Posted inଖେଳ

ସୁଦିରମାନ କପ୍‌ରେ ପଦକ ଲକ୍ଷ୍ୟରେ ଭାରତ

ନାନ୍ନିଙ୍ଗ (ଚାଇନା), ୧୮।୫(ପି.ଟି.)- ଚାଇନାର ନାନ୍ନିଙ୍ଗଠାରେ ରବିବାରଠାରୁ ସୁଦିରମାନ କପ୍‌ର ୧୬ତମ ସଂସ୍କରଣ ଆରମ୍ଭ ହେବାକୁ ଯାଉଛି। ଭାରତର ପି.ଭି. ସିନ୍ଧୁ, ସାଇନା ନେହ୍ବାଲ, କିଡାମ୍ବୀ ଶ୍ରୀକାନ୍ତଙ୍କ ପରି ଟପ୍‌ ଶଟ୍‌ଲରଙ୍କୁ ନେଇ ଗଠିତ ଭାରତୀୟ ଦଳ ଏହି ସମ୍ମାନଜନକ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟରେ ପଦକ ହାସଲ କରିବା ଲକ୍ଷ୍ୟରେ ରହିଛନ୍ତି। ଭାରତ ଏଠାରେ ୨୦୧୧ ଓ ୨୦୧୭ ସଂସ୍କରଣରେ କ୍ୱାର୍ଟର ଫାଇନାଲ ପର୍ଯ୍ୟନ୍ତ ପ୍ରବେଶ କରିବାରେ ସଫଳ ହୋଇଥିଲା। ମିକ୍ସଡ ଟିମ୍‌ ଚାମ୍ପିୟନଶିପ୍‌ରେ ଭାରତ ପଦକ ସମ୍ଭାବନା ରହିଛି। ଏହି ଟିମ୍‌ରେ ଓ୍ବାଲର୍‌ଡ ଟୁର୍‌ ଫାଇନାଲ୍ସ ବିଜୟିନୀ ସିନ୍ଧୁ, ଚଳିତ ବର୍ଷ ଇଣ୍ଡୋନେସିଆ ମାଷ୍ଟର୍ସ ଚାମ୍ପିୟନ ହୋଇଥିବା ସାଇନା, ଇଣ୍ଡିଆ ଓପନ୍‌ ଫାଇନାଲରେ ପ୍ରବେଶ କରିଥିବା ଶ୍ରୀକାନ୍ତ ଓ ଓ୍ବାର୍ଲ୍‌ସ ଟୁର୍‌ ଫାଇନାଲ୍ସ ସେମିଫାଇନାଲିଷ୍ଟ ସମୀର ବର୍ମାଙ୍କ ପରି ପ୍ରମୁଖ ଖେଳାଳି ରହୁଥିବାରୁ ଭାରତ ନିକଟରେ ସୁଯୋଗ ରହିଛି। ଭାରତ ଏହାର ପ୍ରଥମ ମୁକାବିଲାରେ ସୋମବାର ମାଲେସିଆକୁ ଭେଟିବ। ଏହା ପରଦିନ ୧୦ଥର ଚାମ୍ପିୟନ ଚାଇନା ସହିତ ଭାରତ ମୁକାବିଲା କରିବ। ୧୩ ସଦସ୍ୟଙ୍କୁ ନେଇ ଗଠିତ ଭାରତୀୟ ଦଳ ଟୁର୍ନାମେଣ୍ଟରେ ୮ମ ସିଡ୍‌ ମାନ୍ୟତା ପାଇଛି। ଅପରପକ୍ଷରେ ବିଶ୍ୱର ଏକ ନମ୍ବର ଖେଳାଳି ଲି ଚୋଙ୍ଗ୍‌ଙ୍କ ବିନା ଏହି ପ୍ରତିଯୋଗିତାକୁ ଖେଳିବାକୁ ଆସିଥିବା ମାଲେସିଆ ଚାପରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

RCBରୁ ଆସିଲା ବଡ଼ ଖବର: ବାକି ଆଇପିଏଲ ମ୍ୟାଚ ଖେଳିବେନି କୋହଲି!

ନୂଆଦିଲ୍ଲୀ,୧୩।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ସମୟରେ ପୂର୍ବତନ ଅଧିନାୟକ ବିରାଟ କୋହଲି ଆଘାତ ପାଇଥିଲେ। ଏହା IPLର ୨୦ତମ…

‘ତୁମେ ଆମ ଟିମର ସବୁଠାରୁ ବଡ଼ ପ୍ରେରଣା’, ଏମିତି କହି ରୋହିତଙ୍କୁ ଅଭିନନ୍ଦନ ଜଣାଇଲେ ହାର୍ଦ୍ଦିକ

ନୂଆଦିଲ୍ଲୀ,୧୩।୪: ମୁମ୍ବାଇ ଇଣ୍ଡିଆନ୍ସ (ଏମଆଇ) ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଦଳର ପୂର୍ବତନ ଅଧିନାୟକ ରୋହିତ ଶର୍ମାଙ୍କୁ ଫ୍ରାଞ୍ଚାଇଜ ସହିତ ୧୫ ବର୍ଷ ପୂରଣ କରିବା ପାଇଁ ଅଭିନନ୍ଦନ…

ଲକ୍ଷ୍ନୌକୁ ହରାଇଲା ଗୁଜରାଟ

ଲକ୍ଷ୍ନୌ,୧୨ା୪: ପ୍ରସିଦ୍ଧ କ୍ରିଷ୍ଣାଙ୍କ ଦମ୍‌ଦାର ବୋଲିଂ ବଳରେ ଗୁଜରାଟ ଟାଇଟନ୍ସ ୭ ଉଇକେଟରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ(ଏଲ୍‌ଏସ୍‌ଜି)କୁ ପରାସ୍ତ କରିଛି। ଏହା ଗୁଜରାଟର ୪ ମ୍ୟାଚ୍‌ରେ ଦ୍ୱିତୀୟ…

ନୀତୀଶ ରାଣାଙ୍କୁ ବଡ଼ ଜରିମାନା, କାହିଁକି ଜାଣନ୍ତୁ…

ଚେନ୍ନାଇ,୧୨ା୪:ଦିଲ୍ଲୀ କ୍ୟାପିଟାଲ୍ସ ବ୍ୟାଟର ନୀତୀଶ ରାଣାଙ୍କୁ ତାଙ୍କ ମ୍ୟାଚ୍‌ ଫି’ର ୨୫ ପ୍ରତିଶତ ଜରିମାନା କରାଯାଇଛି। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ବିପକ୍ଷ ଇଣ୍ଡିଆନ ପ୍ରିମିୟର ଲିଗ୍‌…

ଭିନ୍ନ ଢଙ୍ଗରେ ଆଶା ଭୋସଲେଙ୍କୁ ଶ୍ରଦ୍ଧାଞ୍ଜଳି ଦେଲା RCB, ସଙ୍ଗୀତ ସବୁବେଳେ….

ନୂଆଦିଲ୍ଲୀ,୧୨ା୪: ‘ମେଲୋଡି କ୍ୱିନ୍’ ଆଶା ଭୋସଲେଙ୍କର ରବିବାର ଦେହାନ୍ତ ହୋଇଛି । ତାଙ୍କ ବିୟୋଗରେ ସମଗ୍ର ଭାରତରେ ଶୋକର ଛାୟା ଖେଳିଯାଇଥିଲା। ତେବେ କ୍ରୀଡା ଜଗତ ମଧ୍ୟ…

ପତ୍ନୀ ନୁହନ୍ତି, ଏ ହେଉଛନ୍ତି ମୋର ଲକି ଚାର୍ମ; ଶତକ ମାରିବା ପରେ ଏମିତି କହି…

ଚେନ୍ନାଇ,୧୨।୪: ଚେନ୍ନାଇର ଐତିହାସିକ ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଇଥିବା ଆଇପିଏଲ ୨୦୨୬ର ୧୮ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଚେନ୍ନାଇ ସୁପର କିଙ୍ଗସର ଉଇକେଟ କିପର ବ୍ୟାଟର…

IPL 2026 ରେ ପ୍ରଥମ ବିଜୟ ପରେ ମଧ୍ୟ କାହିଁକି ଲକ୍ଷ ଲକ୍ଷ ଟଙ୍କାର କ୍ଷତି ସହିଲେ ଋତୁରାଜ ଗାୟକୱାଡ? ଜାଣନ୍ତୁ କିଏ ଲଗାଇଲା ଜରିମାନା

ନୂଆଦିଲ୍ଲୀ,୧୨।୪: ଶନିବାର ଅନୁଷ୍ଠିତ ଏକ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୨୩ ରନରେ ପରାସ୍ତ କରିଛି। ଏହା ଆଇପିଏଲ ୨୦୨୬ରେ ସିଏସକେର ପ୍ରଥମ ବିଜୟ;…

ଚତୁର୍ଥ ଅମ୍ପାୟାରଙ୍କ ଯୋଗୁ ହାରିଗଲା ଦିଲ୍ଲୀ? ଜିତିଲା ଚେନ୍ନାଇ, ଜୋରଦାର ଯୁକ୍ତିତର୍କ…

ଚେନ୍ନାଇ,୧୨।୪: ଶନିବାର ଚେନ୍ନାଇର ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ (CSK) ଘରୋଇ ଗ୍ରାଉଣ୍ଡରେ ଦିଲ୍ଲୀ କ୍ୟାପିଟାଲ୍ସ (DC)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri