ସୀମାନ୍ତ ଲୋକଙ୍କୁ ଉତ୍ତମ ସେବା ଯୋଗାଇବ ଫାଣ୍ଡି: ଡିଆଇଜି

ପଟ୍ଟାଙ୍ଗୀ,୧ା୬(ଡି.ଏନ୍‌.ଏ.)-କୋରାପୁଟ ଜିଲା ତଥା ଆନ୍ଧ୍ର ସୀମାନ୍ତ ପଟ୍ଟାଙ୍ଗୀ ଥାନା ଅନ୍ତର୍ଗତ ସୁଙ୍କି ପଞ୍ଚାୟତ କାର୍ଯ୍ୟାଳୟର ଅସ୍ଥାୟୀ ଗୃହରେ ଚାଲିଥିବା ସୁଙ୍କି ଫାଣ୍ଡିକୁ ସୋମବାର ଡିଆଇଜି ସଫିନ ଅହମ୍ମଦ କେ. ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଛନ୍ତି। ସୁନାବେଡ଼ା ଏସ୍‌ଡିପିଓ ନିରଞ୍ଜନ ବେହେରା ଏବଂ ପଟ୍ଟାଙ୍ଗୀ ଥାନା ଅଧିକାରୀ ବିଜୟରାଜ ମାଝିଙ୍କ ଉଦ୍ୟମରେ ଏଠାରେ ଥିବା ସରକାରଙ୍କ ଅବ୍ୟବହୃତ ବିକ୍ରିକର ଓ ମୋଟର ଯାନ ବିଭାଗର ଗୃହକୁ ପୁନରୁଦ୍ଧାର କରି ଫାଣ୍ଡି ପ୍ରତିଷ୍ଠା କରାଯାଇଛି। ମୁଖ୍ୟଅତିଥି ମହମ୍ମଦ କେ. କହିଲେ, ଏହି ସୀମାନ୍ତ ଫାଣ୍ଡି ଲୋକଙ୍କ ନିକଟତର ହୋଇ ସେମାନଙ୍କୁ ଉତ୍ତମ ସେବା ଯୋଗାଇବ। ଅନ୍ୟତମ ଅତିଥି ଜିଲା ଏସ୍‌ପି ମୁକେଶ କୁମାର ଭାମୋ କହିଲେ, ଫାଣ୍ଡିର ପୁନରୁଦ୍ଧାର ଯୋଗୁ ଏହା ଲୋକଙ୍କ ଦୀର୍ଘଦିନର ଆଶା ପୂରଣ କରିପାରିବ। ଉତ୍ସବରେ ଜୟପୁର ଏସ୍‌ଡିପିଓ ବରୁଣ ଗୁଣ୍ଠାପାଲି, ଆର୍‌ଆଇ ସୁବାସ ନାୟକ, ବିଏସ୍‌ଏଫ୍‌ କମାଣ୍ଡାଣ୍ଟ ଭିବିନ ୟାଦବ, କମାଣ୍ଡାଣ୍ଟ ମହେଶ ବର୍ମା, କମାଣ୍ଡାଣ୍ଟ ବିନୋଦ ରାଜା, ଦାମନଯୋଡ଼ି ଥାନା ଅଧିକାରୀ ସମ୍ବିତ ବେହେରା, ସେମିଳିଗୁଡ଼ା ଥାନା ଅଧିକାରୀ ଧୀରେନ ବେହେରା, ସୁନାବେଡ଼ା ଥାନା ଅଧିକାରୀ ଭୀମସେନ ନାୟକ, ସୁଙ୍କି ନାଏବ ସରପଞ୍ଚ କେ. ଈଶ୍ୱରୀ ଆମ୍ମା, ସମିତିସଭ୍ୟ ପାଢ଼ୀ ଦୁର୍ଗା, ପେଟ୍ରୁ ସରପଞ୍ଚ ସିନ୍ଦେରି ଆପାନା, ଅମ୍ପାବାଲି ସରପଞ୍ଚ ଏ. ତୁଳସା, ଶ୍ୟାମସୁନ୍ଦର ମହାନ୍ତି, ଗୁପ୍ତଶଙ୍କର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ। ସୂଚନାଯୋଗ୍ୟ ଯେ, ଏଠାରେ ଫାଣ୍ଡି ଅଧିକାରୀ ଭାବେ ଏସ୍‌ଆଇ ସଂଗ୍ରାମ କେଶରୀ ସ୍ବାଇଁ, ଏଏସ୍‌ଆଇ ଦୟାନିଧି ମୁର୍ଜାଙ୍କ ସହ ୩ଜଣ କନଷ୍ଟେବଳ ଏବଂ ଗୋଟିଏ ପ୍ଲାଟୁନ ଆଇଆର୍‌ବିଙ୍କୁ ନିଯୁକ୍ତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋ ହତ୍ୟା ସହ ମାଂସ ଚାଲାଣ: ୨ ଗିରଫ, ୧୫ ଅଟକ

କୋରାପୁଟ,୧୯।୭(ଅମିତାଭ ବେହେରା): କୋରାପୁଟ ସହରରେ ଗୋ ହତ୍ୟା ସହ ମାଂସ ଚାଲାଣ ହେଉଥିବା ଖବରପାଇ ଟାଉନ ଥାନା ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ ୨ ଅଭିଯୁକ୍ତଙ୍କୁ ଗିରଫ…

ଜାତୀୟ ସ୍ତରୀୟ ପ୍ରେରଣା ଉତ୍ସବ ପାଇଁ ଛାତ୍ରୀ କୀର୍ତ୍ତନା ମନୋନୀତ, ଅଞ୍ଚଳରେ ଖୁସିର ଲହରି

ପଟାଙ୍ଗି,୧୯ା୭(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦରମହକୁମାର ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଛାତ୍ରୀ କୀର୍ତ୍ତନା ସାହୁ ଜାତୀୟ ସ୍ତରୀୟ ପ୍ରେରଣା ଉତ୍ସବ କାର୍ଯ୍ୟକ୍ରମକୁ ମନୋନୀତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri