ସୁରଜଙ୍କ ପରେ ସୁରଟରେ ଅଙ୍ଗଦାନ କଲେ ବିପିନ

ଭଞ୍ଜନଗର,୧୫।୩(ଡି.ଏନ.ଏ.) – ସୁରଜଙ୍କ ପରେ ଆଉ ଜଣେ ଓଡିଆ ବିପିନ ପ୍ରଧାନଙ୍କ ବିଭିନ୍ନ ଅଙ୍ଗକୁ ସୁରଟରେ ଶନିବାର ମୃତ୍ୟୁପରେ ତାଙ୍କ ପରିବାର ଲୋକେ ଦାନ କରିଛନ୍ତି। ୬ଟି ଗୁରୁତ୍ୱପୁର୍ଣ୍ଣ ଅଙ୍ଗପ୍ରତ୍ୟଙ୍ଗ (୨ଟି କିଡ୍‌଼ନୀ, ଲିଭର, ୨ଟି ଆଖି ଓ ହାର୍ଟ) ଦାନ କରାଯାଇଛି। ହାର୍ଟଟି ବମ୍ବେ ପଠା ଯାଇଥିବାବେଳେ କିଡ୍‌ନି ଓ ଲିଭର ଅହମ୍ମଦାବାଦ ପଠାଯାଇଛି। ଆଖି ୨ଟି ବାହାର କରିବା ପ୍ରକ୍ରିୟା ଖବର ଲେଖା ହେବାବେଳକୁ ଜାରି ରହିଥିଲା। ତାହା ସୁରାଟରେ ହିଁ ରହିବ। ଓଡିଆମାନଙ୍କ ଏହି ମହାନତାକୁ ନେଇ ସେଠାକାର ଓଡିଆ ଲୋକେ ଗର୍ବ ମନେ କରୁଛନ୍ତି। କିନ୍ତୁ ଗୁଜୁରାଟ ସରକାର ଏହିଭଳି ମହାନତା ପାଇଁ ସାମାନ୍ୟ ସହାୟତା ମଧ୍ୟ ଦେଉନାହାନ୍ତି, ଯାହାକୁ ନେଇ ଓଡିଆଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।


ପ୍ରକାଶ ଯେ, ଗଞ୍ଜାମ ଜିଲା କବିସୁର୍ଯ୍ୟନଗର ନିକଟସ୍ଥ ଭାଟପଡା ଗ୍ରାମର ବିପିନ ପ୍ରଧାନ (୫୫) ସୁରଟରେ ରୁହନ୍ତି। ପାଖରେ ତାଙ୍କର ସାନ ପୁଅ କୁନା ରହୁଥିବାବେଳେ ବଡ ପୁଅ ବେଙ୍ଗାଲୁରୁରେ ରହୁଛନ୍ତି। ପରିବାରର ଅନ୍ୟ ସଦସ୍ୟମାନେ ଗ୍ରାମରେ ରୁହନ୍ତି। ଗତ ୯ ତାରିଖରେ ବିପିନଙ୍କୁ ବ୍ରେନ୍‌ ଷ୍ଟ୍ରୋକ୍‌ ହୋଇଥିଲା। ୨ ଦିନ ମେଡିକାଲରେ ରହିବା ପରେ ମଧ୍ୟ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଆସି ନ ଥିଲା। ପରେ ଡାକ୍ତର ବିପିନଙ୍କ ବ୍ରେନ୍‌ ଡେଡ୍‌ ହୋଇଯାଇଥିବା ଘୋଷଣା କରିଥିଲେ। ପ୍ରବାସୀ ଓଡିଆ ସଙ୍ଗଠନର କର୍ମକର୍ତ୍ତାମାନେ ପହଞ୍ଚତ୍ଥିଲେ। ଚିକିତ୍ସିତ ହେଉଥିବା ମେଡିକାଲ ପକ୍ଷରୁ ଅଙ୍ଗଦାନ ପାଇଁ ପରାମର୍ଶ ଦିଆଯାଇଥିଲା। ଏହାପରେ ବିପିନଙ୍କ ଅଙ୍ଗଦାନ କରିବାକୁ ପରିବାର ଲୋକେ ରାଜି ହୋଇଥିଲେ। ଶନିବାର ଅପରାହ୍ନ ୨ଟାରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ରାତି ପ୍ରାୟ ୯ଟା ପର୍ଯ୍ୟନ୍ତ ଚାଲିଥିଲା। ମେଡିକାଲରେ ବିପିନଙ୍କ ପରିବାର ଲୋକ, ପ୍ରବାସୀ ଓଡିଆ କର୍ମକର୍ତ୍ତା ଉପସ୍ଥିତ ଅଛନ୍ତି।ଏନେଇ ବିପିନଙ୍କ ବଡ ପୁଅ ମୁନା ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, ବିଭିନ୍ନ ଲୋକ ଏବଂ ମେଡିକାଲ କର୍ତ୍ତୃପକ୍ଷଙ୍କ ପରାମର୍ଶକ୍ରମେ ଅଙ୍ଗଦାନ ପାଇଁ ନିଷ୍ପତ୍ତି ନେଇଥିଲୁ। ସୂଚନାଯୋଗ୍ୟଯେ ଗତ ନଭେମ୍ବର ୧ ତାରିଖରେ ଭଞ୍ଜନଗର ସହରତଳି ଲଣ୍ଡେଇସାହି ବାସିନ୍ଦା ବାବୁଲା ସେଠୀଙ୍କ ପୁଅ ସୁରଜ ସୁରଟରେ ଏକ ରାସ୍ତା ଦୁର୍ଘଟଣାରେ ଗୁରୁତର ହୋଇଥିଲେ। ମେଡିକାଲରେ ଡାକ୍ତର ତାଙ୍କୁ ବ୍ରେନ୍‌ଡେଡ୍‌ ଘୋଷଣା କରିଥିଲେ। ଏହାପରେ ପରିବାର ଲୋକେ ତାଙ୍କ ଅଙ୍ଗଦାନ କରିଥିଲେ। ଓଡ଼ିଶା ସରକାରଙ୍କ ପକ୍ଷରୁ ଏହିଭଳି ମହାନ କାର୍ଯ୍ୟ ପାଇଁ ସୁରଜଙ୍କ ପରିବାରକୁ ୫ଲକ୍ଷ ଟଙ୍କା ସହାୟତା, ବିଜୁ ପକ୍କା ଘର ଏବଂ ଜମି ପ୍ରଦାନ କରାଯାଇଥିଲା। ଏଥିସହ ସୁରଜଙ୍କ ନାମରେ ଏକ ଯୋଜନା କରି ଅଙ୍ଗଦାନ କରୁଥିବା ବ୍ୟକ୍ତିବିଶେଷ ଏବଂ ଏହି କାର୍ଯ୍ୟ ପାଇଁ ପ୍ରୋସେତ୍ାହନ କରୁଥିବା ସଂସ୍ଥାଗୁଡିକୁ ସୁରଜଙ୍କ ନାମରେ ପ୍ରତିବର୍ଷ ପୁରସ୍କାର ଦେବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।
ଏନେଇ ସୁରଜଙ୍କ ବାପା ବାବୁଲା ସେଠୀ କହିଛନ୍ତି ଯେ, ଯାହାକିଛି ସହାୟତା ପାଇଛୁ ଓଡିଶା ସରକାରଙ୍କ ଠାରୁ। ଗୁଜରାଟ ସରକାର ଆମକୁ ଟଙ୍କାଟିଏ ସହାୟତା ଦେଇନାହିଁ। ଗୁଜରାଟ ସରକାରଙ୍କ ସହାୟତା ନଥିଲେ ମଧ୍ୟ ଆଉ ଜଣେ ଓଡିଆ ଆଜି ସେଠାରେ ଅଙ୍ଗଦାନ କରି ଓଡିଆ ମାଟି ପାଇଁ ଗର୍ବ ଆଣି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ରାଜ୍ୟ କାର୍ଯ୍ୟକାରିଣୀ କମିଟି ସଦସ୍ୟ ଭାବେ ମନୋନୀତ ହେଲେ ବିପିନ,ସମର୍ଥକଙ୍କ ମଧ୍ୟରେ…

ଦିଗପହଣ୍ଡି,୧୦|୪(ଅଶେଷ ନାଥ ମିଶ୍ର): ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ଶୁକ୍ରବାର  ଦିଗପହଣ୍ଡି ବ୍ଳକର ପୂର୍ବତନ ଅଧ୍ୟକ୍ଷ ତଥା  ୨୬ ନଂ…

ପୁରୀ ରଥଯାତ୍ରା: ଘୋଗଡରୁ ଟ୍ରକ ଯୋଗେ ପୁରୀ ଗଲା ରଥକାଠ

ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ)-ପୁରୀ ରଥଯାତ୍ରାରେ ରଥ ନିର୍ମାଣ ପାଇଁ ଆବଶ୍ୟକ ହେଉଥିବା ରଥ କାଠ ରାଜ୍ୟର ବିଭିନ୍ନ ଜଙ୍ଗଲରୁ ଯାଉଛି। ବିଗତ କିଛି ବର୍ଷ ହେବ ଗଞ୍ଜାମ ଜିଲା…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ହୁମ୍ମା ଫାଣ୍ଡି ଅଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କଲେ ବିନାୟକ ଦାସ: ଟ୍ରାଫିକ-ଆଇନ ଶୃଙ୍ଖଳାକୁ ପ୍ରାଥମିକତା

ଗଞ୍ଜାମ,୧୦।୪(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ଅଧୀନସ୍ଥ ହୁମ୍ମା ଫାଣ୍ଡିର ନୂତନ ଫାଣ୍ଡି ଅଧିକାରୀ ଭାବେ ବିନାୟକ ଦାସ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ପୂର୍ବରୁ…

ଭାଲିଡେସନ ଆକ୍ଟକୁ ନେଇ ପେନସନଭୋଗୀଙ୍କ ମନରେ ଭୟ: ବିରୋଧ କଲେ ଅବସରପ୍ରାପ୍ତ କର୍ମଚାରୀ ସଂଘ

ଦିଗପହଣ୍ଡି,୧୦।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ସଭାରେ ଦିଗପହଣ୍ଡି ଅବସରପ୍ରାପ୍ତ କର୍ମଚାରୀ…

ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ; ଜୟନ୍ତୀ ପଢିଆରି-ମହେଶ ମହାନ୍ତିଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ, ଭଞ୍ଜନଗରରେ ଖୁସିର ଲହରୀ

ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ): ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ଵତନ୍ତ୍ର ସ୍ଥାୟୀ ନିମନ୍ତ୍ରୀତ ସଦସ୍ୟ ଏବଂ ସ୍ୱତନ୍ତ୍ର ନିମନ୍ତ୍ରୀତ ସଦସ୍ୟ ତାଲିକା ଶୁକ୍ରବାର ଘୋଷଣା ହୋଇଛି । ଏଥିରେ…

ଘୋଡାହାଡ ନଦୀକୁ ଗାଧୋଇବାକୁ ଯାଇ ନିଖୋଜ ଥିଲେ ବୃଦ୍ଧ: ଆଜି ମିଳିଲା ମୃତଦେହ, କାନ୍ଦ ବୋବାଳିରେ ଫାଟି ପଡୁଛି ଗାଁ

ଦିଗପହଣ୍ଡି,୧୦।୪(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ଗ୍ରାମ ସାଉଁଟିଆ ସାହିର ହରି ସାହୁ(୮୧) ନାମକ ଜଣେ ବୃଦ୍ଧ ଗାଁ ନିକଟ ଘୋଡାହାଡ…

ଫୁଲବାଣୀରୁ ବେଙ୍ଗାଲୁରୁକୁ ଗଞ୍ଜେଇ ଚାଲାଣ କରୁଥିଲେ ଭାଇ-ଭଉଣୀ, ଅଚାନକ ପହଞ୍ଚିଗଲା ପୋଲିସ, ତା’ପରେ…

ଛତ୍ରପୁର, ୧୦।୪(ଦିଲ୍ଲୀପ ସାମଲ): ବେଆଇନ ଭାବେ ଫୁଲବାଣୀରୁ ବେଙ୍ଗାଲୁରୁ ଗଞ୍ଜେଇ ଚୋରାଚାଲାଣ ବେଳେ ମାଡି ବସିଲା ଛତ୍ରପୁର ଅବକାରୀ ଭ୍ରାମ୍ୟମାଣ ଥାନା । ଗୁରୁବାର ଅପରାହ୍ନରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri