ସୀତା ଲୋ…ଗୀତକୁ ଲଗାତର ୪ ଥର ଗାଇଥିଲି

କଣ୍ଠଶିଳ୍ପୀ ଟି. ସୌରୀ ଓଡ଼ିଆ ସିନେମା, ଆଲ୍‌ବମ, ଭଜନ କ୍ଷେତ୍ରରେ ଅନେକ ଗୀତରେ କଣ୍ଠଦାନ କରିଛନ୍ତି। ଏବେ ଏକ ମ୍ୟୁଜିକ ଇନଷ୍ଟିଚ୍ୟୁଟ ଖୋଲି କୁନି କୁନି ପିଲାଙ୍କୁ ସଙ୍ଗୀତ ଶିକ୍ଷା ଦେଉଥିବା ଓଡ଼ିଶାର ଏହି ପ୍ରଖ୍ୟାତ କଣ୍ଠଶିଳ୍ପୀଙ୍କର ଅନୁଭୂତିରୁ କିଛି।

ବାଲେଶ୍ୱରରେ କାର୍ଯ୍ୟକ୍ରମ ଥାଏ। ବର୍ଷ କି ମାସ ମନେ ନାହିଁ। ପୂଜାପାର୍ବଣ ଅବସରରେ ସେଠାରେ ଏକ ମଞ୍ଚରେ ସଙ୍ଗୀତଭିତ୍ତିକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିଲି। ଭଜନ ଗାଇବା ପରେ ପବ୍ଲିକ ଡିମାଣ୍ଡ ହେଲା, ସୀତା ଲୋ ଆଜି ଜଳୁଛି ଯାହାର ଚିତାଲୋ… ଗୀତ ଗାଇବାକୁ। ଥରେ ଗାଇଲି, ଉପସ୍ଥିତ ଶ୍ରୋତା ପୁଣିଥରେ ଗାଇବାକୁ କହିଥିଲେ। ଲଗାତର ୪ ଥର ଗାଇଥିଲି। ତଥାପି ଲୋକମାନେ ନଛୋଡ଼ବନ୍ଦା। ଆହୁରି ଥରେ ଗାଇବାକୁ ପବ୍ଲିକ ଡିମାଣ୍ଡ ରହିଲା। ଆୟୋଜକମାନେ ମଧ୍ୟ ମୋତେ କିଛି କହିପାରୁ ନ ଥାନ୍ତି। ଲୋକଙ୍କ ମନ ଦୁଃଖ କରି ମଞ୍ଚରୁ ଓହ୍ଲାଇ ଆସିବାକୁ ମୋତେ ଭଲ ଲାଗେନି। ସୀତା ଲୋ… ଗୀତକୁ ଲଗାତର ଭାବେ ଗାଇବାର ଶକ୍ତି ଆଉ ମୋ ପାଖରେ ବି ନ ଥିଲା। ଏଣୁ ଉପସ୍ଥିତ ବୁଦ୍ଧି ଖଟାଇ ମୋର ଜଣେ ବନ୍ଧୁ ରେକର୍ଡ ହୋଇଥିବା ଏହି ଗୀତକୁ ବଜାଇଲେ। କେବଳ ଷ୍ଟେଜରେ ଛିଡ଼ାହୋଇ ମିଛିମିଛିକା ଗାଇବାର ଅଭିନୟ କଲି। ଏପରି ହେଲା ରେକର୍ଡ ହୋଇଥିବା ଗୀତଟି ମଧ୍ୟ ମାଇକରେ ୩ଥର ବାଜିଲା। ସେ ଦିନ କାର୍ଯ୍ୟକ୍ରମ ସାରି ଫେରିବା ବାଟରେ ମନେମନେ ଭାବୁଥାଏ, ଏ ଗୀତରେ ଏପରି କ’ଣ ଅଛି? ଯେତେଥର ଗାଇଲେ ବି ଲୋକମାନେ ବାରମ୍ବାର ଶୁଣିବାକୁ ପସନ୍ଦ କରୁଛନ୍ତି। ଏହି ପ୍ରଶ୍ନର ଉତ୍ତର ଆଜିଯାଏଁ ବି ପାଇନି ଓ ମୋ ମନ ବି ଏହି ଗୀତକୁ ନେଇ ଅନେକଥର ଆନ୍ଦୋଳିତ ହୋଇଥିଲା ଓ ଏବେ ବି ହେଉଛି।
ସୀତା ଲୋ ଗୀତ ହିଁ ଟି ସୌରୀଙ୍କୁ ଓଡ଼ିଆ ସଙ୍ଗୀତ ଦୁନିଆରେ କେମିତି ପ୍ରଥମ ପରିଚୟ ଦେଇଥିଲା ସେହି ଅନୁଭୂତିକୁ ନେଇ କୁହନ୍ତି, ମୋ ଘର ତାଳଚେର ଅଞ୍ଚଳରେ। ଅନୁଗୋଳ କଲେଜରେ ପଢ଼ିବା ସମୟରେ ସାଙ୍ଗମାନଙ୍କ ସହ ମିଶି ମେଲୋଡିିି କାର୍ଯ୍ୟକ୍ରମରେ ଗୀତ ଗାଉଥିଲି। ପଶ୍ଚିମ ଓଡ଼ିଶା ଅଞ୍ଚଳରେ ଅନେକ ସମୟରେ କାର୍ଯ୍ୟକ୍ରମ କରିବାକୁ ଯାଉ। କଟକରେ କାଳୀ ପୂଜା ସମୟରେ ଦିନେ ହଠାତ୍‌ ଫୋନ କଲ୍‌ ଆସିଥିଲା ଓ ଏଥିରେ କାଫଲାବଜାରରେ ହେଉଥିବା ପୂଜାମଣ୍ଡପ ନିକଟରେ ଗୀତ ଗାଇବାକୁ ମୋତେ ନିମନ୍ତ୍ରଣ କରାଯାଇଥିଲା। ମଞ୍ଚରେ ହାଇପିଚ୍‌ର ହିନ୍ଦୀ ଭଜନ ମୁଁ ଗାଇଥିଲି। ମଞ୍ଚଠାରୁ ଅଳ୍ପ ଦୂରରେ ରହୁଥିଲେ ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ସ୍ବରୂପ ନାୟକ। କାର୍ଯ୍ୟକ୍ରମ ସରିବା ପରେ ସେ ମୋତେ ଭେଟି ଏକ ଚଳଚ୍ଚିତ୍ରରେ ଗୀତ ଗାଇବାକୁ ପ୍ରସ୍ତାବ ଦେଇଥିଲେ। ଏହି ଗୀତଟି ହିଁ ଥିଲା ଉଦଣ୍ଡୀ ସୀତା ଚଳଚ୍ଚିତ୍ରର ସୀତା ଲୋ…। ବାସ୍‌ ଥରକରେ ଗୀତଟି ଡବିଂ ହୋଇଥିଲା ଓ ଏହା ପରଠାରୁ ମୋ ସଙ୍ଗୀତ ଜଗତର ଯାତ୍ରା ଅଟକିନି।
ରିପୋର୍ଟ- କୁମାରଶ୍ରୀ


Enter your email to get our daily news in your inbox.

All Right Reserved By Dharitri.Com

ପାର୍କରେ ଦୁର୍ବୃତ୍ତଙ୍କ ଉନ୍ମକ୍ତ କାଣ୍ଡ: ୪୨ଟି ଗଛ ଭାଙ୍ଗି ଛାରଖାର କଲେ ପାର୍କ

ବଲାଙ୍ଗୀର, ୧୧।୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ରାଜେନ୍ଦ୍ର ପାର୍କ ଭିତରେ ସୌନ୍ଦର୍ଯ୍ୟ ବୃଦ୍ଧି ସକାଶେ ଲଗାଯାଇଥିବା ୪୨ଟି ଗଛକୁ କେହି ଦୁର୍ବୃତ୍ତ ଭାଙ୍ଗି ଦେବା ସହ କାଟି…

ଜୁନିୟର ଆସିଷ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ: ୨.୩୮ କୋଟି ଟଙ୍କା ହରିଲୁଟ ଅଭିଯୋଗ

ଅନୁଗୋଳ,୧୧।୨: ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ବୁଧବାର ଅନୁଗୋଳ ମୁଖ୍ୟ ଚିକିତ୍ସାଳୟ (CDMO) କାର୍ଯ୍ୟାଳୟର ଜୁନିୟର ଆସିଷ୍ଟାଣ୍ଟ ସୁବ୍ରତ କୁମାର ବେହେରାଙ୍କ ବିଭିନ୍ନ ବାସଭବନ ଓ କାର୍ଯ୍ୟାଳୟ…

ମ୍ୟାଚ ସମୟରେ ହ୍ୟାଣ୍ଡସେକ୍‌ କରିବେ ଭାରତ-ପାକିସ୍ତାନ? ICC-PCB ବୈଠକରେ କ’ଣ ହେଲା ନିଷ୍ପତ୍ତି, ଜାଣନ୍ତୁ…

ନୂଆଦିଲ୍ଲୀ,୧୧।୨: ୨୦୨୬ ଟି-୨୦ ବିଶ୍ୱକପରେ ଭାରତ ଏବଂ ପାକିସ୍ତାନ ପରସ୍ପରର ସାମ୍ନା କରିବେ ବୋଲି ନିଶ୍ଚିତ ହୋଇଛି। ପାକିସ୍ତାନ ପ୍ରଥମେ ଭାରତ ବିପକ୍ଷ ମ୍ୟାଚ ବର୍ଜନ କରିବାକୁ…

ଯାତ୍ରା ଚାଲୁଥିବା ବେଳେ ଘରେ ପଶି ଲୁଟ: ଉତ୍ତମମଧ୍ୟମ ଦେଇ ପୋଲିସକୁ ହସ୍ତାନ୍ତର କଲେ ଗ୍ରାମବାସୀ

ଭଦ୍ରକ,୧୧।୨(ସନାତନ ରାଉତ): ଅପେରା ଚାଲୁଥିବାବେଳେ ଘରେ ପଶି ଲୁଟ। ଧରାପଡି ନିର୍ଧୁମ ଛେଚା ଖାଇବା ପରେ ପୋଲିସକୁ ୪ ଯୁବକଙ୍କୁ ହସ୍ତାନ୍ତର କଲେ ଗ୍ରାମବାସୀ l ଏପରି…

ମହିଳାଙ୍କୁ ମାଡ ମାରିବା ସହ ହାତ ଗୋଡ ବାନ୍ଧି, ଲୁଟିନେଲେ

ବୌଦ୍ଧ,୧୧।୨(ଅଜିତ କୁମାର ବାରିକ): ବୌଦ୍ଧ ଆଦର୍ଶ ଥାନା ଭାଲିଆପଦର୍‌ ଗ୍ରାମରେ ମଙ୍ଗଳବାର ରାତ୍ରିରେ ସଶସ୍ତ୍ର ଡକାୟତି ହୋଇଛି। ଗ୍ରାମର ଦେବବ୍ରତ ମିଶ୍ରଙ୍କ ଘରେ ଡକାୟତି କରିଛନ୍ତି ଦୁର୍ବୃତ୍ତ…

୨୩,୩୮୭ କନିଷ୍ଠ ଶିକ୍ଷକଙ୍କୁ ପଦୋନ୍ନତି: ଖୁବ୍‌ଶୀଘ୍ର ପ୍ରଧାନଶିକ୍ଷକ ଭାବେ ଦିଆଯିବ ନିଯୁକ୍ତି

ଭୁବନେଶ୍ୱର,୧୧ା୨ (ସୁଚିସ୍ମିତା ସାହୁ):ରାଜ୍ୟ ସରକାରଙ୍କ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ୨୩,୩୮୭ ଜଣ କନିଷ୍ଠ ଶିକ୍ଷକଙ୍କୁ ବରିଷ୍ଠ (ଏସ୍‌ଇଏସ୍‌) ପାହ୍ୟାକୁ ପଦୋନ୍ନତି ଦିଆଯାଇଛି। ସୋମବାର ପ୍ରକାଶିତ ଏହି…

ସଞ୍ଜ ନଇଁଲେ ଗାଁ ଦାଣ୍ତରେ ବୁଲୁଛନ୍ତି ଭାଲୁ: ବେଲସୁନ୍ଦରୀରେ ଆତଙ୍କ

ଆନନ୍ଦପୁର,୧୧।୨(ସୁଶାନ୍ତ କୁମାର ସାହୁ): ସଞ୍ଜ ନଇଁଲେ ଗାଁ ଦାଣ୍ତରେ ବୁଲୁଛନ୍ତି  ଭାଲୁ ପଲ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଆନନ୍ଦପୁର ବନ୍ୟପ୍ରାଣୀ ବନଖଣ୍ତ ଅଧୀନ ବରାଙ୍ଗ ସଂରକ୍ଷିତ…

ଚଳନ୍ତା କଣ୍ଟେନରକୁ ପଛପଟୁ ଧକ୍କା ଦେଲା କାର: ଆଉ ତା’ପରେ…

ବାହାନଗା, ୧୧।୨(ଅରୂପ କୁମାର ଦାସ): ବାଲେଶ୍ୱର ଜିଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ତଳନଗରଠାରେ ଏକ ଚଳନ୍ତା କଣ୍ଟେନର ପଛକୁ ଏକ କାର ଧକ୍କା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri