଂ କଲାବେଳେ ବରୁଣ ସାମାନ୍ୟ ଆହତ ମଧ୍ୟ ହୋଇଥିଲେ। ଏବେ ଗୋଆରୁ ତାଙ୍କ ସେଲିବ୍ରେଶନର ଅପ୍‌ଡେଟ୍‌ ପାଇବା ପରେ ଫ୍ୟାନ୍‌ମାନେ ଖୁସି ବ୍ୟକ୍ତ କରିଛନ୍ତି। ଫିଲ୍ମଟି ମେ’ ୧ରେ ରିଲିଜ୍‌ ହେବ।


Enter your email to get our daily news in your inbox.

All Right Reserved By Dharitri.Com

‘ଶଶି ଥରୁର ବୈଦେଶିକ ମନ୍ତ୍ରୀ ହେବାକୁ ଚାହୁଁଛନ୍ତି, ପବନ ଖେରା କେବଳ କାଠ କଣ୍ଢେଇ’, କାହିଁକି ଏମିତି କହିଲେ ମଣି ଶଙ୍କର ଆୟାର? ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୬।୨: ବିବାଦୀୟ ବୟାନ ପାଇଁ ଜଣାଶୁଣା ବରିଷ୍ଠ କଂଗ୍ରେସ ନେତା ମଣି ଶଙ୍କର ଆୟାର ତାଙ୍କ ଦଳ ଭିତରେ ଥିବା ବରିଷ୍ଠ ନେତାମାନଙ୍କୁ ଟାର୍ଗେଟ କରିଛନ୍ତି। ସେ…

ଆଜି ଶଙ୍ଖଭବନରେ ବସିବ ବୈଠକ, ନବୀନ ନେବେ ବଡ଼ ନିଷ୍ପତ୍ତି

ଭୁବନେଶ୍ୱର,୧୬ା୨: ସୋମବାର ଅର୍ଥାତ୍‌ ଆଜି ଶଙ୍ଖଭବନରେ ବିଜେଡି ବିଧାୟକ ଦଳ ବୈଠକ ବସିବ। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଉକ୍ତ ବୈଠକ…

ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଲାଗିଲା ବଡ଼ ଝଟକା

ଗୁଆହାଟି,୧୬।୨: ଆସାମ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଦଳକୁ ଏକ ବଡ଼ ଝଟକା ଲାଗିଛି। ବରିଷ୍ଠ ନେତା ଏବଂ ପୂର୍ବତନ ରାଜ୍ୟ କଂଗ୍ରେସ ସଭାପତି ଭୂପେନ ବୋରା…

ବୃହସ୍ପତିଙ୍କ ନକ୍ଷତ୍ରରେ ଗୋଚର କରିବେ ବୁଧ, ଶିକ୍ଷା ଏବଂ କ୍ୟାରିୟରରେ ଉନ୍ନତି କରିବେ ୩ ରାଶି

ବୁଧ ଗ୍ରହ ବୃହସ୍ପତିଙ୍କ ନକ୍ଷତ୍ର ପୂର୍ବ ଭାଦ୍ରପଦରେ ଫେବୃଆରୀ ୧୫ ରୁ ମାର୍ଚ୍ଚ ୧୦ ତାରିଖ ପର୍ଯ୍ୟନ୍ତ ରହିବେ । ଜ୍ଞାନ ଏବଂ ସମୃଦ୍ଧିର ଗ୍ରହ ବୃହସ୍ପତିଙ୍କ…

ଗଜପତି କୋଣାର୍କ ପଠାଇଥିଲେ ରାଜାଭିଷେକ, ବିବାହ ବେଳର ୧,୫୧,୬୫୧ ମାଢ଼ ସୁନା

ଗତ ସଂଖ୍ୟାରେ ଆମେ ସାମ୍ରାଜ୍ୟ କେଉଁଠୁ, କେଉଁମାନେ ମନ୍ଦିର ନିର୍ମାଣ ପାଇଁ କେତେ ସହଯୋଗ କରିଥିଲେ ତା’ର ଏକ ଚିତ୍ର ଦେବାକୁ ଆରମ୍ଭ କରିଥିଲୁ। ଓଡ଼ିଆମାନେ ମନ୍ଦିର…

ମୋତେ ନିୟମକାନୁନ ଦେଖାନା, ମୁଁ ପରା କହୁଛି ଏଭଳି କହି ଚାପ ପକାଉଛନ୍ତି…

ଭୁବନେଶ୍ୱର,୧୬।୨(ରବିନାରାୟଣ ଜେନା): ମୋତେ ନିୟମକାନୁନ ଦେଖାନା, ମୁଁ ପରା କହୁଛି। ସକାଳେ କଲମ୍‌ରେ କଂକ୍ରିଟ ଢଳାହେଲା ମାନେ ସନ୍ଧ୍ୟା ସୁଦ୍ଧା ବିଲ୍‌ ହେବା ଦରକାର। ଠିକାଦାରଙ୍କ ଉଦ୍ଦେଶ୍ୟରେ…

କେମିକାଲ କାରଖାନାରେ ଭୟଙ୍କର ବିସ୍ଫୋରଣ, ୮ ଜୀବନ୍ତ ଦଗ୍ଧ

ଜୟପୁର,୧୬ା୨:  ରାଜସ୍ଥାନର ଭିୱାଡିରେ ଏକ ରାସାୟନିକ କାରଖାନାରେ ଏକ ବଡ଼ ବିସ୍ଫୋରଣ ଘଟି ଭୟଙ୍କର ଅଗ୍ନିକାଣ୍ଡ ହୋଇଛି । ସୂଚନା ପାଇ ଅଧ ଡଜନ ଦମକଳ ଗାଡ଼ି…

କଟକଣା ହଟିଲେ ସାଲିସ ପାଇଁ ଇରାନ୍‌ ରାଜି

ତେହରାନ୍‌,୧୬ା୨:ଇରାନ ନିଜର ଆଣବିକ କାର୍ଯ୍ୟକ୍ରମକୁ ନେଇ ଆମେରିକା ସହ ସାଲିସ କରିବାକୁ ପ୍ରସ୍ତୁତ ରହିଛି। କିନ୍ତୁ ଏଥିପାଇଁ ନିର୍ଦ୍ଦିଷ୍ଟ ସର୍ତ୍ତ ରଖିଛି। ଯଦି ଆମେରିକା କଟକଣା ହଟାଇବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri