ସାରା ଜୀବନ ଏକାଠି ରହିବା ସଂକଳ୍ପରେ ୭ ବାନ୍ଧବୀ

୭ ବାନ୍ଧବୀ, ଦୀର୍ଘ ୨୦ ବର୍ଷର ସେମାନଙ୍କ ସମ୍ପର୍କ। ବାନ୍ଧବୀ ନୁହେଁ ତ ସେମାନେ ଭଉଣୀ ପରି। ଆଉ ଏହି ସମ୍ପର୍କକୁ ସାରା ଜୀବନ ବଜାୟ ରଖିବାକୁ ବି ସେମାନେ ସଂକଳ୍ପବଦ୍ଧ। ଚାଇନାର ଏହି ସାତ ବାନ୍ଧବୀ ଖାସ୍‌ ସେଥିପାଇଁ ଏକ ସ୍ବପ୍ନର ଘର ବି ତିଆରି କରିଛନ୍ତି। ଗୁଆଙ୍ଗଝୁ ସହରତଳିରେ ଚାଷ ଜମି ପାଖାପାଖି ଏକ ୭୦୦ ବର୍ଗମିଟରର ଅର୍ଦ୍ଧନିର୍ମିତ ଘର ସେମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଆଉ ତାକୁ ସେମାନଙ୍କ ସ୍ବପ୍ନର ମହଲ କରିବାକୁ ନିଷ୍ପତ୍ତି ନେଲେ। ସେଥିପାଇଁ ସମସ୍ତେ ଅର୍ଥ ଖର୍ଚ୍ଚ କରି ତାକୁ କିଣି ନେଲେ। ପରେ ସେମାନେ ନିଜ ପସନ୍ଦରେ ତାକୁ ପୁନଃ ନିର୍ମାଣ କଲେ। ବର୍ତ୍ତମାନ ଏହା ଏକ ସୁନ୍ଦର ଆଧୁନିକ ମାନ୍‌ସନରେ ପରିଣତ ହୋଇଛି। ଏହାର ଚତୁଃପାର୍ଶ୍ୱରେ ସୁନ୍ଦର ପାହାଡ, ଜଙ୍ଗଲ, ବଗିଚା ରହିଛି। ଗ୍ରାଉଣ୍ଡ ଫ୍ଲୋରରେ ଏକ ବଡ ରୁମ୍‌ ସମସ୍ତଙ୍କ ପାଇଁ ରହିଛି। ଆଉ ଉପର ମହଲାରେ ସମସ୍ତଙ୍କ ପାଇଁ ଅଲଗା ଅଲଗା ବେଡ୍‌ରୁମ୍‌ ରହିଛି।

ଘରର ଇଣ୍ଟେରିୟର୍‌ ବେଶ୍‌ ଆକର୍ଷକ। ସମସ୍ତେ ଚା’ ପ୍ରିୟ ହୋଇଥିବାରୁ ଘର ନିକଟସ୍ଥ ଚାଷ ଜମିକୁ କାଠର ରାସ୍ତା କରି ଜମି ମଝିରେ ମଣ୍ଡପ ଭଳି କରିଛନ୍ତି। ଯେଉଁଠି ସେମାନେ ପ୍ରକୃତିର ସୌନ୍ଦର୍ଯ୍ୟ ଉପଭୋଗ କରି ଚା’ର ମଜା ନିଅନ୍ତି। ସହରଠୁ ଏହି ଘର ଏକ ଘଣ୍ଟାର ଦୂରତାରେ ଅବସ୍ଥିତ। ସେମାନେ ଏକାଠି ରାନ୍ଧନ୍ତି, ଗୀତ ଗାଆନ୍ତି, ଗାଁକୁ ଯାଇ ଖାଦ୍ୟ ସଂଗ୍ରହ କରନ୍ତି। ପ୍ରତିମୁହୂର୍ତ୍ତକୁ ବେଶ୍‌ ହସଖୁସିରେ ବିତାନ୍ତି। ବାକି ଜୀବନ ବି ଏହିଭଳି ବିତିଯିବ ବୋଲି ଆଶା ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନକଲି ଅଦାଲତ ଆଦେଶ ଦେଖାଇ ୫୦ ହଜାର ଟଙ୍କା ଠକେଇ, ଏପରି ଧରିଲା ପୋଲିସ

ଅତାବିରା,୨୨।୭(ଯୁଧିଷ୍ଠିର ମହାପାତ୍ର): ନିଜକୁ ଆଇନଜୀବୀ ପରିଚୟ ଦେଇ ଠକେଇ ଅଭିଯୋଗରେ ଜଣେ ଗିରଫ । ନକଲି ଅଦାଲତ ଆଦେଶ ପ୍ରସ୍ତୁତ କରି ଜଣେ ମହିଳାଙ୍କ ପରିବାରଠାରୁ ୫୦…

CJP ଆନ୍ଦୋଳନରେ ପେଲେଟ୍ ଗନ୍ ଫାୟାରିଂ? ସତ କହିଲା ଦିଲ୍ଲୀ ପୋଲିସ!

ନୂଆଦିଲ୍ଲୀ,୨୨।୭: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଦିଲ୍ଲୀର ଜନ୍ତର-ମନ୍ତରରୁ ସଂସଦ ମାର୍ଚ୍ଚ ପାଇଁ ଆହ୍ୱାନ ଦିଆଯାଇଥିଲା। ଏହି ସମୟରେ ପୋଲିସ ଏବଂ ପ୍ରଦର୍ଶନକାରୀଙ୍କ…

ହାର୍ଡକୋର ମହିଳା ମାଓବାଦୀ ଅନିତା କିସ୍କୁଙ୍କ ଆତ୍ମସମର୍ପଣ

କୋଇଡ଼ା, ୨୨।୭: ମାଓବାଦୀ ସଂଗଠନ ପାଇଁ ଏକ ବଡ଼ ଝଟକା ସୃଷ୍ଟି କରି ହାର୍ଡକୋର ମହିଳା ମାଓବାଦୀ ଅନିତା କିସ୍କୁ ଝାଡ଼ଖଣ୍ଡରେ ସୁରକ୍ଷା ବାହିନୀ ନିକଟରେ ଆତ୍ମସମର୍ପଣ…

ବିସ୍ଥାପନ ପାଇଁ ଦ୍ୱିତୀୟ ଦିନରେ କୁମିଆପାଲିରେ ପହଞ୍ଚିଲା ପ୍ରଶାସନ: ତାତିଲେ ଆଦିବାସୀ, ଧନୁତୀର ଧରି…

ବଲାଙ୍ଗୀର,୨୨ା୭(ସୁନିଲ କୁମାର ମହାନ୍ତି): ବୁଧବାର ଦ୍ୱିତୀୟ ଦିନରେ ଲୋୟର ସୁକତେଲ ଡ୍ୟାମ ପ୍ରଭାବିତ କୁମିଆପାଲି ଗାଁରେ ବିସ୍ଥାପନ ପ୍ରକ୍ରିୟା ଆରମ୍ଭ କରିବାକୁ ଜିଲା ପ୍ରଶାସନର ଟିମ୍‌ ପହଞ୍ଚିଥିଲା।…

୨୪ ଘଣ୍ଟାରେ ୬ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ: ବନ୍ଧୁକ, ଖଣ୍ଡା ସହ ବାଇକ୍‌ ଜବତ କରି…

ପୁରୁଷୋତ୍ତମପୁର,୨୨ା୭(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପୋଲିସକୁ ଏକ ବଡ଼ସଫଳତା ମିଳିଥିବା ବେଳେ ସହ ଅଭିଯୋଗର ୨୪ ଘଣ୍ଟା ମଧ୍ୟରେ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୬ ଜଣଙ୍କୁ…

ଭିଜିଲାନ୍ସ ଜାଲରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରିନ୍ସିପାଲ, SHG ମହିଳାଙ୍କଠାରୁ…

ଭବାନୀପାଟଣା,୨୨ା୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଓଡିଶା ଆଦର୍ଶ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରିନ୍ସିପାଲ ସୀତାକାନ୍ତ ରଣା ବୁଧବାର ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ସ୍କୁଲରେ ନିୟୋଜିତ…

ଗଞ୍ଜେଇ ଚୋରା ଚାଲାଣର ସାମ୍ରାଜ୍ୟ ଚଳାଇଥିଲେ, ୨ ଯୁବକଙ୍କୁ ଧରି..

ଦାରିଙ୍ଗବାଡ଼ି,୨୨ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଗଞ୍ଜେଇ ପ୍ୟାକିଂ କରି ବାହାରକୁ ଚାଲାଣ କରୁଥିବା ୨ ଜଣିଆ ଟିମ୍‌କୁ…

ରାଜରାସ୍ତାରେ କଂଗ୍ରେସ-ଭାଜପାକର୍ମୀଙ୍କ ମଧ୍ୟରେ ସଂଘର୍ଷ; ମୁଣ୍ଡ ଫାଟିଲା, ଗାଡ଼ିର କାଚ…

ପାଟନା,୨୨।୭: ପ୍ରଧାନମନ୍ତ୍ରୀଙ୍କ ବାସଭବନ ବାହାରେ ରାହୁଲ ଗାନ୍ଧୀଙ୍କ ସମେତ ବିରୋଧୀ ନେତାମାନେ ଧାରଣାରେ ବସିଥିଲେ । ଏହାପରେ ବୁଧବାର ଭାଜପା ପକ୍ଷରୁ ପାଟନାରେ ଏକ ପ୍ରତିବାଦ ଶୋଭାଯାତ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri