ସୁବ୍ରମଣ୍ୟମଙ୍କ ଦାୟିତ୍ୱ ନେଲା ଜିଲା ପ୍ରଶାସନ

ବାରିପଦା ଅଫିସ,୩।୭: ମୟୂରଭଞ୍ଜ ଜିଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରକୁ ସାହାଯ୍ୟ ପାଇବା ଆଶାରେ ଯାଇଥିବା ଦିବ୍ୟାଙ୍ଗ ସୁବ୍ରମଣ୍ୟମ ପାତ୍ରଙ୍କୁ ବାହାର ଜିଲାର ଲୋକ କହି ସୋମବାର ଫେରାଇ ଦିଆଯାଇଥିଲା। ଏଥିରେ ନିରାଶ ହୋଇ ସେ ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଥିଲେ। ଏ ସମ୍ପର୍କରେ ‘ଧରିତ୍ରୀ’ରେ ଖବର ପ୍ରକାଶ ପାଇବା ପରେ ଜିଲା ପ୍ରଶାସନର ଚେତା ପଶିଛି। ପ୍ରଶାସନ ତାଙ୍କର ଦାୟିତ୍ୱ ନେଇଛି । ବୁଧବାର ଜିଲା ଜରୁରୀ ଅଧିକାରୀ ସୁଜୟ କୁମାର ପତି ନିଜ ତତ୍ତ୍ୱାବଧାନରେ ସୁବ୍ରମଣ୍ୟମଙ୍କୁ ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଇଛନ୍ତି। ତାଙ୍କର ସମସ୍ତ ଚିକିତ୍ସା ଖର୍ଚ୍ଚ ଜିଲା ପ୍ରଶାସନ ବହନ କରିବ। ଆବଶ୍ୟକ ପଡିଲେ ତାଙ୍କୁ କଟକ ବଡ ମେଡିକାଲକୁ ପଠାଯିବ । ସେ ସୁସ୍ଥ ହୋଇ ଆସିଲେ ତାଙ୍କ ପାଇଁ ସାମାଜିକ ସୁରକ୍ଷା ବିଭାଗରୁ ଭତ୍ତା ବ୍ୟବସ୍ଥା ମଧ୍ୟ କରାଯିବ ବୋଲି ଜିଲା ଜରୁରୀ ଅଧିକାରୀ କହିଛନ୍ତି।
ସୁବ୍ରମଣ୍ୟମଙ୍କ ଘର ଗଞ୍ଜାମ ଜିଲା ନୂଆଗାଁ ଥାନା ଅଞ୍ଚଳରେ। ୧୦ ବର୍ଷ ତଳେ ସେ ମୟୂରଭଞ୍ଜ ଜିଲା ବାରିପଦା ସହର ଅନ୍ତର୍ଗତ ଛାଞ୍ଚ ଅଞ୍ଚଳର ରୁନି ପାତ୍ରଙ୍କୁ ବିବାହ କରି ବାରିପଦାରେ ରହି ଆସୁଛନ୍ତି। ତାଙ୍କର ଖୁସି ଓ ଅନିତା ନାମରେ ଦୁଇ ଝିଅ ମଧ୍ୟ ଅଛନ୍ତି। ହସ ଖୁସିରେ ତାଙ୍କର ସଂସାର ଚାଲିଥିଲା। ୨ ବର୍ଷ ପୂର୍ବେ କେରଳରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ବେଳେ ୩ ମହଲା ଉପରୁ ଖସିପଡ଼ିଥିଲେ। ଫଳରେ ତାଙ୍କର ଗୋଡ଼ ଭାଙ୍ଗି ଯାଇଥିଲା। ସେବେଠୁ ସେ ଦିବ୍ୟାଙ୍ଗ ହୋଇ ଯାଇଛନ୍ତି। କେରଳରୁ ବାରିପଦା ଫେରି ଆସିଥିବା ବେଳେ ପରିବାରର ଭରଣ ପୋଷଣ କରିପାରୁନାହାନ୍ତି। ଅର୍ଥାଭାବରୁ ଚିକିତ୍ସା ହୋଇ ନ ପାରିବାରୁ ତାଙ୍କ ଦେହର କ୍ଷତଗୁଡିକ ମଧ୍ୟ ଭଲ ହେଉନାହିଁ। ଅପରପକ୍ଷେ ପରିବାର ଲୋକେ ମଧ୍ୟ ତାଙ୍କୁ ପଚାରୁ ନାହାନ୍ତି। ଅସହାୟ ଭାବେ ଜୀବନ ବିତାଉଥିବା ସୁବ୍ରମଣ୍ୟମ ଗତ ସୋମବାର ଜିଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରକୁ ଗୁହାରି କରିବାକୁ ଯାଇଥିଲେ। ମାତ୍ର ବାହାର ଜିଲାର ହୋଇ ଥିବାରୁ ସେ ଅଭିଯୋଗ କରିପାରିବେ ନାହିଁ ବୋଲି ସେଠାରେ ଥିବା କିଛି କର୍ମଚାରୀ ତାଙ୍କୁ ବାହାର କରିଦେଇଥିଲେ। ଏନେଇ ଏକ ସ୍ବତନ୍ତ୍ର ତଥ୍ୟ ଓ ମତାମତଭିତ୍ତିିକ ରିପୋର୍ଟ ମଙ୍ଗଳବାର ‘ଧରିତ୍ରୀ’ରେ ପ୍ରକାଶ ପାଇଥିଲା। ଏହା ପୂର୍ବରୁ ଗତ ୨୯ ତାରିଖରେ ମଧ୍ୟ ସୁବ୍ରମଣ୍ୟମଙ୍କ ସମ୍ପର୍କରେ ଏକ ରିପୋର୍ଟ ‘ଧରିତ୍ରୀ’ରେ ପ୍ରକାଶ ପାଇଥିଲା। ଏହି ରିପୋର୍ଟକୁ ଭିତ୍ତି କରି ଜିଲା ପ୍ରଶାସନ ସୁବ୍ରମଣ୍ୟମଙ୍କ ଦାୟିତ୍ୱ ନେଇଛି । ପିଆରଏମ୍‌ ହସ୍ପିଟାଲ ମ୍ୟାନେଜର ଡା. ସମୀର ରଞ୍ଜନ ମହାପାତ୍ର, ବାୟୋ ମେଡିକାଲ ୱେଷ୍ଟ ମ୍ୟାନେଜମେଣ୍ଟର ଇଂ.ଦେବାଶିଷ ବିଶ୍ୱାଳ, କ୍ୱାଲିଟି ମ୍ୟାନେଜର ସୁଦିପ୍ତା ମିଞ୍ଜ ଓ ହେଲ୍ପଡେସ୍କର କର୍ମଚାରୀମାନେ ସୁବମଣ୍ୟମ୍‌ଙ୍କୁ ମେଡିକାଲରେ ଭର୍ତ୍ତି କରାଇବାରେ ସହଯୋଗ କରିଥିଲେ। ଡାକ୍ତରଖାନାକୁ ଯିବା ବେଳେ ସୁବ୍ରମଣ୍ୟମ ‘ଧରିତ୍ରୀ’କୁ ଧନ୍ୟବାଦ ଦେଇଥିଲେ। ବହୁ ଲୋକଙ୍କୁ ସାହାଯ୍ୟ ପାଇଁ କହିଥିଲେ ମଧ୍ୟ କିଛି ସୁଫଳ ମିଳି ନ ଥିଲା। ତେବେ ‘ଧରିତ୍ରୀ’ରେ ତାଙ୍କ ସମ୍ପର୍କରେ ଖବର ପ୍ରକାଶ ପାଇବା ପରେ ଜିଲା ପ୍ରଶାସନ ତାଙ୍କର ସମସ୍ତ ଦାୟିତ୍ୱ ନେଇଛି ବୋଲି ସେ କୋହଭରା କଣ୍ଠରେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘରରେ ଯୋଗ ଦେବାକୁ ଯାଉଥିବାବେଳେ ଅଘଟଣ: ୪୦ ଫୁଟ୍‌ ତଳକୁ ଖସିଲା ବୋଲେରୋ

ମୋରଡା,୧୮।୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ଅଞ୍ଚଳରେ ଏକ ପୋଲରୁ ୪୦ ଫୁଟ୍‌ ତଳକୁ ବୋଲେରୋ ଖସି ପଡିଛି। ଫଳରେ ୩ ଜଣ ଗୁରୁତର...

୨୦୨୬ରୁ ଚମକିବ ୩ରାଶିଙ୍କ ଭାଗ୍ୟ, ଯାହା ଛୁଇଁବେ ପାଲଟିବ ସୁନା!

୨୦୨୬ ବର୍ଷ ପାଖେଇ ଆସୁଛି, ଏବଂ ଏହି ନୂତନ ବର୍ଷରେ ହେଉଥିବା ଗ୍ରହ ପରିବର୍ତ୍ତନ କିଛି ରାଶି ପାଇଁ ବିଶେଷ ସୌଭାଗ୍ୟ ଆଣିବ ବୋଲି କହିଛନ୍ତି...

୨୬ ମାର୍ଚ୍ଚରୁ IPL ଆରମ୍ଭ , ଏହି ଦିନ ଖେଳାଯିବ ଫାଇନାଲ; କାର୍ଯ୍ୟସୂଚୀ ଘୋଷଣାରେ ପାକିସ୍ତାନରେ ହଙ୍ଗାମା

ନୂଆଦିଲ୍ଲୀ,୧୮।୧୨: IPL ୨୦୨୬ ମିନି ନିଲାମ ପରେ, ସମସ୍ତ ୧୦ଟି ଦଳର ଦଳ ଚୂଡ଼ାନ୍ତ ହୋଇଛି। ଏହି ସମୟରେ, ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI)...

ହଠାତ୍‌ ରାଗିଗଲେ ବୁମ୍‌ରା, ପ୍ରଶଂସକଙ୍କ ମୋବାଇଲ୍‌ ଛଡ଼ାଇନେଲେ…ଦେଖନ୍ତୁ VIDEO

ଲକ୍ଷ୍ନୌ,୧୮।୧୨: ଲକ୍ଷ୍ନୌରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚତୁର୍ଥ ଟି-୨୦ ମ୍ୟାଚ ବାତିଲ ହୋଇଗଲା। ଜସପ୍ରୀତ ବୁମରାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ...

ପ୍ରଧାନମନ୍ତ୍ରୀ ମୋଦିଙ୍କ ନୂତନ ବର୍ଷର ଉପହାର: ଜାନୁଆରୀ ୧ରୁ ସାରା ଦେଶରେ…

ନୂଆଦିଲ୍ଲୀ,୧୮।୧୨: ନୂତନ ବର୍ଷ ୨୦୨୬ ସାରା ଦେଶର ଲକ୍ଷ ଲକ୍ଷ ଗ୍ୟାସ ଗ୍ରାହକଙ୍କୁ ଖୁସି କରିବ ବୋଲି ଖୁସିର ଖବର ଆଣିଛି। ପେଟ୍ରୋଲିୟମ ଏବଂ ପ୍ରାକୃତିକ...

ନୂଆବର୍ଷରେ ଶନିଙ୍କ ସିଧା ଚଳନରେ ବଦଳିଯିବ ଭାଗ୍ୟ; ଏହି ୩ ରାଶିଙ୍କର ବାଜିବ ଲଟେରୀ, ବଢିଚାଲିବ ସମ୍ପତ୍ତି!

ନଅଟି ଗ୍ରହ ମଧ୍ୟରେ ଶନିକୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଗ୍ରହ ବୋଲି ବିବେଚନା କରାଯାଏ। ଶନି ସବୁଠାରୁ ଧୀର ଗତିରେ ଗତି କରନ୍ତି, ପ୍ରତି ଅଢ଼େଇ ବର୍ଷରେ...

ୟୁନୁସଙ୍କୁ କଡ଼ା ଜବାବ ଦେଲା ଭାରତ: ନେଲା ବଡ଼ ପଦକ୍ଷେପ, ବାଂଲାଦେଶରେ…

ନୂଆଦିଲ୍ଲୀ,୧୮।୧୨: କେନ୍ଦ୍ର ସରକାର ଡିସେମ୍ବର ୧୭, ୨୦୨୫ରେ ବାଂଲାଦେଶର ରାଜଧାନୀ ଢାକାରେ ଥିବା ଭାରତୀୟ ଭିସା ଆବେଦନ କେନ୍ଦ୍ର (IVAC)କୁ ବନ୍ଦ କରିବାକୁ ଏକ ନୋଟିସ...

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଆସନ୍ତା ଶିକ୍ଷାବର୍ଷରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ମିଳିବ ମାଗଣା…

ବ୍ରହ୍ମପୁର,୧୮।୧୨(ସ୍ମୃତି ରଞ୍ଜନ ମହାଲିକ): ରାଜ୍ୟରେ ଶିକ୍ଷାକ୍ଷେତ୍ରର ବିକାଶ କରିବା ପାଇଁ ସରକାର ପ୍ରତିବଦ୍ଧତାର ସହ କାମ କରୁଛନ୍ତି। କେବଳ ପ୍ରାଥମିକ ଶିକ୍ଷା ପାଇଁ ଚଳିତବର୍ଷ ବଜେଟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri