Posted inଖେଳ

ସିରିଜ କ୍ଲିନ୍‌ ସୁଇପ୍‌ ଲକ୍ଷ୍ୟରେ ଭାରତ

ରାଞ୍ଚି,୧୯।୧୦(ପି.ଟି.)- ସ୍ଥାନୀୟ ଝାଡଖଣ୍ଡ ଷ୍ଟେଟ୍‌ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଶନିବାରଠାରୁ ଭାରତ ଓ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ ଆୟୋଜନ ହେବାକୁ ଯାଉଛି। ପ୍ରଥମ ଦୁଇଟି ମ୍ୟାଚ୍‌ ଜିତି ଭାରତ ୨-୦ରେ ଅଗ୍ରଣୀ ହେବା ସହ ଆଗୁଆ ସିରିଜ ହାତେଇ ନେଇଛି। ତେବେ ଅନ୍ତିମ ମ୍ୟାଚ୍‌ ଜିତି ଭାରତ ୩-୦ରେ ସିରିଜ କ୍ଲିନ୍‌ ସୁଇପ୍‌ କରିବା ଲକ୍ଷ୍ୟରେ ରହିଛି। ଏହି ସିରିଜ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ଅଂଶବିଶେଷ ହୋଇଥିବାରୁ ଭାରତ ଏହି ମ୍ୟାଚ୍‌କୁ ଆଦୌ ହାଲ୍‌କାଭାବେ ନେବ ନାହିଁ। ବିଜୟୀ ହେଲେ ଭାରତ ୪୦ ପଏଣ୍ଟ ହାସଲ କରି ତାଲିକାରେ ତା’ର ଶୀର୍ଷ ସ୍ଥାନକୁ ଆହୁରି ଦୃଢ କରିବ। ଅନ୍ୟପଟେ ଅନ୍ତିମ ମ୍ୟାଚ୍‌ ଜିତି ଦକ୍ଷିଣ ଆଫ୍ରିକା ସାନ୍ତ୍ୱନାମୂଳକ ବିଜୟ ହାସଲ ଲକ୍ଷ୍ୟରେ ରହିଛି।
ସିରିଜରେ ଏପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକା ଦୟନୀୟ ପ୍ରଦର୍ଶନ କରିଛି। ସବୁ ବିଭାଗରେ ଭାରତ ପ୍ରଭାବ ବିସ୍ତାର କରି ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। ବିଶାଖାପାଟଣାରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଭାରତ ୨୦୩ ରନରେ ବିଜୟୀ ହୋଇଥିଲା। ସେହିପରି ପୁଣେରେ ଅନୁଷ୍ଠିତ ଦ୍ୱିତୀୟ ଟେଷ୍ଟରେ ଭାରତ ଏକ ଇନିଂସ ଓ ୧୩୭ରେ ବିଜୟୀ ହୋଇଥିଲା। ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ରେ ଭାରତ ୪ଟି ମ୍ୟାଚ୍‌ ଖେଳି ଏପର୍ଯ୍ୟନ୍ତ ୨୦୦ ପଏଣ୍ଟ ହାସଲ କରିଛି। ଅନ୍ୟପଟେ ଭାରତଠାରୁ ୧୪୦ ପଏଣ୍ଟ କମ୍‌ ପାଇ ନ୍ୟୁଜିଲାଣ୍ଡ ୬୦ ପଏଣ୍ଟ ସହ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି। ସମାନ ୬୦ ପଏଣ୍ଟ ପାଇଥିଲେ ମଧ୍ୟ ଶ୍ରୀଲଙ୍କା ତୃତୀୟ ସ୍ଥାନରେ ରହିଛି। ଅନ୍ତିମ ଟେଷ୍ଟକୁ ଭାରତ ବେଶ୍‌ ଗୁରୁତ୍ୱ ଦେଉଛି। ତେଣୁ ପୂରା ସାମର୍ଥ୍ୟ ସହ ଭାରତ ପଡିଆକୁ ଓହ୍ଲାଇବ ବୋଲି ଅଧିନାୟକ ବିରାଟ କୋହଲି କହିଛନ୍ତି। ବ୍ୟାଟିଂ ଓ ବୋଲିଂରେ ଥିବା ସାମାନ୍ୟ କେତୋଟି ତ୍ରୁଟିକୁ ଭାରତ ସୁଧାରିବା ଲକ୍ଷ୍ୟରେ ରହିଛି। ପ୍ରଥମ ଟେଷ୍ଟର ଦୁଇଟି ଇନିଂସରେ ଶତକ ହାସଲ କରିଥିବା ତାରକା ଓପନର ରୋହିତ ଶର୍ମା ଦ୍ୱିତୀୟ ଟେଷ୍ଟରେ ଅବଶ୍ୟ ସଫଳ ହୋଇ ପାରି ନ ଥିଲେ। ସେ ଏହି ମ୍ୟାଚ୍‌ରେ ପ୍ରତ୍ୟାବର୍ତ୍ତନ କରିବେ ବୋଲି ଆଶା କରାଯାଉଛି। ତାଙ୍କ ସାଥୀ ଓପନର ମୟଙ୍କ ଅଗ୍ରଓ୍ବାଲ ପ୍ରଥମ ଟେଷ୍ଟରେ କ୍ୟାରିୟର ପ୍ରଥମ ଶତକକୁ ଦ୍ୱିଶତକରେ ପରିଣତ କରିଥିଲେ। ଏଥି ସହିତ ଦ୍ୱିତୀୟ ଟେଷ୍ଟରେ ସେ ଆଉ ଏକ ଶତକ ଅର୍ଜନ କରିଥିଲେ। ତେବେ ଦ୍ୱିତୀୟ ଟେଷ୍ଟରେ କୋହଲି ୨୫୪ ରନର ଦ୍ୱିଶତକୀୟ ପାଳି ଖେଳି ବିଜୟରେ ମୁଖ୍ୟ ଭୂମିକାଗ୍ରହଣ କରିବା ସହ ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଥିଲେ। ସିରିଜରେ ଏପର୍ଯ୍ୟନ୍ତ ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରା ଦୁଇଟି ଅର୍ଦ୍ଧଶତକ ଅର୍ଜନ କରିଛନ୍ତି। ଏଥର ସେ ଶତକ ହାସଲ କରିବେ ବୋଲି ଆଶା କରାଯାଉଛି। ଗତ ଦୁଇଟି ଯାକ ଟେଷ୍ଟରେ ଭାରତ ମାତ୍ର ୧୬ ଉଇକେଟ ହରାଇ ଆଧିପତ୍ୟ ଜାହିର କରିଛି। ଟସ୍‌ ଜିତିବା ମଧ୍ୟ ଭାରତ ପାଇଁ ଅନୁକୂଳ ପରିସ୍ଥିତି ସୃଷ୍ଟି କରିଥିଲା। ଏଥର ଭାଗ୍ୟ ସହାୟ ହେଲେ ଦକ୍ଷିଣ ଆଫ୍ରିକା ଅଧିନାୟକ ଫାଫ୍‌ ଡୁପ୍ଲେସି ଟସ୍‌ ଜିତିବେ। ଦକ୍ଷିଣ ଆଫ୍ରିକାର ଗତ ଭାରତ ଗସ୍ତରେ ସ୍ପିନରମାନେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିଲେ। ଏଥର କିନ୍ତୁ ଉଭୟ ଦ୍ରୁତ ବୋଲର ଓ ସ୍ପିନର ଉପଯୋଗୀ ସାବ୍ୟସ୍ତ ହୋଇଛନ୍ତି। ଦ୍ୱିତୀୟ ଟେଷ୍ଟରେ ୨୨ ରନ ଦେଇ ଦ୍ରୁତ ବୋଲର ଉମେଶ ଯାଦବ ୩ ଉଇକେଟ ଅକ୍ତିଆର କରି ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଉଇକେଟକିପର ରିଦ୍ଧିମାନ ଶାହା ମଧ୍ୟ କୋତୋଟି ଦର୍ଶନୀୟ କ୍ୟାଚ୍‌ ନେଇଛନ୍ତି। ହନୁମା ବିହାରୀଙ୍କୁ ବସାଇ କୋହଲି ଅତିରିକ୍ତ ଦ୍ରୁତ ବୋଲର ଭାବେ ଉମେଶଙ୍କୁ ଖେଳାଇଥିଲେ। ଅନ୍ତିମ ଟେଷ୍ଟରେ କୋହଲି ଅନ୍ତିମ ଏକାଦଶ ନେଇ କି ନିଷ୍ପତ୍ତି ନେବେ ତାହା କହିବା ମୁସ୍କିଲ।
ରାଞ୍ଚିରେ ବଲ୍‌ ସ୍ପିନ୍‌ କରିବ ବୋଲି ଡୁପ୍ଲେସି କହି ସାରିଛନ୍ତି। ତେଣୁ ତୃତୀୟ ସ୍ପିନର ଭାବେ କୁଲଦୀପ ଯାଦବ ଖେଳିବା ଆଶା କରାଯାଉଥିଲା। ତେବେ କୁଲଦୀପ କାନ୍ଧରେ ଦେଖାଦେଇଥିବା ଆଘାତ ସମସ୍ୟା କାରଣରୁ ଦଳରୁ ବାଦ ପଡିଛନ୍ତି। ଫଳରେ ତାଙ୍କ ସ୍ଥାନରେ ଝାଡଖଣ୍ଡ ବାମହାତୀ ସ୍ପିନର ଶାହବାଜ ନଦିମଙ୍କୁ ଭାରତୀୟ ଦଳରେ ସାମିଲ କରାଯାଇଛି ଓ ସେ ଅନ୍ତିମ ଏକାଦଶରେ ସାମିଲ ହେବେ ବୋଲି ଆଶା କରାଯାଉଛି।
ପ୍ରଥମ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ ଲଢେଇ କରିଥିଲେ ମଧ୍ୟ ପୁନେରେ ହାତ ଟେକିଦେଇଥିଲେ। କେବଳ ଟେଲଏଣ୍ଡର କିଛି ମାତ୍ରାରେ ସଂଘର୍ଷ କରିଥିଲେ। ଡିନ୍‌ ଏଲଗାର, କ୍ୱିଣ୍ଟନ ଡି କକ ଓ ଟେମ୍ବା ବଭୁମା ଭଲ ପ୍ରଦର୍ଶନ କରିବାକୁ ଡୁପ୍ଲେସି ଆହ୍ବାନ ଦେଇଛନ୍ତି। ଇଞ୍ଜୁରି କାରଣରୁ ଓପନର ଏଡେନ ମାରାକ୍ରାମ ଦଳରୁ ବାଦ ପଡିଛନ୍ତି। ଫଳରେ ଦଳର ଚିନ୍ତା ବଢିଯାଇଛି।
କାଗିସୋ ରାବାଡ଼ା, ଭର୍ନନ ଫିଲାଣ୍ଡର ଓ ଅନରିଚ ନୋର୍ଜ ଏପର୍ଯ୍ୟନ୍ତ ପ୍ରଭାବୀ ସାବ୍ୟସ୍ତ ହୋଇ ନାହାନ୍ତି ଓ ଏହି ମ୍ୟାଚ୍‌ରେ ଭଲ ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଛି। ଅଭିଜ୍ଞ ସ୍ପିନର କେଶବ ମହାରାଜ ଦଳରୁ ବାଦ୍‌ ପହିଥିବାରୁ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ଚ୍ୟାଲେଞ୍ଜ୍‌ ଦେବା ଦକ୍ଷିଣ ଆଫ୍ରିକା ପାଇଁ କଷ୍ଟକର ହେବ।
ଭାରତୀୟ ଦଳ: ବରାଟ କୋହଲି (ଅଧିନାୟକ), ମୟଙ୍କ ଅଗ୍ରଓ୍ବାଲ, ରୋହିତ ଶର୍ମା, ଚେତେଶ୍ୱର ପୂଜାରା, ଅଜିଙ୍କ୍ୟ ରାହାନେ (ଉପ ଅଧିନାୟକ), ହନୁମା ବିହାରୀ, ରିଦ୍ଧିମାନ ଶାହା, ରବିଚନ୍ଦ୍ରନ ଅଶ୍ୱିନ, ରବୀନ୍ଦ୍ର ଜାଡେଜା, ଶାହବାଜ ନଦିମ, ଉମେଶ ଯାଦବ, ଇଶାନ୍ତ ଶର୍ମା, ରିଷଭ ପନ୍ତ ଓ ଶୁବମନ ଗିଲ।
ଦକ୍ଷିଣ ଆଫ୍ରିକା ଦଳ: ଫାଫ୍‌ ଡୁପ୍ଲେସି (ଅଧିନାୟକ), ଟେମ୍ବା ବଭୁମା (ଉପ ଅଧିନାୟକ), ଥେଉନିସ ଡି ବୁଇନ୍‌, କ୍ୱିଣ୍ଟନ ଡିକକ୍‌, ଡିନ ଏଲଗାର, ଜୁବେର ହମଜା, ଜର୍ଜ ଲିଣ୍ଡ, ସେନୁରାନ ମୁଥୁସାମି, ଲୁନ୍‌ଗି ଏନ୍‌ଗିଡି, ଅନରିଚ ନୋର୍ଜ, ଭର୍ନନ ଫିଲାଣ୍ଡର, ଡେନ୍‌ ପିଟ୍‌, କାଗିସୋ ରାବାଡ଼ା ଓ ରୁଡି ସେକେଣ୍ଡ।
ମ୍ୟାଚ୍‌ ଆରମ୍ଭ: ସକାଳ ୯.୩୦
ସ୍ଥାନ: ରାଞ୍ଚି
ପ୍ରସାରଣ: ଷ୍ଟାର ସ୍ପୋଟର୍‌ସ ନେଟ୍‌ଓ୍ବର୍କ


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରାମ୍ୟ ଉନ୍ନୟନ ରାସ୍ତା ନିର୍ମାଣ ନିମ୍ନମାନର ଅଭିଯୋଗ ଆଣି ଗ୍ରାମବାସୀ…

ଛତ୍ରପୁର,୯ା୯(ଦିଲ୍ଲୀପ ସମାଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ଚମାଖଣ୍ଡି ଗ୍ରାମ ପଞ୍ଚାୟତ ଅଞ୍ଚଳରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଚାଲିଥିବା ରାସ୍ତା ନିର୍ମାଣ କାମରମାନକୁ…

ରାତି ୧୦ଟା ପରେ ବାଜିବନି ଲାଉଡ୍‌ ସ୍ପିକର, ଅଶ୍ଳୀଳ ନୃତ୍ୟ ସମ୍ପୂର୍ଣ୍ଣ ମନା

ଛତ୍ରପୁର,୯ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଆସନ୍ତା ୧୪ ତାରିଖରେ ହେବାକୁ ଯାଉଥିବା ଶ୍ରୀଗଣେଶ ପୂଜାକୁ ଶୃଙ୍ଖଳିତ ଓ ଭକ୍ତିପୂର୍ଣ୍ଣ ପରିବେଶରେ ପାଳନ କରିବାକୁ ଛତ୍ରପୁର ପୋଲିସ ଏବଂ ପ୍ରଶାସନ…

ହାଟଡିହୀରେ ରୋମିଓଙ୍କ ହାଇଭୋଲଟେଜ୍ ଡ୍ରାମା: ଗିଫ୍ଟ ଫେରାଇ ବ୍ଲକ୍ କରିବାରୁ ଛାତ୍ରୀଙ୍କୁ ପିଟିଲେ ‘ଇନଷ୍ଟା ଆଶିକ୍’

ହାଟଡିହୀ, ୯।୯(ଶୁଭକାନ୍ତ ନାୟକ): ଇନଷ୍ଟାଗ୍ରାମରେ ପ୍ରେମ, ତା’ପରେ ପ୍ରତ୍ୟାଖ୍ୟାନ, ଆଉ ଶେଷରେ ରାସ୍ତା ମଝିରେ ଗୁଣ୍ଡାଗର୍ଦ୍ଦି। ବୁଧବାର ଏଭଳି ଏକ ଲଜ୍ଜାଜନକ ଘଟଣା କେନ୍ଦୁଝର ଜିଲା ହାଟଡିହୀ…

ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ସ୍ବାମୀ, ୩ ବର୍ଷ ଝିଅକୁ ହତ୍ୟା ଉଦ୍ୟମ କରି ନିଜେ…

ବଲାଙ୍ଗୀର,୯ା୯(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ବେଲପଡ଼ା ଅଞ୍ଚଳରେ ଦିନକୁ ଦିନ ଅପରାଧ ବଢ଼ିବାରେ ଲାଗିଛି, ବାରମ୍ବାର ଚୋରି ଡକାୟତ ପରେ ବୁଧବାର ପୁଣି ବେଲପଡ଼ା ଥାନା…

ବରଗଡ଼ରେ ସ୍କ୍ରବ୍ ଟାଇଫସ୍‌ ଆତଙ୍କ! ବୃଦ୍ଧଙ୍କ ଜୀବନ ଗଲା, ବଢ଼ୁଛି ସଂକ୍ରମଣ ଭୟ

ବରଗଡ଼, ୯।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଥିବା ବେଳେ ଏବେ ଏହା ଏକ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି…

ଆଦିବାସୀ କଲ୍ୟାଣ ଓ ଅଧିକାର ନେଇ ସମୀକ୍ଷା: ରୋଗୀଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇବା ନେଇ…

ଖୋର୍ଦ୍ଧା,୯ା୯(ପ୍ରଭାତ ପାଣିଗ୍ରାହୀ): ଅନୁସୂଚିତ ଜନଜାତିଙ୍କ କଲ୍ୟାଣ, ବିକାଶ ଏବଂ ଅଧିକାର ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ନେଇ ଜାତୀୟ ଅନୁସୂଚିତ ଜନଜାତି କମିଶନ ଅଧ୍ୟକ୍ଷ ଅନ୍ତର ସିଂ ଆର୍ଯ୍ୟ…

ପ୍ରଶାସନର ନାକତଳେ ଖୋଲାଖୋଲି ଭାବେ ଶ୍ରମିକ ଚାଲାଣ, ସବୁ ଜାଣି ଶ୍ରମ ବିଭାଗ ଚୁପ୍‌

ଥୁଆମୂଳ ରାମପୁର,୯ା୯(ଦୁର୍ଗା କୀର୍ତ୍ତି): ଗ୍ରାମାଞ୍ଚଳରେ ଶ୍ରମିକଙ୍କୁ ସୋହାଗୀ ନିଯୁକ୍ତି ଏବଂ ମନରେଗା ଯୋଜନାରେ ବେକାର ଯୁବକ ଉପକୃତ ହେଉଥିବା ନେଇ ସରକାରୀ ଦାବିର ସତ୍ୟତା ଏବେ ପଦାରେ…

ଘର ପଛ ଅଣ୍ଡରଗ୍ରାଉଣ୍ଡ୍‌ ସିକ୍ରେଟ୍‌ ଚାମ୍ବରରୁ ଚାଲିଥିଲା କଫ୍‌ ସିରପ୍‌ କାରବାର: ୮୧୩ ବୋତଲ ଜବତ, ମହିଳା ଗିରଫ, ସ୍ୱାମୀ ଫେରାର

ବରଗଡ଼,୯ା୯(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ପୋଲିସ୍‌ ନିଶା କାରବାର ବିରୋଧରେ ନିଜର ଧରପଗଡ଼ ଅଭିଯାନକୁ ଅଧିକ ଜୋରଦାର କରିଛି। ବୁଧବାର ଭଟଲି ଥାନା ପୋଲିସ୍‌ ବଡ଼ମାଳ ଗ୍ରାମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri