Posted inଜାତୀୟ

ସୂଚନା ଅଧିକାର କର୍ମୀଙ୍କୁ ହତ୍ୟା ମାମଲା: ଭାଜପାର ପୂର୍ବତନ ଏମ୍‌ପିଙ୍କ ସମେତ ୭ ଦୋଷୀ

ଅହମଦାବାଦ,୭ା୭(ପି.ଟି.): ୨୦୧୦ରେ ସୂଚନା ଅଧିକାର କର୍ମୀ ଅମିତ ଜେଠଓ୍ବାଙ୍କୁ ଗୁଳିକରି ହତ୍ୟା କରାଯିବା ଘଟଣାରେ ସ୍ବତନ୍ତ୍ର ସିବିଆଇ କୋର୍ଟ ଶନିବାର ଭାଜପାର ପୂର୍ବତନ ଏମ୍‌ପି ଦିନୁ ସୋଲାଙ୍କି ସମେତ ୭ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଗିର୍‌ ଜଙ୍ଗଲାଞ୍ଚଳରେ ବେଆଇନ ଖଣି ଖନନର ଗୁମର ଖୋଲିବା ଲାଗି ଜେଠଓ୍ବା ପ୍ରୟାସ କରୁଥିବାବେଳେ ତାଙ୍କୁ ହତ୍ୟା କରାଯାଇଥିଲା। ସ୍ବତନ୍ତ୍ର ସିବିଆଇ ବିଚାରପତି କେ.ଏମ୍‌. ଡାଭେ ଜୁଲାଇ ୧୧ ତାରିଖରେ ଏହାର ଦଣ୍ଡ ଶୁଣାଣି କରିବେ।
ଗୁଜରାଟ ହାଇକୋର୍ଟ ଏହି ମାମଲାର ତଦନ୍ତ ଭାର ସିବିଆଇକୁ ପ୍ରଦାନ କରିଥିଲେ। ସୋଲାଙ୍କି ଗୁଜରାଟର ଜୁନାଗଡ଼ରୁ ୨୦୦୯ରୁ ୨୦୧୪ ମଧ୍ୟରେ ଏମ୍‌ପି ଥିଲେ। ସେ ଓ ତାଙ୍କ ଭାଇ ଶିବ ସୋଲାଙ୍କି ଏବଂ ଅନ୍ୟ ୫ ଅଭିଯୁକ୍ତଙ୍କ ବିରୋଧରେ ଅପରାଧ ଷଡ଼ଯନ୍ତ୍ର ଓ ହତ୍ୟା ମାମଲା ରୁଜୁ କରାଯାଇଥିଲା। ପ୍ରକାଶଥାଉ କି, ଜେଠଓ୍ବା ବେଆଇନ ଖଣି ଉତ୍ତୋଳନ ନେଇ ଜନସ୍ବାର୍ଥ ମାମଲା ରୁଜୁ କରିବା ପରେ ତାଙ୍କୁ ୨୦୧୦ ଜୁଲାଇ ୨୦ରେ ହାଇକୋର୍ଟ ବାହାରେ ଗୁଳିକରି ହତ୍ୟା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବାଂଲାଦେଶ ହିଂସାରେ ଖବରଦାତାଙ୍କ ମୃତ୍ୟୁ, ୪ ପୋଲିସ କର୍ମଚାରୀ ଆହତ: ଆଡଭାଇଜରୀ ଜାରି କଲା ଭାରତ

ଢାକା,୧୯।୧୨: ଡିସେମ୍ବର ୧୯ ତାରିଖରେ ଛାତ୍ର ବିଦ୍ରୋହ ନେତା ସରିଫ ଓସମାନ ହାଦିଙ୍କ ମୃତ୍ୟୁ ପରେ, ବାଂଲାଦେଶରେ ବ୍ୟାପକ ବିରୋଧ ପ୍ରଦର୍ଶନ ହୋଇଛି। ଢାକାରେ ଜନସାଧାରଣଙ୍କ...

ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ, ଭାଜପା ପରେ ଆଜି ପୁନର୍ବିଚାର ପାଇଁ ନିବେଦନ କଲା ବିଜେଡି

ଭୁବନେଶ୍ବର,୧୯ା୧୨: ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗକୁ ନେଇ ଦିନକୁ ଦିନ ବିରୋଧାଭାବ ଦେଖିବାକୁ ମିଳୁଛି । ଗତକାଲି ଭାଜପା ବିଧାୟକମାନେ ଏହି ପ୍ରସଙ୍ଗ ଉପରେ ପୁର୍ନବିଚାର...

ଦିବ୍ୟାଙ୍ଗଠାରୁ ଲାଞ୍ଚ ମାଗି ବଦଳିଲେ ଆର୍‌ଆଇ, ଚାକିରିରୁ ବିଦା ହେଲେ ପିଅନ

ବାସୁଦେବପୁର,୧୯ା୧୨(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଇରମ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ବେସରକାରୀ ଭାବେ କାର୍ଯ୍ୟରତ ପିଅନ କାଳିଆ ବେହେରା ଜଣେ ଦିବ୍ୟାଙ୍ଗଙ୍କଠାରୁ...

ଦ୍ୱିତୀୟ ସ୍ତ୍ରୀ ପାଇଁ ପ୍ରଥମ ସ୍ତ୍ରୀଙ୍କ ଭରଣପୋଷଣ ଅଣଦେଖା କରିପାରିବ ନାହିଁ: ହାଇକୋର୍ଟ

ଆହ୍ଲାବାଦ୍,୧୯ା୧୨: ସ୍ୱାମୀ ଯଦି ଦ୍ୱିତୀୟ ସ୍ତ୍ରୀଙ୍କୁ ଆର୍ଥିକ ସହାୟତା କରିବାରେ ସକ୍ଷମ, ତେବେ ଏହା ପ୍ରଥମ ସ୍ତ୍ରୀଙ୍କ ଭରଣପୋଷଣ ଦାବିକୁ ପ୍ରତ୍ୟାଖ୍ୟାନ କରିବାର କାରଣ ହୋଇପାରିବ...

ଆମେରିକାରେ ଲାଗିବ ନିଆଁ! ଟ୍ରମ୍ପଙ୍କ ମୁହଁ ଉପରେ ଏଭଳି ଚେତାବନୀ ଦେଲା ଚାଇନା, ବିଶ୍ୱରେ ଚହଳ

ବେଜିଂ,୧୯।୧୨: ଟ୍ରମ୍ପ ନିକଟରେ ଏକ ପଦକ୍ଷେପ ନେଇଛନ୍ତି ଯାହାକୁ ଶୁଣି ଚାଇନାର ନିଦ ହଜିଯାଇଛି। ହେଲେ ଏହାକୁ ନେଇ ଚୁପ୍‌ ବସିନି ଚାଇନା। ଏହାରି ଭିତରେ...

ବିଶ୍ୱର ଏକମାତ୍ର ବୁଲେଟ୍‌ ପ୍ରୁଫ୍‌ ପ୍ରାଣୀ, AK-47 ଗୁଳି ବି କରିବ ନାହିଁ ପ୍ରଭାବିତ, ଜାଣିଲେ…

ସାରା ବିଶ୍ୱରେ ଲକ୍ଷଲକ୍ଷ ପ୍ରଜାତିର ପ୍ରାଣୀ ଦେଖିବାକୁ ମିଳିଥାନ୍ତି। କିଛି ଜୀବ ଅନନ୍ୟ ଗଠନ ପାଇଁ ଜଣାଶୁଣା ଥିବାବେଳେ ଆଉ କିଛି ସେମାନଙ୍କର ଆକ୍ରମଣାତ୍ମକତା ପାଇଁ...

ଭାଙ୍ଗିପଡ଼ିଲେ ୟୁନୁସ: ଶୋକ ପ୍ରକାଶ କରି କହିଲେ…

ଢାକା,୧୯।୧୨: ଗତବର୍ଷ ବାଂଲାଦେଶରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ବିରୋଧରେ ହିଂସାତ୍ମକ ଆନ୍ଦୋଳନ ଆରମ୍ଭ କରିଥିବା ବିରୋଧୀ ନେତା ଉସମାନ ହାଦିଙ୍କ ସିଙ୍ଗାପୁରରେ ମୃତ୍ୟୁ ହୋଇଥିଲା।...

ଦେଶରେ ୨୦% ଖାଦ୍ୟ-ପାନୀୟ ଅପମିଶ୍ରିତ: ୫ ବର୍ଷରେ ଏତିକି ଲୋକଙ୍କୁ ମିଳିଲାନି ଦଣ୍ଡ, ୨୫୭ କୋଟି ଜରିମାନା

ଭୁବନେଶ୍ୱର,୧୯।୧୨: ଦେଶରେ ଖାଦ୍ୟ ଏବଂ ପାନୀୟ ସାମଗ୍ରୀରେ ଅପମିଶ୍ରଣର ମାତ୍ରା ଅତ୍ୟନ୍ତ ଚିନ୍ତାଜନକ ରହିଛି। ରାଜ୍ୟସଭାରେ ଉପସ୍ଥାପିତ ସରକାରୀ ତଥ୍ୟ ଅନୁଯାୟୀ, ଗତ ପାଞ୍ଚ ବର୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri