ସୀତାରାମନ୍‌ଙ୍କ ଅଜବ ଯୁକ୍ତି: ଓଲା, ଉବର ଯୋଗୁ ଅଟୋ ସେକ୍ଟରରେ ଆସିଛି ମାନ୍ଦାବସ୍ଥା

ନୂଆଦିଲ୍ଲୀ,୧୧-୯: ଦେଶର ଅଟୋ ସେକ୍ଟର ଏବେ ଜବରଦସ୍ତ ମାନ୍ଦାବସ୍ଥାର ଶିକାର ହୋଇଛି। କେତେକ କମ୍ପାନୀ ଏବେ କିଛିଦିନ ପାଇଁ ଉତ୍ପାଦନ ବନ୍ଦ ଲାଗି ଘୋଷଣା କରିସାରିଲେଣି। ଫଳରେ ଏହି କ୍ଷେତ୍ର ସହ ଜଡ଼ିତ ଲୋକଙ୍କର ଚାକିରି ଚାଲିଯିବା ଆରମ୍ଭ ହୋଇଗଲାଣି। ଏପରିସ୍ଥିତିରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିମର୍ର୍ଳା ସୀତାରାମନ୍‌ ଅଟୋ ସେକ୍ଟରରେ ଦେଖାଦେଇଥିବା ମାନ୍ଦାବସ୍ଥାକୁ ନେଇ ମଙ୍ଗଳବାର ଅଜବ ଯୁକ୍ତି ଉପସ୍ଥାପନ କରିଛନ୍ତି। ସେ କହିଛନ୍ତି ଯେ, ଅଟୋମୋବାଇଲ ସେକ୍ଟରରେ କେତେକ କାରଣ ଯୋଗୁ ମାନ୍ଦାବସ୍ଥା ଦେଖାଯାଇଛି। ବିଏସ-୬ ମୁଭମେଣ୍ଟ, ରେଜିଷ୍ଟ୍ରେଶନ ଫି ବୃଦ୍ଧି ପାଇବା,ସର୍ବୋପରି ଲୋକଙ୍କ ମାନସିକତାରେ ପରିବର୍ତ୍ତନ ହେବା ଯୋଗୁ ଅଟୋ ସେକ୍ଟରରେ ମାନ୍ଦାବସ୍ଥା ଦେଖାଦେଇଛି ବୋଲି ସେ କହିଛନ୍ତି। ତାଙ୍କ ମତରେ ଲୋକେ ଇଏମ୍‌ଆଇ ଦେଇ ନୂଆ ଗାଡ଼ି କିଣିବା ଅପେକ୍ଷା ଓଲା, ଉବର ଭଳି କ୍ୟାବ୍‌ରେ ଯାତାୟାତ କରିବାକୁ ଅଧିକ ପସନ୍ଦ କରୁଛନ୍ତି।
ଅଟୋ ସେକ୍ଟରରେ ବିକ୍ରି ହ୍ରାସ ଏକ ଗମ୍ଭୀର ସମସ୍ୟା ବୋଲି ସୀତାରାମନ୍‌ ସ୍ବୀକାର କରିଛନ୍ତି ଏବଂ ଏହାର ସମାଧାନ ବାହାରିବା ନିହାତି ଜରୁରୀ ବୋଲି କହିଛନ୍ତି। ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ୧୦୦ ଦିନ ପୂର୍ଣ୍ଣ ହେବା ଅବସରରେ ଏଠାରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଭେଟି ସୀତାରାମନ୍‌ ସରକାରଙ୍କ ସଫଳତା ବଖାଣିଥିଲେ। ଅର୍ଥମନ୍ତ୍ରୀ କହିଛନ୍ତି ଯେ, ସରକାର ସମସ୍ତ ସେକ୍ଟରରେ ଦେଖାଦେଇଥିବା ସମସ୍ୟାକୁ ନେଇ ଅତ୍ୟନ୍ତ ଗମ୍ଭୀର ଅଛନ୍ତି। ଏନେଇ ସରକାର ଇତିମଧ୍ୟରେ ଆବଶ୍ୟକୀୟ ପଦକ୍ଷେପମାନ ମଧ୍ୟ ନେଉଛନ୍ତି। ସରକାର ସମସ୍ତଙ୍କର ଅଭିଯୋଗକୁ ଶୁଣୁଛନ୍ତି। ଅଗଷ୍ଟ ଓ ସେପ୍ଟେମ୍ବରରେ ଦୁଇଟି ବଡ଼ ଘୋଷଣା ହୋଇଛି। ଆବଶ୍ୟକ ହେଲେ ଆହୁରି କିଛି ଘୋଷଣା କରାଯିବ।
ମହଙ୍ଗା ଯୋଗୁ ଲୋକେ ଗାଡ଼ି କିଣୁନାହାନ୍ତି: ମାରୁତି ଅଧ୍ୟକ୍ଷ
ଓଲା,ଉବର କ୍ୟାବ୍‌ ଯୋଗୁ ଦେଶରେ କାର୍‌ ବିକ୍ରି ପ୍ରଭାବିତ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ଙ୍କ ଯୁକ୍ତି ସହ ଏକମତ ନୁହନ୍ତି ମାରୁତି ସୁଜୁକି ଅଧ୍ୟକ୍ଷ ଆର୍‌.ସି. ଭାର୍ଗବ। ଏଥିଲାଗି ସରକାରଙ୍କ ନୀତିକୁ ସେ ଦାୟୀ କରିଛନ୍ତି। ତାଙ୍କର କହିବାନୁଯାୟୀ, ପେଟ୍ରୋଲ-ଡିଜେଲ ଉପରେ ଉଚ୍ଚହାରରେ ଟିକସ ଆଦାୟ, ସଡ଼କ ଟିକସ ବୃଦ୍ଧି କରାଯାଉଥିବାରୁ ଲୋକେ ଏବେ କାର୍‌ କିଣିବାରୁ ଦୂରେଇ ଯାଉଛନ୍ତି। ଏହାଛଡ଼ା ଏୟାର ବ୍ୟାଗ୍‌ ଓ ଏବିଏସ୍‌ ଭଳି ନୂଆ ସୁରକ୍ଷା ଫିଚର ଯୋଡାଯିବା କାରଣରୁ ଏବେ କାର୍‌ ଦାମ ବହୁଗୁଣ ବଢ଼ିଯାଇଛି। ଏହି କାରଣରୁ ଏଣ୍ଟ୍ରି ଲେଭେଲ କାର୍‌ ଦାମ୍‌ ମହଙ୍ଗା ହୋଇଗଲାଣି। ଫଳରେ ଏହା ଦୁଇଚକିଆ ଯାନ ଚଳାଉଥିବା ବ୍ୟକ୍ତିବିଶେଷଙ୍କ ହାତପାହାନ୍ତାରୁ ବାହାରିଗଲାଣି। ଅଟୋ ଉଦ୍ୟୋଗ ଏବେ ଜିଏସ୍‌ଟି ହ୍ରାସ ପାଇଁ ଜୋରଦାର ଦାବି କରୁଥିବା ବେଳେ ଭାର୍ଗବଙ୍କ ମତରେ ଏହାଦ୍ୱାରା ସେଭଳି ବିଶେଷ ଫରକ ପଡ଼ିବ ନାହିଁ। ତାଙ୍କ ମତରେ ଓଲା, ଉବର ନୁହେଁ ବରଂ କଡ଼ା ସୁରକ୍ଷା ଓ ପ୍ରଦୂଷଣ ମାନଦଣ୍ଡ ପ୍ରଚଳନ, ବୀମା ପ୍ରିମିୟମ ବାବଦରେ ଖର୍ଚ୍ଚ ବୃଦ୍ଧି, ଅତିରିକ୍ତ ରୋଡ୍‌ ଟିକସ ଲାଗୁ ହେବା ଯୋଗୁ ଲୋକେ ଆଉ ଗାଡ଼ି କିଣିବାକୁ ଆଗ୍ରହ ଦେଖାଉନାହାନ୍ତି।
ସୂଚନାଥାଉ କି, ଘରୋଇ ପାସେଞ୍ଜର କାର୍‌ ବିକ୍ରି ବାର୍ଷିକ ଆଧାରରେ ଅଗଷ୍ଟରେ ୩୧.୬% ହ୍ରାସ ପାଇଛି ବୋଲି ସୋସାଇଟି ଅଫ୍‌ ଇଣ୍ଡିଆନ ଅଟୋମୋବାଇଲ ମାନୁଫାକ୍‌ଚରର୍ସ(ସିଆମ୍‌) ପକ୍ଷରୁ ପ୍ରକାଶିତ ତଥ୍ୟରୁ ସ୍ପଷ୍ଟ ହୋଇଛି। ୧୯୯୭-୯୮ ପରେ ସର୍ବନିମ୍ନ ହ୍ରାସ ବୋଲି କୁହାଯାଉଛି। ସେହିପରି ଦୁଇଚକିଆ ଯାନ ବିକ୍ରି ମଧ୍ୟ ଆଲୋଚ୍ୟ ମାସରେ ୨୨.୨୪% ହ୍ରାସ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri