Posted inପୁରୀ

ସାକ୍ଷୀଗୋପାଳ ଡାକ୍ତରଖାନାରୁ ବିଶୋଧନ ଆରମ୍ଭ

ସାକ୍ଷୀଗୋପାଳ,୨୮ା୩(ଡି.ଏନ୍‌.ଏ.)- କରୋନା ସତର୍କତା ପାଇଁ ସାକ୍ଷୀଗୋପାଳ ସରକାରୀ ଡାକ୍ତରଖାନାରେ ଶୁକ୍ରବାର ବିଶୋଧନ କାମ ଆରମ୍ଭ ହୋଇଛି। ସଂକ୍ରମଣ ରୋକିବା ସହିତ ଡାକ୍ତରଖାନା ପରିସର ସ୍ବଚ୍ଛତା ନିମନ୍ତେ ସ୍ଥାନୀୟ ଅଗ୍ନିଶମ କର୍ମଚାରୀମାନେ ବ୍ଲିଚିଙ୍ଗ ପକାଇ ବିଶୋଧନ କରିଥିଲେ। ସତ୍ୟବାଦୀ ତହସିଲଦାର କସ୍ତୁରୀ ପ୍ରଧାନ, ବିଡିଓ ସରୋଜ କୁମାର ଦତ୍ତ, ମେଡିକାଲ ଅଫିସର ବିଶ୍ୱଜିତ ମିଶ୍ର ଓ ଅଗ୍ନିଶମ କେନ୍ଦ୍ର ଅଧିକାରୀ ଚିନ୍ମୟ ଦାସ ପ୍ରମୁଖ ଉପସ୍ଥିତରେ ଡାକ୍ତରଖାନା ଓ ଆଖପାଖ ବଜାରରେ ବିଶୋଧନ କରାଯାଇଥିଲା। ସେହିପରି ଜୟପୁର ପଞ୍ଚାୟତର ସାକ୍ଷୀଗୋପାଳ ମନ୍ଦିର ନିକଟ ଅଳଗୁମ ରାସ୍ତାରେ ଓ ଶୁକଳ ପଞ୍ଚାୟତର ଶୁକଳ ଆଦି କେତେକ ଗ୍ରାମରେ ଲୋକେ ରାସ୍ତାରେ ବାଉଁଶ ଧଡା ବାନ୍ଧି ରାସ୍ତାରେ ବାଇକ ଚଳାଚଳକୁ ବନ୍ଦ କରିବା ସହ ସେଠାରେ ହ୍ୟାଣ୍ଡୱାଶରେ ହାତ ଧୋଇ ଯିବାକୁ ଲୋକମାନଙ୍କୁ କହିଥିବା ଦେଖାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୬ ବର୍ଷ ପରେ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର: ଶ୍ରଦ୍ଧାଳୁଙ୍କ ସହ ପ୍ରବେଶ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ,୩୦ା୯(ଅଜିତ୍‌ କୁମାର ମହାନ୍ତି)ଦୀର୍ଘଦିନ ଧରି ଭକ୍ତଙ୍କ ପାଇଁ ବନ୍ଦ ରହିଥିବା ମହାପ୍ରଭୁଙ୍କ ଜନ୍ମବେଦି ଶ୍ରୀଗୁଣ୍ଡିଚା ମନ୍ଦିର ବୁଧବାରଠାରୁ ଖୋଲିଛି। ପୂଜାର୍ଚ୍ଚନା ପରେ ୭ଟା ୪୫ ମିନଟ୍‌ରେ ସର୍ବସାଧାରଣଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?