Posted inଖେଳ

ସାହାଣୀ କପ୍‌ ଫୁଟ୍‌ବଲ : ରାଉରକେଲା, ଦେବଗଡ଼, ଭୁବନେଶ୍ୱର, ବାଲେଶ୍ୱର ବିଜୟୀ

କଟକ ଅଫିସ, ୭ା୧୨-
ବରଗଡ଼ ଓ ଢେଙ୍କାନାଳରେ ଫୁଟ୍‌ବଲ ଆସୋସିଏଶନ ଅଫ୍‌ ଓଡ଼ିଶା(ଫାଓ) ଆନୁକୂଲ୍ୟରେ ଚାଲିଥିବା ୬୦ତମ ସିନିୟର ପୁରୁଷ ଆନ୍ତଃ ଜିଲା ଫୁଟ୍‌ବଲ ଚାମ୍ପିୟନଶିପ ସାହାଣୀ କପ୍‌-୨୦୧୯ରେ ଶୁକ୍ରବାର ରାଉରକେଲା, ଦେବଗଡ଼, ଭୁବନେଶ୍ୱର ଓ ବାଲେଶ୍ୱର ବିଜୟୀ ହୋଇଛନ୍ତି। ବରଗଡ଼ର ସୋହେଲାଠାରେ ଅନୁଷ୍ଠିତ ମ୍ୟାଚ୍‌ରେ ରାଉରକେଲା ପେନାଲ୍ଟି ଶୁଟଆଉଟ(୪-୩ ଗୋଲ) ଜରିଆରେ ପାରାଦୀପକୁ ପରାସ୍ତ କରିଥିଲା। ନିର୍ଦ୍ଧାରିତ ସମୟ ମଧ୍ୟରେ ଉଭୟ ଦଳ ୨ଟି ଲେଖାଏ ଗୋଲ ସ୍କୋର କରିଥିଲେ। ରାଉରକେଲା ପକ୍ଷରୁ ଅର୍ପଣ ଲାକ୍ରା, ସୁଶୀଲ ଟପ୍ପୋ, ପାରାଦୀପ ପକ୍ଷରୁ ପ୍ରିୟରଞ୍ଜନ ଦାସ, ରାଜେଶ କୁମାର ମୁର୍ମୁ ଗୋଟିଏ ଲେଖାଏ ଗୋଲ ସ୍କୋର କରିଥିଲେ। ବରଗଡ଼ର ଭେଡେନ ଗ୍ରାଉଣ୍ଡରେ ଦେବଗଡ଼ ୩-୧ ଗୋଲରେ ଖୋର୍ଦ୍ଧାକୁ ହରାଇଥିଲା। ଦେବଗଡ଼ ପକ୍ଷରୁ ମହେନ୍ଦ୍ର ଖାଲକୋ, ମୀନକେତନ ବେହେରା, ଲିଙ୍ଗରାଜ ଧାରୁଆ ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ଖୋର୍ଦ୍ଧା ପକ୍ଷରୁ ବିପିନ ନାୟକ ଏକମାତ୍ର ଗୋଲ ସ୍କୋର କରିଥିଲେ। ବରଗଡ଼ର କଦଳିପାଲି ଗ୍ରାଉଣ୍ଡରେ ଅନୁଷ୍ଠିତ ମ୍ୟାଚ୍‌ରେ ଭୁବନେଶ୍ୱର ୩-୧ ଗୋଲରେ କନ୍ଧମାଳକୁ ପରାସ୍ତ କରିଥିଲା। ଭୁବନେଶ୍ୱର ପକ୍ଷରୁ ରାଜୀବ ଦାସ, ନରଣ ମୁର୍ମୁ, ରାଇସେନ ଟୁଡ଼ୁ ଓ କଳାହାଣ୍ଡି ପକ୍ଷରୁ ମନୋଜ କହଁର ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ଢେଙ୍କାନାଳ ଗ୍ରାଉଣ୍ଡରେ କଟକ ଓ ବାଲେଶ୍ୱର ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍‌ ନିର୍ଦ୍ଧାରିତ ସମୟ ସୁଦ୍ଧା ୧-୧ ଗୋଲରେ ଡ୍ର ରହିଥିଲା। କଟକ ପକ୍ଷରୁ ଏସ୍‌.ଏସ୍‌ ଆଲାମ ଓ ବାଲେଶ୍ୱର ପକ୍ଷରୁ ବିଜୟ ମୁର୍ମୁ ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ପରେ ପେନାଲ୍ଟି ଶୁଟଆଉଟରେ ବାଲେଶ୍ୱର ୬-୫ ଗୋଲରେ କଟକକୁ ହରାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମେସିଙ୍କୁ ବଡ଼ ଗିଫ୍ଟ ଦେଲେ ଅନନ୍ତ ଅମ୍ବାନୀ: ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ଫୁଟବଲ କିମ୍ବଦନ୍ତୀ ଲିଓନେଲ ମେସି ଜାମନଗରର ବନତାରା ବନ୍ୟପ୍ରାଣୀ ସଂରକ୍ଷଣ କେନ୍ଦ୍ର ପରିଦର୍ଶନ କରିଥିଲେ। ମେସି ଅନନ୍ତ ଅମ୍ବାନୀଙ୍କ ଦ୍ୱାରା ପ୍ରତିଷ୍ଠିତ କେନ୍ଦ୍ରରେ ପାରମ୍ପରିକ ରୀତିନୀତିରେ...

Stokes-Archer Fight VIDEO: ବେନ୍ ଷ୍ଟୋକ୍ସ ଏବଂ ଜୋଫ୍ରା ଆର୍ଚରଙ୍କ ମଧ୍ୟରେ କାହିଁକି ହେଲା ଝଗଡ଼ା?

ନୂଆଦିଲ୍ଲୀ,୧୮।୧୨: ଅଷ୍ଟ୍ରେଲିଆ ବିପକ୍ଷରେ ଚାଲିଥିବା ଆସେସ୍ ଟେଷ୍ଟରେ ଇଂଲଣ୍ଡର ଖରାପ ପ୍ରଦର୍ଶନର ପ୍ରଭାବ ପଡ଼ିବା ଆରମ୍ଭ ହୋଇଛି । ସେଥିପାଇଁ ଇଂଲଣ୍ଡ ଅଧିନାୟକ ଏବଂ ଖେଳାଳିମାନେ...

IND vs SA 4th T20I: ଭରରତ-ସାଉଥ ଆଫ୍ରିକା ମ୍ୟାଚ ରଦ୍ଦ ହେଲେ ବୁଡ଼ିଯିବ କି ଦର୍ଶକଙ୍କ ଟିକେଟ ଟଙ୍କା? ଜାଣନ୍ତୁ କ’ଣ ରହିଛି BCCIର ନିୟମ

ନୂଆଦିଲ୍ଲୀ,୧୮।୧୨: ଲକ୍ଷ୍ନୌରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚତୁର୍ଥ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ ଗୋଟିଏ ବି ବଲ ଖେଳି ନଯାଇ ବାତିଲ କରାଯାଇଥିଲା। ଘନ...

୨୬ ମାର୍ଚ୍ଚରୁ IPL ଆରମ୍ଭ , ଏହି ଦିନ ଖେଳାଯିବ ଫାଇନାଲ; କାର୍ଯ୍ୟସୂଚୀ ଘୋଷଣାରେ ପାକିସ୍ତାନରେ ହଙ୍ଗାମା

ନୂଆଦିଲ୍ଲୀ,୧୮।୧୨: IPL ୨୦୨୬ ମିନି ନିଲାମ ପରେ, ସମସ୍ତ ୧୦ଟି ଦଳର ଦଳ ଚୂଡ଼ାନ୍ତ ହୋଇଛି। ଏହି ସମୟରେ, ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI)...

ହଠାତ୍‌ ରାଗିଗଲେ ବୁମ୍‌ରା, ପ୍ରଶଂସକଙ୍କ ମୋବାଇଲ୍‌ ଛଡ଼ାଇନେଲେ…ଦେଖନ୍ତୁ VIDEO

ଲକ୍ଷ୍ନୌ,୧୮।୧୨: ଲକ୍ଷ୍ନୌରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚତୁର୍ଥ ଟି-୨୦ ମ୍ୟାଚ ବାତିଲ ହୋଇଗଲା। ଜସପ୍ରୀତ ବୁମରାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ...

ମାତ୍ର ୧୦୦ଟଙ୍କାରୁ ଆରମ୍ଭ ଟିକେଟ, ଇଡେନ ଗାର୍ଡେନରେ ଟି-୨୦ ବିଶ୍ୱକପ ଦେଖିବାକୁ ଚାହୁଁଥିଲେ ଜାଣିରଖନ୍ତୁ ପୂରା ପ୍ରାଇସ

ନୂଆଦିଲ୍ଲୀ,୧୮।୧୨: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ ସମୟରେ କୋଲକାତାର ଐତିହାସିକ ଇଡେନ ଗାର୍ଡେନ୍ସରେ ହେବାକୁ ଥିବା ମ୍ୟାଚ ପାଇଁ ଟିକେଟ ମୂଲ୍ୟ ପ୍ରକାଶ ପାଇଛି। କ୍ରିକେଟ...

ଖେଳ ବିଗାଡ଼ିଲା କୁହୁଡ଼ି: ଲକ୍ଷ୍ନୌରେ ଭାରତ-ଦକ୍ଷିଣ ଆଫ୍ରିକା ଚତୁର୍ଥ ଟି-୨୦ ମ୍ୟାଚ୍ ବାତିଲ

ଲକ୍ଷ୍ନୌ,୧୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଚତୁର୍ଥ ଟି-୨୦ ଆନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ବାତିଲ ହୋଇଯାଇଛି। ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ପ୍ରବଳ...

ଲକ୍ଷ୍ନୌରେ ଭୟଙ୍କର ବାୟୁ ପ୍ରଦୂଷଣ: ଟସ୍ ବିଳମ୍ବ, ମାସ୍କ ପିନ୍ଧି ହାର୍ଦ୍ଦିକଙ୍କ ଫଟୋ ଭାଇରାଲ

ଲକ୍ଷ୍ନୌ,୧୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ଖେଳାଯିବାକୁ ଥିବା ଚତୁର୍ଥ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ର ଟସ୍ ଘନ କୁହୁଡ଼ି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri