Posted inଜାତୀୟ

ସୁପ୍ରିମକୋର୍ଟରେ ଓଡ଼ିଶା ପାଇଁ ନିର୍ଣ୍ଣାୟକ ହେବ ୨୦୨୦

ନୂଆଦିଲ୍ଲୀ,୨ା୧: ସୁପ୍ରିମକୋର୍ଟରେ ଓଡ଼ିଶା ପାଇଁ ନୂଆବର୍ଷ ୨୦୨୦ ନିର୍ଣ୍ଣାୟକ ହେବ। ଏହି ବର୍ଷ ପୋଲାଭରମ ଡ୍ୟାମ୍‌ ପ୍ରକଳ୍ପ, ଜଗନ୍ନାଥ ମନ୍ଦିର ମାମଲା, ବଂଶଧାରା ଜଳ ବିବାଦ ଆଦି ଭଳି ଓଡ଼ିଶା ସହ ସମ୍ପର୍କିତ ମାମଲାଗୁଡ଼ିକର ରାୟ ଶୁଣାଇବେ ସର୍ବୋଚ୍ଚ ଅଦାଲତ। ମହାନଦୀ ଓ ବଂଶଧାରା ଜଳ ବିବାଦ ମାମଲା ଯଥାକ୍ରମେ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ଓ ସୁପ୍ରିମକୋର୍ଟରେ ଦୀର୍ଘ ବର୍ଷ ଧରି ବିଚାରାଧୀନ ରହିଛି। ୨୦୨୦ରେ ଜଳ ବିବାଦ ମାମଲାଗୁଡ଼ିକର ଫଇସଲା ହୋଇପାରେ।
ମହାନଦୀ ଜଳ ବିବାଦ: ମହାନଦୀକୁ ନେଇ ପଡ଼ୋଶୀ ଛତିଶଗଡ଼ ସହ ଓଡ଼ିଶାର ବିବାଦ ଲାଗିରହିଛି। ଏ ସମ୍ପର୍କିତ ମାମଲାର ଶୁଣାଣି ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ କରିବେ। ମହାନଦୀ ଜଳ ଉପରେ ଛତିଶଗଡ଼ର ଦାବିକୁ ଓଡ଼ିଶା ସରକାର ଚ୍ୟାଲେଞ୍ଜ କରିଛନ୍ତି। ଏହାସହ ମହାନଦୀରୁ ଓଡ଼ିଶାକୁ ଯେତିକି ଜଳ ପ୍ରବାହିତ ହେବା କଥା ତାହା ଛତିଶଗଡ଼ ଛାଡ଼ୁ ବୋଲି ରାଜ୍ୟ ସରକାର ଦାବି କରିଛନ୍ତି। ସେହିପରି ମହାନଦୀ ଉପରେ ଛତିଶଗଡ଼ର ବ୍ୟାରେଜ ନିର୍ମାଣ ନିଷ୍ପତ୍ତିକୁ ମଧ୍ୟ ଓଡ଼ିଶା ଚ୍ୟାଲେଞ୍ଜ କରିଛି। ତେବେ ମହାନଦୀ ଜଳକୁ ଦୁଇରାଜ୍ୟ ମଧ୍ୟରେ ସମାନ ଦୁଇଭାଗ କରିବା ପାଇଁ ଟ୍ରିବ୍ୟୁନାଲରେ ଛତିଶଗଡ଼ ସରକାରଙ୍କ ପକ୍ଷରୁ ଅନୁରୋଧ କରାଯାଇଛି।
ବଂଶଧାରା ଜଳ ବିବାଦ: ବଂଶଧାରା ଜଳ ବିବାଦ ଟ୍ରିବ୍ୟୁନାଲଙ୍କ ରାୟକୁ ଚ୍ୟାଲେଞ୍ଜ କରି ଓଡ଼ିଶା ପକ୍ଷରୁ ସୁପ୍ରିମକୋର୍ଟରେ ଦୁଇଟି ପିଟିଶନ ଦାଏର କରାଯାଇଛି। ଏହାସହ ନେରାଡି ବ୍ୟାରେଜରେ ଯୁଗ୍ମ ସର୍ଭେ ପାଇଁ ଟ୍ରିବ୍ୟୁନାଲ ପକ୍ଷରୁ ଦିଆଯାଇଥିବା ନିର୍ଦ୍ଦେଶକୁ ମଧ୍ୟ ଏଥିରେ ବିରୋଧ କରାଯାଇଛି। ବଂଶଧାରା ନଦୀ ଉପରେ ଆନ୍ଧ୍ରପ୍ରଦେଶ ପକ୍ଷରୁ ବ୍ୟାରେଜ ନିର୍ମାଣ କାର୍ଯ୍ୟକୁ ଓଡ଼ିଶା ଚ୍ୟାଲେଞ୍ଜ କରିଛି। ସର୍ବୋଚ୍ଚ ଅଦାଲତ ଏହାର ଶୁଣାଣି ଜାନୁୟାରୀରେ କରିବେ ଏବଂ ୨୦୨୦ ମଧ୍ୟରେ ହିଁ ରାୟ ପ୍ରକାଶ କରିପାରନ୍ତି।
ପୋଲାଭରମ ମାମଲା: ସୁପ୍ରିମକୋର୍ଟରେ ବିଚାରାଧୀନ ଥିବା ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଗୁଡ଼ିକ ମଧ୍ୟରୁ ପୋଲାଭରମ ମାମଲା ଅନ୍ୟତମ। ବିବାଦୀୟ ପୋଲାଭରମ ପ୍ରକଳ୍ପକୁ ନେଇ ୨୦୧୯ରେ କୌଣସି ରାୟ ଆସିପାରି ନାହିଁ। ସୂତ୍ରରୁ ମିଳିଥିବା ସୂଚନାନୁସାରେ ସର୍ବୋଚ୍ଚ ଅଦାଲତ ଜାନୁୟାରୀ ମାସରେ ଏହାର ଶୁଣାଣି କରିପାରନ୍ତି। ୨୦୧୯ର ପ୍ରଥମ କେତେ ମାସରେ ଏହି ପ୍ରସଙ୍ଗରେ ଶୁଣାଣି କରିବା ପରେ ପରବର୍ତ୍ତୀ ସମୟରେ ବିଚାରକୁ ଆଗକୁ ବଢ଼ାଇ ନ ଥିଲେ ସୁପ୍ରିମକୋର୍ଟ। ପୋଲାଭରମ ନଦୀବନ୍ଧ ଯୋଜନା ଉପରେ କଟକଣା ଜାରି କରିବା ପାଇଁ ଓଡ଼ିଶା ସରକାର ସୁପ୍ରିମକୋର୍ଟରେ ଏକ ପିଟିଶନ ଦାଏର କରିଛନ୍ତି। ଆନ୍ଧ୍ର ପକ୍ଷରୁ ନିର୍ମାଣ କରାଯାଉଥିବା ଏହି ଡ୍ୟାମ୍‌ ଯୋଗୁ ଓଡ଼ିଶାର ଅନେକ ଅଞ୍ଚଳ ଜଳମଗ୍ନ ହେବ ଏବଂ ଏଥିରେ ବହୁ ଲୋକ ବିଶେଷକରି ଆଦିବାସୀମାନେ ପ୍ରଭାବିତ ହେବେ ବୋଲି ଆବେଦନରେ କୁହାଯାଇଛି।
ଜଗନ୍ନାଥ ମନ୍ଦିର ମାମଲା: ପୁରୀ ଶ୍ରୀମନ୍ଦିରକୁ ନେଇ ୨୦୧୯ ନଭେମ୍ବରରେ ସୁପ୍ରିମକୋର୍ଟ ଏକ ଅନ୍ତରୀଣ ରାୟ ପ୍ରକାଶ କରିଥିଲେ। ସର୍ବୋଚ୍ଚ ଅଦାଲତ ବିଶେଷକରି ଶ୍ରୀମନ୍ଦିରର ସଂସ୍କାର ଉପରେ ଗୁରୁତ୍ୱାରୋପ କରିଥିଲେ। ଏହାସହ ମନ୍ଦିର ପରିଚାଳନା କମଟି ପାଇଁ ସ୍ଥାୟୀ ପ୍ରଶାସକ ନିଯୁକ୍ତି କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ସୁରୁଖୁରୁରେ ଭକ୍ତଙ୍କ ଦର୍ଶନ ପାଇଁ ରଣନୀତି ପ୍ରସ୍ତୁତ କରିବାକୁ ମନ୍ଦିର ପ୍ରଶାସନ ଓ ସରକାରଙ୍କ ପାଇଁ ନିର୍ଦ୍ଦେଶ ରହିଥିଲା। ସୁପ୍ରିମକୋର୍ଟ ଜାନୁୟାରୀ ୮ରେ ମନ୍ଦିରର ନୀତିକାନ୍ତି ପାଇଁ ସୁପାରିସଗୁଡ଼ିକର କାର୍ଯ୍ୟକାରିତା ଉପରେ ଶୁଣାଣି କରିବେ।
ଆଇନଜୀବୀଙ୍କ ବିକ୍ଷୋଭ: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ୍‌ ପ୍ରତିଷ୍ଠା ଦାବିରେ ପଶ୍ଚିମାଞ୍ଚଳର ଆଇନଜୀବୀଙ୍କ ଆନ୍ଦୋଳନ ଅବ୍ୟାହତ ରହିଛି। ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟ ଶୁଣାଣି କରିବେ। ଏଥିଲାଗି ଶୀର୍ଷ ଅଦାଲତ ଆଇନଜୀବୀମାନଙ୍କୁ ନିଜ କାର୍ଯ୍ୟରେ ଯୋଗଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଓକିଲମାନେ କାର୍ଯ୍ୟରେ ଯୋଗ ନ ଦେବା ଯାଏ ସ୍ବତନ୍ତ୍ର ବେଞ୍ଚ୍‌ ସ୍ଥାପନ ନେଇ ଆବେଦନର ଶୁଣାଣି ହେବନାହିଁ ବୋଲି ଅଦାଲତ କହିଥିଲେ। ସେହିପରି ଦେଶର ହାଇକୋର୍ଟଗୁଡ଼ିକରେ ଖାଲିଥିବା ବିଚାରପତି ପଦବୀ ସମ୍ପର୍କିତ ମାମଲାର ମଧ୍ୟ ଶୁଣାଣି ସୁପ୍ରିମକୋର୍ଟ କରିବେ। ଜାନୁୟାରୀ ୧୦ରେ ଏହାର ବିଚାର କରାଯିବ।
ସୂଚନା କମିଶନର ନିଯୁକ୍ତି: ଓଡ଼ିଶା ସୂଚନା କମିଶନରଙ୍କ କାର୍ଯ୍ୟାଳୟରେ ଖାଲିଥିବା ପଦବୀଗୁଡ଼ିକୁ ୩ ମାସ ମଧ୍ୟରେ ପୂରଣ କରିବା ପାଇଁ ଗତ ଡିସେମ୍ବରରେ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ନୂଆବର୍ଷରେ ଏହି ପ୍ରସଙ୍ଗରେ ମଧ୍ୟ ଶୁଣାଣି ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ପାନୀୟଜଳ ସମସ୍ୟା ନେଇ ବିଡିଓଙ୍କ ଦ୍ୱାରସ୍ଥ

ଲାଞ୍ଜିଗଡ଼,୧୭ା୪(ରମେଶ ଚନ୍ଦ୍ର ନାୟକ): ଲାଞ୍ଜିଗଡ଼ ବ୍ଲକ ବିଜେପୁର ପଞ୍ଚାୟତ ଅନ୍ତର୍ଗତ ସିନ୍ଦିଭଟା ଗ୍ରାମରେ ପିଇବା ପାଣି ସମସ୍ୟାକୁ ନେଇ ଶୁକ୍ରବାର ଗ୍ରାମବାସୀ ବିଡିଓଙ୍କ ଦ୍ୱାରସ୍ଥ ହୋଇ ଦାବିପତ୍ର…

ଆଜିଠାରୁ ୨୨ ଯାଏଁ ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି

ସୋନପୁର,୧୭।୪(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲାରେ ତାତି ଅସମ୍ଭାଳ। ସକାଳ ୮ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ପ୍ରବଳ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଗୁଳୁଗୁଳି। ପରିସ୍ଥିତିକୁ ଦୃଷ୍ଟିରେ ରଖି ସୁବର୍ଣ୍ଣପୁର…

କଳାହାଣ୍ଡିରେ ୧୮ରୁ ୨୧ ସ୍କୁଲ ଛୁଟି : ଜିଲାପାଳ କଲେ ଘୋଷଣା

ଭବାନୀପାଟଣା,୧୭।୪(ଉତ୍ତମ କୁମାର ଦାଶ)-ପ୍ରବଳ ଖରା ଓ ଅସହ୍ୟ ଗରମ କୁ ଦୃଷ୍ଟିରେ ରଖି ଶନିବାର ୧୮ ରୁ ୨୧ ତାରିଖ ପର୍ଯ୍ୟନ୍ତ ଜିଲାର ସମସ୍ତ ସରକାରୀ,ବେସରକାରୀ ସ୍କୁଲ…

ହର୍ମୁଜ ଖୋଲିବା ମାତ୍ରେ କମିଗଲା ପେଟ୍ରୋଲ-ଗ୍ୟାସ ଦର, ଦାମ୍‌ ଜାଣିଲେ…

ନୂଆଦିଲ୍ଲୀ,୧୭।୪: ଇରାନର ବୈଦେଶିକ ମନ୍ତ୍ରୀ ୪୯ ଦିନର ବନ୍ଦ ପରେ ବାଣିଜ୍ୟିକ ଜାହାଜ ପାଇଁ ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବା ଘୋଷଣା କରିବାର କିଛି ସମୟ ପରେ…

ଗ୍ରୀଷ୍ମ ପ୍ରବାହ: ଶିକ୍ଷାନୁଷ୍ଠାନଗୁଡ଼ିକୁ SOP ଅନୁସରଣ କରିବାକୁ ପରାମର୍ଶ

ବଲାଙ୍ଗୀର,୧୭।୪(ସୁନିଲ କୁମାର ମହାନ୍ତି):ବଲାଙ୍ଗୀର ଜିଲାର ସମସ୍ତ ଶିକ୍ଷାନୁଷ୍ଠାନର ମୁଖ୍ୟମାନଙ୍କୁ ଓଡ଼ିଶାର ସୱତନ୍ତ୍ର ରିଲିଫ କମିଶନରଙ୍କ SOP ଅନୁସରଣ କରିବାକୁ ପରାମର୍ଶ ଦିଆଯାଇଛି । ଗ୍ରୀଷ୍ମ ପ୍ରବାହ ପରିସ୍ଥିତିକୁ…

ଇରାନ ହର୍ମୁଜ ଖୋଲୁ ଖୋଲୁ ଭାରତ ପାଇଁ ଆସିଲା ଖୁସି ଖବର! ରାତାରାତି ପଲଟିଗଲା ବାଜି

ନୂଆଦିଲ୍ଲୀ,୧୭।୪: ଗତ ଦେଢ଼ ମାସ ଧରି ସମଗ୍ର ବିଶ୍ୱ ନିଶ୍ୱାସ ବନ୍ଦ କରି ରଖିଛି। ଫେବୃଆରୀ 28 ତାରିଖରେ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଯେଉଁ ସଂଘର୍ଷ…

ଜନଗଣନା ବେଳେ କାମୁଡିଲା ସାପ

ଭଞ୍ଜନଗର,୧୭।୪(ବାବୁଲା ପ୍ରଧାନ): ଜନଗଣନା ସମୟରେ ଶୁକ୍ରବାର ସର୍ପ ଦଂଶନରେ ଜଣେ ଶିକ୍ଷୟିତ୍ରୀ ଗୁରୁତର ଭାବେ ଅସୁସ୍ଥ ହୋଇପଡ଼ିଛନ୍ତି। ଯାହାକୁ ନେଇ ଶିକ୍ଷକମାନେ ଚିନ୍ତିତ ହୋଇପଡିଛନ୍ତି। ଏହି ଘଟଣାଟି…

ନିଯୁକ୍ତି ଆଳରେ ନିର୍ଯ୍ୟାତନା ଅଭିଯୋଗ : ତାମିଲନାଡୁରୁ ୧୬ଯୁବତୀ…

ବରଗଡ଼,୧୭।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ବ୍ଲକ ଅଞ୍ଚଳରୁ ତାମିଲନାଡୁ ତିରପୁରକୁ ଏକ କମ୍ପାନୀରେ ନିଯୁକ୍ତି ଆଳରେ ଯାଇ ସେଠାରେ ବନ୍ଧା ପଡିଥିବା ୧୬ ଯୁବତୀ ଶୁକ୍ରବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri