ସାବରମତି ରିଭରଫ୍ରଣ୍ଟ ଢାଞ୍ଚାରେ ହେବ ମହାନଦୀ ପଠାର ବିକାଶ

କଟକ ଅଫିସ, ୧୪ା୧୨: କଟକରେ ଦେଖିବାକୁ ମିଳିବ ଗୁଜରାଟର ସାବରମତି ରିଭରଫ୍ରଣ୍ଟ ଭଳି ପ୍ରକଳ୍ପ। ବାଲିଯାତ୍ରା ତଳପଡ଼ିଆରୁ ଯୋବ୍ରା ନୌବାଣିଜ୍ୟ ସଂଗ୍ରହାଳୟ ସାମ୍ନା ପର୍ଯ୍ୟନ୍ତ ମହାନଦୀ ପଠାର ୪୦୦ ଏକର ପରିମିତ ଜାଗାକୁ ଚିହ୍ନଟ କରାଯାଇଛି। ଏଠାରେ ସ୍ପୋଟର୍‌ସ କମ୍ପ୍ଲେକ୍ସ, ଏସ୍‌ସିବିର ଦ୍ୱିତୀୟ କ୍ୟାମ୍ପସ, ବୋସ ଇଞ୍ଜିନିୟରିଂ ସ୍କୁଲର ସମ୍ପ୍ରସାରଣ, ପଞ୍ଚତାରକା ହୋଟେଲ ନିର୍ମାଣ ସହ ସରକାରୀ କାର୍ଯ୍ୟାଳୟମାନ ମଧ୍ୟ ସ୍ଥାନାନ୍ତର କରାଯିବ। ଏହି ପ୍ରକଳ୍ପର ନାମ ବାଲିଯାତ୍ରା ରିଭରଫ୍ରଣ୍ଟ ଇମ୍ପ୍ରୁଭମେଣ୍ଟ ପ୍ରୋଜେକ୍ଟ (ବର୍‌ଫି) ରଖାଯାଇଛି। ଶୁକ୍ରବାର ମନ୍ତ୍ରୀ ପ୍ରତାପ ଜେନା କଟକ ଗସ୍ତରେ ଆସି ପ୍ରସ୍ତାବିତ ପ୍ରକଳ୍ପ ଅଞ୍ଚଳ ବୁଲି ଦେଖିବା ସହ ଜିଲାପାଳ ଭବାନୀ ଶଙ୍କର ଚୟନୀଙ୍କ ସହିତ ଆଲୋଚନା କରିଥିଲେ। ଜିଲାପାଳ ଏହି ପ୍ରକଳ୍ପ ସମ୍ପର୍କରେ ମନ୍ତ୍ରୀଙ୍କୁ ତଥ୍ୟ ପ୍ରଦାନ କରିବା ସହିତ ପ୍ରକଳ୍ପର ବିଭିନ୍ନ କାର୍ଯ୍ୟକାରିତା ନେଇ ଦୃଷ୍ଟି ଆକର୍ଷଣ କରିଥିଲେ। ପ୍ରକାଶଥାଉ କି, କ୍ୟାଣ୍ଟନମେଣ୍ଟ ଥାନା ସମ୍ମୁଖ ବାଲିଯାତ୍ରା ପାର୍ଶ୍ୱ ମହାନଦୀ ପଠାରୁ ୧୦୦ ଫୁଟ ଚଉଡା ୩.୫ କି.ମି. ପରିଧି ନୌବାଣିଜ୍ୟ ସଂଗ୍ରହାଳୟ ସମ୍ମୁଖ ପର୍ଯ୍ୟନ୍ତ ଅଞ୍ଚଳକୁ ବାଲିରେ ପୋତାଯାଇ ବୃକ୍ଷରୋପଣ, ଚଲାପଥ, ବସିବା ପାଇଁ ସିମେଣ୍ଟ ବେଞ୍ଚ ଆଦି ନିର୍ମାଣ କରାଯିବ। ସେହିପରି ଏହି ପ୍ରକଳ୍ପ ସହିତ ରିଂରୋଡକୁ ସଂଯୋଗ କରାଯାଇ ବାଇପାସ ରୋଡ ନିର୍ମାଣ କରାଯିବ। ବାଇପାସ ରୋଡ ନିର୍ମାଣ ହେବା ଯୋଗୁ ବାଲିଯାତ୍ରା ସମୟରେ ହେଉଥିବା ଭିଡ଼କୁ ରୋକି ହେବ ବୋଲି ଜିଲାପାଳ ଚୟନୀ କହିଛନ୍ତି। ଏହି ପ୍ରକଳ୍ପର ଉନ୍ନତୀକରଣ କାର୍ଯ୍ୟ ରାଜସ୍ବ, ଜଳ ସମ୍ପଦ, ପୂର୍ତ୍ତ, ଗୃହ ନଗର ଉନ୍ନୟନ, କ୍ରୀଡା, ପର୍ଯ୍ୟଟନ ଏବଂ ସଂସ୍କୃତି ବିଭାଗ ସହଯୋଗରେ କଟକ ଉନ୍ନୟନ କର୍ତ୍ତୃପକ୍ଷ(ସିଡିଏ) ଦ୍ୱାରା କରାଯିବ। ଏହି ପ୍ରକଳ୍ପ ଫଳରେ କଟକ ସହରବାସୀ ବହୁ ଉପକୃତ ହେବା ସହ ସମଗ୍ର ଜିଲାର ବହୁ ଉନ୍ନତି ହେବ ବୋଲି ମନ୍ତ୍ରୀ ଜେନା କହିଛନ୍ତି ା ତେବେ ଏହି ପ୍ରକଳ୍ପକୁ ନେଇ ଏବେ ପରିବେଶଜନିତ ପ୍ରଶ୍ନ ଉଠିଛି। ଅତୀତରେ ବାଲିଯାତ୍ରା ଦ୍ୱାରା ମହାନଦୀର ଜୈବ ବିବିଧତା ନଷ୍ଟ ହେଉଥିବା ନେଇ ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନ୍‌ଜିଟି)ରେ ମାମଲା ରୁଜୁ ହୋଇଥିଲା। ବାଲିଯାତ୍ରା କରିବା ପାଇଁ ଏନ୍‌ଜିଟିଙ୍କ ପକ୍ଷରୁ ଏକ ମାର୍ଗଦର୍ଶିକା ଜିଲା ପ୍ରଶାସନକୁ ଦିଆଯାଇଥିଲା। ଏବେ ମହାନଦୀ ପଠାରେ ଏହି ବୃହତ୍‌ ପ୍ରକଳ୍ପ ନଦୀର ଜୈବ ବିବିଧତାକୁ ପ୍ରଭାବିତ କରିବ କି ବୋଲି ପ୍ରଶ୍ନରେ ସେଥିପ୍ରତି ଧ୍ୟାନ ଦିଆଯାଇଥିବା ଜିଲାପାଳ ଚୟନୀ କହିଛନ୍ତି। ବାରବାଟୀରେ ଅନେକ ସମୟରେ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ୍‌ ଅନୁଷ୍ଠିତ ହେଉଛି। ମାତ୍ର ଖେଳାଳିମାନେ ରହିବା ପାଇଁ ଏଠାରେ ପଞ୍ଚତାରକା ହୋଟେଲ ସୁବିଧା ନାହିଁ। ସେହିପରି ସହରରେ ଗୋଟିଏ ରିକ୍ରିଏସନ ହବ୍‌ ମଧ୍ୟ ନାହିଁ। ଏବେ ବର୍‌ଫି ଏହି ସମସ୍ତ ଅଭାବ ଅସୁବିଧାକୁ ପୂରଣ କରିବା ସହିତ କଟକର ଗରିମାକୁ ବୃଦ୍ଧି କରିବ ବୋଲି ଜିଲାପାଳ କହିଛନ୍ତି। ବାଲିଯାତ୍ରା ସହିତ କଟକର ସମ୍ପର୍କ ରହିଛି। ତେଣୁ ଉକ୍ତ ପ୍ରକଳ୍ପର ନାମକୁ ବାଲିଯାତ୍ରା ସହିତ ଯୋଡାଯାଇଥିବା ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣା ପରେ ବାହାରେ ଝୁଲୁଥିଲା ମସ୍ତିଷ୍କ: ସଫଳ ହେଲା ୬ଷ୍ଠ ଶ୍ରେଣୀ ଛାତ୍ରଙ୍କ ଅସ୍ତ୍ରୋପଚାର, ପୂରା ଘଟଣା ଜାଣିଲେ ଥରିଉଠିବେ…

ବ୍ରହ୍ମପୁର/ଦିଗପହଣ୍ଡି, ୧୭।୪(ସୁବାସ ଚନ୍ଦ୍ର ପାଢ଼ୀ/ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ସ୍ନାୟୁ ଶଲ୍ୟ ବିଭାଗରୁ ଆଉ ଏକ ବିରଳ ତଥା ସଫଳ…

ଶ୍ରାଦ୍ଧବାର୍ଷିକୀରେ ବିଜୁବାବୁଙ୍କୁ ଅବମାନନା: ଅଭାବ ପଡ଼ିଲା ଫୁଲମାଳ ସହ…

ହାଟଡିହୀ/ଆନନ୍ଦପୁର,୧୭ା୪(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର ବିଜେଡି ତରଫରୁ ଆନନ୍ଦପୁର କଲ୍ୟାଣ ମଣ୍ଡପଠାରେ ପ୍ରବାଦପୁରୁଷ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କ ୨୯ତମ ଶ୍ରାଦ୍ଧ…

ସଂସଦରେ ରାହୁଲ ଗାନ୍ଧୀଙ୍କ ଭାଷଣ ଉପରେ କଟାକ୍ଷ କଲେ ନିଶିକାନ୍ତ ଦୁବେ କହିଲେ,‘ମାଇକେଲ ଜ୍ୟାକସନଙ୍କ ନାଚ ଦେଖିଲା ଭଳି ଲାଗୁଥିଲା’

ନୂଆଦିଲ୍ଲୀ,୧୭।୪: ମହିଳା ସଂରକ୍ଷଣ ବିଲ ଉପରେ ଭୋଟ ଦେବା ପୂର୍ବରୁ, ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କ ସମ୍ପର୍କରେ ପ୍ରଶ୍ନ ଉଠାଇଥିଲେ।…

ଏନ୍‌କାଉଣ୍ଟରରେ ଟଲିପଡ଼ିଲେ ମାଓବାଦୀ ନେତା ସହଦେବ

ରାଞ୍ଚି,୧୭।୪: ଝାଡ଼ଖଣ୍ଡର ଚତରା-ହଜାରିବାଗ ସୀମାନ୍ତ ଜଙ୍ଗଲରେ ଶୁକ୍ରବାର ସୁରକ୍ଷାକର୍ମୀ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏହି ଏନ୍‌କାଉଣ୍ଟରେ ୪ଜଣ ଟପ୍‌ ମାଓବାଦୀ ନିହତ ହୋଇଛନ୍ତି।…

ବିଜୁବାବୁଙ୍କୁ ନେଇ ଏମିତି ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, କହିଲେ ଆମେ ତାଙ୍କର…

ଭୁବନେଶ୍ୱର,୧୭ା୪: ଆଜି ଅର୍ଥାତ୍‌ ଶୁକ୍ରବାର ବିଜୁବାବୁଙ୍କ ଶ୍ରାଦ୍ଧ ବାର୍ଷିକୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମହାନ ଜନନାୟକ ବିଜୁବାବୁଙ୍କୁ ମନେ ପକାଇ ଏକ ବଡ଼…

ଏଥର କାହିଁକି ନଜର ଆସିଲେନି ପଞ୍ଜାବ କିଙ୍ଗ୍ସର ମାଲିକାଣୀ? MI ବିପକ୍ଷରେ ବିଜୟ ପରେ ପୋଷ୍ଟ କରିି…

ନୂଆଦିଲ୍ଲୀ,୧୭।୪: IPL 2026 ରେ ପଞ୍ଜାବ କିଙ୍ଗ୍ସ ଏକ ଚମତ୍କାର ପ୍ରଦର୍ଶନ କରୁଛି। ଏପର୍ଯ୍ୟନ୍ତ, ପଞ୍ଜାବ ଟୁର୍ଣ୍ଣାମେଣ୍ଟରେ ଏକମାତ୍ର ଦଳ ଯିଏ ଗୋଟିଏ ବି ମ୍ୟାଚ ହାରିନାହିଁ।…

‘ସ୍ବାଧୀନତା ସଂଗ୍ରାମରେ ବିଜୁବାବୁଙ୍କ ଭୂମିକା ଥିଲା ଗୁରୁତ୍ୱପୂର୍ଣ୍ଣ’

ପାଟଣାଗଡ଼,୧୭ା୪(ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ପାଟଣାଗଡ଼ ଏନ୍‌ଏସିସ୍ଥିତ ବିଜୁଜନତା ଦଳ କାର୍ଯ୍ୟାଳୟଠାରେ ସ୍ଥାନୀୟ ବିଜେଡି ପକ୍ଷରୁ ଶୁକ୍ରବାର ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ୨୯ତମ ଶ୍ରାଦ୍ଧ ଦିବସ ପାଳିତ…

ସ୍କୁଲ ଗେଟ୍‌ ତଳେ ଚାପି ହୋଇ ୨ ଛାତ୍ରୀ ମୃତ୍ୟୁ ଘଟଣା: ହେଲା କାର୍ଯ୍ୟାନୁଷ୍ଠାନ, ପ୍ରଧାନଶିକ୍ଷକଙ୍କୁ…

ମୋହନା,୧୭।୪ ( ମନ୍ମଥ ମିଶ୍ର ): ଗଜପତି ଜିଲା ଆର୍‌.ଉଦୟଗିରୀ ଥାନା ନୂଆଗଡ ବ୍ଲକ ଅନ୍ତର୍ଗତ ରୁବୁଡ଼ିସିଂ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗତ ବୁଧବାର ଗେଟ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri