ସୀମାରେ ଅଟକିଲେ ଘରମୁହଁ। ଶ୍ରମିକ

ପାଟଣା, ୩।୫(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ଥାନା ଦେଇ ଯାଇଥିବା ୨୨୦ ନମ୍ବର ଜାତୀୟ ରାଜପଥ ଟଭାସରୁଆ ନିକଟ ସୀମାନ୍ତରେ ଶୁକ୍ରବାର ସାରେ ପଶ୍ଚିମବଙ୍ଗର ୯ଜଣ ଶ୍ରମିକ ଆସି ପହଞ୍ଚିଛନ୍ତି। ଏମାନେ ଯାଜପୁର ଜିଲା ଡୁବୁରୀରୁ ସାଇକେଲରେ ଆସିଛନ୍ତି। ଶ୍ରମିକମାନେ ୩୨୦ କି.ମି ଯାତ୍ରା କରିବା ପରେ ନିଜ ଭିଟାମାଟିରେ ପହଞ୍ଚିବାର ଲକ୍ଷ୍ୟ ରଖିଛନ୍ତି।
ଏହି ଶ୍ରମିକମାନେ ଜଣେ ଠିକାଦାରଙ୍କ ଅଧୀନରେ ଡୁବୁରୀସ୍ଥିତ ଏକ ପ୍ଲାଣ୍ଟରେ ୫ମାସ ହେଲା କାମ କରୁଥିଲେ। କରୋନା ଯୋଗୁ ଦେଶବ୍ୟାପୀ ଲକଡାଉନ ଯୋଗୁ ଫ୍ୟାକ୍ଟ୍ରି ବନ୍ଦ ହୋଇଯାଇଥିଲା। ଏହି ଶ୍ରମିକମାନେ ଡୁବୁରୀରେ ୧୪ ଦିନ କ୍ୱାରାଣ୍ଟାଇନରେ ରହିବା ପରେ ଗୁରୁବାର ରାତି ୩ଟାରୁ ସାଇକେଲରେ ବାହାରିଛନ୍ତି। ସମସ୍ତେ ୪ ହଜାର ଟଙ୍କା ଦେଇ ଗୋଟିଏ ଲେଖାଏଁ ସାଇକେଲ କିଣିଛନ୍ତି। ଆସିବା ବେଳେ ବାଟରେ କେବଳ ଶୁଖିଲା ବିସ୍କୁଟ ଖାଇଥିବା କହିଛନ୍ତି। ଲକ୍‌ଡାଉନ୍‌ କଟକଣା ପାଇଁ ପାଟଣା ପୋଲିସ ଓ ସାହାରପଡା ପ୍ରଶାସନ ତରଫରୁ କେନ୍ଦୁଝର ଓ ମୟୂରଭଞ୍ଜ ସୀମା ପୋଲିସ ଚେକପୋଷ୍ଟରୁ ଏମାନଙ୍କୁ ଫେରାଇ ଆଣି ସାହାରପଡା ହାଇସ୍କୁଲରେ ରଖିଛନ୍ତି। ସେହିପରି ଛତିଶଗଡ଼ରୁ ୧୨ଜଣ ଶ୍ରମିକ ୨୨୦ ନମ୍ବର ଜାତୀୟ ରାଜପଥରେ ପାଟଣା ଦେଇ ପଶ୍ଚିମବଙ୍ଗ ଯାଉଥିବା ବେଳେ ପାଟଣା ପୋଲିସ ସେମାନଙ୍କୁ ଅଟକାଇ ସାହାରପଡା ହାଇସ୍କୁଲରେ କ୍ୱାରାଣ୍ଟାଇନରେ ରଖିଛି। ଏଣେ ଘରମୁହାଁ ହୋଇଥିବା ଏହି ଶ୍ରମିକମାନେ ନିଜ ଗାଁକୁ ଯିବା ପାଇଁ ନିବେଦନ କରିଛନ୍ତି। ଏହି ଶ୍ରମିକଙ୍କ ଘର ପଶ୍ଚିମବଙ୍ଗ ପୁରୁଲିଆ ଜିଲାର ହୁଡା ଓ ଜୟପୁର ଥାନା ଅଞ୍ଚଳରେ।


Enter your email to get our daily news in your inbox.

All Right Reserved By Dharitri.Com

ପାରାଦୀପରେ ରାସାୟନିକ ଗ୍ୟାସ୍‌ର ପ୍ରଭାବ: ଅନେକ ଅସୁସ୍ଥ

ପାରାଦୀପ,୨୯ା୧୨(ଶରତ ରାଉତ):ପାରାଦୀପର ଅଧିକାଂଶ ଅଞ୍ଚଳରେ ରବିବାର ସାରେ ରାସାୟନିକ ଗ୍ୟାସ ଦୁର୍ଗନ୍ଧ ହୋଇଛି। ଫଳରେ ସ୍ଥାନୀୟ ଲୋକେ ଅଣନିଃଶ୍ୱାସୀ ହେବା ସହ ମୁହଁରେ ମାସ୍କ କିମ୍ବା...

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

ଦାରିଙ୍ଗବାଡିର ଗର୍ବ ଓ ଗୌରବ, ଓପିଏସ୍‌ସି ପରୀକ୍ଷାରେ ୧୬ତମ ସ୍ଥାନରେ ମାନସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ): ଓପିଏସସିର ଫଳାଫଳ ବାହାରି ସାରିଥିବା ବେଲେ ଏଥିରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ମେରାମାହା ଗ୍ରାମର ମାନସ...

ପୃଥକ ଦୁର୍ଘଟଣା: ଅଟୋ-ବାଇକ୍‌ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ, ଜଳିଗଲା କାର୍‌

ବ୍ରହ୍ମଗିରି,୨୮।୧୨: ଜାତୀୟ ରାଜପଥ ବ୍ରହ୍ମଗିରି ପଣଷପଦା ନିକଟରେ ରବିବାର ଏକ ଅଘଟଣ ଘଟିଛି। ଚିଲିକାରୁ ଫେରୁଥିବା ଏକ କାର୍‌ ରାଜପଥରେ ଜଳି ଯାଇଛି। CNG ଗ୍ୟାସ...

ଗଟାମାହା ଜଙ୍ଗଲରେ ଅତର୍କିତ ଚଢ଼ାଉ, ଗଞ୍ଜେଇ ଗଛ ପୋଡ଼ିଦେଲା ପୋଲିସ

ଜି.ଉଦୟଗିରି,୨୮/୧୨( ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ପୋଲିସ ଥାନା ଅନ୍ତର୍ଗତ ଗଟାମାହା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଗଞ୍ଜେଇ ଚାଷ ହେଉଥିବା ଖବର ପାଇ...

ବାଲେଶ୍ୱରରେ କାଠ ମାଫିଆଙ୍କ ଆତଙ୍କ: ବନ ବିଭାଗ ଗାଡ଼ି ଭଙ୍ଗାରୁଜା ସହ ଜବତ ଗାଡ଼ି ଛଡ଼ାଇ ନେଲେ

ବାଲେଶ୍ୱର,୨୮ା୧୨: ନୀଳଗିରି ବନଖଣ୍ଡରେ କାଠ ମାଫିଆଙ୍କ ଦୌରାତ୍ମ୍ୟ ଚରମ ସୀମାରେ ପହଞ୍ଚିଛି। ବନବିଭାଗ କର୍ମଚାରୀଙ୍କ ଉପରେ ଆକ୍ରମଣ କରି ନେଇଗଲେ ଜବତ ହୋଇଥିବା କାଠ ବୋଝେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri