ସୁଯୋଗ ଛାଡ଼ିବା ଚାଇନାକୁ ମହଙ୍ଗା ପଡ଼ିଲା

ବେଜିଂ,୧୯ା୨(ଏଏଫ୍‌ପି): କରୋନା ଭୂତାଣ ସଂକ୍ରମଣ ରୋକିବା ଦିଗରେ ଗୋଟିଏ ପରେ ଗୋଟିଏ ସୁଯୋଗ ହାତଛଡ଼ା କରିବା ଚାଇନା କର୍ତ୍ତୃପକ୍ଷଙ୍କ ପାଇଁ ମହଙ୍ଗା ପଡିଛି। ଫଳରେ ସେଠାରେ କରୋନା ମହାମାରିର ରୂପ ନେଇ କାୟା ବିସ୍ତାର କରିଚାଲିଛି। ଦୁଇମାସ ପୂର୍ବେ ଗତ ଡିସେମ୍ବର ୧୨ରେ ପ୍ରଥମେ ଡାକ୍ତରମାନେ ଜଣେ ରୋଗୀଠାରେ କରୋନା ଭୂତାଣୁ ସଂକ୍ରମଣର ଲକ୍ଷଣ ଦେଖିବାକୁ ପାଇଥିଲେ। ସେତେବେଳେ ଏହାକୁ ଚାଇନା କର୍ତ୍ତୃପକ୍ଷ ଗୁରୁତ୍ୱ ଦେଲେନି। ପରେ ଯେତେବେଳେ ୮ ଜଣ ଡାକ୍ତର କରୋନା ସଂକ୍ରମଣର ସୂଚନା ଦେଲେ ସେମାନଙ୍କ ସ୍ବରକୁ ଚାପିଦିଆଗଲା। ସଂକ୍ରମଣ ରୋକିବା ଲାଗି ପ୍ରଥମ ମାସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା ଯାହାକୁ ଚାଇନା ହରାଇ ବସିଛି। ୪ଟି ସୁଯୋଗକୁ ହାତଛଡ଼ା କରା ନଯାଇ ତ୍ୱରିତ୍‌ କାର୍ଯ୍ୟାନୁଷ୍ଠାନ ସ୍ବରୂପ ଲୋକଙ୍କୁ ସଚେତନ କରାଯିବା ସହ ଭ୍ରମଣ କଟକଣା ଲଗାଯାଇଥାନ୍ତା ତେବେ ସଂକ୍ରମଣକୁ ରୋକାଯାଇପାରିଥାନ୍ତା ବୋଲି କୁହାଯାଉଛି। ଏପରିକି ଜାନୁୟାରୀ ୯ରେ କରୋନାରେ ଜଣଙ୍କର ମୃତ୍ୟୁ ହେବା ସତ୍ତ୍ୱେ ଚାଇନା କର୍ତ୍ତୃପକ୍ଷ ଏହା ସେଭଳି ମାରାତ୍ମକ ନୁହେଁ ଓ ସ୍ଥିତି ନିୟନ୍ତ୍ରଣାଧୀନ ବୋଲି ଲୋକଙ୍କୁ ଆଶ୍ୱାସନା ଦେଇଥିଲେ। ଯାହା ଫଳରେ ଏବେ ଏହି ଭୂତାଣୁଜନିତ ମୃତ୍ୟୁସଂଖ୍ୟା ୧୯୦୦ରେ ପହଞ୍ଚତ୍ବା ସହ ଆକ୍ରାନ୍ତଙ୍କ ସଂଖ୍ୟା ୭୩ ହଜାର ହେଲାଣି। ୩୦ରୁ ଅଧିକ ଦେଶକୁ ଏହି ଭୂତାଣୁ ବ୍ୟାପିସାରିଲାଣି। ହୁବେଇ ପ୍ରଦେଶ ସମେତ ଚାଇନାର ବିଭିନ୍ନ ଅଞ୍ଚଳରେ ଶିଳ୍ପସଂସ୍ଥା ବନ୍ଦ ହେବା ଫଳରେ ଏହାର ଅର୍ଥନୀତିକୁ ବଡ଼ ଝଟକା ଲାଗିଛି।
ମାରାତ୍ମକ କରୋନା ଭୂତାଣୁ (କୋଭିଡ-୧୯) ସଂକ୍ରମଣ ଜନିତ ମୃତ୍ୟୁସଂଖ୍ୟା ୧୯୦୦ ଛୁଇଁଥିବାବେଳେ ୭୨ ହଜାରରୁ ଊର୍ଦ୍ଧ୍ୱ ସଂକ୍ରମିତ ହୋଇଛନ୍ତି। ଏହି ରୋଗରେ ଉହାନର ଉଚାଙ୍ଗ୍‌ ହସ୍ପିଟାଲର ନିର୍ଦ୍ଦେଶକ ଲିଉ ଝିମିଙ୍ଗ୍‌ଙ୍କର ମଙ୍ଗଳବାର ସକାଳେ ମୃତ୍ୟୁ ଘଟିଛି। ବିଭିନ୍ନ ହସ୍ପିଟାଲରେ ୬ ସ୍ବାସ୍ଥ୍ୟକର୍ମୀଙ୍କ ମୃତ୍ୟୁ ଘଟିଥିବାବେଳେ ୧୭୧୬ ଜଣ ସଂକ୍ରମିତ ହୋଇଛନ୍ତି। ଡିସେମ୍ବର ଶେଷ ଭାଗରେ କରୋନା ସଂକ୍ରମଣ ସମ୍ପର୍କରେ ଲୋକଲୋଚନକୁ ଆଣିଥିବା ଉହାନ ଡାକ୍ତର ଲି ଓ୍ବେନଲିଆଙ୍ଗଙ୍କର ପୂର୍ବରୁ ମୃତ୍ୟୁ ଘଟିଥିଲା। ଏହାକୁ ନେଇ ଚାଇନାରେ ଉତ୍ତେଜନା ପ୍ରକାଶ ପାଇଥିଲା। କାରଣ କରୋନା ସମ୍ପର୍କରେ ସୂଚନା ଦେବାରୁ ତାଙ୍କୁ ଚାଇନା କର୍ତ୍ତୃପକ୍ଷ ଦଣ୍ଡିତ କରିଥିଲେ। କରୋନା ସଂକ୍ରମଣ ବୃଦ୍ଧି ପାଇଁ ସରକାରଙ୍କ ବିଫଳତାକୁ ଲୋକେ ଦାୟୀ କରିଥିଲେ।
ସାରା ବିଶ୍ୱରେ କରୋନା ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ୭୩ ହଜାର ଟପିଲାଣି। ମେନ୍‌ଲ୍ୟାଣ୍ଡ ଚାଇନାରେ ମୃତ୍ୟୁସଂଖ୍ୟା ୧୮୬୮ ହୋଇଥିବା ବେଳେ ସେଠାରେ ୭୨,୪୩୬ ଆକ୍ରାନ୍ତ ହୋଇଛନ୍ତି। ସେହିପରି ହଂକଂରେ ୫୮ଜଣଙ୍କଠାରେ ସଂକ୍ରମଣ ହୋଇଥିବାବେଳେ ଜଣଙ୍କର ମୃତ୍ୟୁ ହୋଇଛି। ଜାପାନରେ ଲାଗିଥିବା ଜାହାଜରେ ୫୪୨ ଜଣ ସଂକ୍ରମିତଙ୍କୁ ମିଶାଇ ସେଠାରେ ରୋଗୀ ସଂଖ୍ୟା ୬୧୦ ହୋଇଥିବାବେଳେ ସିଙ୍ଗାପୁରରେ ୭୭, ଥାଇଲାଣ୍ଡରେ ୩୧, ମାଲେସିଆରେ ୨୨, ତାଇଓ୍ବାନରେ ୨୨ ରୋଗୀ ଥିବାବେଳେ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ଆମେରିକାରେ ୧୫ ରୋଗୀ ଚିହ୍ନଟ ହୋଇଥିବାବେଳେ ଭିଏତନାମରେ ୧୬ ଓ ଜର୍ମାନୀରେ ୧୬ ରୋଗୀ ଚିହ୍ନଟ ହୋଇଛନ୍ତି। ଜଣେ ଆମେରିକୀୟଙ୍କର ଚାଇନାରେ ମୃତ୍ୟୁ ଘଟିଛି। ଫ୍ରାନ୍ସରେ ୧୨ ରୋଗୀ ଚିହ୍ନଟ ହୋଇଥିବାବେଳେ ଜଣକ ମୃତ୍ୟୁ ଘଟିଛି।
ଜାପାନ ଉପକୂଳରେ ଅଟକି ରହିଥିବା ଡାଇମଣ୍ଡ ପ୍ରିନ୍ସେସ ଜାହାଜରେ ଆଉ ୮୮ କରୋନା ସଂକ୍ରମିତ ରୋଗୀ ଚିହ୍ନଟ ହେବା ପରେ ସେଠାରେ ମୋଟ ରୋଗୀସଂଖ୍ୟା ୫୪୨ରେ ପହଞ୍ଚତ୍ଛି। ଜାହାଜରେ କରୋନା ଆକ୍ରାନ୍ତ ଥିବା ୬ ଭାରତୀୟଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଥିବା ଦୂତାବାସ ପକ୍ଷରୁ କୁହାଯାଇଛି। ଉକ୍ତ ଜାହାଜରେ ୧୩୮ ଭାରତୀୟଙ୍କ ସମେତ ୩୭୧୧ ଜଣ ରହିଥିଲେ। ବୁଧବାର ଜାହାଜରୁ ୫୦୦ ଯାତ୍ରୀଙ୍କୁ ଛଡ଼ାଯିବ। ସେମାନଙ୍କ ଠାରେ କରୋନା ଭୂତାଣୁ ନ ଥିବା ପରୀକ୍ଷାରୁ ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ହାତୀକୁ ଖାଦ୍ୟରେ ବିସ୍ଫୋରକ

ବାରିପଦା,୧୫ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ୮ ଦିନ ତଳେ ମୟୂରଭଞ୍ଜ ଜିଲା ବେତନଟୀ ରେଞ୍ଜ ଦେଇ ଏକ ୨୭ଟିକିଆ ହାତୀପଲ ବୁଢ଼ାବଳଙ୍ଗ ନଦୀ ପାର ହୋଇ ବାଲେଶ୍ୱର...

ମନ୍ଦିରରେ ପଶି ମହିଳା ପୂଜାରିଙ୍କୁ ଛୁରୀ ଭୁସି ହତ୍ୟା, ଅଭିଯୁକ୍ତ ଫେରାର

ନୂଆଦିଲ୍ଲୀ,୧୪।୧୨: ରାଜଧାନୀ ଦିଲ୍ଲୀର ଏକ ମନ୍ଦିର ଭିତରେ ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଏହି ଘଟଣା ପୂର୍ବ ଦିଲ୍ଲୀର ମାନସରୋବର ପାର୍କ...

ବାୟୁ ପ୍ରଦୂଷଣ ଯୋଗୁଁ ପଞ୍ଚମ ଶ୍ରେଣୀ ଯାଏଁ ବନ୍ଦ ହେଲା ସ୍କୁଲ, ପରୀକ୍ଷା ବାତିଲ

ନୂଆଦିଲ୍ଲୀ,୧୪।୧୨:  ପ୍ରଦୂଷଣ ଯୋଗୁଁ, ଉତ୍ତର ପ୍ରଦେଶର ନୋଏଡାରେ ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ-ଏନସିଆରରେ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ଚାଲିଚାଲି ଯାଉଥିବା ବେଳେ ବୃଦ୍ଧଙ୍କୁ ଧକ୍କା ଦେଲା ଅଜଣା ଗାଡି, ଚାଲିଗଲା ଜୀବନ

ଛତ୍ରପୁର,୧୪ / ୧୨(ଦିଲ୍ଲୀପ ସାମଲ) :  ଅଜଣା ଗାଡି ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ଚମାଖଣ୍ଡି ଅଂଚଳର ପ୍ରହଲ୍ଲାଦ ନାୟକ...

ୱାଙ୍ଖଡେ ଷ୍ଟାଡିୟମ୍‌ରେ କିମ୍ବଦନ୍ତି ତାରକା, ମେସିଙ୍କୁ ୧୦ ନଂ ଜର୍ସି ଉପହାର ଦେଲେ ସଚିନ

ନୂଆଦିଲ୍ଲୀ,୧୪।୧୨: ଆଜି ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ କ୍ରିକେଟର ଭଗବାନ ସଚିନ ତେନ୍ଦୁଲକର ଏବଂ ଫୁଟବଲ୍ କିମ୍ବଦନ୍ତୀ ଲିଓନେଲ୍ ମେସିଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା। ଦୁଇ କିମ୍ବଦନ୍ତୀ ଜର୍ସି...

ଶିଶୁ ମନ୍ଦିରରେ ରକ୍ତଦାନ ଶିବିର, ୯୬ ୟୁନିଟ ରକ୍ତ ସଂଗ୍ରହ

ଦିଗପହଣ୍ଡି,୧୪|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଶ୍ରୀଧାମ ଆବାସିକ ବିଦ୍ୟାଳୟର ରୌପ୍ୟ ଜୟନ୍ତୀ ସମାରୋହ...

୮ମ ବେତନ କମିଶନ ଭାର ସମ୍ଭାଳିବ ଭାରତୀୟ ରେଳବାଇ, ଖର୍ଚ୍ଚ କାଟିବାକୁ ସରକାରଙ୍କ ଅଭିଯାନ ଆରମ୍ଭ

ନୂଆଦିଲ୍ଲୀ,୧୪।୧୨: କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ୮ମ କେନ୍ଦ୍ରୀୟ ବେତନ କମିଶନ ଲାଗୁ ହେବା ପୂର୍ବରୁ, ବୃଦ୍ଧି ହେବାକୁ ଥିବା ଦରମା ଓ ପେନ୍‌ସନ୍ ଭାରକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri