Posted inଜାତୀୟ

ସିଜେଆଇ, ୩ ବରିଷ୍ଠତମ ବିଚାରପତିଙ୍କୁ ପିଆଇଏଲ୍‌ ଦାୟିତ୍ୱ : ନୂଆ ରୋଷ୍ଟର୍‌ ଜାରି କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୩୦ା୧୧(ପି.ଟି.): ସୁପ୍ରିମକୋର୍ଟ ଏକ ନୂଆ ରୋଷ୍ଟର୍‌ ଜାରି କରିଛନ୍ତି। ଏଣିକି ଜନସ୍ବାର୍ଥ ମାମଲା(ପିଆଇଏଲ୍‌)ଗୁଡ଼ିକର ଶୁଣାଣି ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଏସ୍‌.ଏ. ବୋବ୍‌ଡେଙ୍କ ସହ ଅନ୍ୟ ୩ ବରିଷ୍ଠତମ ବିଚାରପତି କରିବେ ବୋଲି ଏଥିରେ ଉଲ୍ଲେଖ କରାଯାଇଛି।
ସୁପ୍ରିମକୋର୍ଟ ବିଚାରପତିମାନଙ୍କ କାର୍ଯ୍ୟ ବଣ୍ଟନ ପାଇଁ ଉଦ୍ଦିଷ୍ଟ ନୂଆ ରୋଷ୍ଟର ନଭେମ୍ବର ୨୬ରୁ ଲାଗୁ ହୋଇଛି। ସିଜେଆଇ ବୋବ୍‌ଡେଙ୍କ ସହ ଏନ୍‌.ଭି. ରମାନ୍ନା, ଅରୁଣ ମିଶ୍ର ଏବଂ ଆର୍‌.ଏଫ୍‌ ନରିମାନ୍‌ ପିଆଇଏଲ୍‌ ଏବଂ ଲେଟର୍‌ ପିଟିଶନଗୁଡ଼ିକର ଶୁଣାଣି କରିବେ। ଏହି ରୋଷ୍ଟର୍‌ ପୂର୍ବ ତୁଳନାରେ ସାମାନ୍ୟ ଭିନ୍ନ। ପୂର୍ବତନ ସିଜେଆଇ ରଞ୍ଜନ ଗୋଗୋଇ ପିଆଇଏଲ୍‌ ବିଷୟଗୁଡ଼ିକୁ ନିଜ ସହ ଶୀର୍ଷ ୫ ବିଚାରପତିଙ୍କୁ ଦେଇଥିଲେ। ସିଜେଆଇ ବୋବ୍‌ଡେ ପିଆଇଏଲ୍‌ ସହ ଅବମାନନା, ନିର୍ବାଚନ, ହେବିୟସ୍‌ କର୍ପସ୍‌, ସାମାଜିକ ନ୍ୟାୟ, ପ୍ରତ୍ୟକ୍ଷ ଓ ପରୋକ୍ଷ କର ମାମଲା ଆଦି ନିଜ ପାଖରେ ରଖିଛନ୍ତି। ସେହିପରି ଆପରାଧିକ ମାମଲା ଓ ତଦନ୍ତ କମିଶନ, କମ୍ପାନୀ ଆଇନ, ମନୋପଲିଷ୍ଟିକ୍‌ ଆଣ୍ଡ ରେଷ୍ଟ୍ରିକ୍ଟିଭ୍‌ ଟ୍ରେଡ୍‌ ପ୍ରାକ୍ଟିସ୍‌, ଭାରତର ଟେଲିକମ୍‌ ନିୟନ୍ତ୍ରକ କର୍ତ୍ତୃପକ୍ଷ, ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ୍‌ ଇଣ୍ଡିଆ ଏବଂ ରିଜର୍ଭ ବ୍ୟାଙ୍କ ସଂକ୍ରାନ୍ତ ମାମଲାଗୁଡ଼ିର ଶୁଣାଣି କରିବେ।
ନୂଆ ରୋଷ୍ଟର୍‌ ଅନୁସାରେ ଜଷ୍ଟିସ୍‌ ରମାନ୍ନାଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ସଶସ୍ତ୍ର ବଳ, ଅର୍ଦ୍ଧସାମରିକ ବାହିନୀ, କ୍ଷତିପୂରଣ, ଆପରାଧିକ ଓ ସାଧାରଣ ଦଓ୍ବୋନି ପ୍ରସଙ୍ଗ, ନ୍ୟାୟିକ ଅଧିକାରୀଙ୍କ ସମସ୍ୟା, ସୁପ୍ରିମକୋର୍ଟ କର୍ମଚାରୀ, ହାଇକୋର୍ଟ, ଜିଲା କୋର୍ଟ ଓ ଟ୍ରିବ୍ୟୁନାଲ ସମ୍ପର୍କିତ ମାମଲାଗୁଡ଼ିକର ବିଚାର କରିବେ। ସେହିପରି ଜଷ୍ଟିସ୍‌ ଅରୁଣ ମିଶ୍ରଙ୍କ ଖଣ୍ଡପୀଠ ଭୂମି ଅଧିଗ୍ରହଣ, ଅଧିଯାଚନା, ମେଡିକାଲ କଲେଜଗୁଡ଼ିକରେ ଆଡ୍‌ମିଶନ ପାଇଁ ସଂରକ୍ଷଣ ଆଦି ପ୍ରସଙ୍ଗ ବୁଝିବେ। ଜଷ୍ଟିସ୍‌ ଆର୍‌.ଏଫ୍‌. ନରିମାନ୍‌ ପିଆଇଏଲ୍‌ ସହ ଫାମିଲି ଆଇନ ସମ୍ପର୍କିତ ମାମଲା, ସରକାର ଓ ସ୍ବାୟତ୍ତ ସଂସ୍ଥାଗୁଡ଼ିକ ପକ୍ଷରୁ ଦିଆଯାଉଥିବା ଲିଜ୍‌ ଓ କଣ୍ଟ୍ରାକ୍ଟ ପ୍ରସଙ୍ଗରେ ଶୁଣାଣି କରିବେ। ଜଷ୍ଟିସ୍‌ ଆର୍‌. ବାନୁମତୀଙ୍କ ଖଣ୍ଡପୀଠ ଶ୍ରମ, ଭଡ଼ା ଆଇନ, ଜମି ଆଇନ, ଚାଷଜମିର ସ୍ବତ୍ୱ ଆଦି ପ୍ରସଙ୍ଗରେ ଦାଏର ପିଟିଶନର ଶୁଣାଣି କରିବେ। ସେହିପରି ସୁପ୍ରିମକୋର୍ଟ କଲେଜିୟମ୍‌ରେ ସିଜେଆଇଙ୍କ ସହ ଜଷ୍ଟିସ୍‌ ରମାନ୍ନା, ମିଶ୍ର, ନରିମାନ୍‌ ଓ ବାନୁମତୀ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରୁପ୍ରା ରୋଡ଼ ରେଳ ଷ୍ଟେଶନରେ ଟ୍ରେନ ରହଣି ପାଇଁ ତେଜୁଛି ଦାବି: ପ୍ରତିଶ୍ରୁତି ଦେଲେ ରେଳ ମହାପ୍ରବନ୍ଧକ

କେସିଙ୍ଗା/ନର୍ଲା, ୨୯।୭(ତୁମେଶ୍ୱର ସାହୁ/ସନ୍ତୋଷ ପାତ୍ର): କୋଭିଡ ସମୟରେ ପୂର୍ବତଟ ରେଳବାଇର ସମ୍ବଲପୁର ଡିଭିଜନ ଅଧୀନ ରୁପ୍ରାରୋଡ଼ ରେଳ ଷ୍ଟେଶନରେ ଦ୍ରୁତଗାମୀ ଟ୍ରେନ ଗୁଡିକ ରହୁଥିଲା। ଏବେ କିନ୍ତୁ…

ଦିନ ହୋଇଯିବ ରାତି, ୨୭ ବର୍ଷ ପରେ ଅଗଷ୍ଟ ୧୨ରେ ଘଟିବାକୁ ଯାଉଛି ଏହି…

୨୭ ବର୍ଷ ପରେ ଏକ ଘଟଣା ଘଟିବାକୁ ଯାଉଛି। ଯାହା ଦିନ ରାତି ହୋଇଯିବ। ଏହା ୟୁରୋପ ଏବଂ ଆର୍କଟିକ୍‌ ଅଞ୍ଚଳରେ ପ୍ରଥମ ଘଟଣା ହେବ। ଏଠାରେ…

ଏହି ବଡ଼ ବ୍ୟାଙ୍କ୍‌ ହୋଇଯିବ ବନ୍ଦ! ଆକାଉଣ୍ଟରେ ଟଙ୍କା ଥିଲେ ତୁରନ୍ତ କରନ୍ତୁ ଏହି କାମ…

ନୂଆଦିଲ୍ଲୀ, ୨୯।୭: ଯଦି ଆପଣ ପ୍ରତିଦିନ ପେଟିଏମ୍ (Paytm) ଆପ୍‌ ଜରିଆରେ ୟୁପିଆଇ (UPI) ପେମେଣ୍ଟ, ମୋବାଇଲ୍ ରିଚାର୍ଜ କିମ୍ବା ବିଲ୍ ପରିଶୋଧ କରୁଛନ୍ତି, ତେବେ ଆପଣଙ୍କ…

କେତେ ସମ୍ପତ୍ତିର ମାଲିକାଣୀ ସାୟୋନୀ ଘୋଷ? କେବେ ମମତାଙ୍କ ଅତି ଘନିଷ୍ଠ, ଆଜି NDA ମିଟିଂରେ ଯୋଗଦେବା ପରେ ହେଉଛି ଚର୍ଚ୍ଚା

ନୂଆଦିଲ୍ଲୀ, ୨୯।୭: କେବେ ମମତା ବାନାର୍ଜୀଙ୍କ ଅତି ଘନିଷ୍ଠ ଥିବା ସାୟୋନୀ ଘୋଷଙ୍କ ସ୍ୱର ଏବେ ସମ୍ପୂର୍ଣ୍ଣ ବଦଳିଯାଇଛି। ଟିଏମସି (TMC) ର ଜଣେ ତେଜସ୍ୱୀ ନେତ୍ରୀ…

ଜୁନରେ ଘାରିଥିଲା ମରୁଡ଼ି ଆଶଙ୍କା, ଜୁଲାଇରେ ଲଗାଣ ବର୍ଷା; ଉଜୁଡ଼ିବାକୁ ବସିଲା ଧାନ ଚାଷ

ଅମରପାଲି, ୨୯।୭ (ପୀତାମ୍ବର ସାହୁ): ଚଳିତ ଖରିଫ ଋତୁରେ ସୁବର୍ଣ୍ଣପୁର ଜିଲାର ବୀରମହାରାଜପୁର କୃଷି ଅଞ୍ଚଳରେ ପାଗର ଅସ୍ବାଭାବିକ ପରିବର୍ତ୍ତନ ଚାଷୀଙ୍କ ଚିନ୍ତାକୁ ବଢ଼ାଇ ଦେଇଛି। ଜୁନ…

୮୦ ବର୍ଷ ବୟସରେ ୩ ସ୍ବର୍ଣ୍ଣ ପଦକ ଜିତିଲେ ଦୁର୍ଗାଚରଣ: କଳାହାଣ୍ଡି ପାଇଁ ଆଣିଲେ ଗୌରବ

ଭବାନୀପାଟଣା,୨୯।୭:(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ମନ୍ଦାର ବଗିଚା ପଡ଼ାସ୍ଥିତ ଅବସରପ୍ରାପ୍ତ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ(ଏଏସପି) ଦୁର୍ଗାଚରଣ ମିଶ୍ର ନେପାଳର ପୋଖରାଠାରେ ଗତ ୨ ଦିନ…

ଆକାଶରେ ଦେଖାଯାଉଥିବା ତାରା ଜିଅନ୍ତା ଅଟନ୍ତି? ସତ ଜାଣିଲେ ଚମକି ପଡିବେ…

ଆକାଶରେ ଚମକୁଥିବା ପ୍ରତ୍ୟେକ ତାରା ପଛରେ ଆଶ୍ଚର୍ଯ୍ୟଜନକ ରହସ୍ୟ ଲୁଚି ରହିଛି। ରାତିରେ ଆପଣ ଯେଉଁ ତାରାସବୁ ଦେଖନ୍ତି, ତାହା ହୁଏତ ସେଗୁଡ଼ିକର ବର୍ତ୍ତମାନ ନୁହେଁ ବରଂ…

ଆନ୍ଦୋଳନକୁ ଓହ୍ଲାଇଲେ Gen-Z କୃଷକ, କଲେ ଏହି ୨ ଦାବି; ବଢିଲା ସରକାରଙ୍କ ମୁଣ୍ଡବିନ୍ଧା

ନୂଆଦିଲ୍ଲୀ, ୨୯।୭: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ବୁଧବାରକୃଷକମାନଙ୍କର ପ୍ରଦର୍ଶନ ଜାରି ରହିଛି। ‘କିଷାନ କ୍ରାନ୍ତି ପଦଯାତ୍ରା’ ଭୋପାଳରେ ପହଞ୍ଚିସାରିଛି ଏବଂ ବର୍ତ୍ତମାନ ଆନ୍ଦୋଳନରତ କୃଷକମାନେ ଭୋପାଳରେ ମୁଖ୍ୟମନ୍ତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri