ସୁନ୍ଦରଗଡ଼,୧୪ା୬(ଡି.ଏନ୍.ଏ.): ସୁନ୍ଦରଗଡ଼ରେ ରବିବାର ଆଉ ୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଦୁଇଜଣ ମହିଳା ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ମୁମ୍ବାଇ ଏବଂ ଅନ୍ୟ ଜଣେ କୋଲକାତାରୁ ଫେରିଥିଲେ। ତୃତୀୟ ଆକ୍ରାନ୍ତ ଜଣକ ମହାରାଷ୍ଟ୍ରରୁ ଫେରିଥିଲେ। ସମସ୍ତେ କ୍ୱାରାଣ୍ଟାଇନ୍ ସେଣ୍ଟରରେ ଥିଲେ। ତିନି ଆକ୍ରାନ୍ତଙ୍କୁ କୋଭିଡ୍ ହସ୍ପିଟାଲ ପଠାଯାଇଛି।


