Posted inଖେଳ

ସିନ୍ଧୁ, ପ୍ରଣିଥ୍‌ ସେମିଫାଇନାଲରେ

ବାସେଲ,୨୩ା୮(ପି.ଟି.)-ବ୍ୟାଡ୍‌ମିଣ୍ଟନ ଓ୍ବାଲ୍ଡର୍ର୍ ଫେଡେରେଶନ (ବିଡବ୍ଲ୍ୟୁଏଫ୍‌) ଓ୍ବାଲର୍‌ଡ ଚାମ୍ପିୟନଶିପ୍‌ରେ ଭାରତର ପି.ଭି. ସିନ୍ଧୁ ଏବଂ ବି. ସାଇ ପ୍ରଣିଥ ସେମାନଙ୍କ ପଦକ ପକ୍କା କରିଛନ୍ତି। ଶୁକ୍ରବାର ସେ ଏକ ମହିଳା ସିଙ୍ଗଲ୍ସ କ୍ୱାର୍ଟରଫାଇନାଲ ମ୍ୟାଚରେ ଚାଇନିଜ ତାଇପେର ଏସିଆନ ଗେମ୍ସ ସ୍ବର୍ଣ୍ଣ ବିଜୟିନୀ ତାଇ ତିଜୁ ୟିଙ୍ଗ୍‌ଙ୍କୁ ୧୨-୨୧, ୨୩-୨୧, ୨୧-୧୯ରେ ହରାଇ ଦେଇଛନ୍ତି। ୨୪ବର୍ଷୀୟା ଭାରତୀୟ ଖେଳାଳି ଶନିବାର ସେମିଫାଇନାଲରେ ଚାଇନାର ଚେନ୍‌ ୟୁ ଫେଇ ଏବଂ ଡେନମାର୍କର ମିଆ ବ୍ଲିଚଫିଲ୍ଡଙ୍କ ମଧ୍ୟରେ ଖେଳାଯିବାକୁଥିବା ମ୍ୟାଚର ବିଜେତାଙ୍କୁ ଭେଟିବେ। ଏହି ସମ୍ମାନଜନକ ଟୁର୍ନାମେଣ୍ଟ ଗତ ଦୁଇଟି ସଂସ୍କରଣରେ ସିନ୍ଧୁ ରୌପ୍ୟ ଜିତି ଆସିଛନ୍ତି। ଏହାଛଡ଼ା ପୂର୍ବରୁ ସେ ଦୁଇଟି ବ୍ରୋଞ୍ଜ ପଦକ ମଧ୍ୟ ହାସଲ କରି ସାରିଛନ୍ତି। ଅନ୍ୟପକ୍ଷରେ ପ୍ରଣିଥ୍‌ ୩୬ବର୍ଷରେ ପ୍ରଥମ ଭାରତୀୟ ପୁରୁଷ ଖେଳାଳି ଭାବେ ଏହି ସମ୍ମାନଜନକ ଟୁର୍ନାମେଣ୍ଟରେ ପଦକ ହାସଲ କରିବାକୁ ଯାଉଛନ୍ତି। ବିଶ୍ୱର ୧୯ନମ୍ବର ର଼୍ୟାଙ୍କିଙ୍ଗପ୍ରାପ୍ତ ଏହି ଖେଳାଳି କ୍ୱାର୍ଟରଫାଇନାଲରେ ବିଶ୍ୱର ୪ ନମ୍ବର ମାନ୍ୟତାପ୍ରାପ୍ତ ତଥା ଇଣ୍ଡୋନେସିଆର ଜୋନାଥନ କ୍ରିଷ୍ଟିଙ୍କୁ ୨୪-୨୨, ୨୧-୧୪ରେ ପରାସ୍ତ କରିଛନ୍ତି। ବ୍ୟାଡମିଣ୍ଟନ କିମ୍ବଦନ୍ତୀ ପ୍ରକାଶ ପାଦୁକୋନ୍‌ ପ୍ରଥମ ଭାରତୀୟ ଖେଳାଳି ଭାବେ ୧୯୮୩ ବିଶ୍ୱ ଚାମ୍ପିୟନଶିପ୍‌ ପୁରୁଷ ସିଙ୍ଗଲ୍ସରେ ଏକ ବ୍ରୋଞ୍ଜ ପଦକ ଜିତିଥିଲେ। ସୂଚନାଯୋଗ୍ୟ, ପ୍ରଣିଥ୍‌ ୨୦୧୭ରେ ସିଙ୍ଗାପୁର ଓପନ ଜିତିଥିବାବେଳେ ଚଳିତବର୍ଷ ପ୍ରାରମ୍ଭରେ ସୁଇସ୍‌ ଓପନ୍‌ରେ ରନର୍ସଅପ୍‌ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଣି ପାଇଁ ତାତିଲେ ମହିଳା, ହାଣ୍ଡି-ମାଠିଆ ଧରି ରାସ୍ତାରେ ବସିଲେ

ପୁରୁଷୋତ୍ତମପୁର,୩୦ା୯(ସବିତା ପାଣି): ପାଣି ପାଇଁ ଫୁଟିଲା ଅସନ୍ତୋଷ। ହାଣ୍ଡି-ମାଠିଆ ଧରି ରାଜରାସ୍ତାକୁ ଓହ୍ଲାଇଲେ ମହିଳା। ଦୁଇ ମାସ ଧରି ପାନୀୟଜଳ ମିଳୁ ନ ଥିବା ଅଭିଯୋଗରେ ଗଞ୍ଜାମ…

ବଦଳିବ ରାହୁ-କେତୁଙ୍କ ଚାଲି: କନ୍ୟା,ମୀନ ରାଶିଙ୍କ ସମେତ ୬ ରାଶିଙ୍କ ଗୋଲଡେନ ଟାଇମ୍‌ ଆରମ୍ଭ, ଧନବର୍ଷା ସହ ବଡ଼ ଚାକିରିର ଅଫର୍‌

ରାହୁ ମକର ରାଶିକୁ ଏବଂ କେତୁ କର୍କଟ ରାଶିକୁ ଆସିବା ଫଳରେ ଡିସେମ୍ୱର ମାସରେ ଅନେକ ରାଶିଙ୍କ ପାଇଁ ଭଲ ସମୟ ଆରମ୍ଭ ହେବ। ଭାଗ୍ୟଶାଳୀ ରାଶିମାନଙ୍କ…

ବିଦ୍ୟାଭାରତୀଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ବଡ଼ ଝଟ୍‌କା: ଆବେଦନ ଖାରଜ

ଭୁବନେଶ୍ୱର,୩୦।୯: : ବହୁଚର୍ଚ୍ଚିତ ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ତାଙ୍କ ପତ୍ନୀ ବିଦ୍ୟାଭାରତୀ ମହାପାତ୍ରଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ବିଦ୍ୟାଭାରତୀଙ୍କ ପକ୍ଷରୁ ଦାଖଲ ହୋଇଥିବା…

ମେସେଜ ପାଇଁ ଟଙ୍କା ନେବ ହ଼୍ବାଟସଆପ୍‌! ୧ ଅକ୍ଟୋବରରୁ ବଦଳିବ ନିୟମ; ସାଧାରଣ ୟୁଜର୍ସଙ୍କୁ ପଡ଼ିବ ପ୍ରଭାବ?

ନୂଆଦିଲ୍‌ଲୀ,୩୦।୯: ଯଦି ଆପଣ ହ଼୍ବାଟସଆପ (WhatsApp)ରେ କୌଣସି କମ୍ପାନୀଠାରୁ ଅର୍ଡର ଅପଡେଟ, ଡେଲିଭରି ସୂଚନା କିମ୍ୱା କଷ୍ଟମର ସର୍ଭିସ ନେଉଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଆଶ୍ୱସ୍ତିକର…

ଲୋଇସିଂହାର ଗର୍ବ ଇଫ୍ରାତା: ‘ଇଣ୍ଡିଆ ଟ୍ୟାଲେଣ୍ଟ ଫାଇଟ’ରେ ଚମକିଲେ

ଲୋଇସିଂହା,୩୦।୯(ସୁଶାନ୍ତ ବାରିକ):ଜାତୀୟସ୍ତରୀୟ ରିଆଲିଟି ଶୋ’ ଟ୍ୟାଲେଣ୍ଟ ଫାଇଟସୁପର ମଡେଲ’ ଜୁନିୟର କାଟାଗୋରିରେ ଚାମ୍ପିୟନ ହୋଇ ଲୋଇସିଂହା ତଥା ବଲାଙ୍ଗୀର ଜିଲା ପାଇଁ ଗୌରବ ଆଣିଛନ୍ତି ଇଫ୍ରାତା। ତାଙ୍କ…

ଟ୍ରେନଯାତ୍ରୀଙ୍କ ପାଇଁ ବଡ଼ ସୂଚନା: ଅକ୍ଟୋବର ୧ରୁ କଡ଼ା ଚେକିଂ, ଟିକେଟ୍‌ ସାଙ୍ଗରେ ଏହି ID ନ ରଖିଲେ ଫସିବେ!

ନୂଆଦିଲ୍ଲୀ,୩୦।୯: ଯଦି ଆପଣ ଆଗାମୀ ଦିନରେ ଟ୍ରେନରେ ଯାତ୍ରା କରିବାକୁ ଯୋଜନା କରୁଛନ୍ତି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଅତ୍ୟନ୍ତ ଜରୁରୀ। କେନ୍ଦ୍ରୀୟ ରେଳବାଇ ପକ୍ଷରୁ…

ବ୍ୟବସାୟୀ ଗୁଣ୍ଡା ସାହୁ ଅପହରଣ ମାମଲା: ସରିଲା କ୍ଷୀତିଶଙ୍କ ରିମାଣ୍ଡ ଅବଧି, ପୋଲିସ ହାତରେ ଲାଗିଲା କିଛି ନୂଆ ତଥ୍ୟ

ବଲାଙ୍ଗୀର,୩୦ା୯(ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ଜଣାଶୁଣା ବ୍ୟବସାୟୀ ଗୁଣ୍ଡା ଓରଫ ନରେନ୍ଦ୍ର ସାହୁ ଅପହରଣ ଏବଂ ନିସ୍ତୁକ ମାଡ଼ ମାମଲାର ମୁଖ୍ୟ ଅଭିଯୁକ୍ତ କ୍ଷୀତିଶ ଚନ୍ଦ୍ର ସାହୁଙ୍କ…

ବିବାଦ ଭିତରେ ନିର୍ବାଚନ କମିଶନରଙ୍କ ବଡ଼ ନିଷ୍ପତ୍ତି, ଭୋଟର ଲିଷ୍ଟକୁ ନେଇ କହିଲେ ବଡ଼କଥା…

ନୂଆଦିଲ୍ଲୀ,୩୦।୯: ନିର୍ବାଚନ ଆୟୋଗ ‘ସ୍ପେଶାଲ ଇଣ୍ଟେନସିଭ ରିଭିଜନ’ (SIR) ପ୍ରକ୍ରିୟା ଶେଷ କରିସାରିଥିବା ରାଜ୍ୟଗୁଡ଼ିକରେ ନୂଆ ଭୋଟରମାନଙ୍କ ପାଇଁ ଫର୍ମ-୬ ସହିତ ଯୋଡ଼ା ଯାଇଥିବା ଅତିରିକ୍ତ ଘୋଷଣାନାମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?