Posted inଖେଳ

ସେରେନା, ନାଡାଲ ଚତୁର୍ଥ ରାଉଣ୍ଡରେ

ଲଣ୍ଡନ, ୭ା୭ (ଏଏଫ୍‌ପି)-ସାତ ଥର ଚାମ୍ପିୟନ ସେରେନା ଓ୍ବିଲିୟମ୍ସ ଏବଂ ବିଶ୍ୱର ନମ୍ବର ଓ୍ବାନ ଆଶଲେ ବାର୍ଟି ଓ୍ବିମ୍ବେଲଡନ ଓପନ ଟେନିସ୍‌ ଚାମ୍ପିୟନଶିପ୍‌ ମହିଳା ସିଙ୍ଗଲ୍ସ ଚତୁର୍ଥ ରାଉଣ୍ଡରେ ପ୍ରବେଶ କରିଛନ୍ତି। ସେହିପରି ବିଶ୍ୱର ୨ନମ୍ବର ମାନ୍ୟତାପ୍ରାପ୍ତ ସ୍ପେନର ରାଫାଲ ନାଡାଲ ମଧ୍ୟ ଚତୁର୍ଥ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି। ଆମେରିକାର ୩୭ ବର୍ଷୀୟା ଷ୍ଟାର ଖେଳାଳି ସେରେନା ଜର୍ମାନୀର ଜୁଲିଆ ଜର୍ଜେସଙ୍କୁ ୬-୩, ୬-୪ ସେଟ୍‌ରେ ହରାଇ ଦେଇଛନ୍ତି। ଏଥରକୁ ମିଶାଇ ସେ ୧୬ ଥର ପାଇଁ ଓ୍ବିମ୍ବେଲଡନରେ ଚତୁର୍ଥ ରାଉଣ୍ଡକୁ ଉନ୍ନୀତ ହୋଇିଛନ୍ତି। ଏହି ପର୍ଯ୍ୟାୟରେ ସେ ସ୍ପେନର କାର୍ଲା ସୁଆରେଜଙ୍କ ସହିତ ମୁକାବିଲା କରିବେ। ଅଷ୍ଟ୍ରେଲିଆର ବାର୍ଟି ବ୍ରିଟିଶ ଓ୍ବାଇଲ୍ଡ କାର୍ଡ ହାରଏତ୍‌ ଡାର୍ଟଙ୍କ ବିପକ୍ଷରେ ୬-୧, ୬-୧ ସେଟ୍‌ରେ ବିଜୟ ହାସଲ କରିଛନ୍ତି। ଚତୁର୍ଥ ରାଉଣ୍ଡରେ ସେ ଆମେରିକାର ଅଣସିଡ୍‌ ଆଲିସନ ରିସ୍କେଙ୍କୁ ଭେଟିବେ। ଆମେରିକାର ୧୫ ବର୍ଷୀୟା ପ୍ରତିଭା କୋକୋ ଗଫ୍‌ ଓ୍ବିମ୍ବେଲଡନରେ ତାଙ୍କ ପ୍ରଭାବୀ ପ୍ରଦର୍ଶନ ଜାରି ରଖିଛନ୍ତି। ବିଶ୍ୱର ୩୧୩ ର଼୍ୟାଙ୍କିଙ୍ଗପ୍ରାପ୍ତ ଏହି ଖେଳାଳି ସ୍ଲୋଭେନିଆର ପୋଲୋନା ହରକଗ୍‌ଙ୍କୁ ହରାଇ ପ୍ରି-କ୍ୱାର୍ଟରରେ ପ୍ରବେଶ କରିଛନ୍ତି। ଚତୁର୍ଥ ରାଉଣ୍ଡରେ ସେ ବିଶ୍ୱର ପୂର୍ବତନ ନମ୍ବର ଓ୍ବାନ ତଥା ପୂର୍ବତନ ଫ୍ରେଞ୍ଚ ଓପନ ଚାମ୍ପିୟନ ସିମୋନା ହାଲେପ୍‌ଙ୍କ ସହିତ ମୁକାବିଲା କରିବେ। ଦୁଇଥର ଚାମ୍ପିୟନ ପେଟ୍ରା କ୍ୱିଟୋଭା ୫ବର୍ଷ ମଧ୍ୟରେ ପ୍ରଥମ ଥର ପ୍ରି-କ୍ୱାର୍ଟରରେ ପ୍ରବେଶ କରିଛନ୍ତି। ଶେଷଥର ପାଇଁ ସେ ୨୦୧୪ରେ ସେ ଏହି ସଫଳତା ହାସଲ କରିଥିଲେ ଏବଂ ତାଙ୍କର ଦ୍ୱିତୀୟ ଟାଇଟଲ ଜିତିଥିଲେ। ଚେକ୍‌ ରିପବ୍ଲିକର ୬ଷ୍ଠ ସିଡ୍‌ କ୍ୱିଟୋଭା ପୋଲାଣ୍ଡର ମାଗ୍‌ଡା ଲିନେଟିଙ୍କୁ ୬-୩, ୬-୨ ସେଟରେ ହରାଇ ଦେଇଛନ୍ତି। ବ୍ରିଟିଶ ନମ୍ବର ଓ୍ବାନ ମହିଳା ଖେଳାଳି ଜୋହାନା କୋଣ୍ଟା ମଧ୍ୟ ତାଙ୍କ ମ୍ୟାଚରେ ବିଜୟ ଲାଭ କରିଛନ୍ତି। ସେ ୯ମ ସିଡ୍‌ ଆମେରିକାର ସ୍ଲୋଏନ୍‌ ଷ୍ଟିଫେନ୍ସଙ୍କୁ ୩-୬, ୬-୪, ୬-୧ ସେଟ୍‌ରେ ହରାଇ ଦେଇଛନ୍ତି। ଓ୍ବିମ୍ବେଲଡନ ପୁରୁଷ ବିଭାଗରେ ନାଡାଲ ତୃତୀୟ ରାଉଣ୍ଡରେ ଫ୍ରାନ୍ସର ଜୋ ଓ୍ବିଲ୍‌ଫ୍ରେଡ୍‌ ସୋଙ୍ଗାଙ୍କୁ ୬-୨, ୬-୩, ୬-୨ ସେଟ୍‌ରେ ହରାଇ ଦେଇଛନ୍ତି। କେଇ ନିଶିକୋରି ମଧ୍ୟ ଚତୁର୍ଥ ଥର ପାଇଁ ପ୍ରି-କ୍ୱାର୍ଟରରେ ପ୍ରବେଶ କରିଛନ୍ତି। ଜାପାନର ଜଣେ ଖେଳାଳି ହିସାବରେ ସେ ଆଇ ସୁଗିଆମାଙ୍କ ରେକର୍ଡ ସମକକ୍ଷ ହୋଇ ପାରିଛନ୍ତି। ନିଶିକୋରି ୬-୪, ୬-୩, ୬-୨ ସେଟ୍‌ରେ ଆମେରିକାର ଷ୍ଟିଭ୍‌ ଜନ୍‌ସନ୍‌ଙ୍କୁ ପରାସ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବାରବାଟୀ ମ୍ୟାଚ୍‌ ପାଇଁ ଗଡ଼ିବ ସ୍ବତନ୍ତ୍ର ବସ୍‌, ଭଡ଼ା ରହିଛି…

କଟକ,୬ା୧୨: ଆସନ୍ତା ୯ ତାରିଖରେ ବାରବାଟୀରେ ହେବ ଦମ୍‌ଦାର ଲଢ଼େଇ। ଭାରତ ସହ ଦକ୍ଷିଣ ଆଫ୍ରିକା ମଇଦାନକୁ ଓହ୍ଲାଇବ। ତେବେ ଏହି ମ୍ୟାଚ୍‌ ଦେଖିବା ପାଇଁ...

ଫିଫା ବିଶ୍ୱକପ୍‌ ଲାଗି ଡ୍ର’ ଉଠାଣ: ଜାଣନ୍ତୁ କେଉଁ ଦଳ କେବେ କାହାକୁ ଭେଟିବ…

ଓ୍ବାଶିଂଟନ,୬ା୧୨: ଆସନ୍ତା ବର୍ଷ ଆମେରିକା, କାନାଡା ଓ ମେକ୍ସିକୋରେ ହେବାକୁ ଯାଉଥିବା ଫିଫା ବିଶ୍ୱକପ୍‌ ଲାଗି ଶନିବାର ଡ୍ର’ ଉଠାଣ ପ୍ରକ୍ରିୟା ଅନୁଷ୍ଠିତ ହୋଇଯାଇଛି। ଏଥିସହିତ...

ବାରବାଟୀରେ ଖେଳିପାରନ୍ତି ଶୁବମନ ଗିଲ୍‌

ଭୁବନେଶ୍ୱର,୬ା୧୨(ଅନାଦି କର): ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ମ୍ୟାଚ୍‌କୁ ଆଉ...

ପୁଣି ଫସିଲେ କିଙ୍ଗ ଖାନଙ୍କ ପୁଅ ଆର୍ଯ୍ୟନ ଖାନ, ଭିଡିଓ ଭାଇରାଲ ପରେ ବଢିଲା ଅଡୁଆ

ମୁମ୍ବାଇ,୬।୧୨: ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ବିବାଦରେ ଗଭୀର ଭାବରେ ଜଡିତ। ପ୍ରଥମେ ଡ୍ରଗ୍ସ ମାମଲା, ତା’ପରେ ‘ବ୍ୟାଡ୍ସ ଅଫ ବଲିଉଡ’ରେ ତାଙ୍କ ଭୂମିକାକୁ...

ଭାରତ ସହ ମ୍ୟାଚ ପୂର୍ବରୁ ଦକ୍ଷିଣ ଆଫ୍ରିକାକୁ ଲାଗିଲା ୩ ବଡ଼ ଝଟକା!

ନୂଆଦିଲ୍ଲୀ,୬।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ଏକଦିବସୀୟ ମ୍ୟାଚ ବିଶାଖାପାଟଣାରେ ଖେଳାଯାଉଛି, ଯାହା ତିନି ମ୍ୟାଚ ବିଶିଷ୍ଟ ସିରିଜର ନିର୍ଣ୍ଣାୟକ ମ୍ୟାଚ। ଦକ୍ଷିଣ...

କରୁଣ ନାୟାରଙ୍କୁ ଅଣଦେଖା କଲା BCCI!

ନୂଆଦିଲ୍ଲୀ,୬।୧୨: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ହେଉଛି ଭାରତର ସର୍ବୋଚ୍ଚ ପ୍ରଶାସକ ସଂସ୍ଥା। କୁହାଯାଏ ଯେ ଏହି ଦେଶର ପ୍ରତ୍ୟେକ କ୍ରିକେଟର୍‌ BCCI ସହ...

ଶେଷରେ ଟସ୍‌ ଜିତିଲା ଭାରତ: ଖୁସିକୁ ରୋକି ନ ପାରି ରାହୁଲ କରିଦେଲେ…

ନୂଆଦିଲ୍ଲୀ,୬।୧୨: ଦକ୍ଷିଣ ଆଫ୍ରିକା ବିପକ୍ଷରେ ତୃତୀୟ ଦିନିକିଆରେ ଭାରତୀୟ ଅଧିନାୟକ କେଏଲ ରାହୁଲ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଭାରତ ୨୦...

ଏହି ଅଲରାଉଣ୍ଡରଙ୍କ ପାଇଁ ଗୌତମ ଗମ୍ଭୀରଙ୍କ ଉପରେ ବର୍ଷିଲେ ରବିଚନ୍ଦ୍ରନ ଅଶ୍ୱିନ

ନୂଆଦିଲ୍ଲୀ,୬।୧୨: ପୂର୍ବତନ ଭାରତୀୟ ସ୍ପିନ ବୋଲର ରବିଚନ୍ଦ୍ରନ ଅଶ୍ୱିନ ପୁଣି ଥରେ ଗୌତମ ଗମ୍ଭୀରଙ୍କୁ ଟାର୍ଗେଟ କରିଛନ୍ତି। ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri