Posted inଖେଳ

ସୁବ୍ରମନିୟମଙ୍କୁ ସ୍ବଦେଶ ଫେରିବାକୁ ବିସିସିଆଇର ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୪।୮(ପି.ଟି.): ଓ୍ବେଷ୍ଟଇଣ୍ଡିଜ ଗସ୍ତରେ ଭାରତୀୟ କ୍ରିକେଟ ଦଳ ସହ ଯାତ୍ରା କରିଥିବା ଟିମ୍‌ ଆଡମିନିଷ୍ଟ୍ରେଟିଭ୍‌ ମ୍ୟାନେଜର ସୁନୀଲ ସୁବ୍ରମନିୟମଙ୍କୁ ସ୍ବଦେଶ ଫେରିଆସିବାକୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ନିର୍ଦ୍ଦେଶ ଦେଇଛି। କାରିବିୟାନସ୍ଥିତ ଭାରତୀୟ ଦୂତାବାସର ବରିଷ୍ଠ ଅଧିକାରୀଙ୍କୁ ଦୁର୍ବ୍ୟବହାର କରିଥିବାରୁ ତାଙ୍କ ବିରୋଧରେ ଏଭଳି ପଦକ୍ଷେପ ନିଆଯାଇଛି। ପ୍ରଥମଥର ପାଇଁ ଭାରତୀୟ କ୍ରିକେଟରେ ଏଭଳି ବିଡମ୍ବନା ଦେଖିବାକୁ ମିଳିଛି।
ସୁବ୍ରମନିୟମ ଏବେ ମୁମ୍ବାଇରେ ବିସିସିଆଇ ସିଇଓ ରାହୁଲ ସମ୍ମୁଖନରେ ହଜାର ହେବେ ଓ ସଫେଇ ଦେବେ। ଭାରତୀୟ ବୈଦେଶିକ ଅଧିକାରୀଙ୍କ ସହ ସେ ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆସିଥିଲା ଓ ତାଙ୍କ ଏଥିପାଇ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିବାକୁ କୁହାଯାଇଛି ବୋଲି ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଆଡମିନିଷ୍ଟ୍ରେଟିଭ୍‌ ମ୍ୟାନେଜର ପଦର ସାକ୍ଷାତ୍‌କାର ପାଇଁ ତାଙ୍କ ନାମକୁ ସଂକ୍ଷିପ୍ତ ତାଲକାରେ ସାମିଲ କରାଯାଇଛି। ଏବେ ସେ ତାଙ୍କୁ ସାକ୍ଷାତକାର ପାଇଁ ସୁଯୋଗ ଦିଆଯିବ କି ନା ତାହା ଦେଖବାକୁ ବାକି ରହିଲା।
ଇତିମଧ୍ୟରେ ତାମିଲନାଡୁର ଏହି ପୂର୍ବତନ ଅଫ୍‌ ସ୍ପିନର ନିଜର ଆଚରଣ ପାଇଁ ନିସର୍ତ୍ତ କ୍ଷମାପ୍ରର୍ଥନା କରିଛନ୍ତି। ଗୁୟାନା ଓ ତ୍ରିନିଦାଦ ଏବଂ ଟବାଗୋ ସ୍ଥିତ ଭାରତୀୟ ଦୂତାବାସର ବରିଷ୍ଠ ଅଧିକାରୀଙ୍କ ସହ ଦୁର୍ବ୍ୟବହାର କରିଥିବାରୁ ସେ କ୍ଷମା ମାଗିଛନ୍ତି ବୋଲି କହିଛନ୍ତି। ଷ୍ଟ୍ରେସ୍‌ ତଥା ଚାପ କାରଣୁ ସେ ଏଭଳି ଭୁଲ କରିଛନ୍ତି ବୋଲି କହିଛନ୍ତି। ୫୨ ବର୍ଷୀୟ ସୁବ୍ରମନିୟମ ଅଭିଜ୍ଞ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କର ପୂର୍ବତନ କୋଚ୍‌ ହିସାବରେ ବେଶ୍‌ ଜଣାଶୁଣା। ସେ ୭୪ଟି ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳି ୨୫୮ଟି ଉଇକେଟ ଅକ୍ତିଆର କରିଛନ୍ତି।
କିଛିଦିନ ତଲେ ଆଇସିସି ଦିନିକିଆ ବିଶ୍ୱକପ୍‌ ପରେ ସୁବ୍ରମଣ୍ୟମ ଏବଂ ରବି ଶାସ୍ତ୍ରୀଙ୍କ ନେତୃତ୍ୱାଧୀନ ସହଯୋଗୀ ଷ୍ଟାଫ୍‌ଙ୍କ କାର୍ଯ୍ୟକାଳ ମିଆଦ ୪୫ଦିନ ପାଇଁ ବୃଦ୍ଧି କରାଯାଇଥିଲା। ଏହି ପଦବୀଗୁଡ଼ିକ ଲାଗି ସାନି ସାକ୍ଷାତ୍‌କାର ପ୍ରକ୍ରିୟା ଚାଲିଛି। ଭାରତୀୟ କ୍ରିକେଟ ଖେଳାଳିଙ୍କୁ ନେଇ ‘ଜଳ ସଂରକ୍ଷଣ’ ବିଷୟକ ଏକ କ୍ଷୁଦ୍ର ବିଜ୍ଞାପନର ଶୁଟିଂ ପାଇଁ ସରକାରୀ ନିର୍ଦ୍ଦେଶ ଥିଲା। ବିସିସିଆଇ ପକ୍ଷରୁ ଓ୍ବେଷ୍ଟଇଣ୍ଡିଜରେ ଅବସ୍ଥାପିତ ହାଇକିମଶନର ଦୁଇ ଉଚ୍ଚ ପଦାଧିକାରୀ ସୂଚାଇ ଦିଆଯାଇଥିଲା ଯେ, ଟିମ୍‌ ଇଣ୍ଡିଆର ପ୍ରଶାସନିକ ଅଧିକାରୀ ସୁବ୍ରମଣ୍ୟମଙ୍କ ସହ ଯୋଗାଯୋଗ କଲେ ଶୁଟିଂ ପାଇଁ ଖେଳାଳିଙ୍କ ସହାୟତା ମିଳିଯିବ। ମାତ୍ର ଗୁୟାନା ଏବଂ ତ୍ରିନିଦାଦ୍‌ ଟବାଗୋସ୍ଥିତ ଭାରତୀୟ ହାଇକମିଶନ କାର୍ଯ୍ୟାଳୟର ଦୁଇ ଉଚ୍ଚ ପଦାଧିକାରୀ ଯେତେବେଳେ ସୁବ୍ରମଣ୍ୟମଙ୍କ ସହିତ ଯୋଗାଯୋଗ କଲେ ମୋତେ ବାରମ୍ବାର କାହିଁକି କଲ୍‌ କରୁଛ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

ପ୍ରତିଷ୍ଠା ଦିବସର ଦିନକ ପରେ ବଡ଼ ଘୋଷଣା କଲା ବିଜେଡି

ଭୁବନେଶ୍ୱର,୨୮ା୧୨(ସୁନିତ୍‌ ମିଶ୍ର): ବିଜେଡି ପ୍ରତିଷ୍ଠା ଦିବସ ପାଳନର ଦିନକ ପରେ ୧୧ ସାଙ୍ଗଠନିକ ଜିଲା ପାଇଁ ଦଳ ସଭାପତି ନବୀନ ପଟ୍ଟନାୟକ ଶନିବାର ତାଲିକା ପ୍ରକାଶ...

୭୦% ଚାଷୀଙ୍କୁ ମିଳୁନି କେସିସି ଋଣ

ଭୁବନେଶ୍ୱର,୨୭।୧୨(ରବିନାରାୟଣ ଜେନା): ରାଜ୍ୟରେ ଚାଷୀଙ୍କ ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବହୁବିଧ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଏହାକୁ ତୃଣମୂଳସ୍ତରରେ କାର୍ଯ୍ୟକାରୀ କରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri