ନବରଙ୍ଗପୁର,୧୯।୯(ବି.ପ୍ର.)- ସୁନା ଶଙ୍ଖ ଅଛି। କମ ମୂଲ୍ୟରେ ମିଳିଯିବ। କଟକ ଜିଲା କନ୍ଦରପୁର ଥାନା ଅଧୀନ ସିଦ୍ଧେଶ୍ୱରପୁର ଗାଁର କେଦାର ନାଥ ମଲ୍ଲିକଙ୍କ ପୁଅ ରଶ୍ମୀ ରଞ୍ଜନ ମଲ୍ଲିକଙ୍କୁ ଏଭଳି ଲୋଭ ଅପହରଣକାରୀମାନେ ଦେଖାଇଥିଲେ। ସୁନା ଶଙ୍ଖ କିଣିବାକୁ ରଶ୍ମୀ କଟକରୁ ଜୟପୁର ଆସିଥିଲେ। ଶନିବାର ଜୟପୁର ବସଷ୍ଟାଣ୍ଡରେ ପହଞ୍ଚିବା ପରେ ରଶ୍ମୀଙ୍କୁ ଅପହରଣକାରୀମାନେ ଅପହରଣ କରି ନେଇଥିଲେ। ୧୦ ଲକ୍ଷ ଟଙ୍କା ଦେବାକୁ ରଶ୍ମୀଙ୍କ ପରିବାର ଲୋକଙ୍କୁ ଫୋନ ଯୋଗେ ଅପହରଣକାରୀମାନେ କହିଥିଲେ। ଏହା ଜାଣିବା ପରେ ରଶ୍ମୀଙ୍କ ପରିବାର ଲୋକ କନ୍ଦରପୁର ଥାନାରେ ଗତ ୧୫ ତାରିଖରେ ଏତଲା ଦେଇଥିଲେ। ନବରଙ୍ଗପୁର ଏସପିଙ୍କୁ ମଙ୍ଗଳବାର ଅପରାହ୍ନରେ ଖବର ମିଳିବା ପରେ ଆରମ୍ଭ ହୋଇଥିଲା ଅପରେଶନ ଉଦ୍ଧାର। ତୁରନ୍ତ ଏସପିଙ୍କ ତତ୍ତ୍ୱାବଧାନରେ ଗଠନ ହୋଇଥିଲା ୩ଟି ଟିମ। ୮ ଘଣ୍ଟା ମଧ୍ୟରେ ଧରାପଡିଲେ ୪ ଜଣ ଅପହରଣକାରୀ। ଉଦ୍ଧାର ପାଇଥିଲେ ଅପହୃତ ଯୁବକ। ନବରଙ୍ଗପୁର ପୋଲିସ ଉଦ୍ଧାର ଯୁବକ ଓ ୪ ଜଣ ଅପହରଣକାରୀଙ୍କୁ କଟକ ପୋଲିସକୁ ହସ୍ତାନ୍ତର କରିଛି। ଏ ନେଇ କନ୍ଦରପୁର ଥାନାରେ ନଂ. ୧୦୬/୧୯ରେ ଏକ ମାମଲା ରୁଜୁ ହୋଇଛି।
ସିଦ୍ଧେଶ୍ୱରପୁର ଗାଁର କେଦାରନାଥ ପୂର୍ବରୁ ଜୟପୁର ବିଏସଏନଏଲ ଅଫିସରେ ଚାକିରି କରୁଥିଲେ। ଏବେ ସେ ଗାଁରେ ରହୁଛନ୍ତି। ତାଙ୍କ ଘରେ ଡାବୁଗାଁ ବ୍ଲକ ତେନ୍ତୁଳିଗୁଡା ଗାଁର ବୁଟି କାମ କରୁଥିଲେ। କେଦାରଙ୍କ ପୁଅ ରଶ୍ମୀଙ୍କୁ ବୁଟି ଏକ ସୁନାର ଶଙ୍ଖ ଅଛି। ୬ ଲକ୍ଷ ଟଙ୍କା ମାଗୁଛି। ୨ ଲକ୍ଷ ଟଙ୍କା ଦେଲେ ଶଙ୍ଖ ଦେଇଦେବ। ବକେୟା ଟଙ୍କା ପରେ ଦେଲେ ମଧ୍ୟ ଚଳିବ ବୋଲି ବୁଟି କହିଥିଲେ। ଶନିବାର ରଶ୍ମୀ ଗାଁରୁ ବାହାରି ଜୟପୁରେ ପହଞ୍ଚିବ ବୋଲି କହିଥିଲେ। ରଶ୍ମୀ ଜୟପୁର ପହଞ୍ଚିବା ପରେ ବୁଟିଙ୍କୁ ଫୋନ କରିଥିଲେ। ବୁଟି ଓ ସୁଶାନ୍ତ ହରିଜନ ବାଇକରେ ରଶ୍ମୀଙ୍କୁ ଜୟପୁରର ବଡକାଉଡି ଗାଁକୁ ନେଇଯାଇଥିଲେ। ସେଠାରେ ବାବୁଲି ଡମ୍ ସହିତ ୯ ଜଣ ରହିଥିଲେ। ରଶ୍ମୀଙ୍କୁ ନିସ୍ତୁକ ମାଡ ମାରିବା ସହ ବନ୍ଧୁକ ଦେଖାଇ ଭୟଭୀତ କରାଇଥିଲେ। ଘରକୁ ଫୋନ କରି ୧୦ ଲକ୍ଷ ଟଙ୍କା ମଗାଅ ନଚେତ ଛାଡିବୁ ନାହିଁ ବୋଲି କହିଥିଲେ। ରବିବାର ଗରୁଡଗୁଡା ଗାଁରେ ରଖି ନିସ୍ତୁକ ମାଡ ମାରିଥିଲେ। ସୋମବାର କୋଟପାଡ ଥାନା ଅଧୀନ କଂଗ୍ରା ଗାଁକୁ ନେଇ ସେଠାରେ ରଖିଥିଲେ। ମଙ୍ଗଳବାର ୨ ଜଣ ରଶ୍ମୀଙ୍କୁ ଏକ ବାଇକରେ ବସାଇ କୋଟପାଡ ଦେଇ ନବରଙ୍ଗପୁର ଜିଲାର କୋଡିଙ୍ଗାର ରାଜୋଡାରେ ପହଞ୍ଚିଥିଲେ। ସୁଶାନ୍ତ ଓ ବୁଟି ବସରେ ନବରଙ୍ଗପୁର ଦେଇ ପାପଡାହାଣ୍ଡିରେ ପହଞ୍ଚିଥିଲେ। ତେନ୍ତୁଳିଗୁଡା ଗାଁର ଜଣେ ଯୁବକଙ୍କୁ ବାଇକ ଧରି ଆସିବା ପାଇଁ କହିଥିଲେ। ପରେ ସମସ୍ତେ ଏକାଠି ହୋଇ ଡଙ୍ଗର ରାସ୍ତା ଦେଇ ଜଟାବାଲ ହୋଇ ତେନ୍ତୁଳିଗୁଡା ଗାଁର ଏକ ମକା କ୍ଷେତରେ ପହଞ୍ଚିଥିଲେ। ସେଠାରେ ଥିବା ମଞ୍ଚା ଉପରେ ରଶ୍ମୀ ସମେତ ଦୁଇଜଣ ଓ ଅନ୍ୟମାନେ ମଞ୍ଚା ତଳେ ଶୋଇଥିଲେ। ଏହି ସମୟ ମଧ୍ୟରେ ନବରଙ୍ଗପୁର ଏସ୍ପି ନୀତିନ କୁସଲକରଙ୍କୁ ଅପହରଣ ଘଟଣାର ଖବର ଆସିଥିଲା। ଜୟପୁର ପୋଲିସ ମଧ୍ୟ ନବରଙ୍ଗପୁରର ବିଭିନ୍ନ ସ୍ଥାନରେ ରହି ଘଟଣାର ତନାଘନା କରୁଥିଲା। ଅପହରଣକାରୀଙ୍କୁ ଧରିବା ପାଇଁ ଏସ୍ପି କୁସଲକର ୩ଟି ଟିମ ଗଠନ କରିଥିଲେ । ଗୋଟିଏ ଟିମରେ ସେ ନିଜେ ରହିବା ସହ ୧୨ ଜଣଙ୍କୁ ସାଥିରେ ରଖିଥିଲେ। ଅନ୍ୟ ଏକ ଟିମରେ ନବରଙ୍ଗପୁର ଥାନା ଅଧିକାରୀ ତାରିକ ଅହମ୍ମଦଙ୍କ ସମେତ ୧୩ ଜଣ ଓ ଅନ୍ୟ ଏକ ଟିମରେ ୧୨ ଜଣ ରହିଥିଲେ। ଏସ୍ପିଙ୍କ ନିର୍ଦ୍ଦେଶ ଅନୁଯାୟୀ ଅପରେଶନ ଉଦ୍ଧାର ଆରମ୍ଭ ହୋଇଥିଲା। ମୋବାଇଲ ଟ୍ରାକିଂ କରି ମଙ୍ଗଳବାର ବିଳମ୍ବିତ ରାତିରେ ତେନ୍ତୁଳିଗୁଡାରେ ପୋଲିସ ପହଞ୍ଚିଥିଲେ।ଗୋଟିଏ ଟିମ ଗାଁ ଚାରିଆଡେ ଘେରି ରହିଥିବା ବେଳେ ଅନ୍ୟ ଏକ ଟିମ ଜମି ଓ ବିଭିନ୍ନ ରାସ୍ତା ଉପରେ ଛକି ରହିଥିଲେ। ଏସପିଙ୍କ ନେତୃତ୍ୱରେ ଗଠିତ ଟିମ ମକା କ୍ଷେତରେ ହୋଇଥିବା ମଞ୍ଚାରେ ଚଡାଉ କରି ପ୍ରଥମେ ରଶ୍ମୀଙ୍କୁ ଉଦ୍ଧାର କରିବା ସହ ଅନ୍ୟ ୪ ଜଣଙ୍କୁ ଧରିଥିଲେ।
ସେମାନଙ୍କ ଠାରୁ ୪ଟି ବାଇକ, ଗୋଟିଏ ପିସ୍ତଲ, ଦୁଇଟି ଅଫୁଟାଗୁଳି, ୪ଟି ମୋବାଇଲ ଜବତ କରାଯାଇଥିଲା । ବୁଧବାର ଭୋରରୁ ନବରଙ୍ଗପୁର ଅଣାଯିବା ପରେ ସେମାନଙ୍କୁ ପଚରାଉଚରା କରାଯାଇଥିଲା। ଅଭିଯୁକ୍ତ ସମ୍ପର୍କରେ ଅନେକ ତଥ୍ୟ ପୋଲିସ ପାଇଥିଲା। ପରେ ରାତିରେ କଟକ ପୋଲିସକୁ ହସ୍ତାନ୍ତର କରାଯାଇଛି ।
Posted inଆମ ଜିଲା ଖବର, ନବରଙ୍ଗପୁର View All
ସରିଲା ମାଓବାଦୀଙ୍କ ଆତ୍ମସମର୍ପଣ ସମୟସୀମା: ଆଉ ମିଳିବ ନାହିଁ ସୁଯୋଗ
ଭୁବନେଶ୍ୱର,୩୧।୩: ଓଡ଼ିଶାରେ ମାଓବାଦୀ ଦମନ ଟାର୍ଗେଟ୍ ସଫଳ ହୋଇଛି ବୋଲି ADG ସଞ୍ଜୀବ ପଣ୍ଡା ମଙ୍ଗଳବାର ଗଣମାଧ୍ୟମକୁ କହିଛନ୍ତି। ଓଡ଼ିଶାକୁ ଆଉ ମାଓବାଦୀ ବିପଦ ନାହିଁ ବୋଲି…
ବାଇକରେ ଘରକୁ ଫେରିବା ବେଳେ ଧକ୍କା ଦେଲା ପଥର ବୋଝେଇ ଟ୍ରାକ୍ଟର, ଅକାଳରେ ୨ଯୁବକଙ୍କ ମୃତ୍ୟୁ
ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଘୋଡ଼ାହାଡ଼ ଡ଼୍ୟାମ ମୁଖ୍ୟରାସ୍ତାର ଭୁଶୁଣ୍ଡା ଗ୍ରାମ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ…
ପାଇଖାନା ସେଣ୍ଟ୍ରିଂ ଖୋଲିବା ହେଲା କାଳ, ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୨ ଜୀବନ
କୁଚିଣ୍ଡା,୩୧।୩(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ଵ୍ଲକ ମହୁଲପାଲି ଥାନା ଅନ୍ତର୍ଗତ କେଶାଇବାହାଲରେ ଅଭାବନୀୟ ଘଟଣା । ପାଇଖାନା ଟାଙ୍କି ସେଣ୍ଟ୍ରିଙ୍ଗ ଖୋଲିବା ସମୟରେ ଶ୍ୱାସରୁଦ୍ଧ ହୋଇ…
ମା’ ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଆରମ୍ଭ: ପୂଜାର୍ଚ୍ଚନା କଲେ କେନ୍ଦ୍ରମନ୍ତ୍ରୀ
ତାଳଚେର,୩୧।୩(ମନୋଜ ନନ୍ଦ): ମଙ୍ଗଳବାର ଆରମ୍ଭ ହୋଇଛି ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ନବଦିନାତ୍ମକ ବାର୍ଷିକ ଯାତ୍ରା ଏବଂ ଲୋକ ମହୋତ୍ସବ। ଏନେଇ ଅଞ୍ଚଳ ଚଳଚଞ୍ଚଳ ହୋଇପଡିଛି।…
ଡାହାଣୀ ସନ୍ଦେହରେ ଯୁବକଙ୍କୁ ସଂଘବଦ୍ଧ ହତ୍ୟା, ୪ଜଣ…….
ସୁନ୍ଦରଗଡ,୩୧।୩(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ସଦର ଥାନା ଅନ୍ତର୍ଗତ ସାନ ପତ୍ରା ପାଲି କେନ୍ଦାମାଲରେ ଅଭାବନୀୟ ଘଟଣା । ମଙ୍ଗଳବାର ଦିନ ଡାହାଣୀ ସନ୍ଦେହରେ ଜଣଙ୍କୁ ସଙ୍ଘବଦ୍ଧ…
ଧାର ଟଙ୍କା ନଦେବାରୁ ତାତିଗଲେ ଭିଣୋଇ, ଶୋଇଥିବା ବେଳେ ପେଟ୍ରୋଲ ଢାଳି ଜାଳିଦେଲେ….
ପାଟଣା,୩୧।୩(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା କିଆପଡା ଗାଁରେ ଅଭାବନୀୟ ଘଟଣା । ଧାର ଟଙ୍କାକୁ କେନ୍ଦ୍ର କରି ଏପରି ହିଂସାତ୍ମକ ଘଟଣା ଏବେ…
ହାଇକୋର୍ଟ ଗେଟ୍ ଆଗରେ ଗାଡ଼ିରେ ଲାଗିଲା ନିଆଁ, ହୁତୁହୁତୁ ହୋଇ ଜଳିଗଲା….
କଟକ,୩୧।୩(ପ୍ରଭୁକଲ୍ୟାଣ ପାଲ୍/କାର୍ତ୍ତିକ ସାହୁ): ହାଇକୋର୍ଟ ଲାଲବାଗ ଗେଟ ପାର୍ଶ୍ଵରେ ଅଗ୍ନିକାଣ୍ଡ । ଲାଲବାଗ ଗେଟ କାଳିଗଳି ସମୁଖରେ ଏହି ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ ଅନେକ ଗାଡ଼ି…
ଜଙ୍ଗଲରେ ଦନ୍ତା ହାତୀ: ଭୟରେ ଅଞ୍ଚଳବାସୀ, ସତର୍କ ରହିବାକୁ ପରାମର୍ଶ ଦେଲା ବନବିଭାଗ
ଜି.ଉଦୟଗିରି,୩୧।୩(ଶିଶିର ପଟ୍ଟନାୟକ /ଚିନ୍ମୟ କୁମାର ସେଠୀ ): ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ନିକଟ ରଟିଙ୍ଗିଆ ସଂରକ୍ଷିତ ଜଙ୍ଗଲରେ ସୋମବାର ରାତିରେ ଦନ୍ତା ହାତୀ ଥିବା ନେଇ…
Archives

