ସୁନାବେଶରେ ଦର୍ଶନ ଦେଲେ ମା’କୀଚକେଶ୍ୱରୀ

ବାରିପଦା ଅଫିସ୍‌,୧୩ା୧୧- ମୟୂରଭଞ୍ଜ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ କୀଚକେଶ୍ୱରୀ ଶ୍ରଦ୍ଧାଳୁମାନଙ୍କୁ ସୁନାବେଶରେ ଦର୍ଶନ ଦେଇଛନ୍ତି। ସହସ୍ରାଧିକ ଶ୍ରଦ୍ଧାଳୁ ତଥା ପର୍ଯ୍ୟଟକଙ୍କ ସମାଗମ ଯୋଗୁ ମଙ୍ଗଳବାର ଖିଚିଂପୀଠ ଜନସମୁଦ୍ରରେ ପରିଣତ ହୋଇଥିଲା। ପ୍ରତିବର୍ଷଭଳି କାର୍ତ୍ତିକପୂର୍ଣ୍ଣିମା ଅବସରରେ ଅନୁଷ୍ଠିତ ହେଉଥିବା ଦୁର୍ଲ୍ଲଭ ସୁନାବେଶ ସକାଳ ୭ଟାରୁ ଆରମ୍ଭ ହୋଇଥିଲା। ଏଠାରେ ପୂଜାର୍ଚ୍ଚନା ଓ ସୁନାବେଶ ଦର୍ଶନଲାଗି ଝାଡଖଣ୍ଡ,ବିହାର,ପଶ୍ଚିମବଙ୍ଗ ସମେତ ରାଜ୍ୟର ଦୂରଦୂରାନ୍ତରୁ ବହୁ ପର୍ଯ୍ୟଟକଙ୍କ ନାହିଁ ନ ଥିବା ଭିଡ଼ ପରିଲକ୍ଷିତ ହୋଇଥିଲା। ମଧ୍ୟାହ୍ନପରେ ମନ୍ଦିର ପରିସରରେ ଭକ୍ତଙ୍କ ଗହଳି ବୃଦ୍ଧି ପାଇବାରେ ଲାଗିଥିଲା। ସମସ୍ତଙ୍କ ପାଇଁ ବ୍ଲକ ପ୍ରଶାସନ, ମନ୍ଦିର ପ୍ରଶାସନ ଓ ସ୍ବେଚ୍ଛାସେବୀ ଅନୁଷ୍ଠାନ ହେଲପ୍‌ ହ୍ୟାଣ୍ଡସ୍‌ ଓ ମାରୱାଡି ଯୁବା ମଞ୍ଚର ମିଳିତ ସହଯୋଗରେ ଅନ୍ନଭୋଗ ବ୍ୟବସ୍ଥା ହୋଇଥିଲା। ସୁରକ୍ଷା ଦୃଷ୍ଟିରୁ ମନ୍ଦିର ପରିସରରେ ଏକାଧିକ ସି.ସି କ୍ୟାମେରା ଖଞ୍ଜା ଯାଇଥିଲା। ମନ୍ଦିରଟ୍ରଷ୍ଟି ମୁଖ୍ୟ ତଥା ଉପଜିଲାପାଳ ଦୁଃଖବନ୍ଧୁ ନାୟକ, ଆସିଷ୍ଟାଣ୍ଡ କଲେକ୍ଟର ଜ୍ୟୋତ୍ସାରାଣୀ ନାୟକ, ମନ୍ଦିର ପରିଚ୍ଛା ଅଜୟ କୁମାର ସାହୁ, ରେଭିନ୍ୟୁ ଅଫିସର ମନ୍ମଥନାଥ ମଲ୍ଲିକ, ଶୁକୃଳି ତହସିଲଦାର ଯତୀନ୍ଦ୍ରନାଥ ସେଠୀ, ରରୁଆଁ ତହସିଲଦାର ସାଇସ୍ମିତା ଉପାଧ୍ୟାୟ, ଅତିରିକ୍ତ ତହସିଲଦାର ବୀରସେନ୍‌ ବେହେରା, ଠାକୁରମୁଣ୍ଡା ତହସିଲଦାର ପ୍ରଦୁମ୍ନ ନାୟକ, ଶୁକୃଳି ବିଡିଓ କସ୍ତୁରୀବାଳା ଜେନା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶାନ୍ତି ଶୃଙ୍ଖଳା ରକ୍ଷାକରିବାପାଇଁ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଅଶୋକ ପଟ୍ଟନାୟକ, ଏସ୍‌ଡିପିଓ ନାରାୟଣ ନାୟକ, ରରୁଆଁ ଭାରପ୍ରାପ୍ତ ଥାନା ଅଧିକାରୀ ଶୁକଦେବ ନାୟକଙ୍କ ସମେତ କରିଆ ସର୍କଲର ବିଭିନ୍ନ ଥାନାରୁ ସବ୍‌ ଇନିସ୍‌ପେକ୍ଟର, ପୁଲିସ୍‌, ୨ପ୍ଲାଟୁନ୍‌ ସୁରକ୍ଷାବଳ ସଜାଗ ହୋଇ ରହିଥିଲେ। ମୟୂରଭଞ୍ଜ ଏମପି ବିଶେଶ୍ୱର ଟୁଡୁ ଉପସ୍ଥିତ ରହି ବିଭିନ୍ନ ବ୍ୟବସ୍ଥାର ତଦାରଖ କରିଥିଲେ। ଏହି ଉତ୍ସବରେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ବିଭାଗ ସଂଘଚାଳକ ରତିକାନ୍ତ ବୈଦ୍ୟଙ୍କ ନେତୃତ୍ୱରେ ଶତାଧିକ ଆର୍‌ଏସ୍‌ଏସ୍‌ କର୍ମୀ ନିୟୋଜିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଧାନଖଳାରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ଜଳିଗଲା ୬୦୦ ବସ୍ତା ଧାନ

ବଲାଙ୍ଗୀର,୧୪ା୧୨(ସୁନିଲ କୁମାର ମହାନ୍ତି): ପୁଣି ଧାନ ଖଳାରେ ନିଆଁ ଲଗାଇ ଦେଇଛନ୍ତି ଦୁର୍ବୃତ୍ତ। ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଉଡାର ପଞ୍ଚାୟତ ଜଲିଆ ଗାଁର ଚାଷୀ...

ବିଳମ୍ବିତ ନ୍ୟାୟ ଲୋକଙ୍କ ଉପରେ ବୋଝ: CJI

କଟକ,୧୪।୧୨: ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି(CJI) ସୂର୍ଯ୍ୟ କାନ୍ତ ରବିବାର କଟକ ଶହୀଦ ଭବନରେ ହାଇକୋର୍ଟ ବାର୍‌ ପକ୍ଷରୁ ଆୟୋଜିତ ଆଲୋଚନାଚକ୍ରରେ ଯୋଗ ଦେଇଛନ୍ତି। ଏହି ଅବସରରେ...

କୋଟଗଡ଼ରେ ହାତୀ ଆତଙ୍କ: ନଷ୍ଟ କଲେ ଫସଲ

ବାଲିଗୁଡ଼ା,୧୪ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ବନଖଣ୍ଡର କୋଟଗଡ଼ ଅଭୟାରଣ୍ୟରେ ଦେଖିବାକୁ ମିଳିଛି ହାତୀ ଆତଙ୍କ। ଗତ ଦୁଇଦିନ ଧରି କୋଟଗଡ଼ ବନାଞ୍ଚଳର ଲାସେରୀ...

ପର୍ଯ୍ୟଟକଙ୍କୁ ଦୂରଦୂରାନ୍ତରୁ ଟାଣିଆଣୁଛି ଦାରିଙ୍ଗବାଡ଼ି, ମୌଳିକ ସୁବିଧା ପାଇଁ ନିବେଦନ

ଦାରିଙ୍ଗବାଡ଼ି,୧୪ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ି ସମେତ ତା’ର ଆଖପାଖରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି। ଏଭଳି ଏକ ପର୍ଯ୍ୟଟନକ୍ଷେତ୍ର ଦାରିଙ୍ଗବାଡ଼ିଠାରୁ ମାତ୍ର ୨୨...

ଉଦ୍ଧାର ହାତୀ ଛୁଆ ନନ୍ଦନକାନନ ସ୍ଥାନାନ୍ତର

କେନ୍ଦୁଝର,୧୪।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରରୁ ରବିବାର ସକାଳେ ଏକ ହାତୀ ଛୁଆ ଉଦ୍ଧାର ହୋଇଛି। ପିସିସିଏଫ (ବନ୍ୟପ୍ରାଣୀ)ଙ୍କ ନିର୍ଦ୍ଦେଶ ଅନୁଯାୟୀ, ଉକ୍ତ ଛୁଆକୁ ବନ ବିଭାଗ...

ବଡାଖାନା କାର୍ଯ୍ୟକ୍ରମ: ସଫେଇ କର୍ମଚାରୀଙ୍କୁ ଖାଦ୍ୟ ପରଷିଲେ ଅଧ୍ୟକ୍ଷ

କେସିଙ୍ଗା,୧୪।୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏଏନସି ପରିସରରେ ବଡାଖାନା କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଧ୍ୟକ୍ଷ ନୃପରାଜ ଯାଦବ ସଭାପତିତ୍ୱ ଭାବେ ଯୋଗଦେଇ...

ବରଗଡ଼ ବିଧାୟକଙ୍କ ମହାନତା: ନବୀନଙ୍କ ପରେ ବର୍ଦ୍ଧିତ ଦରମାକୁ ଜନସେବାରେ ଲଗାଇବେ

ବରଗଡ଼,୧୪।୧୨(ପ୍ରେମାନନ୍ଦ ଖମାରୀ): ରାଜ୍ୟରେ ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ ଏବେ ସବୁଆଡେ ଚର୍ଚ୍ଚାର ବିଷୟ ହୋଇଛି। ରାଜ୍ୟରେ ପ୍ରଥମଥର ପାଇଁ ଭାଜପା ଶାସନକୁ ଆସିଛି। ତେଵେ...

ସହରର ବିକାଶ ପାଇଁ ଅଣ୍ଟା ଭିଡ଼ିଲେ ନିର୍ବାହୀ ଅଧିକାରୀ, ଜବରଦଖଲକାରୀଙ୍କ ମଧ୍ୟରେ ଛନକା

ପୁରୁଷୋତ୍ତମପୁର,୧୪ା୧୨(ସବିତା ମିଶ୍ର): ଅବହେଳିତ ଭାବରେ ପଡ଼ିରହିଥିବା ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସିର ବିକାଶ ଲାଗି ଅଣ୍ଟାଭିଡ଼ିଛନ୍ତି ନିର୍ବାହୀ ଅଧିକାରୀ ସଙ୍ଗୀତା ସେଠୀ। ସହର ମଧ୍ୟରେ ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri