Posted inଜାତୀୟ

ସୀମାନ୍ତ ଗାଁରେ ନେପାଳ ରେଡିଓ ଶୁଭୁଛି

ଡେରାଡୁନ/ପିଥୋରାଗଡ଼,୨୨ା୬: ଭାରତର ସୀମାନ୍ତ ଅଞ୍ଚଳ କାଲାପାନି, ଲିପୁଲେଖ ଓ ଲିମ୍ପିୟାଧୁରାକୁ ନେପାଳ ନୂଆ ମାନଚିତ୍ରରେ ନିଜର ବୋଲି ଦାବି କରିବା ସହ ଆଉ କେତେକ ବଦମାସି ଆରମ୍ଭ କରିଛି। ଏବେ ସୀମାନ୍ତ ଗ୍ରାମଗୁଡ଼ିକରେ ନେପାଳର ରେଡିଓ ଫ୍ରିକ୍ୱେନ୍ସି ଆସୁଛି। ଫଳରେ ସେହି ଅଞ୍ଚଳର ଲୋକେ କାଠମାଣ୍ଡୁ ପକ୍ଷରୁ ଭାରତ ବିରୋଧୀ ଗୀତ ରେଡିଓରେ ଶୁଣିବାକୁ ପାଉଛନ୍ତି।
ନେପାଳୀ ପାର୍ଲାମେଣ୍ଟ ଶୁକ୍ରବାର ଏକ ନୂଆ ରାଜନୈତିକ ମାନଚିତ୍ରକୁ ମଞ୍ଜୁରୀ ଦେଇଥିଲା। ଏଥିରେ କାଲାପାନି, ଲିପୁଲେଖ ଓ ଲିମ୍ପିୟାଧୁରାକୁ ନିଜ ଅଞ୍ଚଳ ବୋଲି ସ୍ଥାନିତ କରିଥିଲା। ପଡ଼ୋଶୀ ଦେଶର ଏହି ପଦକ୍ଷେପକୁ ଭାରତ ପକ୍ଷରୁ ଦୃଢ଼ ବିରୋଧ କରାଯାଇଛି। ଏହାସତ୍ତ୍ୱେ ନେପାଳ ନିଜ ଦାବିକୁ ମଜଭୁତ କରିବା ପାଇଁ ବଦମାସି ଜାରି ରଖିଛି। ଉତ୍ତରାଖଣ୍ଡ ସୀମାର ପିଥୋରାଗଡ଼ସ୍ଥିତ ଧରଚୂଳ ସବ୍‌ଡିଭିଜନ ଅନ୍ତର୍ଗତ ଦାନ୍ତୁଆ ଗ୍ରାମର ଶାଲୁ ଦତାଲ ନାମକ ଜଣେ ବାସିନ୍ଦା କହିଛନ୍ତି, କେତେକ ନେପାଳୀ ଏଫ୍‌ଏମ୍‌ ରେଡିଓ ଚ୍ୟାନେଲ ନେପାଳୀ ଗୀତ ବଜାଉଛନ୍ତି। ଗୀତ ମଝିରେ ସେମାନେ ଭାରତ ବିରୋଧୀ ଭାଷଣ ମଧ୍ୟ ବଜାଇବାରେ ଲାଗିଛନ୍ତି। ସୀମାର ଉଭୟ ପଟରେ ରହୁଥିବା ଲୋକେ ନେପାଳୀ ଗୀତ ଶୁଣୁଥିବାରୁ ସେମାନେ ଗୀତ ମଝିରେ ନେପାଳୀ ମାଓବାଦୀ ନେତାମାନଙ୍କ ଭାରତ ବିରୋଧୀ ଭାଷଣ ଶୁଣିବାକୁ ପାଉଛନ୍ତି। ଗୀତ ଭିତରେ ସବୁଠୁ ବେଶି ଭାରତ ବିରୋଧୀ ବିଷୟ ନୟା ନେପାଳ ଓ କାଲାପାନି ଏଫ୍‌ଏମ୍‌ ରେଡିଓ ଷ୍ଟେଶନରୁ ଆସୁଛି। ମଲ୍ଲିକାର୍ଜୁନ ରେଡିଓ ଏବଂ ଅନ୍ନପୂର୍ଣ୍ଣା ଡଟ୍‌ ଅନ୍‌ଲାଇନ୍‌ ଭଳି କେତେକ ଓ୍ବେବ୍‌ସାଇଟ ମଧ୍ୟ କାଲାପାନିକୁ ନେପାଳ ଭୂଖଣ୍ଡ ବୋଲି ଦାବି କରି କାର୍ଯ୍ୟକ୍ରମ ପ୍ରସାର କରୁଥିବା ସେ ପ୍ରକାଶ କରିଛନ୍ତି।
ଏହି ଏଫ୍‌ଏମ୍‌ ରେଡିଓ ଷ୍ଟେଶନଗୁଡ଼ିକ ନେପାଳର ଧରଚୂଳ ଜିଲା ମୁଖ୍ୟାଳୟର ନିକଟସ୍ଥ ଚାବ୍ରିଗଡ଼ରେ ଅବସ୍ଥିତ। ଏହି ଷ୍ଟେଶନଗୁଡ଼ିକର ରେଞ୍ଜ ପ୍ରାୟ ୩ କି.ମି.। ସେଠାରୁ ପ୍ରସାରିତ କାର୍ଯ୍ୟକ୍ରମ ସୀମାର ଭାରତ ପଟେ ଥିବା ଧରଚୂଳ, ବାଲୁଆକୋଟ, ଜଉଲଜିବି ଓ କାଲିକାରେ ଶୁଣିବାକୁ ମିଳୁଛି। ଏହି ଷ୍ଟେଶନଗୁଡ଼ିକର ନ୍ୟୁଜ୍‌ ବୁଲେଟିନ୍‌ରେ କାଲାପାନି, ଲିପୁଲେଖ ଓ ଲିମ୍ପିୟାଧୁରାକୁ ନିଜ ଦେଶର ଦାବି କରି ଏହି ସ୍ଥାନଗୁଡ଼ିକର ପାଣିପାଗ ରିପୋର୍ଟ ମଧ୍ୟ ପ୍ରସାର କରୁଛନ୍ତି ବୋଲି ଧରଚୂଳ ଗ୍ରାମର କ୍ରିଷ୍ଣା ଗରବିୟାଲ କହିଛନ୍ତି। ତେବେ ସ୍ଥାନୀୟ ଜିଲା ପ୍ରଶାସନ ଓ ପୋଲିସ ନେପାଳୀ ରେଡିଓ ଷ୍ଟେଶନରୁ ଭାରତ ବିରୋଧୀ କାର୍ଯ୍ୟକ୍ରମ ପ୍ରସାରଣ ହେବା ନେଇ ଅବଗତ ନ ଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ବଦଳରେ ଏହି ଖେଳାଳିଙ୍କୁ ସୁଯୋଗ; ରାଜସ୍ଥାନ ନିଷ୍ପତ୍ତିରେ ଅସନ୍ତୁଷ୍ଟ ଯୁବ ଓପନର!

ନୂଆଦିଲ୍ଲୀ,୧୪।୪: ଆଇପିଏଲ୍‌ ୨୦୨୬ରେ ନିଜର ବିସ୍ଫୋରକ ବ୍ୟାଟିଂ ଜରିଆରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ୧୫ ବର୍ଷୀୟ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ ଟିମ୍‌ ମ୍ୟାନେଜମେଣ୍ଟ…

ଏଲପିଜିକୁ ନେଇ ରାଜ୍ୟ ସରକାରଙ୍କୁ ମୋଦିଙ୍କ ବଡ଼ ନିର୍ଦ୍ଦେଶ, ଏପ୍ରିଲ ୧୩…

ନୂଆଦିଲ୍ଲୀ,୧୪।୪: ମଧ୍ୟପ୍ରାଚ୍ୟର ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି, ଭାରତ ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପେଟ୍ରୋଲ, ଡିଜେଲ କିମ୍ୱା ଅନ୍ୟାନ୍ୟ ପେଟ୍ରୋଲିୟମ ଉତ୍ପାଦର କୌଣସି ଅଭାବ…

ନୂଆ ପାଞ୍ଜିରେ ବଡ ଭବିଷ୍ୟବାଣୀ, ୨୦୨୬ରେ ସବୁ ହୋଇଯିବ ଛାରଖାର୍!

ପଣା ସଂକ୍ରାନ୍ତିରୁ ପ୍ରଚଳିତ ହେଲା ନୂଆ ପଂଜିକା । ମୀନ ରାଶିରେ ଚର୍ତୁଗ୍ରହୀ ଯୋଗ ଥିବାରୁ ବର୍ଷ ଆରମ୍ଭରେ ଶୁଭ ଯୋଗ ନାହିଁ । ଅତି ବୃଷ୍ଟି,…

ବାଇକ୍‌ରେ ଆସୁଥିବା ବେଳେ ଧକ୍କା ଦେଲା ପିକ୍‌ଅପ୍‌: ଚାଲିଗଲା ମା’-ବାପା,ଦେଢ଼ ବର୍ଷର ପୁଅର ଜୀବନ; ଉତ୍ତ୍ୟକ୍ତ ଲୋକେ…

ବଲାଙ୍ଗୀର,୧୪।୪(ସୁନିଲ କୁମାର ମହାନ୍ତି):  ପିକ୍‌ଅପ୍‌ ଧକ୍କାରେ ବାପା ପୁଅ ମୃତ। ମା’ ଗୁରୁତର। ଏପରି ଏକ ଦୁଖଦ ଘଟଣା ଘଟିଛି ବଲାଙ୍ଗୀର-ସୋନପୁର ଏନ୍‌.ଏଚ୍‌ ୫୭ ର ଟୋଲଗେଟ…

କାମ ସାରି ବାଇକ୍‌ରେ ଫେରୁଥିଲେ, ମାମୁ-ଭଣଜାଙ୍କୁ ପଛରୁ ଧକ୍କା ଦେଲା କାର୍‌, କଚାଡ଼ି ହୋଇ…

ଦିଗପହଣ୍ଡି,୧୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମୁଖ୍ୟରାସ୍ତା ପୁଞ୍ଜିକଂୟା ଛକ ନିକଟରେ ମଙ୍ଗଳବାର ଅପରାହ୍ନରେ ଏକ କାର (ନଂ. ଓଡ଼ି୦୭ବିସି -୧୬୯୦) ଧକ୍କାରେ ସାନଖେମୁଣ୍ଡି ବ୍ଲକ…

ଆରଏମ୍‌ସି ହାଟଗୃହ ଭାଙ୍ଗିବା ନେଇ ତେଜିଲା ଅସନ୍ତୋଷ

ନନ୍ଦପୁର,୧୪ା୪(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମାସ୍ଥିତ ବୁଧବାର ସାପ୍ତାହିକ ହାଟ ମଧ୍ୟର ପୁରୁଣା ହାଟ ଗୃହକୁ ବିନା ଅନୁମତିରେ ଭାଙ୍ଗିବାକୁ ନେଇ…

ବିହାରର ସବୁଠାରୁ ପଢୁଆ ନେତା କିଏ? ଲିଷ୍ଟରେ ନୀତିଶ କୁମାରଙ୍କ ସ୍ଥାନ ଏଇଠି…

ପାଟନା,୧୪।୪: ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ଆସିଛି। ନୀତିଶ କୁମାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଏବଂ ସମ୍ରାଟ ଚୌଧୁରୀଙ୍କୁ ବିଧାୟକ ଦଳର ନେତା ଭାବରେ…

ଶେନ୍‌ ଓ୍ବର୍ନଙ୍କ ମୃତ୍ୟୁକୁ ନେଇ ମୁହଁ ଖୋଲିଲେ ପୁଅ ଜ୍ୟାକ୍‌ସନ

ନୂଆଦିଲ୍ଲୀ,୧୪ା୪: ଅଷ୍ଟ୍ରେଲିଆର କିମ୍ବଦନ୍ତୀ ଲେଗ୍‌ ସ୍ପିନର ଶେନ୍‌ ଓ୍ବର୍ନଙ୍କ ହଠାତ୍‌ ପରଲୋକ ଘଟିବାର ୪ ବର୍ଷ ପରେ ତାଙ୍କ ମୃତ୍ୟୁକୁ ନେଇ ପୁଅ ଜ୍ୟାକ୍‌ସନ ଓ୍ବର୍ନ ମୁହଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri