Posted inଖେଳ

ସିନ୍ଧୁଙ୍କ ହୃଦୟ ନାହିଁ

ଭାରତୀୟ ତାରକା ମହିଳା ଶଟଲର ପି. ଭି. ସିନ୍ଧୁଙ୍କ ହୃଦୟ ନାହିଁ। ଏଭଳି କଡ଼ା ମନ୍ତବ୍ୟ ଦେଇଛନ୍ତି ବିଶ୍ୱ ଚାମ୍ପିୟନ ଖେଳାଳିଙ୍କ ପୂର୍ବତନ କୋଚ୍‌ କିମ୍‌ ଜି ହ୍ୟୁନ। ପୂର୍ବରୁ ବିଶ୍ୱ ଚାମ୍ପିୟନଶିପ୍‌ରେ ଦୁଇ ରୌପ୍ୟ ଓ ବ୍ରୋଞ୍ଜ ପଦକ ଜିତି ସାରିଥିଲେ ମଧ୍ୟ ସିନ୍ଧୁ ସ୍ବର୍ଣ୍ଣ ପଦକ ସ୍ବାଦ ଚାଖି ନ ଥିଲେ। ମାତ୍ର କିମ୍‌ଙ୍କ ନେତୃତ୍ୱରେ ବାସେଲଠାରେ ସିନ୍ଧୁଙ୍କ ବିଶ୍ୱ ଚାମ୍ପିୟନ ହେବାର ସ୍ବପ୍ନ ପୂରା ହେଲା। ଆଉ ଭାରତକୁ ମିଳିଥିଲା ବିଶ୍ୱ ଚାମ୍ପିୟଶିପ୍‌ରେ ପ୍ରଥମ ସ୍ବର୍ଣ୍ଣ। ଏହାର କିଛି ସପ୍ତାହ ପରେ କୋରିଆନ କୋଚ ଭାରତ ଛାଡ଼ି ସ୍ବାମୀଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ନ ଥିବାରୁ ନ୍ୟୁଜିଲାଣ୍ଡ ଚାଲିଯାଇଥିଲେ। ମାତ୍ର ଏକ ସପ୍ତାହ ନ ପୂରୁଣୁ ଚାଇନିଜ ତାଇପେର ଏପି ବ୍ୟାଡ୍‌ମିଣ୍ଟନ କ୍ଲବରେ କୋଚ୍‌ ଭାବେ ଯୋଗଦେଇଥିଲେ। କୋରିଆନ ସୋସିଆଲ ମିଡିଆକୁ ଏକ ସାକ୍ଷାତ୍‌କାର ଦେଇ କିମ୍‌ ଏ ସମ୍ପର୍କରେ କହିଛନ୍ତି, ବାସେଲରୁ ଫେରିଲା ପରେ ମୁଁ ଖୁବ୍‌ ଅସୁସ୍ଥ ହୋଇଯାଇଥିଲି। ଏପରି କି ମେଡିକାଲରେ ୫ ଇଞ୍ଜେକଶନ ମଧ୍ୟ ନେଇଥିଲି। ମୋତେ କେହି ଦେଖିବାକୁ ଆସି ନ ଥିଲେ। କିନ୍ତୁ ଟ୍ରେନିଂ ପୁଣି କେବେ ଆରମ୍ଭ କରିବା ନେଇ ସିନ୍ଧୁ ଫୋନ ଯୋଗେ ପଚାରିଥିଲେ। ଏଣୁ ମୋତେ ଲାଗିଲା ତାଙ୍କର ହୃଦୟ ନାହିଁ। ତାଙ୍କର କେବଳ ଟ୍ରେନିଂ ପାଇଁ ମୁଁ ଦରକାର। ଏହାପରେ ଘରକୁ ଫେରିବାକୁ ନିଷ୍ପତ୍ତି ନେଲି। ହେଲେ ଏହାକୁ ଅସ୍ବୀକାର କରିଛନ୍ତି ସିନ୍ଧୁଙ୍କ ବାପା ତଥା ପୂର୍ବତନ ଭଲିବଲ ଖେଳାଳି ପି.ଭି. ରମଣ। ସେ କହିଛନ୍ତି କିମ୍‌ଙ୍କ ଅସୁସ୍ଥତା ସମ୍ପର୍କରେ କେହି ଜଣାଇ ନ ଥିଲେ, ନ ହେଲେ ସିନ୍ଧୁ ମେଡିକାଲ ଯାଇଥାନ୍ତେ।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

ମୁଜାଗଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାନକୋଦଣ୍ଡାକୁ ହରାଇ ବୋଇରାଣୀ ଚାମ୍ପିୟନ

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଆଜକୁ ଏକ ସପ୍ତାହ ଧରି ଚାଲିଥିବା ମୁଜାଗଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଙ୍ଗଳବାର ସାନକୋଦଣ୍ଡା ଓ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri