ସହରରେ ବାଇକ୍‌ ପାଟ୍ରୋଲିଂ ଆରମ୍ଭ

ପୁରୀ ଅଫିସ,୧୧ା୪: କରୋନା ପାଇଁ ପୁରୀରେ ଆରମ୍ଭ ହୋଇଛି ବାଇକ୍‌ ପାଟ୍ରୋଲିଂ। କରୋନା ଭୂତାଣୁ ସଂକ୍ରମଣରୁ ରକ୍ଷା ପାଇବା ଲାଗି ସାମାଜିକ ଦୂରତା ଉପରେ ଗୁରୁତ୍ୱ ଦିଆଯାଉଛି। ମାତ୍ର ପୁରୀ ସହରର ବିଭିନ୍ନ ସ୍ଥାନରେ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି କରୁଥିବା ଦୋକାନୀ, ଗ୍ରାହକ ଏବଂ ଜନସାଧାରଣ ସାମାଜିକ ଦୂରତା ରକ୍ଷା କରୁନାହାନ୍ତି। ବିଭିନ୍ନ ଗଳିକନ୍ଦିରେ ବି ଲକ୍‌ଡାଉନ ନିୟମକୁ ଉଲ୍ଲଂଘନ କରାଯାଉଛି। ସବୁ ଜାଗାକୁ ପୋଲିସ ପାଟ୍ରୋଲିଂ ଗାଡ଼ି ଯାଇପାରୁ ନାହିଁ। ତେଣୁ ପୁରୀ ପୋଲିସ ପକ୍ଷରୁ ଶୁକ୍ରବାର ବାଇକ୍‌ ପାଟ୍ରୋଲିଂ ଆରମ୍ଭ ହୋଇଛି। ୪ଟି ବାଇକ୍‌କୁ ଏଥିରେ ନିୟୋଜିତ କରାଯାଇଛି। ଏସମ୍ପର୍କରେ ଟ୍ରାଫିକ୍‌ ଆଇଆଇସି ଗୋକୁଳ ରଞ୍ଜନ ଦାଶ କହିଛନ୍ତି, ସକାଳ ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଏହି ବାଇକ୍‌ ପାଟ୍ରୋଲିଂ ଚାଲିବ। ୪ଟି ବାଇକ୍‌ରେ ୮ଜଣ ପୋଲିସ ସହରର ବିଭିନ୍ନ ସ୍ଥାନକୁ ପାଟ୍ରୋଲିଂରେ ଯିବେ। ଗୋଟିଏ ବାଇକ୍‌ ମେଡିକାଲ ଛକରୁ ମଙ୍ଗଳାଘାଟ ଯିବ। ଦ୍ୱିତୀୟଟି ବାଇକ୍‌ ପେଣ୍ଠକଟାରୁ ସୁବାଷ ବୋଷ ଛକ, ସିବିଚ୍‌ ଥାନା, ଦିଗବାରିଣୀ ଛକ ଦେଇ ବଳିଆପଣ୍ଡା ପର୍ଯ୍ୟନ୍ତ ଚଳାଚଳ କରିବ। ସେହିପରି ତୃତୀୟ ବାଇକ୍‌ ମେଡିକାଲ ଛକରୁ ବାହାରି ଅଠରନଳା, ଚାରିନଳା, ବାଟଗଁା ମଧ୍ୟରେ ଚଳାଚଳ କରିବ। ଚତୁର୍ଥ ବାଇକ୍‌ ଟାଉନ ହଲ୍‌ ଛକରୁ ବାହାରି ଦୋଳମଣ୍ଡପ, ଗାଣ୍ଡୁଆଚଉରା ଛକ, ଲୋକନାଥ ରୋଡ ଦେଇ ଓଁକାରେଶ୍ୱର ପର୍ଯ୍ୟନ୍ତ ଯିବ। ଗୋଟିଏ ବାଇକ୍‌ରେ ଦୁଇଜଣ ପୋଲିସ କର୍ମଚାରୀ ରହିବେ। କଣ୍ଟ୍ରୋଲ ରୁମ୍‌ଠାରୁ ସୂଚନା ପାଇ ବିଭିନ୍ନ ଗଳିକନ୍ଦିକୁ ମଧ୍ୟ ଯିବେ। ବିଶେଷକରି ଯେଉଁସବୁ ଜାଗାକୁ ଚାରିଚକିଆ ପାଟ୍ରୋଲିଂ ଗାଡ଼ି ଯାଇପାରୁନି ସେହି ଅଞ୍ଚଳ ଉପରେ ଅଧିକ ଫୋକସ ରହିବ। କୌଣସି ଜାଗାରେ ଯେପରି ଲକ୍‌ଡାଉନ ନିୟମ ଉଲ୍ଲଂଘନ ନ ହେବ ଏବଂ ଲୋକମାନେ ସାମାଜିକ ଦୂରତା ରକ୍ଷା କରିବେ ତାକୁ ଦୃଷ୍ଟିରେ ରଖି ଏହି ବାଇକ୍‌ ପାଟ୍ରୋଲିଂ ଆରମ୍ଭ କରାଯାଇଛି ବୋଲି ଟ୍ରାଫିକ ଆଇଆଇସି ଦାଶ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭରୁ ସାର କଳାବଜାର, ବରଗଡ଼ରେ ତେଜିଲା ଚାଷୀ ଅସନ୍ତୋଷ

ବରଗଡ଼, ୧୭।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଚାଷୀଙ୍କ ସମସ୍ୟା ଲାଗି ରହିଛି। ଖରିଫକ ଧାନ ବିକ୍ରି ସମସ୍ୟା ତୁଟି ନଥିବାବେଳେ ଚାଷୀମାନଙପରେ ଏବେ ରବି ଋତୁର…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଝିଅ ବାହାଘର ପାଇଁ ଗୁଆ ନିମନ୍ତ୍ରଣ ଦେବାକୁ ଯାଉଥିଲେ, ସାମ୍ନାରୁ ପିଟିଲା ବାଇକ୍‌; ଚାଲିଗଲା…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ଗ୍ରାମ ସମବାୟ କାର୍ଯ୍ୟାଳୟ ନିକଟରେ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ ଟାରେ ରେ ୨…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଆବାସ କିସ୍ତି କରିଦେବାକୁ ମାଗିଥିଲେ ଲାଞ୍ଚ: ଦୋଷୀ ସାବ୍ୟସ୍ତ ହେଲେ ପୂର୍ବତନ ପିଇଓ, ୩ ବର୍ଷ ଜେଲଦଣ୍ଡ ସହ ୫୦ ହଜାର…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଗୋପାଳପୁର ପଞ୍ଚାୟତର ପୂର୍ବତନ ପିଇଓ (ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ) କ୍ଷମା ପ୍ରସାଦ ଦୁରିଆ ୨୦୨୧…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ଭଞ୍ଜନଗରରେ ୩୪ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ: ବୈଜ୍ଞାନିକ ଓ କୃଷକ ସମନ୍ବୟ ରହିଲେ…

ଭଞ୍ଜନଗର,୧୭ା୨(ବାବୁଲା ପ୍ରଧାନ): ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରର ୩୪ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବୈଜ୍ଞାନିକ ଏବଂ ଚାଷୀମାନେ ଯୋଗଦେଇଥିଲେ। କୃଷି…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri