ସେବା ମହାବିଦ୍ୟାଳୟ ଛାତ୍ରଙ୍କୁ ଛାତ୍ରାବାସ ପ୍ରଦାନ ଦାବି : ଉଦ୍‌ଘାଟନ ପରେ ବି ଛାତ୍ରଙ୍କୁ ରହିବାକୁ ମିଳୁନି ଅନୁମତି

ବ୍ରହ୍ମପୁର ଅଫିସ,୧୮ା୭-ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ ପରିସରରେ ଥିବା ସରକାରୀ ସେବା(ନର୍ସିଂ) ମହାବିଦ୍ୟାଳୟର ଛାତ୍ରଙ୍କୁ ଛାତ୍ରାବାସ ପ୍ରଦାନ କରାଯିବାକୁ ଦାବି ହୋଇଛି ା ଏନେଇ ଛାତ୍ରମାନେ ବୁଧବାର ମହାବିଦ୍ୟାଳୟ ଫାଟକ ସମ୍ମୁଖରେ ଧାରଣା ଦେଇଥିଲେ। ୨୦୦୯ରୁ ମହାବିଦ୍ୟାଳୟରେ ଆରମ୍ଭ ହୋଇଥିବା ପୁରୁଷ ନର୍ସିଂ ପାଠ୍ୟକ୍ରମରେ ଅଧ୍ୟୟନରତ ଛାତ୍ରଙ୍କ ପାଇଁ ଛାତ୍ରାବାସ ନିର୍ମାଣ ହୋଇଛି ା
ଗତ ସପ୍ତାହରେ ଏହାର ଉଦ୍‌ଘାଟନ ମଧ୍ୟ ସରିଛି ା କିନ୍ତୁ ଏଯାଏ ଛାତ୍ରାବାସରେ ରହିବାକୁ ଅନୁମତି ପ୍ରଦାନ କରାଯାଉ ନ ଥିବା ଆନ୍ଦୋଳନରତ ଛାତ୍ରମାନେ ଅଭିଯୋଗ କରିଛନ୍ତି ା
ସୂଚନା ପ୍ରକାରେ, ୨୦୦୯ରୁ ମହାବିଦ୍ୟାଳୟରେ ପୁରୁଷ ସେବା ପାଠ୍ୟକ୍ରମର ଶୁଭାରମ୍ଭ ହୋଇଛି। ବର୍ତ୍ତମାନ ଏହି ମହାବିଦ୍ୟାଳୟର ପୁରୁଷ ବେସିକ୍‌ ନର୍ସିଂରେ ୧୬, ପୋଷ୍ଟ ବେସିକ ନର୍ସିଂରେ ୮୭ ଏବଂ ଏମ୍‌ଏସ୍‌ସି ନର୍ସିଂ ପାଠ୍ୟକ୍ରମରେ ଜଣେ ଛାତ୍ର ଅଧ୍ୟୟନ କରୁଛନ୍ତି। ଏମାନଙ୍କ ରହିବାକୁ ଛାତ୍ରାବାସ ନିର୍ମାଣ ପାଇଁ ବହୁବାର ଦାବି ହୋଇଥିଲା ା
ଏହାପରେ ମହାବିଦ୍ୟାଳୟ ପରିସରରେ ଛାତ୍ରାବାସ ନିର୍ମାଣ ପାଇଁ ୨୦୧୭ ଫେବୃୟାରୀରେ ରାଜ୍ୟ ସରକାରଙ୍କ ସେବା ନିର୍ଦ୍ଦେଶାଳୟ ପକ୍ଷରୁ ଅନୁମତି ମିଳିଥିଲା। ଏବେ ୨୬୨.୨୭ ଲକ୍ଷ ଟଙ୍କା ବ୍ୟୟରେ ମହାବିଦ୍ୟାଳୟ ପରିସରରେ ୧୧ କୋଠରି ବିଶିଷ୍ଟ ଛାତ୍ରାବାସ ନିର୍ମାଣ କାର୍ଯ୍ୟ ମଧ୍ୟ ସରିିଛି। ଗତ ସପ୍ତାହରେ ଏହି ଛାତ୍ରାବାସର ଉଦ୍‌ଘାଟନ ମଧ୍ୟ ହୋଇଛି ା ତଥାପି ଏଯାଏ ରହିବାକୁ ଅନୁମତି ପ୍ରଦାନ କରାଯାଇ ନ ଥିବା ଛାତ୍ରମାନେ କହିଛନ୍ତି। ସନ୍ଧ୍ୟାରେ ବ୍ରହ୍ମପୁର ଉପଜିଲାପାଳ ଦିଗନ୍ତ ରାଉତରାୟ ଆନ୍ଦୋଳନସ୍ଥଳରେ ପହଞ୍ଚି ଛାତ୍ରଙ୍କ ସହ ଆଲୋଚନା କରିଥିଲେ ା ଦାବି ସମ୍ପର୍କରେ ଜିଲାପାଳଙ୍କୁ ଅବଗତ କରାଇବା ନେଇ ସେ କହିଥିଲେ ା କିନ୍ତୁ ଦାବି ପୂରଣ ଦିଗରେ ପ୍ରତିଶ୍ରୁତି ଦେବାରେ ଉପଜିଲାପାଳ ଅସମର୍ଥ ହୋଇଥିଲେ ା
ଫଳରେ ଗୁରୁବାର ପୁଣି ଆନ୍ଦୋଳନ ବଳବତ୍ତର ରଖିବାକୁ ନିଷ୍ପତ୍ତି ନେଇଥିବା ଛାତ୍ରମାନେ କହିଛନ୍ତି ା ଅନ୍ୟପକ୍ଷରେ ମହାବିଦ୍ୟାଳୟ ଅଧ୍ୟକ୍ଷା ପ୍ରଫେସର ରାଜଲକ୍ଷ୍ମୀ ମିଶ୍ର ଛାତ୍ରାବାସ ନିର୍ମାଣ ଓ ଉଦ୍‌ଘାଟନକୁ ଅସ୍ବୀକାର କରିଛନ୍ତି ା
ବର୍ତ୍ତମାନ ଛାତ୍ରାବାସ ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ନିକଟକୁ ପ୍ରସ୍ତାବ ପଠାଯାଇଛି ା ପ୍ରସ୍ତାବ ଗୃହୀତ ହେବା ପରେ ଛାତ୍ରାବାସ ନିର୍ମାଣ କରାଯାଇ ଛାତ୍ରମାନଙ୍କୁ ସ୍ଥାନାନ୍ତର କରାଯିବ ବୋଲି ଅଧ୍ୟକ୍ଷା କହିଛନ୍ତି ା ସେବାଛାତ୍ରଙ୍କ ଏହି ଆନ୍ଦୋଳନକୁ ଅଲ ଇଣ୍ଡିଆ ଡିଏସ୍‌ଓ ପୂର୍ଣ୍ଣମାତ୍ରରେ ସମର୍ଥନ ଜଣାଇଛି ା ମହାବିଦ୍ୟାଳୟ ନର୍ସିଂ ଛାତ୍ର କେଦାର ନାଥ ବେହେରା, ବିନୋଦ ନାୟକ, ଜଗନ୍ନାଥ ବେହେରା, ଅଭିଳାଷ ପାତ୍ର, ଦିବ୍ୟଲୋଚନ ପଣ୍ଡା, ସୌରଭ ସେଠୀ ଓ ପ୍ରଣବ ସାହୁଙ୍କ ସମେତ ସମସ୍ତ ଛାତ୍ର ଆନ୍ଦୋଳନରେ ସାମିଲ ହୋଇଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ଫିଲ୍ମ ‘ମେହରମୁଣ୍ଡା’ର ରିଲିଜ ପାଇଁ ମା’ ତାରାତାରିଣୀଙ୍କ ଆଶୀର୍ବାଦ ନେଲେ ସିନେ କଳାକାର

ପୁରୁଷୋତ୍ତମପୁର,୮ା୪(ସବିତା ମିଶ୍ର): ନିଚ୍ଛକ ଓଡ଼ିଆ କାହାଣୀକୁ ନେଇ ରିଲିଜ ହେବାକୁ ଯାଉଛି ଫିଲ୍ମ ‘ମେହେରମୁଣ୍ଡା’। ମେହେରମୁଣ୍ଡା ରିଲିଜ ପୂର୍ବରୁ ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ…

ଘର ଛାଡ଼ି ପଳାଇଥିଲେ ଅରକ୍ଷିତ: ଆଜି ମିଳିଲା…

ଭଞ୍ଜନଗର,୮।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ପୋଲିସ ବୁଧବାର ସକାଳେ ଜଣେ ବୃଦ୍ଧଙ୍କ ମରଶରୀର ମୁଜାଗଡ ଗ୍ରାମ ପୋଖରୀରୁ ଉଦ୍ଧାର କରିଛି। ସେ ହେଲେ ବେଲଗୁଣ୍ଠା ଥାନା ଅନ୍ତର୍ଗତ…

ସିଭିଲ ସର୍ଭିସ ଆଶାୟୀଙ୍କ ପାଇଁ ଖବର: ଗଞ୍ଜାମରେ ପ୍ରସ୍ତୁତି ଚାଲିଛି…

ଭଞ୍ଜନଗର,୮।୪(ବାବୁଲା ପ୍ରଧାନ)-ଗଞ୍ଜାମ ଲକ୍ଷ୍ୟ ନିକେତନ ପ୍ରକଳ୍ପ ମାଧ୍ୟମରେ ସିଭିଲ ସର୍ଭିସ ପରୀକ୍ଷା ପାଇଁ ଯୁବତୀଯୁବକଙ୍କୁ ତାଲିମ ଦିଆଯିବ। ତେଣୁ ଗଞ୍ଜାମ ଜିଲାପାଳ କିର୍ତ୍ତୀ ଭାସନ ଭିଙ୍କ ପ୍ରଚେଷ୍ଟାରେ…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ନିଆରା ଜନ୍ମଦିନ ପାଳନ କଲେ ସମାଜସେବୀ ସୁନିଲ

ଗଞ୍ଜାମ,୭।୪(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ଐତିହାସିକ ଲବଣ ସତ୍ୟାଗ୍ରହର ଅନ୍ୟତମ ପୀଠ ହୁମ୍ମାଠାରେ ଜନ କଲ୍ୟାଣ ସ୍ବେଛାସେବୀ ସଂସ୍ଥା ଓ ବଜରଙ୍ଗୀ ଦଳର ମିଳିତ ଆନୁକୁଲ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri