ସାଧାରଣ ସେବା କେନ୍ଦ୍ରରେ ମିଳିବ ଡିଏଲ୍‌ ଆବେଦନ ସୁବିଧା

ଭୁବନେଶ୍ୱର, ୬-୧୧(ବ୍ୟୁରୋ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୫-ଟି ମନ୍ତ୍ରର ସଫଳ ପ୍ରୟୋଗ ବାଣିଜ୍ୟ ଓ ପରିବହନ ବିଭାଗରେ କରାଯାଉଛି। ଏ ସମ୍ପର୍କିତ ଏକ ସମୀକ୍ଷା ବୈଠକ ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଲୋକସେବା ଭବନରେ ଅନୁଷ୍ଠିତ ହୋଇଯାଇଛି। ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ସଚିବ ଜି. ଶ୍ରୀନିବାସ ଅଗ୍ରଗତି ନେଇ ତଥ୍ୟ ଉପସ୍ଥାପନ କରିଥିଲେ। ସାଧାରଣ ଜନତା ଯେପରି ଆର୍‌ଟିଓ ନ ଯାଇ ଅନ୍‌ଲାଇନ୍‌ ମାଧ୍ୟମରେ ସମସ୍ତ ସୁବିଧା ପାଇବେ, ସେ ଦିଗକୁ ମୁଖ୍ୟ ଶାସନ ସଚିବ ଗୁରୁତ୍ୱ ଦେଇଛନ୍ତି।
ଡ୍ରାଇଭିଂ ଲାଇସେନ୍ସ ଆବେଦନ(ଡିଏଲ୍‌), ପଞ୍ଜୀକରଣ ସାର୍ଟିଫିକେଟ୍‌ (ଆର୍‌ସି), ମାଲିକାନା ହସ୍ତାନ୍ତର ଏବଂ ରାଜସ୍ବ ଆଦାୟ ପ୍ରଭୃତି କାର୍ଯ୍ୟ ସାଧାରଣ ସେବା କେନ୍ଦ୍ର(ସିଏସ୍‌ସିଏସ୍‌) ଦ୍ୱାରା ଅନ୍‌ଲାଇନରେ କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ଡିସେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ଉପରୋକ୍ତ ସେବା ପାଇଁ ଆବଶ୍ୟକ ସମସ୍ତ ବ୍ୟବସ୍ଥା ସିଏସ୍‌ସିଏସ୍‌ ଦ୍ୱାରା ଉପଲବ୍ଧ କରାଯିବ। ଏଲ୍‌ଏଲ୍‌ ଏବଂ ଡିଏଲ୍‌ ପାଇଁ ସର୍ଭିସ୍‌ ଦେୟ ଅନ୍‌ଲାଇନ୍‌ ଜରିଆରେ ଆଦାୟ କରାଯିବ। ଏହାଦ୍ୱାରା ଆର୍‌ଟିଓରେ ଭିଡ଼ ହ୍ରାସ ପାଇବ। ନୂଆ ବ୍ୟବସ୍ଥା ଦ୍ୱାରା ଅନ୍‌ଲାଇନ୍‌ରେ ତଥ୍ୟ ଅପ୍‌ଲୋଡ୍‌ କରାଯିବ। ଏହି ବ୍ୟବସ୍ଥା ଦ୍ୱାରା ପ୍ରାୟ ୧୨ ଲକ୍ଷ ଲୋକ ସିଧାସଳଖ ଉପକୃତ ହେବେ ବୋଲି ବାଣିଜ୍ୟ ଓ ପରିବହନ ସଚିବ ମତ ରଖିଛନ୍ତି। ଆର୍‌ସିଠାରୁ ଆରମ୍ଭ କରି ସିଏସ୍‌ସିଏସ୍‌ ବ୍ୟବସ୍ଥାକୁ ଅନ୍‌ଲାଇନ୍‌ ମାଧ୍ୟମରେ କରାଯିବ। ଏହି ବ୍ୟବସ୍ଥା ଦ୍ୱାରା ହାଇପୋଥେକେଶନ୍‌, ଠିକଣା ବଦଳ, ଫିଟ୍‌ନେସ୍‌ ସାର୍ଟିଫିକେଟ୍‌ ଏବଂ ଆର୍‌ସି ପୁନଃ ପଞ୍ଜୀକରଣ ଆଦି କରାଯିବ। ଏହା ଦ୍ୱାରା ପ୍ରାୟ ୧୦ ଲକ୍ଷ ଜନସାଧାରଣ ଉପକୃତ ହୋଇପାରିବେ। ଅନ୍‌ଲାଇନ୍‌ରେ ଥିବା ପରିବହନ ବ୍ୟବସ୍ଥା ଦ୍ୱାରା ମଧ୍ୟ ଦେୟ ପୈଠ କରାଯାଇପାରିବ। ବର୍ତ୍ତମାନ ସ୍ଥିତିରେ ପ୍ରାୟ ୬୫ ପ୍ରତିଶତ ରାଜସ୍ବ ସଂଗ୍ରହ ଅନ୍‌ଲାଇନ୍‌ ବ୍ୟବସ୍ଥା ଦ୍ୱାରା କରାଯାଉଛି। ଆସନ୍ତା ୨୦୨୦ ମାର୍ଚ୍ଚ ଶେଷସୁଦ୍ଧା ଏହାକୁ ୯୦ ପ୍ରତିଶତକୁ ବୃଦ୍ଧି କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଗତ ଅକ୍ଟୋବର ସୁଦ୍ଧା ୧୦୦୪ କୋଟି ଟଙ୍କାର ରାଜସ୍ବ ସଂଗୃହୀତ କରାଯାଇଛି। ଗତବର୍ଷରେ ଏହି ଆଦାୟ ୧୦୦୧ କୋଟି ରହିଥିଲା। ବାଣିଜ୍ୟ ଓ ପରିବହନ ସ୍ବତନ୍ତ୍ର ସଚିବ ମନୋଜ ମିଶ୍ର କହିଥିଲେ ଯେ, ସଂଗୃହୀତ ହୋଇଥିବା ପ୍ରାୟ ୮୦ ପ୍ରତିଶତ ରାଜସ୍ବ ପଞ୍ଜୀକରଣ ଏବଂ ନୂଆ ଯାନବାହନ କ୍ରୟ ବାବଦ କରରୁ ସଂଗ୍ରହ କରାଯାଇଛି। ସେହିପରି ସମସ୍ତ ଯାନବାହନକୁ ସରକାରୀ ପଞ୍ଜୀକରଣ ବ୍ୟବସ୍ଥା ମଧ୍ୟକୁ ଆଣିବା ଉପରେ ଗୁରୁତ୍ୱ ଦିଆଯାଉଥିବା ମନୋଜ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମଦ ପିଇ ବସ୍‌ ଚଳାଉଥିଲେ ଡ୍ରାଇଭର, ବ୍ରେଥ୍‌ ଆନାଲାଇଜର୍‌ରେ ଯାଞ୍ଚ କରି ଧରିଲା ପୋଲିସ, ଡିଏଲ୍‌ ସସ୍‌ପେଣ୍ଡ ସହ…

ଛତ୍ରପୁର, ୪।୪(ଦିଲୀପ ସାମଲ): ଯାତ୍ରୀଙ୍କ ଜୀବନ ସହ ଖେଳୁଥିବା ଜଣେ ଦାୟିତ୍ୱହୀନ ବସ୍‌ ଚାଳକଙ୍କୁ ଧରିଛି ପୋଲିସ। ନିଶାଶକ୍ତ ଅବସ୍ଥାରେ ବସ ଚଳାଇବା ଅଭିଯୋଗରେ ଗାଡ଼ି ଜବତ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ଫାସଡ୍‌ ଶୁକତେଲ ନଦୀ ପୋଲତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ: ଚାଲିଗଲା ଡ୍ରାଇଭରଙ୍କ ଜୀବନ, ହେଲ୍‌ପର…

ବଲାଙ୍ଗୀର,୪।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ୨୬ ନମ୍ବର ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ୍‌ ଶୁକତେଲ ନଦୀ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

ଶ୍ରୀରାମ ନବମୀ ଶୋଭାଯାତ୍ରାରେ ଯୁବକଙ୍କୁ ବ୍ଲେଡ୍‌ରେ ଆକ୍ରମଣ ପରେ ହତ୍ୟା ଉଦ୍ୟମ, ୪ଜଣଙ୍କୁ ବାନ୍ଧି…

ଦିଗପହଣ୍ଡି, ୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କଇଠଖଣ୍ଡି ଗ୍ରାମରେ ଶ୍ରୀରାମ ନବମୀ ଯାତ୍ରା ଅବସରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଶୋଭାଯାତ୍ରା…

ଉତ୍ସବରେ ଯୋଗଦେଇ ଘରକୁ ଫେରୁଥିଲେ ପରିବାର ଲୋକେ: ରାସ୍ତାପାର୍ଶ୍ୱ କୂଅରେ ଖସିପଡ଼ିଲା କାର୍‌, ଆଉ ତା’ପରେ…

ନାଶିକ୍‌,୪ା୪: ମହାରାଷ୍ଟ୍ରର ନାଶିକ ଜିଲାରେ ଖୋଲା କୂଅକୁ ଏକ କାର୍‌ ଖସିପଡ଼ିବାରୁ ଗୋଟିଏ ପରିବାରର ୯ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ଜଣ ପିଲା ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri