ସୀମାନ୍ତ ଲୋକଙ୍କୁ ଉତ୍ତମ ସେବା ଯୋଗାଇବ ଫାଣ୍ଡି: ଡିଆଇଜି

ପଟ୍ଟାଙ୍ଗୀ,୧ା୬(ଡି.ଏନ୍‌.ଏ.)-କୋରାପୁଟ ଜିଲା ତଥା ଆନ୍ଧ୍ର ସୀମାନ୍ତ ପଟ୍ଟାଙ୍ଗୀ ଥାନା ଅନ୍ତର୍ଗତ ସୁଙ୍କି ପଞ୍ଚାୟତ କାର୍ଯ୍ୟାଳୟର ଅସ୍ଥାୟୀ ଗୃହରେ ଚାଲିଥିବା ସୁଙ୍କି ଫାଣ୍ଡିକୁ ସୋମବାର ଡିଆଇଜି ସଫିନ ଅହମ୍ମଦ କେ. ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଛନ୍ତି। ସୁନାବେଡ଼ା ଏସ୍‌ଡିପିଓ ନିରଞ୍ଜନ ବେହେରା ଏବଂ ପଟ୍ଟାଙ୍ଗୀ ଥାନା ଅଧିକାରୀ ବିଜୟରାଜ ମାଝିଙ୍କ ଉଦ୍ୟମରେ ଏଠାରେ ଥିବା ସରକାରଙ୍କ ଅବ୍ୟବହୃତ ବିକ୍ରିକର ଓ ମୋଟର ଯାନ ବିଭାଗର ଗୃହକୁ ପୁନରୁଦ୍ଧାର କରି ଫାଣ୍ଡି ପ୍ରତିଷ୍ଠା କରାଯାଇଛି। ମୁଖ୍ୟଅତିଥି ମହମ୍ମଦ କେ. କହିଲେ, ଏହି ସୀମାନ୍ତ ଫାଣ୍ଡି ଲୋକଙ୍କ ନିକଟତର ହୋଇ ସେମାନଙ୍କୁ ଉତ୍ତମ ସେବା ଯୋଗାଇବ। ଅନ୍ୟତମ ଅତିଥି ଜିଲା ଏସ୍‌ପି ମୁକେଶ କୁମାର ଭାମୋ କହିଲେ, ଫାଣ୍ଡିର ପୁନରୁଦ୍ଧାର ଯୋଗୁ ଏହା ଲୋକଙ୍କ ଦୀର୍ଘଦିନର ଆଶା ପୂରଣ କରିପାରିବ। ଉତ୍ସବରେ ଜୟପୁର ଏସ୍‌ଡିପିଓ ବରୁଣ ଗୁଣ୍ଠାପାଲି, ଆର୍‌ଆଇ ସୁବାସ ନାୟକ, ବିଏସ୍‌ଏଫ୍‌ କମାଣ୍ଡାଣ୍ଟ ଭିବିନ ୟାଦବ, କମାଣ୍ଡାଣ୍ଟ ମହେଶ ବର୍ମା, କମାଣ୍ଡାଣ୍ଟ ବିନୋଦ ରାଜା, ଦାମନଯୋଡ଼ି ଥାନା ଅଧିକାରୀ ସମ୍ବିତ ବେହେରା, ସେମିଳିଗୁଡ଼ା ଥାନା ଅଧିକାରୀ ଧୀରେନ ବେହେରା, ସୁନାବେଡ଼ା ଥାନା ଅଧିକାରୀ ଭୀମସେନ ନାୟକ, ସୁଙ୍କି ନାଏବ ସରପଞ୍ଚ କେ. ଈଶ୍ୱରୀ ଆମ୍ମା, ସମିତିସଭ୍ୟ ପାଢ଼ୀ ଦୁର୍ଗା, ପେଟ୍ରୁ ସରପଞ୍ଚ ସିନ୍ଦେରି ଆପାନା, ଅମ୍ପାବାଲି ସରପଞ୍ଚ ଏ. ତୁଳସା, ଶ୍ୟାମସୁନ୍ଦର ମହାନ୍ତି, ଗୁପ୍ତଶଙ୍କର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ। ସୂଚନାଯୋଗ୍ୟ ଯେ, ଏଠାରେ ଫାଣ୍ଡି ଅଧିକାରୀ ଭାବେ ଏସ୍‌ଆଇ ସଂଗ୍ରାମ କେଶରୀ ସ୍ବାଇଁ, ଏଏସ୍‌ଆଇ ଦୟାନିଧି ମୁର୍ଜାଙ୍କ ସହ ୩ଜଣ କନଷ୍ଟେବଳ ଏବଂ ଗୋଟିଏ ପ୍ଲାଟୁନ ଆଇଆର୍‌ବିଙ୍କୁ ନିଯୁକ୍ତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରବି-ତାରା ମୁହାଁମୁହିଁ

ଜୟପୁର, ୨୭ା୪(ପବନ ପାଣିଗ୍ରାହୀ): ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ରବିନାରାୟଣ ନନ୍ଦ ଶୁକ୍ରବାର ଜୟପୁର ସାଜୁସାହିସ୍ଥିତ ବିଜେଡି କାର୍ଯ୍ୟାଳୟରେ ଖବରଦାତା ସମ୍ମିଳନୀ କରି...

କୋରାପୁଟ ଲୋକ ସଭା ଆସନରେ ୩ ପ୍ରାର୍ଥୀ, ୩ ବିଧାନସଭା ଆସନରେ ୯ ପ୍ରାର୍ଥୀ ଦାଖଲ କଲେ ନାମାଙ୍କନପତ୍ର

କୋରାପୁଟ,୨୪ା୪(ଅମିତାଭ ବେହେରା): ବୁଧବାର ନାମାଙ୍କନପତ୍ର ଦାଖଲର ଷଷ୍ଠ ଦିନରେ କୋରାପୁଟ ଲୋକ ସଭା ଆସନ ନିମନ୍ତେ ଭାଜପା ସମେତ ୩ ପ୍ରାର୍ଥୀ ସେମାନଙ୍କ ନାମାଙ୍କନପତ୍ର ଦାଖଲ...

ନାମାଙ୍କନ ପତ୍ର ଦାଖଲ କଲେ କୋରାପୁଟ ଲୋକ ସଭା ପ୍ରାର୍ଥୀ କୌଶଲ୍ୟା ହିକକା

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ଲୋକସଭା ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା ମଙ୍ଗଳବାର ନାମାଙ୍କନ ଦାଖଲ କରିଛନ୍ତି। ଜିଲାପାଳ ଭି କୀର୍ତି ଭାସନଙ୍କ ଠାରେ ସେ ନାମାଙ୍କନ...

ନାମାଙ୍କନ ପତ୍ର ଦାଖଲ କଲେ ରଘୁରାମ ପଡାଲ

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ବିଧାନସଭା ଆସନ ନିମନ୍ତେ ବିଜେଡି ପାର୍ଥି ରଘୁରାମ ପଡାଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କୁ ମଙ୍ଗଳବାର...

ଲକ୍ଷ୍ମୀପୁର ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ ପବିତ୍ରଙ୍କ ନାମାଙ୍କନପତ୍ର ଦାଖଲ

କୋରାପୁଟ,୨୨ା୪(ଅମିତାଭ ବେହେରା): ଲକ୍ଷ୍ମୀପୁର ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ ପବିତ୍ର ସାଉଁତା କୋରାପୁଟ ଅତିରିକ୍ତ ଜିଲାପାଳ ଲଗ୍ନଜିତ୍‌ ରାଉତଙ୍କଠାରେ ନାମାଙ୍କନପତ୍ର ଦାଖଲ କରୁଛନ୍ତି। ଏହି ଅବସରରେ...

ଦୀର୍ଘବର୍ଷ ପରେ ପୂଜା ପାଇବେ ପ୍ରଭୁ ରଘୁନାଥଜୀଉ, ମାଳିପୁଟ ଉତ୍ସବମୁଖର

ପଟାଙ୍ଗି,୨୨ା୪(ଶରତ ଧଳ): ଦୀର୍ଘବର୍ଷ ଧରି ଗ୍ରାମବାସୀଙ୍କ ଶ୍ରମଦାନ ଓ ଜଣେ ବ୍ୟକ୍ତିଙ୍କ ସ୍ବେଚ୍ଛାକୃତ ଅର୍ଥଦାନରେ ଗଢ଼ି ଉଠିଥିବା ମନ୍ଦିର ପ୍ରତିଷ୍ଠା କରି ସମସ୍ତଙ୍କ ପାଇଁ ଉଦାହରଣ...

ସପ୍ତଗିରିଙ୍କ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଲେ ସ୍ତ୍ରୀ

କୋରାପୁଟ,୨୧।୪(ଅମିତାଭ ବେହେରା): ଚଳିତ ସାଧାରଣ ନିର୍ବାଚନରେ କୋରାପୁଟ ଲୋକ ସଭା ଆସନ ପାଇଁ କଂଗ୍ରେସ ପକ୍ଷରୁ ସପ୍ତଗିରି ଉଲାକାଙ୍କୁ ପ୍ରାର୍ଥୀଭାବେ ରିପିଟ କରାଯାଇଛି। ବର୍ତ୍ତମାନ ସପ୍ତଗିରି...

ପାହାଡ଼ ଜଙ୍ଗଲରେ ନିଆଁ

ଦାମନଯୋଡ଼ି,୨୧ା୪(ମାନସ ରଞ୍ଜନ କର): ଲୋକ ସଚେତନତା ଅଭାବରୁ ଜଙ୍ଗଲରେ ନିଆଁ ହୁତୁହୁତୁ ହୋଇ ଜଳୁଛି। ଜଙ୍ଗଲ ପାହାଡ଼ ନିଆଁ ଯୋଗୁ ଜଙ୍ଗଲ ଜୀବଜନ୍ତୁ ଭୟଭୀତ ହୋଇପଡ଼ିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri