ସୁଶାନ୍ତଙ୍କ ଓଡ଼ିଶା ଲିଙ୍କ୍‌: ଶୁଟିଂ ସେଟ୍‌ରେ ସର୍ବଦା କୁଲ୍‌ ରହୁଥିଲେ

ଭୁବନେଶ୍ୱର,୧୪ା୬(ବ୍ୟୁରୋ): ସେଲିବ୍ରିଟିଙ୍କଠାରୁ ଆରମ୍ଭକରି କ୍ରିକେଟର ଓ ରାଜନେତାଙ୍କ ପର୍ଯ୍ୟନ୍ତ ସମସ୍ତେ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ବିୟୋଗରେ ମ୍ରିୟମାଣ ହୋଇପଡିଛନ୍ତି। ତାଙ୍କସହ କାମ କରିଥିବା ଦୁଇ ଓଡ଼ିଆ କଳାକାର ମଧ୍ୟ ଆଜି ଭାଙ୍ଗି ପଡିଛନ୍ତି। ହିନ୍ଦୀ ଫିଲ୍ମ ‘ଛିଛୋରେ’ରେ ସୁଶାନ୍ତ ସିଂ ରାଜପୁତଙ୍କ ସହ ଅଭିନୟ କରି ଚର୍ଚ୍ଚାକୁ ଆସିଥିଲେ ଓଡ଼ିଶାର ଅମ୍ରିତ କଶ୍ୟପ। ରାଉରକେଲା ଜନ୍ମିତ ୨୭ବର୍ଷୀୟ ଏହି ଅଭିନେତା ଉକ୍ତ ଫିଲ୍ମରେ ସୁଶାନ୍ତଙ୍କ ବିରୋଧରେ ଏକ କ୍ରିକେଟ୍‌ ମ୍ୟାଚ୍‌ ଖେଳୁଥିବା ଦୃଶ୍ୟ ବେଶ୍‌ ଆଦୃତ ହୋଇଥିଲା। ତେବେ ଶୁୁଟିଂ ସେଟ୍‌ରେ ସୁଶାନ୍ତ ବୋଲିଂ କରିବା ସମୟରେ ଅମ୍ରିତ ପ୍ରଥମେ ଠିକ୍‌ଭାବେ ବ୍ୟାଟିଂ କରିପାରି ନ ଥିଲେ। ଏହାପରେ ଅମ୍ରିତଙ୍କ ପାଖକୁ ଆସି ସେ ଯାହା କହିଥିଲେ ତାହା ସେଟ୍‌ରେ ସମସ୍ତଙ୍କୁ ଢେର୍‌ ହସାଇଥିଲା। ‘ଧୋନୀଙ୍କ ସହ ଖେଳୁଛୁ, ଠିକ୍‌ଭାବେ ବ୍ୟାଟିଂ କର’, ସୁଶାନ୍ତଙ୍କ ଏହି ପଦିଏ କଥା ଅମ୍ରିତଙ୍କୁ କେବଳ ହସାଇ ନ ଥିଲା, ବରଂ ସେଟ୍‌ରେ କୁଲ୍‌ ହୋଇ କାମ କରିବାକୁ ପ୍ରେରଣା ଯୋଗାଇଥିଲା। ତାଙ୍କ ବିୟୋଗରେ ଭାଙ୍ଗପିଡ଼ିଥିବା ଅମ୍ରିତ କହିଛନ୍ତି, ମୋର ପ୍ରଥମ ଏବଂ ଶେଷ ଫିଲ୍ମ ତାଙ୍କ ସହ ଥିଲା। ଜୀବନରେ କେବେ ହାରି ନ ଯିବାକୁ ‘ଛିଛୋରେ’ ଫିଲ୍ମରେ ସେ ସମସ୍ତଙ୍କୁ ବାର୍ତ୍ତା ଦେଇଥିଲେ। ସେହିଭଳି ଆତ୍ମହତ୍ୟା କେବେ କୌଣସି ସମସ୍ୟାର ସମାଧାନ ନୁହେଁ ବୋଲି କହିଥିଲେ। ହେଲେ ଆଜି ଏ ଖବର ଶୁଣିବାପରେ ମୋର ବିଶ୍ୱାସ ହେଉନି। ଏଥିରେ ମୁଁ ମର୍ମାହତ। ଚାରିପାଖରେ ଯାହା ବି ଘଟୁଛି ସମସ୍ତେ ସେ ସମ୍ପର୍କରେ କଥା ହେବା ଉଚିତ। ଖୋଲାଖୋଲିଭାବେ ଆଲୋଚନା କଲେ ଏଭଳି ଘଟିବନି ବୋଲି ସେ କହିଛନ୍ତି।
କେବଳ ଅମ୍ରିତ ନୁହେଁ, ଆଉଜଣେ ଓଡ଼ିଆ କଳାକାର ମଧ୍ୟ ସୁଶାନ୍ତଙ୍କ ସହ ସ୍କ୍ରିନ୍‌ ଶେୟାର କରିଥିଲେ। ସେ ହେଲେ ଓଡ଼ିଆ ଅଭିନେତା ସତ୍ୟ ରଞ୍ଜନ। ୨୦୧୯ରେ ରିଲିଜ ହୋଇଥିବା ହିନ୍ଦୀ ଆକ୍ସନ ଫିଲ୍ମ ‘ସୋନ୍‌ଚିଡ଼ିୟାଁ’ରେ ସୁଶାନ୍ତ ସିଂ ରାଜପୁତ, ଭୂମି ପେଦ୍‌ନେକର, ମନୋଜ ବାଜପେୟୀ, ରଣବୀର ଶୋରେ ଏବଂ ଆଶୁତୋଷ ରାଣାଙ୍କ ଭଳି ବ୍ରିଲିଆଣ୍ଟ କଳାକାରଙ୍କ ସହ ଅଭିନୟ କରିଥିବା ସତ୍ୟ ଉକ୍ତ ଫିଲ୍ମରେ ନିଖୁଣ ଓ ଜୀବନ୍ତ ଅଭିନୟର ଯାଦୁ ଦେଖାଇଥିଲେ। ଚମ୍ବଲ ଇଲାକାର ଏକ ସତ୍ୟ ଘଟଣା ଉପରେ ଆଧାରିତ ଏହି ଫିଲ୍ମରେ ଭଦ୍ରକ ଜନ୍ମିତ ୩୫ବର୍ଷୀୟ କଳାକାର ସତ୍ୟ ଅଭିନେତା ସୁଶାନ୍ତ ସିଂ ରାଜପୁତ, ମନୋଜ ବାଜପେୟୀ, ଆଶୁତୋଷ ରାଣାଙ୍କ ଭଳି କଳାକାରଙ୍କଠାରୁ ଅନେକ କିଛି ଶିଖିବାକୁ ପାଇଥିବା କହିଥିଲେ। ଜୀବନରେ କେବେ ବଡ଼ କଳାକାର କିମ୍ବା ସେଲିବ୍ରିଟି ହେବା ଇଚ୍ଛା ନ ଥିଲା, ବରଂ ପେସାଗତ ଓ ବୃତ୍ତିଗତ କଳାକାରଙ୍କ ସହ ଅଭିନୟ କରିବାର ଲକ୍ଷ୍ୟ ଥିଲା। ଯାହାକି ଏହି ଫିଲ୍ମ ମାଧ୍ୟମରେ ପୂରଣ ହୋଇଥିବା ସେ କହିଥିଲେ। ତାଙ୍କ ବିୟୋଗରେ ସେ ସୋସିଆଲ ମିଡିଆରେ ଭାବପ୍ରବଣ ହୋଇ ଏକ ପୋଷ୍ଟ କରିବା ସହ ସୁଶାନ୍ତ ବହୁତ ମନେପଡ଼ିବେ ବୋଲି ସତ୍ୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସରପଞ୍ଚ ଚାମେଲୀ ଓଝାଙ୍କ ବିରୋଧରେ ସରିଲା ଅନାସ୍ଥା ଭୋଟିଂ, ନିଜେ ଉପସ୍ଥିତ ରହି କହିଲେ ଏମିତି…

ମହାକାଳପଡ଼ା,୧୩ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ): ବହୁ ଚର୍ଚ୍ଚିତ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ତିଖିରି ପଞ୍ଚାୟତ ଅଫିସଠାରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଗୁରୁବାର ସରପଞ୍ଚ ଚାମେଲୀ…

ବିଲକୁ ଯାଇଥିବାବେଳେ ଅତର୍କିତ ଆକ୍ରମଣ କଲା ଭାଲୁ, ୨ ଜଣ…

ନୀଳଗିରି, ୧୩।୮ (ପ୍ରଶାନ୍ତ କୁମାର ବିଶ୍ବାଳ): ଗୁରୁବାର ସକାଳେ ବିଲକୁ ଯାଇଥିବା ବେଳେ ଭାଲୁ ଆକ୍ରମଣରେ ୨ ଗୁରୁତର ହୋଇଛନ୍ତି। ନୀଳଗିରି ଉପଖଣ୍ଡ ଶ୍ୟାମସୁନ୍ଦରପୁର ପଞ୍ଚାୟତର ଦ୍ବାରିକା…

କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପାଣ୍ଠିରେ ନୀଳଗିରି ମେଡିକାଲର ହେବ ଉନ୍ନତି, ଖର୍ଚ୍ଚ ହେବ ଏତିକି କୋଟି…

ନୀଳଗିରି,୧୩ା୮(ପ୍ରଶାନ୍ତ କୁମାର ବିଶ୍ୱାଳ): କେନ୍ଦ୍ରରେଳ, ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ତଥା ରାଜ୍ୟ ସଭା ଏମ୍‌ପି ଅଶ୍ୱିନୀ କୁମାର ବୈଷ୍ଣବ ମନ୍ତ୍ରିମଣ୍ଡଳର ଜଣେ ଦକ୍ଷ ଏବଂ ସଚ୍ଚୋଟ ମନ୍ତ୍ରୀଭାବେ ପ୍ରଧାନମନ୍ତ୍ରୀଙ୍କ…

ଖର୍ଗେଙ୍କ ମଞ୍ଚ ‘ଶୁଦ୍ଧିକରଣ’ ପ୍ରସଙ୍ଗକୁ ନେଇ ସଂସଦରେ ସରଗରମ ରାଜନୀତି, କଡ଼ା ଜବାବ ଦେଲେ ନଡ୍ଡା!

ନୂଆଦିଲ୍ଲୀ,୧୩।୮: ସଂସଦର ମୌସୁମୀ ଅଧିବେଶନର ଶେଷ ଦିନରେ ରାଜ୍ୟ ସଭାରେ ଏକ ବଡ଼ ଏବଂ ଗମ୍ଭୀର ପ୍ରସଙ୍ଗକୁ ନେଇ ଶାସକ ଓ ବିରୋଧୀ ଦଳ ମଧ୍ୟରେ ତୀବ୍ର…

ବିଡ଼ିଓର ପରିଚୟ କଲେ ଫୋନ୍‌, କଲେଜରେ ସୋଲାର ପ୍ରୋଜେକ୍ଟ ବସାଇବାର ସ୍ବପ୍ନ ଦେଖାଇ ଲୁଟିନେଲେ ଟଙ୍କା

ଉଦଳା, ୧୩।୮ (ସନ୍ତୋଷ ବାଛିନୀ): ନିଜକୁ ବିଡ଼ିଓର ପରିଚୟ ଦେଲେ ଆଉ କଲେଜରେ ସୋଲାର ପ୍ରୋଜେକ୍ଟ ବସାଇବାର ସ୍ବପ୍ନ ଦେଖାଇ ପ୍ରିନ୍ସିପାଲଙ୍କ ନିକଟରୁ ଟଙ୍କା ଲୁଟିନେଲେ ସାଇବର…

୧୭ ଅଗଷ୍ଟରେ ମଘା ନକ୍ଷତ୍ରରେ ପ୍ରବେଶ କରିବେ ସୂର୍ଯ୍ୟ, ମେଷ ସମେତ ୩ ରାଶିରେ ଧନବର୍ଷା

୧୭ ଅଗଷ୍ଟ ସକାଳେ ସୂର୍ଯ୍ୟ କେତୁଙ୍କ ଦ୍ୱାରା ଶାସିତ ମଘା ନକ୍ଷତ୍ରରେ ପ୍ରବେଶ କରିବେ। ସୂର୍ଯ୍ୟଙ୍କ ପାଇଁ ନକ୍ଷତ୍ରର ଏହି ପରିବର୍ତ୍ତନ ସକାଳ ୮:୦୩ ରେ ଘଟିବ।…

ତ୍ରିରଙ୍ଗା ଅଭିଯାନରେ ସାମିଲ ହେଲେ ଜିଲାପାଳ, ସ୍ବାଧୀନତା ସଂଗ୍ରାମୀ ତ୍ୟାଗ ଓ ବଳିଦାନକୁ ମନେ ପକାଇ…

ଛତ୍ରପୁର,୧୩ା୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ସ୍ବାଧୀନତା ଦିବସ ପୂର୍ବରୁ ଦେଶବ୍ୟାପୀ ‘ହର୍‌ଘର ତ୍ରିରଙ୍ଗା’ ଅଭିଯାନକୁ ସଫଳ କରିବା ଲକ୍ଷ୍ୟରେ ଗଞ୍ଜାମ ଜିଲାପାଳ ଭି. କୀର୍ତ୍ତି ଭାସନ ନିଜ ବାସଭବନରେ…

ଦାରିଙ୍ଗବାଡିରେ ହର୍‌ ଘର୍‌ ତ୍ରିରଙ୍ଗା: ଯୋଗଦେଲେ ଶହ ଶହ ଛାତ୍ରୀଛାତ୍ର

ଦାରିଙ୍ଗବାଡି, ୧୩।୮(ଅରୁଣ ସାହୁ): ଆଉ ମାତ୍ର ଗୋଟିଏ ଦିନ ପରେ ଦେଶ ପାଳିବ ସ୍ବାଧୀନତା ଦିବସ। ଏହି ଅବସରରେ ସାରା ଦେଶ ଉତ୍ସବ ମୁଖର ହୋଇଥିବାବେଳେ ଏଥିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri