ସୀମାରେ ବାଲିଷ୍ଟିକ୍‌ ମିଶାଇଲ ମୁତୟନ କଲା ଜାପାନ

ଟୋକିଓ, ୨୩ା୬(ଆଇଏଏନ୍‌ଏସ୍‌): ଚାଇନା ଓ ଜାପାନ ମଧ୍ୟରେ ସେନ୍‌କାକୁସ ଦ୍ୱୀପପୁଞ୍ଜକୁ ନେଇ ବିବାଦ ଦେଖାଦେଇଛି। ଯଦିଓ ଏହି ଅଞ୍ଚଳ ୧୯୭୨ରୁ ଜାପାନ ପ୍ରଶାସନ ଅଧୀନରେ ରହିଆସିଛି, ତେବେ ଏହାର ଆଇନଗତ ସ୍ଥିତି ଚାଇନା ସହ ବିବାଦୀୟ ହୋଇ ରହିଛି। ଚାଇନା ଏହି ବାବାଦୀୟ ଦ୍ୱୀପପୁଞ୍ଜକୁ ଡାଇଓୟୁସ ନାମରେ ନାମିତ କରିଛି। ଏହି ବିବାଦୀୟ ଅଞ୍ଚଳ ଲାଗି ଜାପାନ ଆଇନଗତ ପ୍ରକ୍ରିୟା ଆରମ୍ଭ କରିଛି। ଲଦାଖର ଗଲ୍‌ଓ୍ବାନ ଉପତ୍ୟକାରେ ସୀମା ବିବାଦକୁ ନେଇ ଭାରତ-ଚାଇନା ସେନା ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହେବାର ୭ ଦିନ ପରେ ଏଭଳି ବିବାଦ ସାମ୍ନାକୁ ଆସିଛି। ଟୋକିଓର ଦକ୍ଷିଶ ପଶ୍ଚିମ ୧,୯୩୧ କି.ମି ଦୂରରେ ଏହି ଦ୍ୱୀପପୁଞ୍ଜଗୁଡ଼ିକ ରହିଛି। ଏହାକୁ ଚାଇନା ନିଜର ବୋଲି ଦାବିକରି ଆସୁଛି। ଜାପାନର ଇସିଗାକି ସିଟି କାଉନ୍‌ସିଲ ଏହି ଏହି ବାବାଦୀୟ ଜାଗାକୁ ମିଶାଇ ଏହାର ନାମ ଟୋନୋସିରୋରୁ ଟୋନୋସିରୋ ସେନ୍‌କାକୁକୁ ପରିବର୍ତ୍ତନ କରିବା ଲାଗି ବିଲ୍‌ ପାସ୍‌ କରିଛି। ଏଭଳି ପଦକ୍ଷେପ ପରେ ଚାଇନା ଟୋକିଓକୁ ଧମକ ଦେବା ଆରମ୍ଭ କରିଛି। ପୂର୍ବ ଚାଇନା ସାଗରରେ ଥିବା ଏହି ବିବାଦୀୟ ଅଞ୍ଚଳର ନାମ ପରିବର୍ତ୍ତନ ନ କରିବା କିମ୍ବା ଏହାର ସ୍ଥିତାବସ୍ଥାରେ କୌଣସି ପରିବର୍ତ୍ତନ ନ ଆଣିବାକୁ ଚାଇନା ପରାମର୍ଶ ଦେଇଛି। ସେପଟେ ଚାଇନାକୁ ଜବାବ ଦେବା ଲାଗି ଜାପାନ ସୀମାରେ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ମୁତୟନ କରିଛି। ତେବେ ପ୍ରଶାସନିକ ଦକ୍ଷତା ବୃଦ୍ଧି ଲାଗି ଏହି ବିଲ୍‌ ପାସ୍‌ହେବାର ଆବଶ୍ୟକତା ରହିଥିଲା ବୋଲି ଜାପାନ ଦର୍ଶାଇଛି।
ଗତ ଏପ୍ରିଲରୁ ସେନ୍‌କାକୁସ୍‌ରେ ଚାଇନା ଜାହାଜ ଚଳପ୍ରଚଳ କରିଆସୁଛି। ଗତ କିଛି ସପ୍ତାହ ହେବ ଏହି ଜାହାଜ ସଂଖ୍ୟା ବୃଦ୍ଧିପାଇଛି। ଜାପାନ କ୍ୟାବିନେଟ ସଚିବ ସେନ୍‌କାକୁସ୍‌ ଜାପାନ ନିୟନ୍ତ୍ରଣରେ ଏହା ଆଇନସମ୍ମତ ଭାବେ ରହିଆସିଛି ବୋଲି କହିଛନ୍ତି। ଏଠାରେ ଚାଇନା ଡେରା ପକାଇବା ଠିକ୍‌ନୁହେଁ। ଏହାର ଦୃଢ଼ ଜବାବ ଦିଆଯିବ ବୋଲି ସେ ପ୍ରକାଶ କରିଛନ୍ତି। ପ୍ରକାଶଥାଉ କି, କେବଳ ଜାପାନ ନୁହେଁ ତାଇଓ୍ବାନ, ବ୍ରୁନେଇ, ଇଣ୍ଡୋନେସିଆ, ମାଲେସିଆ, ଭିଏତ୍‌ନାମ, ଫିଲିପାଇନ୍ସ ଆଦି ପଡ଼ୋଶୀ ଦେଶଗୁଡ଼ିକ ସହ ଚାଇନାର ସୀମା ବିବାଦ ରହିଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୋକାନ ବନ୍ଦ କରି ଫେରୁଥିଲେ ଗହଣା ଦୋକାନୀ, ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟିନେଲେ ଦୁର୍ବୃତ୍ତ

ନୀଳଗିରି,୧୯ା୨(ପ୍ରଶାନ୍ତ କୁମାର ବିଶ୍ବାଳ): ନୀଳଗିରି ଥାନା ଅଧୀନ ସନ୍ତରାଗଡ଼ିଆ ବଜାରର ଜଣେ ଗହଣା ଦୋକାନୀ ଦୋକାନ ବନ୍ଦ କରି ଘରକୁ ଫେରୁଥିବା ବେଳେ ତାଙ୍କ ଉପରକୁ ଗୁଳିମାଡ଼…

ବିଶେଷଜ୍ଞଙ୍କ ବଡ଼ ପୂର୍ବାନୁମାନ, ଖସିବ ସୁନା ଦର! ବିକିଲେ କେତେ ଲାଭ?

ନୂଆଦିଲ୍ଲୀ,୧୯ା୨: ଗତ କିଛି ମାସ ମଧ୍ୟରେ ସୁନା ଓ ରୂପା ମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି ଓ ଏବେ ସାମାନ୍ୟ ହ୍ରାସ ପାଉଛି। ତେଣୁ ଏଥିରେ…

କେବଳ ୭ ମିନିଟ୍‌….ତେଜିଲା ଚାଷୀ ସମସ୍ୟା

ଭୁବନେଶ୍ୱର,୧୯।୨ (ରବିନାରାୟଣ ଜେନା): ବୁଧବାର ପୂର୍ବାହ୍ନ ସାଢ଼େ ୧୦ଟାରେ ପ୍ରଶ୍ନକାଳ ଆରମ୍ଭ ହେବାମାତ୍ରେ ବାଚସ୍ପତି ସୁରମା ପାଢ଼ୀ, ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କୁ ଭାଜପା…

ଲଘୁଚାପ କ୍ଷେତ୍ର ସକ୍ରିୟ, ୨୫ଯାଏ ଶୁଖିଲା ପାଗ

ଭୁବନେଶ୍ୱର,୧୯ା୨(ଅନୁରାଧା ମହାରଣା): ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଉପରେ ଏକ ଲଘୁଚାପ କ୍ଷେତ୍ର ବୁଧବାର ସକ୍ରିୟ ରହିଛି । ଏହା ପ୍ରଭାବରେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ପାଣିପାଗ ଧୀରେ ଧୀରେ…

ଏଆଇ ସମିଟ୍‌: ଚାଇନା ରୋବୋକୁ ନେଇ ବିବାଦ

ନୂଆଦିଲ୍ଲୀ,୧୯ା୨(ରଏଟର୍ସ/ପିଟି):ଭାରତ ସରକାରଙ୍କ ପକ୍ଷରୁ ଆୟୋଜିତ ଏଆଇ ଇମ୍ପାକ୍ଟ ସମିଟ୍‌ରେ ଚାଇନା ନିର୍ମିତ ଏକ ରୋବୋଟିକ୍‌ ଡଗ୍‌କୁ ବୁଧବାର ଘରୋଇ ବିଶ୍ୱବିଦ୍ୟାଳୟ ଗାଲ୍‌ଗୋଟିଆସ୍‌ ନିଜର ବୋଲି ଦର୍ଶାଇବା ନେଇ…

ଡାଇନିଂ ଟେବୁଲରେ ହେଲା ଝଗଡ଼ା, ଭାଉଜ-ଭାଇଙ୍କୁ ହତ୍ୟା କଲା ଭାଇ

ଲକ୍ଷ୍ନୌ,୧୯।୨ ଉତ୍ତର ପ୍ରଦେଶର ସୀତାପୁର ଜିଲାରେ ଏକ ସାମାନ୍ୟ ଝଗଡ଼ା ରକ୍ତାକ୍ତ ସଂଘର୍ଷରେ ପରିଣତ ହୋଇଛି । ଜଣେ ଯୁବକ ତାଙ୍କ ଭାଉଜ ଏବଂ ଭାଇଙ୍କୁ ଧାରୁଆ…

ଚିତାରେ ସତୀ

ୟୁରୋପରେ ସଇତାନଙ୍କୁ ପୂଜା କରୁଥିବା ସନ୍ଦେହରେ ମହିଳାଙ୍କୁ ଡାହାଣୀ ଆଖ୍ୟା ଦେଇ ଖ୍ରୀଷ୍ଟିଆନ୍‌ ଧର୍ମଯାଜକମାନେ ସେମାନଙ୍କୁ ଜିଅନ୍ତା ପୋଡ଼ିଦେଉଥିଲେ। ଆରବରେ ଇସ୍‌ଲାମ ଛାଡ଼ିବାକୁ ମନା କରୁଥିବା ଲୋକଙ୍କୁ…

ଆଜିଠୁ ମାଟ୍ରିକ୍‌ ପରୀକ୍ଷା: ପରୀକ୍ଷା ଦେବେ ୫ ଲକ୍ଷ ୬୧ ହଜାର ୯୭୯ଜଣ ପରୀକ୍ଷାର୍ଥୀ

କଟକ,୧୯।୨(କାର୍ତ୍ତିକ ସାହୁ):ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ମାଟ୍ରିକ ପରୀକ୍ଷା ଗୁରୁବାରଠାରୁ ଆରମ୍ଭ ହେବ। ପ୍ରଥମ ଦିନ ମାତୃଭାଷା ପରୀକ୍ଷା ଅନୁଷ୍ଠିତ ହେବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri