Posted inଖେଳ

ସିରିଏଲୋ ହକି ଏକାଡେମୀ ଖେଳାଳି ଭୁବନେଶ୍ୱର ଗସ୍ତରେ

ଭୁବନେଶ୍ୱର,୨୩।୧(ସ୍ପୋଟର୍‌ସ ବ୍ୟୁରୋ)- ଅଷ୍ଟ୍ରେଲିଆର ସିରିଏଲୋ କୋଚିଂ ଏକାଡେମୀର ୧୯ ବର୍ଷରୁ କମ୍‌ ବର୍ଗର ହକି ଖେଳାଳି ଗୋଟିଏ ସପ୍ତାହ ଭୁବନେଶ୍ୱର ଗସ୍ତରେ ଆସି ଏକ ଭିନ୍ନ ପ୍ରକାର ଅଭିଜ୍ଞତା ହାସଲ କରିଛନ୍ତି। ଗତ ୧୬ ତାରିଖରୁ ୨୧ ତାରିଖ ମଧ୍ୟରେ ଏହି ଖେଳାଳିମାନେ ଏଠାରେ ରହି ଏଫ୍‌ଆଇଏଚ୍‌ ହକି ପ୍ରୋ ଲିଗ୍‌ ମ୍ୟାଚ୍‌ ଦେଖିଥିଲେ। ଭାରତୀୟ ହକି ଦଳର ଆନାଲିଟିକାଲ କୋଚ୍‌ କ୍ରିସ ସିରିଏଲୋଙ୍କ ନେତୃତ୍ୱରେ ଏହି ଖେଳାଳିମାନେ ଓଡ଼ିଶାର ନାଭାଲ ଟାଟା ହକି ଏକାଡେମୀର କ୍ୟାଡେଟମାନଙ୍କ ସହ ସ୍ବତନ୍ତ୍ର ସ୍କିଲ ସେସନରେ ସାମିଲ ହୋଇଥିଲେ। ଏହି ଅବସରରେ ଖେଳାଳିମାନେ କେତୋଟି ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌ ମଧ୍ୟ ଖେଳିଥିଲେ ଓ ବହୁତ କିଛି ଶିକ୍ଷା କରିବାର ସୁଯୋଗ ହାସଲ କରିଥିଲେ। ଭାରତରେ ଏବେ ମହିଳା ହକିରେ ଦୃଷ୍ଟାନ୍ତମୂଳକ ଉନ୍ନତି ହୋଇଛି। ଫଳରେ ଏକାଡେମୀର ଖେଳାଳିମାନେ ଏହି ଗସ୍ତରୁ ବେଶ୍‌ ଲାଭ ଉଠାଇଛନ୍ତି ବୋଲି ନାଭାଲ ଟାଟା ହକି ଏକାଡେମୀ ପ୍ରୋଜେକ୍ଟ ଡାଇରେକ୍ଟର ରାଜୀବ ସେଠ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହାର୍ଦ୍ଦିକଙ୍କ ପରେ ଜାଡେଜା ହାସଲ କଲେ ଏହି ମାଇଲଖୁଣ୍ଟ

ଗୁଆହାଟୀ,୧୧ା୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ବିପକ୍ଷ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (ଆର୍‌ଆର୍‌) ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଏକ ମାଇଲଖୁଣ୍ଟ ହାସଲ କରିଛନ୍ତି। ସେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ…

ହାଇଦ୍ରାବାଦ୍‌କୁ ହରାଇ ପଞ୍ଜାବର ତୃତୀୟ ବିଜୟ

ଚଣ୍ଡିଗଡ଼,୧୧ା୪: ଅଧିନାୟକ ଶ୍ରେୟସ ଆୟାରଙ୍କ ଅପରାଜିତ ୬୯ ରନର ଇନିଂସ ବଳରେ ପଞ୍ଜାବ କିଙ୍ଗ୍ସ ଏକ ହାଇସ୍କୋରିଂ ଆଇପିଏଲ୍‌ ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ୍‌କୁ ପରାସ୍ତ କରିଛି। ପଞ୍ଜାବର…

ଭାରତକୁ ମିଳିଲା ୧୩ ସ୍ବର୍ଣ୍ଣ ପଦକ

ଶିମ୍‌ଲା, ୧୧ା୪: ଭାରତୀୟ ଟେବୁଲ ଟେନିସ ଖେଳାଳି ସାଉଥ ଏସିଆନ ୟୁଥ୍‌ ଟେବୁଲ ଟେନିସ ଚାମ୍ପିୟନଶିପ୍‌ରେ ଆଧିପତ୍ୟ ବିସ୍ତାର କରି ସମସ୍ତ କାଟେଗୋରିରେ ମୋଟ ୧୩ ସ୍ବର୍ଣ୍ଣ…

ଗୋଟିଏ IPL ମ୍ୟାଚ ଖେଳି ଏତେ ଟଙ୍କା ରୋଜଗାର କରନ୍ତି ବୈଭବ, ଜାଣିଲେ ଉଡିଯିବ ହୋସ୍‌

ନୂଆଦିଲ୍ଲୀ,୧୧।୪: ଆଇପିଏଲ ୨୦୨୬ର ୧୬ ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଆରସିବିକୁ ୬ ଉଇକେଟ୍‌ରେ ପରାସ୍ତ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ରାଜସ୍ଥାନ ରୟାଲ୍ସର ପ୍ରତିନିଧିତ୍ୱ କରୁଥିବା…

ବୈଭବ ସୂର୍ଯ୍ୟବଂଶୀଙ୍କ ପାଇଁ ସ୍ବତନ୍ତ୍ର ବାର୍ତ୍ତା ଲେଖିଲେ କୋହଲି, ୨ଟି ଶବ୍ଦରେ କହିଦେଲେ…

ନୂଆଦିଲ୍ଲୀ,୧୧।୪: ବିଶ୍ୱର ପ୍ରସିଦ୍ଧ ବୋଲରଙ୍କ ବିରୋଧରେ ମଧ୍ୟ ପ୍ରଥମ ବଲରୁ ଷ୍ଟ୍ରାଇକ କରିବାର କ୍ଷମତା ପାଇଁ ବୈଭବ ସୂର୍ଯ୍ୟବଂଶୀଙ୍କୁ ବ୍ୟାପକ ପ୍ରଶଂସା ମିଳୁଛି। ଏହି ବ୍ୟାଟସମ୍ୟାନଙ୍କୁ ଦେଖିଲେ…

ବିସ୍ଫୋରକ ବ୍ୟାଟିଂ ପଛର ରାଜ୍‌ ଖୋଲିଲେ ବୈଭବ ସୂର୍ଯ୍ୟବଂଶୀ: କହୁ କହୁ କହିଦେଲେ…

ନୂଆଦିଲ୍ଲୀ,୧୧।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ୭୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ମାତ୍ର ୨୬ ବଲ ଖେଳି ସେ ୭ଟି ଛକା…

କାହାକୁ ଚିୟର କରିବେ ଗିଲ୍‌ ନା ଅର୍ଜୁନ: ଏମିତି ପ୍ରତିକ୍ରିୟା ଦେଲେ ସାରା ତେନ୍ଦୁଲକର, ଦେଖନ୍ତୁ VIDEO

ଲକ୍ଷ୍ନୌ,୧୧।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଆଜି ଦୁଇଟି ମ୍ୟାଚ ଖେଳାଯିବ। ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଏବଂ ଗୁଜରାଟ ଟାଇଟାନ୍ସ ଖେଳିବେ। ମ୍ୟାଚ ପୂର୍ବରୁ ସାରା ତେନ୍ଦୁଲକରଙ୍କ ଏକ…

ଏମିତି ଛକା ମାରିଲେ ମୁକୁଲ: ଖୁସିରେ ଡେଇଁଲେ ମାଲିକ, ଦେଖନ୍ତୁ ଭିଡିଓ…

ନୂଆଦିଲ୍ଲୀ,୧୦।୪: ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ପାଇଁ ଖେଳୁଥିବା ମୁକୁଲ ଚୌଧୁରୀ KKR ବିପକ୍ଷରେ ଏମିତି ଏକ ଛକା ମାରିଥିଲେ, ଯାହା ଅତ୍ୟନ୍ତ କଷ୍ଟକର କୃତିତ୍ୱ ବୋଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri