Posted inଜାତୀୟ

ସୁପ୍ରିମକୋର୍ଟରେ ରାମଲାଲା ଓକିଲଙ୍କ ଯୁକ୍ତି: ଆସ୍ଥା ହିଁ ଜନ୍ମସ୍ଥାନର ପ୍ରମାଣ

ନୂଆଦିଲ୍ଲୀ,୮ା୮(ପି.ଟି.): ବିବାଦୀୟ ଅଯୋଧ୍ୟା ଜମି ଭଗବାନ ଶ୍ରୀରାମଙ୍କ ଜନ୍ମସ୍ଥାନ। ହିନ୍ଦୁ ଧର୍ମାବଲମ୍ବୀମାନଙ୍କ ଅତୁଟ ବିଶ୍ୱାସ ହିଁ ଏହାର ପ୍ରମାଣ ବୋଲି ସୁପ୍ରିମକୋର୍ଟରେ ମାମଲାର ଅନ୍ୟତମ ପକ୍ଷ ‘ରାମଲାଲା ବିରାଜମାନ’ର ଓକିଲ ବୁଧବାର ଯୁକ୍ତି ବାଢ଼ିଛନ୍ତି। ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ସାମ୍ବିଧାନିକ ପୀଠରେ ଅଯୋଧ୍ୟା ଜମି ବିବାଦର ଶୁଣାଣି ବେଳେ ରାମଲାଲା ପକ୍ଷର ବରିଷ୍ଠ ଆଇନଜୀବୀ କେ. ପ୍ରସାରନ୍‌ ଉପସ୍ଥିତ ହୋଇ କହିତ୍ଥଲେ, ରାମ ଜନ୍ମଭୂମି ନିଜେ ହିଁ ଭଗବାନ ରାମଙ୍କ ପରିଚୟ ପାଲଟିଛି ଏବଂ ଏହା ହିନ୍ଦୁମାନଙ୍କ ଉପାସନା ସ୍ଥଳୀରେ ପରିଣତ ହୋଇଛି। ଏହା ରାମଙ୍କ ଜନ୍ମସ୍ଥାନ। ତେବେ ଅନେକ ଶତାବ୍ଦୀ ପରେ ଏହା କିପରି ପ୍ରମାଣ ଦର୍ଶାଯାଇପାରିବ ବୋଲି ପ୍ରସାରନ୍‌ ଅଦାଲତଙ୍କୁ ପ୍ରଶ୍ନ କରିଥିଲେ।
ଶ୍ରୀରାମ ଅଯୋଧ୍ୟାରେ ଜନ୍ମଗ୍ରହଣ କରିଥିବା ବାଲ୍ମୀକି ରାମାୟଣରେ ତିନିଟି ସ୍ଥାନରେ ଉଲ୍ଲେଖ ରହିଛି। ଅନ୍ୟ କୌଣସି ଧର୍ମରେ ଈଶ୍ୱରଙ୍କ ଜନ୍ମସ୍ଥାନକୁ ନେଇ ବିବାଦ କୋର୍ଟଙ୍କ ବିଚାରାଧୀନ ରହିଛି କି ବୋଲି ଖଣ୍ଡପୀଠ ପ୍ରଶ୍ନ କରିବାରୁ ତାହା ଅନୁଧ୍ୟାନ କରି ଜଣାଇବେ ବୋଲି ପ୍ରସାରନ୍‌ କହିଥିଲେ। ମାମଲାର ଅନ୍ୟତମ ପକ୍ଷ ନିର୍ମୋହୀ ଆଖଡ଼ା ବିବାଦୀୟ ଜମିର ପରିଚାଳନା ଏବଂ ସ୍ବତ୍ୱାଧିକାର ଦାବି କରିଆସୁଛି। ରାମଲାଲାଙ୍କ ସେବାୟତ ଥିବାରୁ ଜମି ଉକ୍ତ ସଂଗଠନ ମାଲିକାନାରେ ଥିବା ଦାବି କରିବାରୁ ଅଦାଲତ ଏ ସମ୍ପର୍କିତ ରାଜସ୍ବ ଦଲିଲ ଓ ଅନ୍ୟାନ୍ୟ ପ୍ରମାଣ ମାଗିଥିଲେ। ତେବେ ଏ ସମ୍ପର୍କିତ ସମସ୍ତ ଦସ୍ତାବିଜ୍‌ ୧୯୮୨ରେ ଡକାୟତି ହୋଇଯାଇଥିବା ଆଖଡ଼ା ପକ୍ଷରୁ କୁହାଯିବାରୁ ସେମାନେ ଉପଯୁକ୍ତ ପ୍ରସ୍ତୁତ ହୋଇ ଆସି ନ ଥିବା ପ୍ରଧାନ ବିଚାରପତି କହି ଅନ୍ୟ ପିଟିଶନର୍‌ଙ୍କ ଆବେଦନର ଶୁଣାଣି କରିଥିଲେ।
ନିର୍ମୋହୀ ଆଖଡ଼ାର ଲ’ ସୁଟ୍‌ ସୀମା ଅଧିନିୟମ, ୧୯୦୮ର ଅନୁଚ୍ଛେଦ ୪୭ ଉପରେ ଆଧାରିତ। ସିଆର୍‌ପିସିର ଧାରା ୧୪୫ ଅନୁଯାୟୀ ଏହି ସମ୍ପତ୍ତି ମାଜିଷ୍ଟ୍ରେଟ୍‌ଙ୍କ ଦ୍ୱାରା ଜବତ ହୋଇଥିଲା। ମାଜିଷ୍ଟ୍ରେଟଙ୍କ ଚୂଡାନ୍ତ ନିର୍ଦ୍ଦେଶନାମା ପରେ ସୀମା ଅଧିନିୟମ ଲାଗୁ ହେବା କଥା। କିନ୍ତୁ ଏପର୍ଯ୍ୟନ୍ତ ମାଜିଷ୍ଟ୍ରେଟ୍‌ ଚୂଡାନ୍ତ ନିର୍ଦ୍ଦେଶନାମା ଜାରି କରି ନ ଥିବାରୁ ସୀମା ଅଧିନିୟମ ଦର୍ଶାଇ ଲ’ ସୁଟ୍‌କୁ ବାଦ୍‌ ଦେବାର ପ୍ରଶ୍ନ ଉଠୁନାହିଁ ବୋଲି ନିର୍ମୋହୀ ଆଖଡ଼ା ପକ୍ଷର ଓକିଲ କହିଥିଲେ। ସେବାୟତ ମନ୍ଦିର ସମ୍ପତ୍ତିର ତତ୍ତ୍ୱାବଧାରକ ହୋଇଥିବାରୁ ଏହାର ପରିଚାଳନା ଓ ସମ୍ପତ୍ତି ଉପରେ ଅଧିକାର ରହିଥିବା ସେ ଯୁକ୍ତି ଦର୍ଶାଇଥିଲେ। ୧୯୩୪ରୁ ଉକ୍ତ ସ୍ଥାନକୁ ମୁସଲମାନମାନଙ୍କ ପ୍ରବେଶ ଲାଗି ଅନୁମତି ଦିଆଯାଇ ନାହିଁ। ତେଣୁ ସମସ୍ତ ୨.୭୭ ଏକର ଜମିର ନିୟନ୍ତ୍ରଣ ଓ ପରିଚାଳନା ଦାୟିତ୍ୱ ନେବା ପାଇଁ ମଙ୍ଗଳବାର ନିର୍ମୋହୀ ଆଖଡ଼ା କୋର୍ଟରେ ଦୃଢ଼ ଦାବି କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ସଂରକ୍ଷଣ ବିଲ୍‌ କାଟ୍‌ ଖାଇବା ପରେ ରାହୁଲଙ୍କ ବଡ଼ ବୟାନ, ରାଜନୀତିରେ ହଲଚଲ…

ନୂଆଦିଲ୍ଲୀ,୧୭।୪: ଲୋକ ସଭାରେ ମହିଳା ସଂରକ୍ଷଣ ବିଲ ପାସ ହୋଇପାରି ନାହିଁ। ଏନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି ଯେ ଏହା ସମ୍ୱିଧାନ ଉପରେ ଆକ୍ରମଣ…

ସ୍କୁଲ-କଲେଜ ଛୁଟି ଘୋଷଣା

ବଲାଙ୍ଗୀର,୧୭ା୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ବଢ଼ି ଚାଲିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ। ଗତ ୪ ଦିନ ହେବ ଜିଲାରେ ପ୍ରାୟ ୪୧ରୁ ୪୨ ଡିଗ୍ରୀ ଉପରେ…

କାର୍‌-ବସ୍‌ ମୁହାଁମୁହିଁ ଧକ୍କା: ଜଳିଗଲେ ଗୋଟିଏ ପରିବାରର ୯ ସଦସ୍ୟ

ୟାଦ୍‌ଗିର(କର୍ନାଟକ),୧୭ା୪: କର୍ନାଟକର ସୁରପୁର ତାଲୁକ୍‌ରେ ଶୁକ୍ରବାର ଏକ କାର୍‌ ଏବଂ ଘରୋଇ ବସ୍‌କୁ ମୁହାଁମୁହିଁ ଧକ୍କା ହୋଇଥିଲା। ପରବର୍ତ୍ତୀ ସମୟରେ କାରଟି ଜଳିଯିବାରୁ ସେଥିରେ ଥିବା ଗୋଟିଏ…

ମୋଦି ସରକାରଙ୍କୁ ଝଟ୍‌କା, ଲୋକ ସଭାରେ କାଟ୍‌ ଖାଇଲା ମହିଳା ସଂରକ୍ଷଣ ବିଲ୍‌

ନୂଆଦିଲ୍ଲୀ,୧୭।୪: କାଟ୍‌ ଖାଇଲା ମହିଳା ସଂରକ୍ଷଣ ବିଲ୍‌ । ଲୋକ ସଭାର ସ୍ବତନ୍ତ୍ର ଅଧିବେଶନରେ ମହିଳା ସଂରକ୍ଷଣ ବିଲକୁ ନେଇ ଭୋଟିଂ ହୋଇଥିଲା । ଯେଉଁଥିରେ କାଟ୍‌…

ଇରାନର ବଡ଼ ଘୋଷଣା: ହର୍ମୁଜକୁ ସମ୍ପୂର୍ଣ୍ଣ ଖୋଲିଦେଇ କହିଲା ଏଥର…

ତେହରାନ,୧୭ା୪: ଇସ୍ରାଏଲ-ଲେବାନନ ଅସ୍ତ୍ରବିରତି ପରେ ବଡ଼ ଘୋଷଣା କରିଛି ଇରାନ। ହର୍ମୁଜ ପ୍ରଣାଳୀକୁ ସମ୍ପୂର୍ଣ୍ଣ ଖୋଲି ଦେଇଥିବା କହିଛନ୍ତି ଇରାନର ବୈଦେଶିକ ମନ୍ତ୍ରୀ ସୟଦ ଆବାସ ଆରାଘଚି।…

ଏବେ ପାଇପ୍‌ ଖୋଲିଲେ ଆସିବ LPG, ଓଡ଼ିଶାର ଏହି ରୁଟ୍‌ରେ ଆସିବ ପାଇପ୍‌ଲାଇନ

ନୂଆଦିଲ୍ଲୀ,୧୭।୪: ଭାରତ ସରକାର ଦେଶର ତରଳ ପେଟ୍ରୋଲିୟମ ଗ୍ୟାସ (LPG) ଯୋଗାଣ ଶୃଙ୍ଖଳକୁ ସମ୍ପୂର୍ଣ୍ଣ ରୂପାନ୍ତରିତ କରିବା ଏବଂ ଏହାର ସୁରକ୍ଷା ବୃଦ୍ଧି କରିବା ଦିଗରେ ଏକ…

ମୋର ଆଉ ମୋଦିଙ୍କର ସ୍ତ୍ରୀ ନାହାନ୍ତି…ସଂସଦରେ କହୁକହୁ ଏ କ’ଣ କହିଦେଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୧୭।୪: ମହିଳା ସଂରକ୍ଷଣ ସଂଶୋଧନ ବିଲ ଉପରେ ଆଲୋଚନା ସମୟରେ ଲୋକ ସଭାରେ ଏକ ଅତ୍ୟନ୍ତ ଆକର୍ଷଣୀୟ ମୁହୂର୍ତ୍ତ ସୃଷ୍ଟି ହୋଇଥିଲା। ବିରୋଧୀ ଦଳ ନେତା ରାହୁଲ…

ଯାତ୍ରା ପୂର୍ବରୁ ସେକ୍ସ ରାକେଟ୍‌ ଉପରେ ଭଞ୍ଜନଗର ପୋଲିସର ଚଢ଼ାଉ, ଏସବୁ ଆପତ୍ତିଜନକ ଜିନିଷ ମିଳିବା ପରେ…

ଭଞ୍ଜନଗର,୧୭ା୪(ବାବୁଲା ପ୍ରଧାନ): ଆଉ କିଛି ଦିନ ପରେ ଅର୍ଥାତ୍‌ ଏପ୍ରିଲ ୨୬ରୁ ଗଞ୍ଜାମ ଜିଲା ଭଞ୍ଜନଗରର ପ୍ରସିଦ୍ଧ ଐତିହାସିକ ଠାକୁରାଣୀ ଯାତ୍ରା ଆରମ୍ଭ ହେବ। ଯାତ୍ରାକୁ ଶାନ୍ତିଶୃଙ୍ଖଳାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri