ମଙ୍ଗୁଳି-ଜଗତପୁର/ ଖୁଣ୍ଟୁଣୀ,୨୧।୯(ମାନସ ସାମଲ/ ସଚ୍ଚିଦାନନ୍ଦ ପଣ୍ଡା)ବିଜେବି କଲେଜ ଛାତ୍ରୀ ରୁଚିକାଙ୍କ ମୃତ୍ୟୁ ଘଟଣାରେ ସାମାଜିକ ଗଣମାଧ୍ୟମରେ ବଦନାମ କରାଯାଉଛି ବୋଲି ମା’ ବିଦ୍ୟୁତ୍ଲତା ମହାନ୍ତି ବୁଧବାର ଅଭିଯୋଗ କରିଛନ୍ତି। ଟାଙ୍ଗୀ-ଚୌଦ୍ୱାର ବ୍ଲକ ଅଧୀନ କଖଡି ଗ୍ରାମ ମଙ୍ଗଳା ସାହିସ୍ଥିତ ବାସଭବନରେ ସେ ଖବରଦାତା ସମ୍ମିଳନୀ ଡାକି କହିଛନ୍ତି, ଝିଅ ମୃତ୍ୟୁ ପରେ କ୍ଷତିପୂରଣ ଟଙ୍କା ବାବଦରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ତାଙ୍କ ଆକାଉଣ୍ଟକୁ ୧୬ଲକ୍ଷ ଟଙ୍କା ପଠାଇଛନ୍ତି ବୋଲି ଗତ କିଛି ମାସ ହେବ ପ୍ରଚାର ହୋଇଥିଲା। ସେ ଏହା ଶୁଣିବା ପରେ ସତ୍ୟାସତ୍ୟ ଜାଣିବା ପାଇଁ ଗ୍ରାମରେ ହେଉଥିବା ଏକ ସଭାରେ ମନ୍ତ୍ରୀଙ୍କୁ ଏ ବିଷୟରେ ପଚାରିଥିଲେ। ମନ୍ତ୍ରୀ ତାଙ୍କ ପ୍ରଶ୍ନର ଉତ୍ତର ରଖିବା ପରିବର୍ତ୍ତେ ସେଠାରୁ ଚାଲି ଯାଇଥିଲେ। ସେବେଠାରୁ ସ୍ଥାନୀୟ ସରପଞ୍ଚଙ୍କ ସ୍ବାମୀ ଦିଲୀପ ଛତାର ନିଜ ଫେସବୁକ ପେଜରେ ବିଦ୍ୟୁତ୍ଲତାଙ୍କ ମାନସିକ ସନ୍ତୁଳନ ଠିକ୍ ନାହିଁ, ତାଙ୍କ ପାଇଁ ଗାଁ ବିକାଶ ଅଟକୁଛି, ଗାଁର ସମ୍ମାନ ଗଲା, ଏହାର ସାମୂହିକ ଭାବେ ଜବାବ ମଗାଯିବ ଭଳି କଟୁ ମନ୍ତବ୍ୟ ଦେଉଛନ୍ତି। ଏହାଦ୍ୱାରା ତାଙ୍କର ଏବଂ ପରିବାରର ମାନସିକ ସନ୍ତୁଳନ ବିଗିଡ଼ିଯାଇଛି ବୋଲି ବିଦ୍ୟୁତ୍ଲତା ଖବରଦାତା ସମ୍ମିଳନୀରେ କହିଛନ୍ତି। ସେ ଆହୁରି କହିଛନ୍ତି, ମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରିବାର ଅଧିକାର ମୋର ରହିଛି ମୁଁ ପ୍ରଶ୍ନ କଲି କିନ୍ତୁ ମନ୍ତ୍ରୀ ଉତ୍ତର ରଖିଲେନି । ଗାଁରେ ଏକାଧିକ ବିଜେଡି ନେତୃବୃନ୍ଦ ଥିଲେ ମଧ୍ୟ କେହିବି ମୋତେ ମନ୍ତ୍ରୀଙ୍କ ବିଷୟରେ କହୁ ନ ଥିବା ବେଳେ ସରପଞ୍ଚଙ୍କ ସ୍ବାମୀ ଦିଲୀପ ବାରମ୍ବାର ଏଭଳି ପୋଷ୍ଟ କରୁଛନ୍ତି। ଝିଅ ମୃତ୍ୟୁ ଘଟଣାରେ ସମବେଦନା ନ ଜଣାଇ ସେ ରାଜନୈତିକ ସ୍ବାର୍ଥ ହାସଲ ପାଇଁ ମୋର ଓ ପରିବାର ସମ୍ମାନ ହାନି କରିଛନ୍ତି। ଏନେଇ ଆଇନ୍ର ଆଶ୍ରୟ ନେବେ ବୋଲି ରୁଚିକାର ମା’ ବିଦ୍ୟୁତ୍ଲତା କହିଛନ୍ତି । ଏହି ସମ୍ମିଳନୀରେ ପୂର୍ବତନ ସରପଞ୍ଚ ସୁନୀଲ ସୂତାର ଯୋଗଦେଇ ତାଙ୍କ ବିବୃତି ରଖିଥିଲେ। ଏ ସମ୍ପର୍କରେ ଦିଲୀପ କହିଛନ୍ତି, ଗାଁ କଥାକୁ ମୁଁ ପରିପ୍ରକାଶ କରିଛି। ମୁଁ କାହା ନଁା ନେଇ ଲେଖିନି ବରଂ ମୋ ନା ଓ ମୋ ସ୍ତ୍ରୀଙ୍କ ନା ନେଇ ସେ ଗଣମାଧ୍ୟମରେ ବଦନାମ କରୁଛନ୍ତି। ମୁଁ ଆଇନକୁ ସମ୍ମାନ କରେ। ବିଦ୍ୟୁତ୍ଲତା ଆଇନର ଆଶ୍ରୟ ନିଅନ୍ତୁ ମୋର ଭୁଲ ଥିଲେ ଆଇନ ଯାହା ଦଣ୍ଡ ଦେବ ମୁଁ ଗ୍ରହଣ କରିବି ବୋଲି ଦିଲୀପ କହିଛନ୍ତି।
ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…
ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…
ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….
ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…
ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ: ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ପନ୍ନ ହେଲା ନୀତିକାନ୍ତି
ଭୁବନେଶ୍ୱର,୧୫।୨: ପବିତ୍ର ମହାଶିବରାତ୍ରି ଅବସରରେ ଭୁବନେଶ୍ୱରର ପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାପ୍ରଭୁଙ୍କ ମହାଦୀପ ଉଠିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚଳିତ ବର୍ଷ ପ୍ରଶାସନ ଓ ସେବାୟତଙ୍କ…
ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍
କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…
ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…
ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…
ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ
ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…
ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା
ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…
କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍ରେ ଦେହାନ୍ତ
କଟକ,୧୫ା୨: ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…
Archives

