ସାତ୍‌ସପନ ହେଇଛେ ସରକାରୀ ସାହାଯ୍‌: ଗୁଟେ ପରିବାର: ୪ ଭିନ୍ନକ୍ଷମ ଭାଇବହେନ୍‌

 

ପର୍ଲା, ୧୦ା୯ (ଡି.ଏନ୍‌.ଏ.):
କଳାହାଣ୍ଡି ଜିଲା ଧର୍ମଗଡ଼ ବ୍ଲକ ଦଣ୍ଡପାଟ ଅଂଚଲର ଧଅଁରପୁର ପଁଚେତ୍‌ ଅଧୀନ ଭାଲୁଚୁଆ ଗଁାରେ ଗୁଟେ ପରିବାରର ୪ ଭାଇବହେନ୍‌ ଭିନ୍ନକ୍ଷମ ଥିବାର ଜନାଯାଇଛେ।
ସୂଚନା ଅନ୍‌ସାରେ ଧଅଁରପୁର ଗଁାର ଦୁଷ୍ମନ୍ତ ଜାଲକଁର ଦୁଇ ଭାଇ ରାଜସିଂ ଜାଲ ଆର କ୍ଷୀତିରାମ ଜାଲ। ତିନ୍‌ହିଁ ଭାଇ ଏକ୍‌ଠାନିଆ ମିଶିଗୁଲି ଗୁଟେ ଜାଗାରେ ରହୁଛନ୍‌। ଦୁଷ୍ମନ୍ତକଁର ୩ ଝି’ପୁଓ ଭିତ୍‌ରୁ ଝି’ ଦେବକୀ(୭), ରେବତୀ(୨) ଭିନ୍ନକ୍ଷମ ଆଏ। ସେନ୍‌ତା ମଝିଅଁା ଭାଇ ରାଜସିଂ ଜାଲକଁର ୩ ଝି’ପୁଓ ଭିତ୍‌ରୁ ମଝିଅଁା ଝି’ ସୁଭଦ୍ରା(୨) ଜନ୍‌ମୁ ଅଁଧ୍‌ ଆଏ। ସାନ୍‌ ଭାଇ କ୍ଷୀତିରାମ ଜାଲକଁର ୨ ଝି’ପୁଓ ଭିତରୁ ସାନ ପୁଓ ତେଜେଶ୍ୱର(୩) ବି ଜନ୍‌ମୁ ଅଁଧ୍‌ ଥିବାର ଜନାଯାଇଛେ। ଇଆଡ଼େ ପରିବାରଟା ନିହାତି ଗରିବ୍‌ ହେଇଥିଲାବେଲେ ସଭେ କୁଲିମଜୁରି କରି କୁଟୁମ୍‌ ପୁଷୁଛନ୍‌। ଏନ୍‌ତାଥି ଘରେ ସବୁବେଲେ ଅଭାବ ଅନାଟନ ଲାଗିରହିଛେ। ଯେନ୍‌ଥିରଲାଗି ତିନ୍‌ହିଁ ଭାଇ ଟଁକା ପଏସା ଅଭାବୁ ଛୁଆପିଲାକର ଉଚ ଚିକିଛା କରେଇ ନାଇଁପାରବାର। ପରିବାର ଲୋକ୍‌ ଘରର ବାସନ୍‌କୁସନ, ଗହନାଗଁାଠି ବିକି ଛୁଆକୁ ଚିକିଛା ଲାଗି ଜିଲା ମୁଖିଆ ଡାକ୍‌ତରଖାନା ଭବାନୀପାଟଣାକେ ନେଇଥିଲେ। ହେଲେ ସେଠାନେ ଡାକ୍‌ତର ଛୁଆକର ଉଚ ଚିକିଛା ଦରକାର ଅଛେ, ସେଥିରଲାଗି ବଡ଼ ଡାକ୍‌ତରଖାନାକେ ନେଇ ଚିକିଛା କରାବାକେ ପରାମଶ୍‌ ଦେଇଥିଲେ। ଇଆଡ଼େ ଯେ ସରକାର ଦିବ୍ୟାଙ୍ଗମାନକୁଁ ଅନେକ ପରକାର ସୁବିଧା ସୁଯୋଗ ଯୁଗେଇ ଦେଉଛନ୍‌। ହେଲେ ଇ ଅସାହା ପରିବାରର ୪ ଭିନ୍ନକ୍ଷମ ଭାଇବହେନ୍‌ ସବୁପରକାର ସରକାରୀ ଯୋଜନାରୁ ବଁଚିତ୍‌ ହେଇ ରହିଛନ୍‌। ଇଆଡ଼େ ଅଙ୍ଗନଓ୍ବାଡି କେନ୍ଦ୍ର ଜରିଆରେ ସର୍ଭେ କରି ଦିବ୍ୟାଙ୍ଗମାନକୁ ପରମାନପତର ଯୁଗେଇ ଦିଆଯାଉଛେ। ହେଲେ ଦୁଖର କଥା ଇ ୪ ଦିବ୍ୟାଙ୍ଗ ଭାଇବହେନ୍‌ ଦିବ୍ୟାଙ୍ଗ ପରମାନପତର ପାଏବାରୁ ବି ବଁଚିତ୍‌ ହେଇ ରହିଛନ୍‌। ଏହେଦେ ପରିବାର ଲୋକ୍‌ ୪ ଦିବ୍ୟାଙ୍ଗ ଛୁଆପିଲାକର ଚିକିଛା, ଭବିଷତ୍‌ ନେଇ ଚିନ୍‌ତାରେ ପଡ଼ିଛନ୍‌। ଜିଲା ପରଶାସନ ଇ ଦୁଖି ପରିବାର ଉପରେ ଖାସ୍‌ ଦୁରୁଷ୍‌ଟି ଦେଇ ସବୁପରକାର ସରକାରୀ ସାହାଯ୍‌ ଯୁଗେଇ ଦେବାକେ ବୁଧିଜୀବୀ ମହଲରେ ଦାବି ହେଉଛେ। ଇ ବାବ୍‌ଦେ ଧର୍ମଗଡ଼ ବିଡିଓ ଅଶୋକ କୁମାର ଭୋଇକୁଁ ପଚରାଲାରୁ ସରକାରୀ ନିୟମ ହିସାବେ ଛୁଆମାନକୁ ଆର ପରିବାରକେ ସାହାଯ୍‌ ଯୁଗେଇ ଦିଆଯିବା ବଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାରିପଦାରେ ଲଜ୍ଜା: ୫ ବର୍ଷର ଶିଶୁ କନ୍ୟାକୁ ବିସ୍କୁଟ୍ ଲୋଭ ଦେଖାଇ ବଳାତ୍କାର

ବାରିପଦାରେ,୧୭।୧୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ...

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ମୁକେଶଙ୍କୁ ପୁଣି ଗୁରୁଦାୟିତ୍ୱ ଦେଲା ଭାଜପା: ଜିଲା ଉପସଭାପତି ପଦବୀ ପାଇ କହିଲେ…

ଭବାନୀପାଟଣା,୧୭।୧୨(ଉତ୍ତମ କୁମାର ଦାଶ): ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ମଙ୍ଗଳବାର କଳାହାଣ୍ଡି ଜିଲା ଭାଜପା ସଭାପତି ଯୁଗଳ କିଶୋର ପୋଢ଼ ଜିଲାର...

ସୁଦାନରୁ ଫେରିଲେ ଆଦର୍ଶ; ‘ବଞ୍ଚିବି ବୋଲି ଭାବି ନଥିଲି, ଦିନେ ଖାଇଲେ ଦିନେ ଖାଉନଥିଲି’

ଭୁବନେଶ୍ୱର,୧୭।୧୨: ସୁଦାନରୁ ସୁରକ୍ଷିତ ଭାବେ ଫେରିବା ପରେ ନିଜ ଉପରେ ହୋଇଥିବା ଯନ୍ତ୍ରଣା ବଖାଣିଛନ୍ତି ଆଦର୍ଶ ବେହେରା। ସେ ସୁରକ୍ଷିତ ଫେରିଥିବାରୁ ଭାରତ ସରକାରଙ୍କୁ ଧନ୍ୟବାଦ...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri