Posted inଜାତୀୟ

ସାରା ଦେଶରେ ଶୀତ ଲହରି ଜାରି

ନୂଆଦିଲ୍ଲୀ,୨୯ା୧୨(ପି.ଟି.): କିଛିଦିନ ହେଲା ଉତ୍ତର ଭାରତ ସମେତ ସାରା ଦେଶ ଶୀତରେ ଥରୁଥିବାବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ପ୍ରବଳ ଶୀତ ସାଙ୍ଗକୁ ଘନ କୁହୁଡ଼ି ଯୋଗୁ ଘରୁ ବାହାରିବା କଷ୍ଟକର ହୋଇପଡ଼ିଛି। ଦିଲ୍ଲୀର ତାପମାତ୍ରା ଶନିବାର ସକାଳେ ୨ ଡିଗ୍ରୀ ସେଲ୍‌ସିୟସ୍‌ ତଳକୁ ଖସିଆସିଛି। ରାଜଧାନୀରେ ଏହା ଚଳିତ ଋତୁର ସବୁଠୁ ଥଣ୍ଡା ଦିନ ବୋଲି କୁହାଯାଉଛି। ଦିଲ୍ଲୀବାସୀ କିଛି ସପ୍ତାହ ହେଲା ପ୍ରବଳ ଶୀତକୁ ସାମନା କରିଆସୁଥିବାବେଳେ ଶନିବାର ସକାଳ ସାଢ଼େ ୮ଟାରେ ଲୋଧି ରୋଡ୍‌ ଅଞ୍ଚଳରେ ତାପମାତ୍ରା ୧.୭ ଡିଗ୍ରୀ ରେକର୍ଡ କରାଯାଇଥିବା ଭାରତୀୟ ପାଣିପାଗ ବିଭାଗ କହିଛିି। ଏହା ବ୍ୟତୀତ ଆୟା ନଗରରେ ୧.୯ ଡିଗ୍ରୀ ଥିବାବେଳେ ସଫଦରଜଙ୍ଗ ଏନ୍‌କ୍ଲେଭ୍‌ରେ ୨.୪ ଡିଗ୍ରୀ ସେଲ୍‌ସିୟସ ରହିଥିଲା, ଯାହାକି ୧୯୯୨ ପରଠାରୁ ଏନ୍‌କ୍ଲେଭ୍‌ରେ ସର୍ବାଧିକ ଥଣ୍ଡା। ୩୦ ଦଶକରେ ସେଠାରେ ସର୍ବନିମ୍ନ ତାପମାତ୍ରା ଶୂନ ଡିଗ୍ରୀ ରେକର୍ଡ କରାଯାଇଥିଲା। ଜାନୁୟାରୀ ୩ ପର୍ଯ୍ୟନ୍ତ ଏଭଳି ଥଣ୍ଡା ପାଗ ଜାରି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ଥଣ୍ଡା ସାଙ୍ଗକୁ ଘନ କୁହୁଡ଼ି ଯୋଗୁ ରାସ୍ତାଘାଟ ଦୂରରୁ ଦୃଶ୍ୟ ହେଉନାହିଁ। ଫଳରେ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହୋଇଛି। ଘନ କୁହୁଡ଼ି ଯୋଗୁ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଦିଲ୍ଲୀ ବିମାନବନ୍ଦରକୁ ଆସିବାକୁ ଥିବା ୪ଟି ବିମାନକୁ ଅନ୍ୟ ବିମାନବନ୍ଦରକୁ ପଠାଯାଇଥିଲା। ସେହିପରି ଭଲ ଦେଖାଯାଉ ନ ଥିବାରୁ ଦିଲ୍ଲୀରେ ୨୪ଟି ଟ୍ରେନ୍‌ର ଚଳାଚଳରେ ୨ରୁ ୫ ଘଣ୍ଟା ପର୍ଯ୍ୟନ୍ତ ବିଳମ୍ବ ହୋଇଥିଲା। ତାପମାତ୍ରା ହ୍ରାସ ସହିତ ଦିଲ୍ଲୀର ବାୟୁ ପ୍ରଦୂଷଣ ଶନିବାର ପୁଣିଥରେ ଉତ୍କଟ ରୂପ ଧାରଣ କରିଛି। ଅଧିକ ଆର୍ଦ୍ରତା ଓ ପବନର ବେଗ କମ୍‌ ରହୁଥିବାରୁ ତଳସ୍ତରର ବାୟୁରେ ପ୍ରଦୂଷଣ ଉପାଦାନ ଅଧିକ ରହୁଛି। ସକାଳ ୧୦ଟାରେ ଦିଲ୍ଲୀର ବାୟୁ ମାନ ୪୧୩ ରେକର୍ଡ କରାଯାଇଛି। ଉତ୍ତର, ପୂର୍ବ ଓ କେନ୍ଦ୍ରୀୟ ଭାରତରେ ପ୍ରବଳ ଶୀତ ଲହରି ଆଉ ୨ ଦିନ ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଉତ୍ତରପଶ୍ଚିମ ଦିଗରୁ ଥଣ୍ଡା ପବନ ବହୁଥିବାରୁ ତାପମାତ୍ରା ଯଥେଷ୍ଟ ହ୍ରାସ ପାଇଛି। ଓଡ଼ିଶା ସମେତ ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼, ଦିଲ୍ଲୀ, ଉତ୍ତର ରାଜସ୍ଥାନ ଓ ଉତ୍ତରପ୍ରଦେଶରେ ଶୀତ ଲହରି ଆଉ ୨ ଦିନ ଜାରି ରହିିବ। ୩୧ରୁ ଏହିସବୁ ଅଞ୍ଚଳରେ ଶୀତ ପ୍ରକୋପ ହ୍ରାସ ପାଇବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପାନୀୟଜଳ ସମସ୍ୟା ନେଇ ବିଡିଓଙ୍କ ଦ୍ୱାରସ୍ଥ

ଲାଞ୍ଜିଗଡ଼,୧୭ା୪(ରମେଶ ଚନ୍ଦ୍ର ନାୟକ): ଲାଞ୍ଜିଗଡ଼ ବ୍ଲକ ବିଜେପୁର ପଞ୍ଚାୟତ ଅନ୍ତର୍ଗତ ସିନ୍ଦିଭଟା ଗ୍ରାମରେ ପିଇବା ପାଣି ସମସ୍ୟାକୁ ନେଇ ଶୁକ୍ରବାର ଗ୍ରାମବାସୀ ବିଡିଓଙ୍କ ଦ୍ୱାରସ୍ଥ ହୋଇ ଦାବିପତ୍ର…

ଆଜିଠାରୁ ୨୨ ଯାଏଁ ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି

ସୋନପୁର,୧୭।୪(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲାରେ ତାତି ଅସମ୍ଭାଳ। ସକାଳ ୮ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ପ୍ରବଳ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଗୁଳୁଗୁଳି। ପରିସ୍ଥିତିକୁ ଦୃଷ୍ଟିରେ ରଖି ସୁବର୍ଣ୍ଣପୁର…

କଳାହାଣ୍ଡିରେ ୧୮ରୁ ୨୧ ସ୍କୁଲ ଛୁଟି : ଜିଲାପାଳ କଲେ ଘୋଷଣା

ଭବାନୀପାଟଣା,୧୭।୪(ଉତ୍ତମ କୁମାର ଦାଶ)-ପ୍ରବଳ ଖରା ଓ ଅସହ୍ୟ ଗରମ କୁ ଦୃଷ୍ଟିରେ ରଖି ଶନିବାର ୧୮ ରୁ ୨୧ ତାରିଖ ପର୍ଯ୍ୟନ୍ତ ଜିଲାର ସମସ୍ତ ସରକାରୀ,ବେସରକାରୀ ସ୍କୁଲ…

ହର୍ମୁଜ ଖୋଲିବା ମାତ୍ରେ କମିଗଲା ପେଟ୍ରୋଲ-ଗ୍ୟାସ ଦର, ଦାମ୍‌ ଜାଣିଲେ…

ନୂଆଦିଲ୍ଲୀ,୧୭।୪: ଇରାନର ବୈଦେଶିକ ମନ୍ତ୍ରୀ ୪୯ ଦିନର ବନ୍ଦ ପରେ ବାଣିଜ୍ୟିକ ଜାହାଜ ପାଇଁ ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବା ଘୋଷଣା କରିବାର କିଛି ସମୟ ପରେ…

ଗ୍ରୀଷ୍ମ ପ୍ରବାହ: ଶିକ୍ଷାନୁଷ୍ଠାନଗୁଡ଼ିକୁ SOP ଅନୁସରଣ କରିବାକୁ ପରାମର୍ଶ

ବଲାଙ୍ଗୀର,୧୭।୪(ସୁନିଲ କୁମାର ମହାନ୍ତି):ବଲାଙ୍ଗୀର ଜିଲାର ସମସ୍ତ ଶିକ୍ଷାନୁଷ୍ଠାନର ମୁଖ୍ୟମାନଙ୍କୁ ଓଡ଼ିଶାର ସୱତନ୍ତ୍ର ରିଲିଫ କମିଶନରଙ୍କ SOP ଅନୁସରଣ କରିବାକୁ ପରାମର୍ଶ ଦିଆଯାଇଛି । ଗ୍ରୀଷ୍ମ ପ୍ରବାହ ପରିସ୍ଥିତିକୁ…

ଇରାନ ହର୍ମୁଜ ଖୋଲୁ ଖୋଲୁ ଭାରତ ପାଇଁ ଆସିଲା ଖୁସି ଖବର! ରାତାରାତି ପଲଟିଗଲା ବାଜି

ନୂଆଦିଲ୍ଲୀ,୧୭।୪: ଗତ ଦେଢ଼ ମାସ ଧରି ସମଗ୍ର ବିଶ୍ୱ ନିଶ୍ୱାସ ବନ୍ଦ କରି ରଖିଛି। ଫେବୃଆରୀ 28 ତାରିଖରେ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଯେଉଁ ସଂଘର୍ଷ…

ଜନଗଣନା ବେଳେ କାମୁଡିଲା ସାପ

ଭଞ୍ଜନଗର,୧୭।୪(ବାବୁଲା ପ୍ରଧାନ): ଜନଗଣନା ସମୟରେ ଶୁକ୍ରବାର ସର୍ପ ଦଂଶନରେ ଜଣେ ଶିକ୍ଷୟିତ୍ରୀ ଗୁରୁତର ଭାବେ ଅସୁସ୍ଥ ହୋଇପଡ଼ିଛନ୍ତି। ଯାହାକୁ ନେଇ ଶିକ୍ଷକମାନେ ଚିନ୍ତିତ ହୋଇପଡିଛନ୍ତି। ଏହି ଘଟଣାଟି…

ନିଯୁକ୍ତି ଆଳରେ ନିର୍ଯ୍ୟାତନା ଅଭିଯୋଗ : ତାମିଲନାଡୁରୁ ୧୬ଯୁବତୀ…

ବରଗଡ଼,୧୭।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ବ୍ଲକ ଅଞ୍ଚଳରୁ ତାମିଲନାଡୁ ତିରପୁରକୁ ଏକ କମ୍ପାନୀରେ ନିଯୁକ୍ତି ଆଳରେ ଯାଇ ସେଠାରେ ବନ୍ଧା ପଡିଥିବା ୧୬ ଯୁବତୀ ଶୁକ୍ରବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri