ସାମ୍ବିଧାନିକ ମୂଲ୍ୟବୋଧ ଉପରେ ଆକ୍ରମଣ କରୁଛି ଭାଜପା: ଡି. ରାଜା

ଭୁବନେଶ୍ୱର,୧ା୭(ବ୍ୟୁରୋ) : ଦେଶର ସାମ୍ବିଧାନିକ ମୂଲ୍ୟବୋଧ ଉପରେ ଭାଜପା ଆକ୍ରମଣ କରୁଛି। ସମସ୍ତ ବିରୋଧୀ ଦଳ ଏହାର ପ୍ରତିରୋଧ କରିବାର ଆବଶ୍ୟକତା ରହିଛି। ସଦ୍ୟ ସମାପ୍ତ ହୋଇଥିବା ସାଧାରଣ ନିର୍ବାଚନରେ ବିରୋଧୀ ଦଳଗୁଡିକର ଏକତା ଅଭାବ କାରଣରୁ ଏନ୍‌ଡିଏ ଲଗାତର ଦ୍ୱିତୀୟଥର ପାଇଁ କ୍ଷମତାସୀନ ହେବାରେ ସଫଳ ହୋଇଛି। ଭୁବନେଶ୍ୱର ଗସ୍ତରେ ଥିବା ସିପିଆଇ ସମ୍ପାଦକ ତଥା ରାଜ୍ୟ ସଭା ସଦସ୍ୟ ଡି. ରାଜା ରବିବାର ଏହି କଥା କହିଛନ୍ତି।
ରାଜା କହିଛନ୍ତି, ଭାଜପା ନୂଆ ଭାରତ ନିର୍ମାଣ ନାମରେ ଆରଏସ୍‌ଏସ୍‌ର କାର୍ଯ୍ୟସୂଚୀ(ହିନ୍ଦୁ ରାଷ୍ଟ୍ର) ନିର୍ମାଣ କରିବାକୁ ଚାହଁୁଛି। ସମସ୍ତଙ୍କ ବିକାଶ(ସବ୍‌କା ବିକାଶ) କଥା ପ୍ରଧାନମନ୍ତ୍ରୀ କହୁଥିବାବେଳେ ଦେଶରେ ଭିଡଜନିତ ହତ୍ୟା ଓ ସଂଖ୍ୟାଲଘୁମାନଙ୍କ ଉପରେ ଆକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ସମ୍ବିଧାନର ନିୟମାନୁଯାୟୀ ସମଗ୍ର ଦେଶ ଏବଂ ପ୍ରତ୍ୟେକ ରାଜ୍ୟରେ ଅଲଗା ଅଲଗା ନିର୍ବାଚନ ହେବାର ବ୍ୟବସ୍ଥା ରହିଛି। ସମଗ୍ର ଦେଶ ଏବଂ ରାଜ୍ୟ ବିଧାନସଭାଗୁଡିକର ଏକକ ନିର୍ବାଚନ କରାଯିବା ପାଇଁ ପ୍ରୟାସ କରାଯାଉଛି, ଏହା ସମ୍ପୂର୍ଣ୍ଣ ଅସାମ୍ବିଧାନିକ ବୋଲି ରାଜା କହିଛନ୍ତି। ସଦ୍ୟ ନିର୍ବାଚନ ସରିଛି, ହେଲେ ଏହି ସମୟରେ ଜମ୍ମୁ ଓ କଶ୍ମୀରରେ ଏକାଠି ଭୋଟ କରାଇଲେ ନାହିଁ। କଶ୍ମୀର ଏକ ରାଜନୈତିକ ସମସ୍ୟା, ଏହାକୁ ରାଜନୈତିକ ଢଙ୍ଗରେ ସମାଧାନ କରିବାର ଆବଶ୍ୟକତା ରହିଛି। ହେଲେ ଏହାକୁ କେବଳ ଆଇନଶୃଙ୍ଖଳାର ସମସ୍ୟା ଭଳି ଦେଖାଯାଉଛି। କେବଳ ସେନାବଳ ଦ୍ୱାରା ଏହାର ସମାଧାନ କରାଯାଇପାରେନା ବୋଲି ରାଜା ମତ ରଖିଛନ୍ତି। ସେହିଭଳି ମହିଳା ସଂରକ୍ଷଣ ପ୍ରସଙ୍ଗରେ ମଧ୍ୟ ଭାଜପାକୁ ସିପିଆଇ ପକ୍ଷରୁ ସମାଲୋଚନା କରାଯାଇଛି। ଏମିତିକି ରାଷ୍ଟ୍ରପତିଙ୍କ ଅଭିଭାଷଣରେ ପାର୍ଲାମେଣ୍ଟ ଏବଂ ରାଜ୍ୟ ବିଧାନସଭାଗୁଡିକରେ ମହିଳା ସଶକ୍ତୀକରଣ ସମ୍ପର୍କରେ କିଛି କୁହାଯାଇନାହିଁ। ଆମେରିକାର ଚାପ କାରଣରୁ ଭାରତ ଇରାନ୍‌ ଏବଂ ରୁଷ ସହ ଉତ୍ତମ ସମ୍ପର୍କ ରକ୍ଷା କରିବାରେ ସକ୍ଷମ ହେଉନାହିଁ ବୋଲି ରାଜା କହିଛନ୍ତି।
ସେହିପରି ନିକଟରେ ସରିଥିବା ରାଜ୍ୟ ସଭା ନିର୍ବାଚନକୁ ନେଇ ମଧ୍ୟ ରାଜା ବିଜେଡି-ଭାଜପାକୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ବିଜେଡି ପାଖରେ ସଂଖ୍ୟାଗରିଷ୍ଠ ସଦସ୍ୟ ଥାଇ ମଧ୍ୟ ଦଳ ଭାଜପାକୁ ଗୋଟିଏ ରାଜ୍ୟ ସଭା ଆସନ ଟେକିଦେଲା। ଏହା ରାଜ୍ୟର ଜନସାଧାରଣଙ୍କ ମତ ଏବଂ ରାଜ୍ୟ ବିଧାନସଭା ପ୍ରତି ଅପମାନ। ବିଜେଡିର ବହୁ ନେତା ଚିଟ୍‌ଫଣ୍ଡ ମହାଠକେଇରେ ସାମିଲ ଅଛନ୍ତି, ତେଣୁ ସେମାନେ ସିବିଆଇ ଭୟରେ ଏପରି କରିଥାଇ ପାରନ୍ତି ବୋଲି ରାଜା ଉଲ୍ଲେଖ କରିଛନ୍ତି। ସେହିପରି ବାମପନ୍ଥୀ ଆଦର୍ଶ ପ୍ରତି ଲୋକଙ୍କ ଯଥେଷ୍ଟ ଶ୍ରଦ୍ଧା ଥିଲେ ମଧ୍ୟ ତାହା ଭୋଟରେ ପ୍ରତିଫଳିତ ହୋଇପାରୁନାହିଁ। ଦଳ ପକ୍ଷରୁ ଏହାର ପର୍ଯ୍ୟାଲୋଚନାର ଆବଶ୍ୟକତା ରହିଛି। ଆସନ୍ତା ଜୁଲାଇ ୧୯ରୁ ୨୧ ପର୍ଯ୍ୟନ୍ତ ସିପିଆଇର ଜାତୀୟ ପରିଷଦ ବୈଠକରେ ଏହା ଉପରେ ଆଲୋଚନା ହେବା ନେଇ ରାଜା ସୂଚନା ଦେଇଛନ୍ତି। ଅପରପକ୍ଷରେ ଭାଜପା ଉପସଭାପତି ସମୀର ମହାନ୍ତି ଡି.ରାଜାଙ୍କ ମନ୍ତବ୍ୟକୁ ବିରୋଧ କରିଛନ୍ତି। ସମୀର କହିଛନ୍ତି ଯେ, ସାରା ଦେଶରେ ଭାଜପାର ଶକ୍ତି ବୃଦ୍ଧି ପାଇଛି। ଅନ୍ୟପଟେ ବାମପନ୍ଥୀମାନେ ଦିନକୁଦିନ ଆହୁରି ଦୁର୍ବଳ ହେବାରେ ଲାଗିଛନ୍ତି। ତେଣୁ ସେହି ଦଳର ନେତାମାନଙ୍କ ବକ୍ତବ୍ୟକୁ ଗୁରୁତ୍ୱ ଦେଇ ବକ୍ତବ୍ୟ ପ୍ରଦାନ କରିବାକୁ ଉଚିତ ମଣୁନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ମା’ ବିକିଥିଲେ ଗହଣା, ଖାଲିପେଟରେ ଶୋଇଥିଲେ ବାପା; ଏବେ ୧୪.୨୦ କୋଟିରେ କିଣିଲା CSK

ମୁମ୍ବାଇ,୧୮ା୧୨: ଆଇପିଏଲ୍ ୨୦୨୬ ନିଲାମରେ ଚେନ୍ନାଇ ସୁପର କିଙ୍ଗସ୍ (CSK) ଦ୍ୱାରା ୧୪.୨୦ କୋଟି ଟଙ୍କାରେ କିଣାଯାଇଥିବା ଯୁବ ୱିକେଟକିପର ବ୍ୟାଟର କାର୍ତ୍ତିକ ଶର୍ମାଙ୍କ ସଫଳତା...

ଆଦିବାସୀ ମହୋତ୍ସବ ‘ପରବ’ ଉଦ୍‌ଘାଟନ କରିବେ ମନ୍ତ୍ରୀ, ସୁରକ୍ଷା ପାଇଁ ୩୬ ପ୍ଲାଟୁନ ପୋଲିସ ମୁତୟନ

କୋରାପୁଟ,୧୮ା୧୨(ଅମିତାଭ ବେହେରା): ଗୁରୁବାର ସନ୍ଧ୍ୟା ୬ଟାରେ ଜାତୀୟସ୍ତରୀୟ ଆଦିବାସୀ ମହୋତ୍ସବ ପରବ ୨୦୨୫ର ଉଦ୍‌ଘାଟନ ହେବାକୁ ଯାଉଥିବାବେଳେ ଏଥିପାଇଁ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି...

ସୋର ଆହାର କେନ୍ଦ୍ରରୁ ବନ୍ଧୁକ ଜବତ, ପାଚେରି ଡେଇଁ ଯୁବକ ଚମ୍ପଟ୍‌

ବାଲେଶ୍ୱର,୧୮ା୧୨ ( ବାଞ୍ଛାନିଧି ଦେ): ସୋରରେ ଅଭାବନୀୟ ଘଟଣା । ଆହାର କେନ୍ଦ୍ରରୁ ଜବତ ହେଲା ବନ୍ଧୁକ ଜବତ ।  ତେବେ ଧରାପଡିବା ପରେ ଯୁବକ...

‘ଆଗକୁ ବଢ଼ିବେ ଚାଷୀ, ସରକାରୀ ଯୋଜନାରେ ସାମିଲ ହୋଇ ହେବେ ଉପକୃତ’

ଭଞ୍ଜନଗର,୧୮ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି କାର୍ଯ୍ୟାଳୟ ପଡ଼ିଆରେ ଗୁରୁବାର ଉପଖଣ୍ଡସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦ୍‌ଘାଟିତ ହୋଇଯାଇଛି। ଭଞ୍ଜନଗର ଉପଜିଲାପାଳ...

ନିତିନ ଗଡ଼କରୀଙ୍କୁ ଭେଟିଲେ ପ୍ରିୟଙ୍କା ଗାନ୍ଧୀ: ଆଲୋଚନାରେ ଉଠିଲା ‘ଭାଇ-ଭଉଣୀ’ କଥା

ନୂଆଦିଲ୍ଲୀ,୧୮ା୧୨: କେରଳର ବିକାଶମୂଳକ କାର୍ଯ୍ୟକୁ ନେଇ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡ଼କରୀଙ୍କୁ ଭେଟିଛନ୍ତି ୱାୟାନାଡ୍ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭାଦ୍ରା।...

ବଲାଙ୍ଗୀରରେ ଗଠନ ହେଲା ଭାଜପାର ୯୦ ଜଣିଆ ଟିମ୍‌, ସୁଦୃଢ଼ ହେବ…

ବଲାଙ୍ଗୀର,୧୮ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭାରତୀୟ ଜନତା ପାର୍ଟି ତରଫରୁ ଗୁରୁବାର ଜିଲା ସ୍ତରରେ ଏକ ବୈଠକ ପଥରଚେପା ଭାଜପା କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଛି। ଭାଜପା...

ପାରିବାରିକ ବିବାଦର କରୁଣ ପରିଣତି, ସ୍ବାମୀଙ୍କୁ ଗାମୁଛାରେ ହତ୍ୟାକଲେ ସ୍ତ୍ରୀ

ସମ୍ବଲପୁର,୧୮।୧୨(ପ୍ରମୋଦ ବହିଦାର): ବୁର୍ଲା ଥାନା ଅନ୍ତର୍ଗତ ଏମସିଏଲ ଜାଗୃତିବିହାର ଠାରେ ଜଣେ ଏମସିଏଲ କର୍ମଚାରୀଙ୍କୁ ତାଙ୍କ ଧର୍ମପତ୍ନୀ ତଣ୍ଟି ଚିପି ହତ୍ୟା କରିଛନ୍ତି । ମୃତ...

ଜମୁଛି କାର୍ତ୍ତିକ-ଅନନ୍ୟାଙ୍କ ଯୋଡ଼ି, ଟ୍ରେଲର ରିଲିଜ ପରେ ସାମ୍ନାକୁ ଆସିଲା…

ମୁମ୍ବାଇ: କାର୍ତ୍ତିକ ଆର୍ଯ୍ୟନ ଏବଂ ଅନନ୍ୟା ପାଣ୍ଡେଙ୍କ ରୋମାଣ୍ଟିକ-କମେଡି ଫିଲ୍ମ ‘ତୁ ମେରି ମୈ ତେରା ମୈ ତେରା ତୁ ମେରି’ର ଟ୍ରେଲର ଗୁରୁବାର ରିଲିଜ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri