Posted inକଟକ

ସିଏମ୍‌ସି ଖାଦ୍ୟ ନିରାପତ୍ତା ବିଭାଗ ସ୍ଥାଣୁ

କଟକ ଅଫିସ,୧୭ା୫-କଟକ ସହରରେ ଲକ୍‌ଡାଉନ କଟକଣା କୋହଳ ପରେ ଦୋକାନ ବଜାର ସବୁ ଖୋଲିଛି। ଏହାସହ କଟକ ମହାନଗର ନିଗମ କେତେକ ନିର୍ଦ୍ଦେଶନାମା ମଧ୍ୟ ଜାରି କରିଛି। ରାସ୍ତାକଡ଼ ହେଉ କି ହୋଟେଲ, ସେଠାରେ ଲୋକେ ବସି ଖାଇପାରିବେ ନାହିଁ। କେବଳ ପାର୍ସଲ ନେଇପାରିବେ। ବ୍ୟବସାୟୀ ମାସ୍କ ଓ ସାନିଟାଇଜ ବ୍ୟବହାର କରିବା, ଗ୍ରାହକଙ୍କ ମଧ୍ୟରେ ସାମାଜିକ ଦୂରତ୍ୱ ରକ୍ଷା ଓ ସ୍ବଚ୍ଛତା ଉପରେ ଗୁରୁତ୍ୱ ଦିଆଯିବା କଥା। କିନ୍ତୁ ଏହା ସଠିକ ଭାବେ ପାଳନ ହେଉ ନ ଥିବା ସାଧାରଣରେ ଅଭିଯୋଗ ହେଉଛି। ଆଶ୍ଚର୍ଯ୍ୟର କଥା, ସିଏମ୍‌ସି ଖାଦ୍ୟ ନିରାପତ୍ତା ବିଭାଗ ଏଯାବତ୍‌ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହିଁ।
ଲକ୍‌ଡାଉନରେ କଟକଣା କୋହଳ ହେବା ପରେ ଗୋଟିଏ ଥର ବି ଏହି ହୋଟେଲ ଓ ଦୋକାନ ଉପରେ ଚଢ଼ାଉ କରାଯାଇନାହିଁ। ଅନ୍ୟପକ୍ଷରେ ମଙ୍ଗଳାବାଗ, ରାଣୀହାଟ ଅଞ୍ଚଳର ହୋଟେଲରେ ଲୋକେ ବସି ଖାଉଥିବା ଚିତ୍ର ମଧ୍ୟ ସାମ୍ନାକୁ ଆସୁଛି। ହୋଟେଲ ପରିସର ବିଶୋଧନ ହେଉଛି କି ନାହିଁ, ତାହାର ସୂଚନା ମଧ୍ୟ ସିଏମ୍‌ସି ପାଖରେ ନାହିଁ। କିଛି ହୋଟେଲ ଏହି ନିୟମ ମାନୁଥିବା ବେଳେ ଅନ୍ୟ କେତେକ ଆଦୌ ମାନୁନାହାନ୍ତି। ସିଏମ୍‌ସି କେବେ ଏହି ହୋଟେଲ ଉପରେ ଚଢ଼ାଉ କରିବ, ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସାମାଜିକ ଦୂରତ୍ୱ ରକ୍ଷା ନ କଲେ କରୋନା ସଂକ୍ରମଣର ଆଶଙ୍କା ରହିଛି। ଏ ନେଇ ସିଏମ୍‌ସି ଖାଦ୍ୟ ନିରାପତ୍ତା ଅଧିକାରୀ ପ୍ରତୀକ୍ଷା ମହାପାତ୍ର କହିଛନ୍ତି, ପ୍ରଥମ ପର୍ଯ୍ୟାୟରେ ସେମାନଙ୍କୁ ସଚେତନ କରାଯାଉଛି। ଯଦି ନିୟମ ନ ମାନନ୍ତି, ତେବେ କାର୍ଯ୍ୟାନୁଷ୍ଠାନ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inକଟକ View All

୪୮ ଘଣ୍ଟା ପାଇଁ ଧବଳେଶ୍ବର ପୀଠକୁ ଯିବା ମନା: ଲାଗିଲା ପ୍ରଶାସନିକ କଟକଣା

ଆଠଗଡ଼, ୩୦।୭: ଆଠଗଡ଼ର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ବରଙ୍କ ପୀଠକୁ ଗୁରୁବାର ଅପରାହ୍ଣ ୪ଟାରୁ ପରବର୍ତ୍ତୀ ୪୮ ଘଣ୍ଟା ପାଇଁ ଶ୍ରଦ୍ଧାଳୁଙ୍କ ଯିବା ଆସିବା ସମ୍ପୂର୍ଣ୍ଣ ବାରଣ…

OSSTET-୨୦୨୬ ପରୀକ୍ଷା ତାରିଖ ଘୋଷଣା: ଏହିଦିନଠୁ ଆବେଦନ ପ୍ରକ୍ରିୟା ଆରମ୍ଭ!

କଟକ,୨୮।୭: ମାଧ୍ୟମିକ ଶିକ୍ଷା ବୋର୍ଡ (ବିଏସଇ), ଓଡ଼ିଶା ପକ୍ଷରୁ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଏସଏସଟିଇଟି)-୨୦୨୬ର ତାରିଖ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି। ବିଏସଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri