Posted inଖେଳ

ସିଧାସଳଖ କ୍ଲବ କ୍ରିକେଟରୁ ଆଇପିଏଲ

ଆଇପିଏଲ ଏଭଳି ଏକ ପ୍ଲାଟଫର୍ମ, ଯେଉଁଠାରେ ପ୍ରାୟତଃ ଅନ୍ତର୍ଜାତୀୟ ଷ୍ଟାରମାନେ ଖେଳନ୍ତି। ମାତ୍ର ଆଇପିଏଲରେ ଏମିତି ଜଣେ ଖେଳାଳି ଅଛନ୍ତି, ଅନ୍ତର୍ଜାତୀୟ କ୍ରିକେଟ ଖେଳିବା ତ ପର କଥା ସେ ଘରୋଇ କ୍ରିକେଟରେ ମଧ୍ୟ ଖେଳି ନ ଥିଲେ। ଆଉ ଯେଉଁ ବୟସରେ କ୍ରିକେଟରମାନେ ଅବସର ନେଇ ଅନ୍ୟ କାର୍ଯ୍ୟରେ ମନ ଦିଅନ୍ତି, ସେ ବୟସରେ ଆଇପିଏଲରେ ପଦାର୍ପଣ କରିଥିଲେ। ସେ ହେଉଛନ୍ତି ଲେଗ୍‌ ସ୍ପିନର ପ୍ରବୀଣ ତାମ୍ବେ। ୨୦୧୩ରେ ୪୧ ବର୍ଷ ୨୧୨ ଦିନ ବୟସରେ ସେ ଆଇପିଏଲ ପ୍ରଥମ ମ୍ୟାଚ୍‌ ଖେଳିଥିଲେ। ସେହିବର୍ଷ ହିଁ ତାଙ୍କୁ ମୁମ୍ବାଇ ପାଇଁ ରଣ୍‌ଜୀ ଖେଳିବାକୁ ସୁଯୋଗ ମିଳିଥିଲା। ଏହାର ପର ବର୍ଷ ସେ ଆଇପିଏଲରେ ରାଜସ୍ଥାନ ରୟାଲ୍ସ ପାଇଁ କୋଲକୋତା ନାଇଟ ରାଇଡର୍ସ(କେକେଆର୍‌) ବିପକ୍ଷରେ ହ୍ୟାଟ୍ରିକ ନେଇ ଚର୍ଚ୍ଚାକୁ ଆସିଥିଲେ। ୨୦୧୪ ଆଇପିଏଲରେ ସର୍ବାଧିକ ଉଇକେଟ ନେଇଥିବା ବୋଲରଙ୍କ ତାଲିକାରେ ସ୍ଥାନ ପାଇଥିଲେ। ସେ ଏପର୍ଯ୍ୟନ୍ତ ୩୯ ଟି୨୦ ମ୍ୟାଚ୍‌ରେ ୪୪ ଉଇକେଟ ନେଇସାରିଛନ୍ତି। ତାଙ୍କୁ ପୁଣି ଥରେ ୨୦୨୦ ଆଇପିଏଲରେ ଦେଖିବାକୁ ମିଳିବ। ୨୦ ଲକ୍ଷ ଟଙ୍କାର ବେସ ପ୍ରାଇସରେ ତାଙ୍କୁ କେକେଆର୍‌  କିଣିଛି। ଆଇପିଏଲର ୧୩ତମ ସଂସ୍କରଣର କୌଣସି ମ୍ୟାଚ୍‌ରେ ତାଙ୍କୁ ଖେଳିବାକୁ ସୁଯୋଗ ମିଳିଲେ, ଆଇପିଏଲ ଖେଳିବାରେ ସେ ସବୁଠୁ ବରିଷ୍ଠ ଖେଳାଳି ହେବେ। ତାଙ୍କୁ ଏବେ ୪୮ ବର୍ଷ। କୌତୂହଳର କଥା ହେଉଛି, କେକେଆର୍‌ ଦଳର କୋଚ୍‌ ବ୍ରେଣ୍ଡନ ମ୍ୟାକ୍‌କୁଲମ(୩୮)ଙ୍କଠାରୁ ତାମ୍ବେ ୧୦ ବର୍ଷ ବଡ଼।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସାଥ୍‌ ଦେଉନି ଋତୁରାଜଙ୍କ ଭାଗ୍ୟ: ଏଥର୍‌ ବି ଫେଲ୍‌

ନୂଆଦିଲ୍ଲୀ,୫।୫: ନୂଆ ଚେନ୍ନାଇ ସୁପର କିଙ୍ଗ୍ସ ଅଧିନାୟକ ଋତୁରାଜ ଗାଇକୱାଡଙ୍କ ଭାଗ୍ୟ ଆଇପିଏଲ ୨୦୨୪ ରେ ବହୁତ ଖରାପ ହୋଇଛି। ସେ ବର୍ତ୍ତମାନ ପଞ୍ଜାବ କିଙ୍ଗ୍ସ...

ଯିଏ ଆଉଟ୍‌ କରିଥିଲେ, ତାଙ୍କୁ ବଡ଼ ଗିଫ୍ଟ ଦେଲେ କୋହଲି

ନୂଆଦିଲ୍ଲୀ,୫।୫: ଜଣେ ମହାନ ବ୍ୟାଟ୍ସମ୍ୟାନ ହେବା ବ୍ୟତୀତ ବିରାଟ କୋହଲି ମଧ୍ୟ ଜଣେ ବଡ଼ ହୃଦୟର ବ୍ୟକ୍ତି ଅଟନ୍ତି। କୋହଲି ତାଙ୍କ ଜର୍ସି ନୁର ଅହମ୍ମଦଙ୍କୁ...

ଟି -୨୦ ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଜାରି: ଏହି ଦିନ ଖେଳାଯିବ ଭାରତ-ପାକିସ୍ତାନ ମ୍ୟାଚ୍‌

ନୂଆଦିଲ୍ଲୀ,୫।୫: ଆଇସିସି ମହିଳା ଟି -୨୦ ବିଶ୍ୱକପ ୨୦୨୪ର କାର୍ଯ୍ୟସୂଚୀ ପ୍ରକାଶ କରିଛି। ଏହି ଟୁର୍ନାମେଣ୍ଟ ବାଂଲାଦେଶରେ ଆୟୋଜିତ ହେବ। ଭାରତୀୟ ମହିଳା ଦଳକୁ ଗ୍ରୁପ...

ରେସଲର୍‌ ବଜରଙ୍ଗ ପୁନିଆଙ୍କୁ ବଡ଼ ଝଟ୍‌କା; ନିଲମ୍ବନ କଲା NADA

ନୂଆଦିଲ୍ଲୀ,୫।୫: ଭାରତୀୟ ରେସଲର୍‌ ବଜରଙ୍ଗ ପୁନିଆଙ୍କୁ ବଡ଼ ଝଟ୍‌କା ଲାଗିଛି। ନ୍ୟାଶନାଲ ଆଣ୍ଟିଂ ଡୋପିଂ ଏଜେନ୍ସି(ଏନ୍‌ଏଡିଏ) ଅସ୍ଥାୟୀ ଭାବେ ତାଙ୍କୁ ନିଲମ୍ବିତ କରିଛି। ସେ ମାର୍ଚ୍ଚରେ...

‘ଦଳ ଚୟନରେ ଏଆଇ ବ୍ୟବହାର କରୁଛି ଇଂଲଣ୍ଡ’

ଲଣ୍ଡନ,୫୫: ମହିଳା କ୍ରିକେଟ ଦଳ ଚୟନରେ ଇଂଲଣ୍ଡ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବ୍ୟବହାର କରୁଛି ବୋଲି କହିଛନ୍ତି କୋଚ୍‌ ଜନ୍‌ ଲୁଇସ୍‌। ଚୂଡାନ୍ତ ଏକାଦଶ ଚୟନ...

ଆଇପିଏଲ୍‌ର ଅବଶିଷ୍ଟ ମ୍ୟାଚ ଖେଳିବେନି ମୟଙ୍କ ଯାଦବ,ଜାଣନ୍ତୁ କାରଣ…

ଲକ୍ଷ୍ନୌ, ୫ା୫: ପେସ୍‌ ସେନ୍‌ସେଶନ ମୟଙ୍କ ଯାଦବ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଅବଶିଷ୍ଟାଂଶରୁ ବାଦ୍‌ ପଡ଼ିଛନ୍ତି। ଲକ୍ଷ୍ନୌ ସୁପର ଜାଏଣ୍ଟ୍ସର କୋଚ୍‌ ଜଷ୍ଟିନ ଲାଙ୍ଗର...

ଧୋନୀ ମୋ ବାପାଙ୍କ ଭଳି…କିଛି ଏଭଳି କହିଲେ…

ନୂଆଦିଲ୍ଲୀ,୪।୫: ୨୦୨୨ରେ ପ୍ରଥମ ଥର ଆଇପିଏଲ୍‌ ଖେଳିଥିବା ମଥିଶା ପଥିରାନା ନିଜର ବୋଲିଂକୁ ନେଇ ‘ବେବି ମଲିଙ୍ଗା’ ନାମରେ ଖ୍ୟାତ। ଶ୍ରୀଲଙ୍କା ଅଣ୍ଡର ୧୯ ଟିମ୍‌ରେ...

‘ଓ୍ବାର୍ନର ୭୦% ଭାରତୀୟ, ୩୦% ଅଷ୍ଟ୍ରେଲିୟ’

ନୂଆଦିଲ୍ଲୀ,୪।୫: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ତଥା ବର୍ତ୍ତମାନ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଆଇପିଏଲ୍‌ ଖେଳୁଥିବା ଡେଭିଡ୍‌ ଓ୍ବାର୍ନରଙ୍କୁ ଭାରତ କେତେ ପସନ୍ଦ, ସମସ୍ତେ ତାହା ଜାଣନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri