Posted inକଟକ

ସିଏମ୍‌ସି ଖାଦ୍ୟ ନିରାପତ୍ତା ବିଭାଗ ସ୍ଥାଣୁ

କଟକ ଅଫିସ,୧୭ା୫-କଟକ ସହରରେ ଲକ୍‌ଡାଉନ କଟକଣା କୋହଳ ପରେ ଦୋକାନ ବଜାର ସବୁ ଖୋଲିଛି। ଏହାସହ କଟକ ମହାନଗର ନିଗମ କେତେକ ନିର୍ଦ୍ଦେଶନାମା ମଧ୍ୟ ଜାରି କରିଛି। ରାସ୍ତାକଡ଼ ହେଉ କି ହୋଟେଲ, ସେଠାରେ ଲୋକେ ବସି ଖାଇପାରିବେ ନାହିଁ। କେବଳ ପାର୍ସଲ ନେଇପାରିବେ। ବ୍ୟବସାୟୀ ମାସ୍କ ଓ ସାନିଟାଇଜ ବ୍ୟବହାର କରିବା, ଗ୍ରାହକଙ୍କ ମଧ୍ୟରେ ସାମାଜିକ ଦୂରତ୍ୱ ରକ୍ଷା ଓ ସ୍ବଚ୍ଛତା ଉପରେ ଗୁରୁତ୍ୱ ଦିଆଯିବା କଥା। କିନ୍ତୁ ଏହା ସଠିକ ଭାବେ ପାଳନ ହେଉ ନ ଥିବା ସାଧାରଣରେ ଅଭିଯୋଗ ହେଉଛି। ଆଶ୍ଚର୍ଯ୍ୟର କଥା, ସିଏମ୍‌ସି ଖାଦ୍ୟ ନିରାପତ୍ତା ବିଭାଗ ଏଯାବତ୍‌ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହିଁ।
ଲକ୍‌ଡାଉନରେ କଟକଣା କୋହଳ ହେବା ପରେ ଗୋଟିଏ ଥର ବି ଏହି ହୋଟେଲ ଓ ଦୋକାନ ଉପରେ ଚଢ଼ାଉ କରାଯାଇନାହିଁ। ଅନ୍ୟପକ୍ଷରେ ମଙ୍ଗଳାବାଗ, ରାଣୀହାଟ ଅଞ୍ଚଳର ହୋଟେଲରେ ଲୋକେ ବସି ଖାଉଥିବା ଚିତ୍ର ମଧ୍ୟ ସାମ୍ନାକୁ ଆସୁଛି। ହୋଟେଲ ପରିସର ବିଶୋଧନ ହେଉଛି କି ନାହିଁ, ତାହାର ସୂଚନା ମଧ୍ୟ ସିଏମ୍‌ସି ପାଖରେ ନାହିଁ। କିଛି ହୋଟେଲ ଏହି ନିୟମ ମାନୁଥିବା ବେଳେ ଅନ୍ୟ କେତେକ ଆଦୌ ମାନୁନାହାନ୍ତି। ସିଏମ୍‌ସି କେବେ ଏହି ହୋଟେଲ ଉପରେ ଚଢ଼ାଉ କରିବ, ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସାମାଜିକ ଦୂରତ୍ୱ ରକ୍ଷା ନ କଲେ କରୋନା ସଂକ୍ରମଣର ଆଶଙ୍କା ରହିଛି। ଏ ନେଇ ସିଏମ୍‌ସି ଖାଦ୍ୟ ନିରାପତ୍ତା ଅଧିକାରୀ ପ୍ରତୀକ୍ଷା ମହାପାତ୍ର କହିଛନ୍ତି, ପ୍ରଥମ ପର୍ଯ୍ୟାୟରେ ସେମାନଙ୍କୁ ସଚେତନ କରାଯାଉଛି। ଯଦି ନିୟମ ନ ମାନନ୍ତି, ତେବେ କାର୍ଯ୍ୟାନୁଷ୍ଠାନ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inକଟକ View All

୭.୪ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ

କଟକ,୨୨ା୪ (କାର୍ତ୍ତିକ ସାହୁ) ଜିଲା ଅବକାରୀ ବିଭାଗ କ୍ୟାଣ୍ଟନମେଣ୍ଟ ଥାନା ଅନ୍ତର୍ଗତ ସତ୍ୟବ୍ରତ ଷ୍ଟାଡିୟମ ନିକଟରୁ ଜଣେ ବ୍ରାଉନସୁଗାର ମାଫିଆକୁ ସୋମବାର ଗିରଫ କରିଛି। ଅଭିଯୁକ୍ତ...

ମାହାଙ୍ଗା ଡବଲ ମର୍ଡର ମାମଲା: ପ୍ରତାପ ଜେନାଙ୍କ ଆବେଦନର ଶୁଣାଣି ଶେଷ

କଟକ,୨୨ା୪: କଟକ ଜିଲା ମାହାଙ୍ଗା ଡବଲ ମର୍ଡର ମାମଲାର ଶୁଣାଣି ସୋମବାର ଶେଷ ହୋଇଛି। ତେବେ ଆଜି ଏହି ମାମଲାର ରାୟକୁ ସଂରକ୍ଷିତ ରଖିଛନ୍ତି ହାଇକୋର୍ଟ।...

LLB ଷଷ୍ଠ ସେମିଷ୍ଟର ପେପର୍‌-୧ ପରୀକ୍ଷା ବାତିଲ

କଟକ,୨୨।୪: LLB ଷଷ୍ଠ ସେମିଷ୍ଟରର ପେପର୍‌-୧ ପରୀକ୍ଷା ବାତିଲ ହୋଇଯାଇଛି। ସିଲାବସ୍‌ ବାହାରୁ ପ୍ରଶ୍ନପତ୍ର ଆସିବା ଅଭିଯୋଗରେ ପରୀକ୍ଷା ବାତିଲ ହୋଇଥିବା ଜଣାପଡିଛି। ମଧୁସୂଦନ ଆଇନ...

ଝୁଲି ରହିଛି ୨ ଅଭିନେତାଙ୍କ ଭାଗ୍ୟ

କଟକ,୨୨ା୪(ଶିଳ୍ପା ପ୍ରିୟଦର୍ଶିନୀ):ବିଜେଡି ଛାଡି ଭାଜପାରେ ଅଭିନେତା ଅରିନ୍ଦମ ରାଏ, ସିଦ୍ଧାନ୍ତ ମହାପାତ୍ର, ଆକାଶ ଦାସନାୟକ ଓ ଅନୁଭବ ମହାନ୍ତି ଯୋଗଦେଇଛନ୍ତି। ବିଜେଡି ଦଳ ଛାଡିବାରେ ସର୍ବପ୍ରଥମେ...

ବେପାର ମାନ୍ଦା କରୁଛି ତାତି

କଟକ,୨୧ା୪(ଦିବାକର ସାହୁ)ଦିନକୁ ଦିନ ରାଜ୍ୟରେ ବୃଦ୍ଧି ପାଇବାରେ ଲାଗିଛି ତାପମାତ୍ରା। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ କାରଣରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଦିନ ୧୦ଟା ପରେ ଘରୁ...

୧୫ ବର୍ଷ ପରେ ହାଇକୋର୍ଟରୁ ମହିଳାଙ୍କୁ ମିଳିଲା ନ୍ୟାୟ

କଟକ,୨୦ା୪(କାର୍ତ୍ତିକ ସାହୁ): ଦୀର୍ଘ ୧୫ବର୍ଷ ପରେ ନ୍ୟାୟିକ ଲଢ଼େଇର ଅନ୍ତ ଘଟିଛି। ଅଙ୍ଗନଓ୍ବାଡିି କର୍ମୀ ପଦବୀ ନିମନ୍ତେ ଚୟନ ହେବା ପରେ ନିରାଶ ହୋଇଥିବା ଜଣେ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri