ସିରିଆରେ ଅସ୍ତ୍ରବିରତି ପାଇଁ ତୁର୍କୀ ରାଜି

ଆଙ୍କାରା,୧୮-୧୦(ଏଏଫ୍‌ପି):ଆମେରିକା ଉପରାଷ୍ଟ୍ରପତି ମାଇକ୍‌ ପେନ୍ସ ଗୁରୁବାର ସିରିଆରେ ଅସ୍ତ୍ରବିରତି ପାଇଁ ତୁର୍କୀକୁ ରାଜି କରାଇଛନ୍ତି। ସେ ତୁର୍କୀ ରାଷ୍ଟ୍ରପତି ରେସେପ୍‌ ତେୟିପ୍‌ ଏର୍ଡୋଗାନ୍‌ଙ୍କୁ ଭେଟି କୁର୍ଦ୍ଦିଶ ବଳ ଉପରେ ସାମରିକ ବଳ ରୋକିବାକୁ ପରାମର୍ଶ ଦେଇଛନ୍ତି। ସମସ୍ତ ସାମରିକ ଅଭିଯାନକୁ ଆସନ୍ତା ୧୨୦ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ କରାଯାଇଛି। ଫଳରେ ଆମେରିକା କୁର୍ଦ୍ଦିଶ ବଳକୁ ବ୍ୟବସ୍ଥିତ ଉପାୟରେ ପ୍ରତ୍ୟାହାର କରିବାରେ ସହଯୋଗ କରିବ। ସିରିଆର ଉତ୍ତର ସୀମାର ସେହି ଅଞ୍ଚଳରୁ କୁର୍ଦ୍ଦିଶ ବଳକୁ ଆମେରିକା ହଟାଯାଉଛି, ଯେଉଁଠି ତୁର୍କୀ ‘ସେଫ୍‌ ଜୋନ୍‌’ ନିର୍ମାଣ କରିବାକୁ ଚାହୁଁଥିଲା। ଗତ ସପ୍ତାହରେ ତୁର୍କୀ ଏହି ଅଭିଯାନ ଆରମ୍ଭ କରିଥିଲା। ଏହାର ଉଦ୍ଦେଶ୍ୟ ଥିଲା କୁର୍ଦ୍ଦିଶ ବଳକୁ ସୀମାରୁ ପଛକୁ ଘୁଞ୍ଚାଇ ସିରିଆ ଶରଣାର୍ଥୀଙ୍କ ପାଇଁ ନିରାପଦ ଜୋନ୍‌ ତିଆରି କରିବା। ଏହି ଘୋଷଣା ପରେ ‘ଲକ୍ଷ ଲକ୍ଷ ଜୀବନ ବଞ୍ଚତ୍ୟିବ’ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଟୁଇଟ୍‌ କରିଛନ୍ତି। ଆମେରିକା ଉପରାଷ୍ଟ୍ରପତି ମାଇକ୍‌ ପେନ୍ସ ଓ ପରରାଷ୍ଟ୍ର ସଚିବ ମାଇକ୍‌ ପମ୍ପିଓଙ୍କ ଆଙ୍କାରା ଗସ୍ତ ପୂର୍ବରୁ ଟ୍ରମ୍ପ୍‌ ତାଙ୍କ ତୁର୍କୀ ପ୍ରତିପକ୍ଷ ଏର୍ଡୋଗାନ୍‌ଙ୍କ ନିକଟକୁ ଏକ ପତ୍ର ଲେଖିଥିଲେ। ଏଥିରେ ସେ ତାଙ୍କୁ ‘ବୋକା ହୁଅନାହିଁ’ ବୋଲି ଚେତାବନୀ ଦେଇଥିଲେ। ତେବେ ଏର୍ଡୋଗାନ୍‌ ଉକ୍ତ ପତ୍ରକୁ ଡଷ୍ଟବିନ୍‌କୁ ଫିଙ୍ଗି ଦେଇଥିବା ଜଣାପଡ଼ିଛି। ପ୍ରକାଶ ଯେ, ତୁର୍କୀର ସିରିଆ ଆକ୍ରମଣ ପରେ ଗତ ୮ ଦିନ ମଧ୍ୟରେ ଉଭୟ ପକ୍ଷର ୭୨ ନାଗରିକ ଓ ୪୦୦ରୁ ଊର୍ଦ୍ଧ୍ୱ ଯୋଦ୍ଧା ନିହତ ହେଲେଣି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri