ସେବା ସମବାୟ ସମିତିରେ ଅଚଳାବସ୍ଥା

ଖଇରା, ୨।୭(ଡି.ଏନ.ଏ.)-ଭଦ୍ରକ ଏଆରସିଏସ୍‌୍‌ (ଆସିଷ୍ଟାଣ୍ଟ ରେଜିଷ୍ଟର କୋ-ଅପରେଟିଭ ସୋସାଇଟି) ଅଧୀନରେ ଥିବା ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ମାଣିତ୍ରୀ ସେବା ସମବାୟ ସମିତିରେ ଅଚଳାବସ୍ଥା ଲାଗି ରହିଛି। ଖରିଫ ଚାଷ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଚାଷୀମାନେ ବିହନ, ସାର ଓ ଋଣ ସହାୟତା ପାଇବାରୁ ବଞ୍ଚିତ ହେଉଛନ୍ତି। ସମିତିର ଅବ୍ୟବସ୍ଥା ନେଇ ପରିଚାଳନା ବୋର୍ଡ ସଭାପତି ଇସ୍ତଫା ଦେବା ସତ୍ତ୍ୱେ ବିଭାଗୀୟ କର୍ତ୍ତୃପକ୍ଷ ଏଯାଏ କୌଣସି ପଦକ୍ଷେପ ନ ନେଇ ଉଦାସୀନ ରହିବା ନେଇ ଚାଷୀମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି।
ଉଲ୍ଲେଖନୀୟ ଯେ, ସମ୍ପାଦକ ନିଯୁକ୍ତକୁ ନେଇ ବିବାଦ ଦେଖାଦେଇ ହାଇକୋର୍ଟକୁ ମାମଲା ଯିବା ପରେ ପଡୋଶୀ ଅନ୍ତରା ସେବା ସମବାୟ ସମିତିର ସମ୍ପାଦକ ସରୋଜକାନ୍ତ ବିଶ୍ୱାଳଙ୍କୁ ୨୦୧୮ ଜୁଲାଇ ୩୧ତାରିଖରେ ମାଣିତ୍ରୀ ସେବା ସମବାୟ ସମିତିର ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଥିଲା ା ଗତ ମାର୍ଚ୍ଚ ମାସରେ ଡାଳୁଅ ଧାନକିଣାକୁ ନେଇ ସମ୍ପାଦକ ଓ ଧାନ ବ୍ୟବସାୟୀଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଥିଲା। ଏହାପରେ ଅତିରିକ୍ତ ଦାୟିତ୍ୱରେ ଥିବା ସମ୍ପାଦକ ବିଶ୍ୱାଳ ଗତ ମାର୍ଚ୍ଚ ୮ତାରିଖରୁ ସମିତିକୁ ଆଉ ଆସି ନ ଥିବା ଜଣାପଡିଛି। ଏଥିଲାଗି ଡାଳୁଅ ଧାନକିଣା ଠିକ୍‌ ଭାବେ ହୋଇ ନ ପାରିବାରୁ ୫ ହଜାର କୁଇଣ୍ଟାଲ ଧାନକିଣା ଟାର୍ଗେଟ ଫେରିଯାଇଥିଲା। ବର୍ତ୍ତମାନ ସୁଦ୍ଧା ସ୍ଥାୟୀ ସମ୍ପାଦକ ନିଯୁକ୍ତି ଦିଆଯାଇ ନ ଥିବାରୁ ଖରିଫ ଚାଷ ଲାଗି ଚାଷୀଙ୍କୁ ରିହାତିରେ ଧାନ ବିହନ ଏବଂ ସାର ମିଳିପାରୁନାହିଁ। ପ୍ରତିଦିନ ଚାଷୀମାନେ ସମିତିକୁ ଆସି ନିରାଶ ହୋଇ ଫେରୁଛନ୍ତି। ଏଆରସିଏସ୍‌୍‌ କର୍ତ୍ତୃପକ୍ଷଙ୍କ ଉଦାସୀନତା ପ୍ରତିବାଦରେ ସମିତି ପରିଚାଳନା ବୋର୍ଡ ସଭାପତି ନରେନ୍ଦ୍ର ପଣ୍ଡା ଗତ ମାସ ୧୯ତାରିଖରୁ ନିଜ ପଦବୀରୁ ଇସ୍ତଫା ଦେବା ପରେ ପରିସ୍ଥିତି ଜଟିଳ ହୋଇପଡିଛି। ବିଭାଗୀୟ ଅଧିକାରୀ ଓ ପରିଚାଳନା ବୋର୍ଡ ମଧ୍ୟରେ ସମନ୍ବୟ ଅଭାବ ଯୋଗୁ ଚାଷୀମାନେ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି। ଏପରିକି ରବି ଋତୁରେ ସ୍ବଳ୍ପ ମିଆଦୀ ଋଣ ନେଇଥିବା ଚାଷୀ ନିର୍ଦ୍ଧାରିତ ସମୟରେ ଋଣ ପରିଶୋଧ କରିବା ସୁଯୋଗରୁ ବଞ୍ଚିତ ହୋଇଛନ୍ତି। ଫଳରେ ସେମାନେ ଏକ ପ୍ରତିଶତ ବଦଳରେ ଏବେ ୧୩.୭୫ ପ୍ରତିଶତ ସୁଧ ଦେବାକୁ ବାଧ୍ୟ ହେବେ। ସମ୍ପାଦକ ନ ଥିବା ଆଳରେ ସହ ସମ୍ପାଦକଙ୍କୁ ଆର୍ଥତ୍କ କ୍ଷମତା ଦିଆଯାଇ ନ ଥିବାରୁ ଋଣ ପରିଶୋଧ କରି ନ ପାରି ୯୮୬ ଚାଷୀ ଖିଲାପି ଋଣୀ ତାଲିକାଭୁକ୍ତ ହୋଇଥିବା ଅଭିଯୋଗ କରିଛନ୍ତି। ସେହିପରି ସମିତି ଅଧୀନରେ ଥିବା ସ୍ବୟଂ ସହାୟିକା ଗୋଷ୍ଠୀ ସଞ୍ଚୟ ଜମାରାଶି ଦେଇ ପାରୁ ନ ଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ା
ବିବାଦ ଓ ଚର୍ଚ୍ଚା ଘେରରେ ରହିଥିବା ମାଣିତ୍ରୀ ସମିତିକୁ ଅନ୍ୟ କୌଣସି ସମିତିର ସମ୍ପାଦକ ଆସିବାକୁ ଅନିଚ୍ଛା ପ୍ରକାଶ କରୁଥିବା କୁହାଯାଉଛି। ଅନ୍ୟପକ୍ଷେ ସମିତି ପରିଚାଳନା ବୋର୍ଡର ସମୟସୀମା ଜୁନ ୩୦ରେ ଶେଷ ହୋଇଯାଇଛି। ନୂତନ ପରିଚାଳନା ବୋର୍ଡ ଗଠନ ଲାଗି ଏଯାଏ କୌଣସି ପଦକ୍ଷେପ ନିଆଯାଇନାହିଁ। ପ୍ରଶାସନିକ ଅବ୍ୟବସ୍ଥା ଯୋଗୁ ଚାଷୀମାନେ ଦୁର୍ଦ୍ଦଶାର ସମ୍ମୁଖୀନ ହେବା ଚିନ୍ତାର ବିଷୟ ବୋଲି ପୁରୁଖା ଚାଷୀ ରନତ୍ାକର କର କହିଛନ୍ତି ା ୫ମାସ ଧରି ସଭାପତି ବୋର୍ଡ ବୈଠକ ଡକା ନ ଯିବା ଓ ଉଚ୍ଚ କର୍ତ୍ତୃପକ୍ଷଙ୍କ ଉଦାସୀନତା ଯୋଗୁ ଆଜି ସମିତିର ଏଭଳି ଦୁରବସ୍ଥା ହୋଇଛି ବୋଲି ବୋର୍ଡ ସଭ୍ୟ ଘନଶ୍ୟାମ ବାରିକ କହିଛନ୍ତି ା ଏଆରସିଏସ୍‌୍‌୍‌ର ଜଣେ ଅଧିକାରୀ ଅସହଯୋଗ କରିବା କାରଣରୁ ସମିତିର ସମ୍ପାଦକ ନିଯୁକ୍ତ ଦିଆଯାଇ ପାରି ନ ଥିବା ସମ୍ପ୍ରତି ଇସ୍ତଫା ଦେଇଥିବା ବୋର୍ଡର ପୂର୍ବତନ ସଭାପତି ପଣ୍ଡା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ା ଏ ସମ୍ପର୍କରେ ଏଆରସିଏସ୍‌ ସ୍ବାତିବାଳା ମହାପାତ୍ରଙ୍କୁ ପଚାରିବାରୁ କହିଛନ୍ତି, ସମିତିର ଅଚଳାବସ୍ଥା ପାଇଁ ପରିଚାଳନା ବୋର୍ଡ ଅନେକାଂଶରେ ଦାୟୀ। ଚାଷୀଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ଖୁବ୍‌ ଶୀଘ୍ର ସେଠାରେ ସମ୍ପାଦକ ପଦବୀରେ ନିଯୁକ୍ତି ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଦେବଦେବୀଙ୍କୁ ନିଉତା ଦେଲେ ନୃସିଂହ ଠାକୁର

ସମ୍ବଲପୁର,୧୫ା୬(ବି.ଶଙ୍କର): ନନ୍ଦପଡା ଶ୍ରୀଶ୍ରୀ ବମ ବରାଡ ବାଲୁଙ୍କେଶ୍ୱର ବାବାଙ୍କ ବିବାହର ନିଆରା ପରମ୍ପରା ନୃସିଂହ ନିଉତା (ନିମନ୍ତ୍ରଣ) ସୋମବାର ରାତିରେ ସମ୍ପନ୍ନ ହୋଇଛି। ଜ୍ୟେଷ୍ଠ ମଳମାସର ଅମାବାସ୍ୟା…

ଦିଗପହଣ୍ଡି ବ୍ଲକରେ ବେନିୟମ ବିବାହ ପଞ୍ଜିକରଣ ଅଭିଯୋଗ, ମାତିଛନ୍ତି ଦଲାଲ

ଦିଗପହଣ୍ଡି,୧୫|୬(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟରେ ବେନିୟମ ଭାବେ ବିବାହ ପଞ୍ଜିକରଣ କରାଯାଉଥିବା ବେଳେ ପଞ୍ଜିକରଣ ପାଇଁ ଦଲାଲଗିରି ବହୁ ମାତ୍ରାରେ…

ସୈନିକ ସ୍କୁଲ ରାସ୍ତାରେ ଭୟଙ୍କର ସିରିଜ ଦୁର୍ଘଟଣା, ୪ଜଣଙ୍କ ଉପରେ ମାଡ଼ିଗଲା କାର

ଭୁବନେଶ୍ୱର,୧୫।୬: ରାଜଧାନୀ ଭୁବନେଶ୍ୱରସ୍ଥିତ ସୈନିକ ସ୍କୁଲ ରାସ୍ତାରେ ଏକ ଭୟଙ୍କର ସିରିଜ୍‌ ଦୁର୍ଘଟଣା ଘଟିଛି। ସୋମବାର ରାତିରେ ଏକ କାର ଦ୍ରୁତଗତିରେ ମାଡ଼ି ଆସି ଚା’ ପିଉଥିବା…

କାନୀଗୁମା ନିକଟରେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ଭବାନୀପାଟଣାର ଯୁବକଙ୍କ ମୃତ୍ୟୁ

ଥୁଆମୂଳ ରାମପୁର,୧୫।୬(ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ଥାନା କାନୀଗୁମା କଫି ନର୍ସରୀ ନିକଟସ୍ଥ ବାଙ୍କ ବୁଲାଣି ରାସ୍ତାରେ ଦୁଇଟି ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି ।…

ବସୁଧା ଯୋଜନା ଫେଲ୍: ଝରଣା ପାଣି ଭରସା, ଭୋଟ ବର୍ଜନ ଚେତାବନୀ ଦେଲେ ଗ୍ରାମବାସୀ

ଥୁଆମୂଳ ରାମପୁର,୧୫ା୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ବିରିକୋଟ ଗ୍ରାମପଞ୍ଚାୟତର ତୁମୋନୀଖୋଲ ଗ୍ରାମରେ ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଛି ।…

ସାନଖେମୁଣ୍ଡି ଅଟୋ ଚାଳକଙ୍କୁ ହତ୍ୟା ଉଦ୍ୟମ ଘଟଣାର ପର୍ଦ୍ଦାଫାସ, ଜେଲ୍ ଗଲେ ୯ ଅଭିଯୁକ୍ତ

ଦିଗପହଣ୍ଡି,୧୫।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମ ମେଡ଼ିକାଲ ଛକ ନିକଟ ଦୋକାନ ଘର ଭିତରେ ବସିଥିବା ଗ୍ରାମର ଅଶୋକ ବିଷୋୟୀ(୨୭) ଙ୍କୁ…

ପରକୀୟା ପ୍ରୀତିକୁ ନେଇ ହତ୍ୟା: ସାଙ୍ଗନେଲା ସାଙ୍ଗର ଜୀବନ ୨୨ ଦିନ ପରେ…

ନୀଳଗିରି, ୧୫।୬ (ପ୍ରଶାନ୍ତ କୁମାର ବିଶ୍ୱାଳ): ବନ୍ଧୁତ୍ୱର ପବିତ୍ର ସମ୍ପର୍କକୁ କଳଙ୍କିତ କରିଛି ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ। ପରକୀୟା ପ୍ରୀତିକୁ କେନ୍ଦ୍ରକରି ଜଣେ ବନ୍ଧୁ ଅନ୍ୟ ଜଣେ…

ବଡ଼ ଭଉଣୀ ସାମ୍ନାରେ ସାନ ଭଉଣୀଙ୍କୁ ଗଣବଳାତ୍କାର, ଶୌଚ ପାଇଁ ଯାଇଥିବା ବେଳେ ଟେକିନେଇ…

ବାରିପଦା,୧୫।୬(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ଟାଉନ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ବଳାତ୍କାର ହୋଇଥିବା ନେଇ ଅଭିଯୋଗ ହୋଇଛି । ବଡ ଭଉଣୀ ସହ ଶୌଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri