ସିଙ୍ଗାପୁରରେ ଚାକିରି ଦେବା ନାଁରେ ଠକେଇ- କ୍ରାଇମ୍‌ ଡିଏସ୍‌ପିଙ୍କୁ ମିଳିଲା ତଦନ୍ତ ଦାୟିତ୍ୱ

ବ୍ରହ୍ମପୁର ଅଫିସ,୩ା୬-ସିଙ୍ଗାପୁରରେ ଚାକିରି ଦେବା କହି ଆନ୍ଧ୍ରପ୍ରଦେଶର ଇଚ୍ଛାପୁର ଓ ବିଶାଖାପାଟଣା ସମେତ ଗଞ୍ଜାମ ଜିଲାର ପାତ୍ରପୁର, ଚିକିଟି ବ୍ଲକର ୫୦୦ରୁ ଊର୍ଦ୍ଧ୍ୱ ପାଠୁଆ ବେକାରି ଯୁବକଙ୍କଠାରୁ କୋଟିଏ ଟଙ୍କା ଠକେଇ ହୋଇଛି। ଏନେଇ ଶତାଧିକ ଯୁବକ ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ରଙ୍କୁ ଭେଟି ଅଭିଯୋଗ କରିଥିଲେ।ସିଙ୍ଗାପୁରରେ ଚାକିରି କରାଇଦେବା ଲାଗି ପ୍ରାୟ ୫୦୦ ଯୁବକଙ୍କଠାରୁ ପର୍ଯ୍ୟାୟକ୍ରମେ ୨୫ରୁ ୩୦ ହଜାର ଟଙ୍କା ହିସାବରେ ୧ କୋଟି ଟଙ୍କା ସୁବ୍ରତ କୁମାର ପାଳ ଠକେଇ କରିଥିବା ଅଭିଯୋଗ ହୋଇଛି।ସଦର ଥାନା ଅନ୍ତର୍ଗତ ଭାବିନୀପୁର ମେନ ରୋଡ ଗୌତମ ନଗରରେ ଜବ୍‌ ଟ୍ରାକ୍‌ କନସଲଟାନ୍ସି ଟ୍ରେନିଂ ସେଣ୍ଟର ଖୋଲିଥିବା ସୁବ୍ରତ ଓ ତାଙ୍କ ପାର୍ଟନର ହିଞ୍ଜିଳିକାଟୁ ଗୋପୀନାଥପୁରର ବଳରାମ ମହାରଣା ନିରୀହ ଯୁବକମାନଙ୍କୁ ଟାର୍ଗେଟ କରି ଏପରି ଠକେଇ କରିଥିଲେ।ଅଭିଯୋଗ ପାଇବା ପରେ ଏସ୍‌ପି ମିଶ୍ର ଘଟଣାର ତଦନ୍ତ କରିବା ପାଇଁ କ୍ରାଇମ ଡିଏସ୍‌ପି ରାମକୃଷ୍ଣ ପତିଙ୍କୁ ଦାୟିତ୍ୱ ଦେଇଛନ୍ତି।
ଏନେଇ ଡିଏସ୍‌ପି ପତି କୁହନ୍ତି, ଯୁବକମାନେ କରିଥିବା ଅଭିଯୋଗର ସତ୍ୟତା ରହିଛି। ଏନେଇ ସଦର ଥାନାରେ ନଂ.୧୪୧/୧୯ରେ ଏକ ଠକେଇ ମାମଲା ରୁଜୁ ହୋଇଛି। ପୋଲିସ ଏବେ ଘଟଣାର ଅନୁସନ୍ଧାନ ଚଳାଇଛି।
ପ୍ରକାଶ ଯେ, ଗତ ୪ ମାସ ତଳେ ସୁବ୍ରତ ଓ ତାଙ୍କ ପାର୍ଟନର ବଳରାମ ବେକାର ଯୁବକଙ୍କୁ ଅନୁସନ୍ଧାନ କରି ପ୍ରଥମେ ସେମାନଙ୍କୁ ଟାର୍ଗେଟ କରିଥିଲେ। ପରେ ଫୋନ ମାଧ୍ୟମରେ ସେମାନଙ୍କ ବିଶ୍ୱାସଭାଜନ ହୋଇ ସିଙ୍ଗାପୁରରେ ଚାକିରି କରାଇ ଦେବୁ ବୋଲି କହିଥିଲେ। ପ୍ରଥମେ ମେଡିକାଲ ଟେଷ୍ଟ ପାଇଁ ୭ ହଜାର ଓ ପରେ ଭିଜା ଓ ଫ୍ଲାଇଟ ଟିକେଟ ପାଇଁ ୨୦ ରୁ ୨୫ ହଜାର ଟଙ୍କା ଲେଖାଏ ସୁବ୍ରତ ଯୁବକମାନଙ୍କଠାରୁ ନେଇଥିଲେ।ମଇ ୩୦ ଓ ୩୧ରେ ସିଙ୍ଗାପୁର ଯିବା ପାଇଁ ଯୁବକମାନଙ୍କୁ ଫ୍ଲାଇଟ ଟିକେଟ ଓ ଭିଜା ପାସ୍‌ପୋର୍ଟ ଗତ ୨୫ ତାରିଖରେ ସୁବ୍ରତ ସେମାନଙ୍କୁ ଦେଇଥିଲେ। ଯୁବକମାନଙ୍କ ମଧ୍ୟରୁ କେତେକ ଭୁବନେଶ୍ୱର ଓ ବିଶାଖାପାଟଣାମ୍‌ ଏରୋଡ୍ରମରେ ପହଞ୍ଚତ୍ ତାଙ୍କ ପାସପୋର୍ଟ ଓ ଟିକେଟ ଯାଞ୍ଚ କରିବା ବେଳେ ତାହା ନକଲି ବୋଲି ଜାଣିବାକୁ ପାଇଥିଲେ। ଶୁକ୍ରବାର ସେମାନେ ସୁବ୍ରତଙ୍କୁ ଭେଟିବାକୁ ଗୌତମ ନଗର ଯାଇଥିଲେ। ହେଲେ ସେଠାରେ ସେମାନେ ତାଙ୍କୁ ପାଇ ନ ଥିଲେ। ପରେ ଫୋନରେ ଯୋଗାଯୋଗ ପାଇଁ ଚେଷ୍ଟା କରିଥିଲେ ମଧ୍ୟ ତାହା ସୁଇଚ୍‌ ଅଫ୍‌ ଥିଲା।ଠକାମିର ଶିକାର ହୋଇଥିବା ଜାଣି ଶନିବାର ଶତାଧିକ ଯୁବକ ଏସ୍‌ପିଙ୍କୁ ଗୁହାରି ଜଣାଇବାକୁ ଆସିଛୁ ବୋଲି ପାତ୍ରପୁର ବ୍ଲକ ଜୟନ୍ତୀପୁରର ସନ୍ତୋଷ କୁମାର ରାଉଳ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧର୍ମଶାଳା ଗଣ୍ଡଗୋଳ: ରାଜନୀତି ଛକାପଞ୍ଝାରେ ୨ ଗୋଷ୍ଠୀ, ଗାଁରେ  କୋକୁଆ ଭୟ   

ଧର୍ମଶାଳା,୧୫।୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଧର୍ମଶାଳା ଗଣ୍ଡଗୋଳକୁ ନେଇ ଧାରଣା, ରାଜନୀତି ଛକାପଞ୍ଝା ଦେଖିବାକୁ ମିଳିଛି। ଭୁବନେଶ୍ବରରେ ବିଜେଡି ଓ ଯାଜପୁରରେ ଭାଜପାର ଧାରଣା। ବିଧାୟକ...

ନାବାଳିକା ପ୍ରେମିକାଙ୍କୁ ଫୁଙ୍କନଳୀରେ ପିଟି ହତ୍ୟା କଲା ପ୍ରେମିକ: ଆଉ ତା’ପରେ…

ନୟାଗଡ଼,୧୫।୧୨(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପ୍ରେମିକ ଜଣକ ପ୍ରେମିକାଙ୍କୁ ଫୁଙ୍କନଳୀରେ ପିଟି ହତ୍ୟା...

ଭାଜପାର ବଡ଼ ଘୋଷଣା: ବୈଜୟନ୍ତଙ୍କୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ

ନୂଆଦିଲ୍ଲୀ,୧୫।୧୨: ଭାରତୀୟ ଜନତା ପାର୍ଟି ତାମିଲନାଡୁ ଏବଂ ଆସାମ ବିଧାନସଭା ନିର୍ବାଚନ ପାଇଁ ପ୍ରଭାରୀ ଏବଂ ସହ-ପ୍ରଭାରୀଙ୍କ ନାମ ଘୋଷଣା କରିଛି ଭାଜପା। ବାଣିଜ୍ୟ ଏବଂ...

୨ ସନ୍ତାନ ପରେ ପ୍ରେମିକାଙ୍କ ସହ ନିର୍ବନ୍ଧ କଲେ ଏହି ଅଭିନେତା

ଅଭିନେତା ଅର୍ଜୁନ ରାମପାଲ ଶେଷରେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚାଲିଥିବା ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇଛନ୍ତି। ଫିଲ୍ମ ‘ଧୁରନ୍ଧର’ର ସଫଳତା ପରେ ସେ ଏକ...

ଫ୍ୟାଟ୍‌ଜାତୀୟ ଖାଦ୍ୟ ଅଧିକ ଖାଉଥିଲେ…

ଆମେ ସୁସ୍ଥ ରହିବା ପଛରେ ସୁଷମ ତଥା ଭିଟାମିନଯୁକ୍ତ ଖାଦ୍ୟ ଖାଇବା ଦରକାର। ହେଲେ ଏସବୁ ଖାଦ୍ୟ ସନ୍ତୁଳିତ ରହିବା ନିହାତି ଆବଶ୍ୟକ। ତେବେ ଅସନ୍ତୁଳିତ...

ସ୍କୁଟିକୁ ଧକ୍କା ଦେଲା ସଫାରୀ କାର୍, ୨ ସାଙ୍ଗଙ୍କ ମୃତ୍ୟୁ

ଧର୍ମଗଡ଼,୧୫।୧୨(ଘାସିରାମ ଜଗତ): କଳାହାଣ୍ଡି ଜିଲା ଧର୍ମଗଡ଼ ବ୍ଲକ କେବିଡ଼ି ବିଜୁ ଏକ୍ସପ୍ରେସ ଛକରୁ ସଡ଼କ ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି । ଆଜି(ସୋମବାର) ପୂର୍ବାହ୍ନରେ ଏକ...

ନିଜ ଫର୍ମକୁ ନେଇ ଏମିତି କହିଦେଲେ ସୂର୍ଯ୍ୟକୁମାର: ରନ୍‌ କରିପାରୁନାହିଁ କିନ୍ତୁ…

ନୂଆଦିଲ୍ଲୀ,୧୫।୧୨: ବହୁତ ଦିନ ଧରି ବଡ଼ ସ୍କୋର କରିବାକୁ ସଂଘର୍ଷ କରୁଥିବା ଭାରତୀୟ ଟି-୨୦ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଦକ୍ଷିଣ ଆଫ୍ରିକା ବିପକ୍ଷରେ ତୃତୀୟ ଟି-୨୦...

ବଂଶଗତ ରୋଗ ଥାଲାସିମିଆ

ଥାଲାସିମିଆ ଏକ ବଂଶଗତ ରକ୍ତ ରୋଗ। ଏହି ରୋଗରେ ଶରୀରରେ ଅକ୍ସିଜେନ୍‌ ପରିବହନକାରୀ ହେମୋଗ୍ଲୋବିନ୍‌ର ଗଠନ ତ୍ରୁଟିପୂର୍ଣ୍ଣ ହୋଇଯାଇଥାଏ। ଏହାଫଳରେ ଦେଖାଦିଏ ‘ଆନିମିଆ’ ବା ରକ୍ତାଳ୍ପତା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri