Posted inରାଜ୍ୟ

ସିଙ୍ଗପୁରରେ କାଳବୈଶାଖୀର ତାଣ୍ଡବ: ସରକାରୀ ସହାୟତା ଦାବି

ନୂଆଗାଁ,୩୦।୫ (ଡି.ଏନ୍‌.ଏ.): ନୟାଗଡ଼ ଜିଲା ନୂଆଗାଁ ବ୍ଲକ ଉଦୟପୁର ପଞ୍ଚାୟତସ୍ଥ ସିଙ୍ଗପୁର ଗ୍ରାମରେ ମଙ୍ଗଳବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ଲୀଳା ଘଟିଛି। ଏହା ଏକ ଆଦିବାସୀ ଅଧ୍ୟୁଷିତ ଗ୍ରାମ ଓ ୩୦ ପରିବାର ରହୁଛନ୍ତି। ଅଧିକାଂଶ ଲୋକ ଦିନ ମଜୁରିଆ ଭାବେ କାମ କରୁଥିବାବେଳେ କେବଳ ୪ ପରିବାରର ଛାତ ଓ ଅନ୍ୟମାନଙ୍କର ଚାଳ ଛପର ଘର ରହିଛି। କାଳବୈଶାଖୀ ପ୍ରଭାବରେ ଜୋର୍‌ ପବନ ବହିବା ଯୋଗୁ ଗ୍ରାମବାସୀଙ୍କ ଚାଳଛପର ଘର ସମ୍ପୂର୍ଣ୍ଣ ଉଡିଯାଇଛି । ଗଛ ପଡ଼ି ବିଦ୍ୟୁତ୍‌ ତାର ଛିଣ୍ଡି ଯାଇଥିବାରୁ ବିଦ୍ୟୁତ୍‌ ସରବରାହ ମଧ୍ୟ ବ୍ୟାହତ ହୋଇଛି। ଘରର ଛପର ଉଡିଯାଇଥିବା ବେଳେ ତାହାକୁ ମରାମତି କରିବା ପାଇଁ ଲୋକଙ୍କ ପାଖରେ ନଡ଼ା ନାହିଁ । ଖଜୁରି ବାହୁଙ୍ଗିରେ ଘର ଛପର କରିବାକୁ ଚାହିଁଲେ ବି ସ୍ଥାନୀୟ ବଣରେ ଖଜୁରି ଗଛ ପୋଡ଼ି ଯାଇଥିବାରୁ ଏହା ବିପନ୍ନଙ୍କୁ ଚିନ୍ତାଗ୍ରସ୍ତ କରିଛି। ତେଣୁ ବାତ୍ୟା ପୀଡ଼ିତ ଗ୍ରାମବାସୀଙ୍କୁ ସରକାରଙ୍କ ତରଫରୁ ଜରି ପାଲ ସହ ଆର୍ଥତ୍କ ସହଯୋଗ ପ୍ରଦାନ ପାଇଁ ଦାବି ହୋଇଛି। ଉଦୟପୁର ସରପଞ୍ଚ ଅସିତ କୁମାର ପଟ୍ଟନାୟକଙ୍କ ସମେତ କୁଳମଣି ଜାନି, ରବୀନ୍ଦ୍ର ଜାନି, ଭମା ଜାନି, ଗଗନ ଜାନି, ମନ୍ଦର ପ୍ରଧାନ, ସଂସାରି ଜାନି ପ୍ରମୁଖ ଗ୍ରାମବାସୀ ନୂଆଗାଁ ତହସିଲଦାରଙ୍କୁ ଭେଟିିଛନ୍ତି। ରାଜସ୍ବ ନିରୀକ୍ଷକ ଅନୁଧ୍ୟାନ କରିବା ପରେ ନିୟମାନୁସାରେ ସହାୟତା ପ୍ରଦାନ କରାଯିବ ବୋଲି ନୂଆଗାଁ ତହସିଲଦାର ପ୍ରଭାକର ସେଠୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମ୍ୟାଚ ପୂର୍ବରୁ ପଡ଼ିଆରେ କୋଚ୍‌ଙ୍କୁ ଆସିଲା ହୃଦ୍‌ଘାତ, ଆଉ ତା’ପରେ…

ନୂଆଦିଲ୍ଲୀ,୨୭।୧୨: ବାଂଲାଦେଶ ପ୍ରିମିୟର ଲିଗ ଶୁକ୍ରବାର, ଡିସେମ୍ବର ୨୬ ତାରିଖରେ ଆରମ୍ଭ ହୋଇଥିଲା। ଲିଗର ଦ୍ୱିତୀୟ ଦିନରେ ଆଜି ଏକ ଦୁଃଖଦ ଖବର ପ୍ରକାଶ ପାଇଛି।...

ବର୍ଷା-ଗୁଲୁଆଙ୍କୁ ନେଇ ମୁହଁ ଖୋଲିଲେ ସାଙ୍ଗ, କହୁକହୁ କହିଦେଲେ ଭିତିରି କଥା…

ଭୁବନେଶ୍ୱର,୨୭ା୧୨: ଥମୁନି ୟୁଟ୍ୟୁବର ଦମ୍ପତି ତଥା କମେଡିଆନ ଗୁଲୁଆ-ବର୍ଷାଙ୍କ ବିବାଦ। ତାଙ୍କ ସହ ଅତି ନିକଟତର ଥିବା ଜଣଙ୍କ ପରେ ଜଣେ ବ୍ୟକ୍ତି ମିଡିଆ ସାମ୍ନାକୁ...

୫ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ: ବାନ୍ଧିଲା ପୋଲିସ

ବାରିପଦା,୨୭ା୧୨: ଜଣେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି ଜଣେ ଶିକ୍ଷକ। ଏପରି ଏକ ନିନ୍ଦନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲା-ଝାରପୋଖରିଆ ଥାନା...

World Richest Indian-Origin: ବିଶ୍ୱର ସବଠାରୁ ଧନୀ ଭାରତୀୟ ମୂଳ ବାସିନ୍ଦା CEO ହେଲେ ଜୟଶ୍ରୀ ଉଲ୍ଲାଲ,ପଛରେ ରହିଗଲେ…

ନୂଆଦିଲ୍ଲୀ,୨୭।୧୨: ବହୁ ବର୍ଷ ଧରି, ଯେତେବେଳେ ବି ବିଶ୍ୱ ଟେକ ଇଣ୍ଡଷ୍ଟ୍ରି ବା ଶିଳ୍ପ ସବୁଠାରୁ ଧନୀ ଭାରତୀୟ ବଂଶୋଦ୍ଭବ ସିଇଓଙ୍କ ବିଷୟରେ ଆଲୋଚନା କରୁଥିଲା,...

ସଲମାନଙ୍କ ଜନ୍ମଦିନରେ ଏମିତି କହି ଶୁଭେଚ୍ଛା ଜଣାଇଲେ କ୍ୟାଟ୍ରିନା

ବଲିଉଡ ସୁପରଷ୍ଟାର ସଲମାନ ଖାନ ୬୦ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ତାଙ୍କୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି। ଅନେକ ବଲିଉଡ ସେଲିବ୍ରିଟି ମଧ୍ୟ...

କେମିତି, କାହିଁକି ହୋଇଥିଲା ମାତା ଗାନ୍ଧାରୀଙ୍କର ଶହେ ପୁତ୍ର, ଜାଣନ୍ତୁ କୌରବଙ୍କ ରହସ୍ୟମୟ କାହାଣୀ…

ଦ୍ୱାପର ଯୁଗରେ, ପାଣ୍ଡବ ଏବଂ କୌରବମାନଙ୍କ ମଧ୍ୟରେ ଏକ ଯୁଦ୍ଧ ହୋଇଥିଲା। ଏହି ଧର୍ମୀୟ ଯୁଦ୍ଧରେ ପାଣ୍ଡବମାନେ ବିଜୟୀ ହୋଇଥିଲେ। ମହାଭାରତରେ ମଧ୍ୟ ଅନେକ କାହାଣୀ...

୨୦୨୬ରେ ବନ୍ଦ ହୋଇଯିବ ଏସବୁ ସରକାରୀ ବ୍ୟାଙ୍କ୍‌! ଆକାଉଣ୍ଟ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୨୭।୧୨: କେନ୍ଦ୍ର ସରକାର ଏବେ ସାର୍ୱଜନୀନ କ୍ଷେତ୍ର ବ୍ୟାଙ୍କ (PSU ବ୍ୟାଙ୍କ)ର ପ୍ରତିଛବି ଏବଂ ଭାଗ୍ୟ ଉଭୟକୁ ପରିବର୍ତ୍ତନ କରିବାକୁ ପ୍ରସ୍ତୁତ ହେଉଛନ୍ତି। ରିପୋର୍ଟ ଅନୁଯାୟୀ,...

ଅଜବ ସହର,ଯେଉଁଠି ଚପଲ ପିନ୍ଧି ଗାଡ଼ି ଚଲାଇବା ମନା

ନୂଆଦିଲ୍ଲୀ,୨୭।୧୨: ବିଦେଶ ଭ୍ରମଣର ସ୍ବପ୍ନ ଦେଖିବା ସମୟରେ ଲୋକମାନେ ପ୍ରାୟତଃ ସୁନ୍ଦର ବେଳାଭୂମି, ଐତିହାସିକ ରାସ୍ତା ଏବଂ ଖୋଲା ସ୍ବାଧୀନତା କଥା ଭାବନ୍ତି। କିନ୍ତୁ ଯଦି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri