Posted inରାଜ୍ୟ

ସହର ମଝିରେ ପଥର ଖଣି: ଦିନ ଦ୍ୱିପ୍ରହରରେ ହେଲା ବ୍ଲାଷ୍ଟିଂ

ନୟାଗଡ଼ ଅଫିସ,୯।୭-ନୟାଗଡ଼ ସହର ମଝିରେ ରହିଛି ପଥର ଖଣି। ଜଣେ ବ୍ୟକ୍ତିଙ୍କର ଏହା ଘରୋଇ ଖଣି ହୋଇଥିବା ବେଳେ ଉକ୍ତ ଖଣିରୁ ସୋମବାର ଦିନଦ୍ୱିପ୍ରହରରେ ବେଆଇନ ଭାବେ ବ୍ଲାଷ୍ଟିଂ ହୋଇଛି। ଏହାର ଶବ୍ଦ ଏତେ ଜୋର୍‌ ଥିଲା ଯେ କିଛି ସମୟ ପାଇଁ ଅଞ୍ଚଳବାସୀ ଭୟଭୀତ ହୋଇଯାଇଥିଲେ। ବିଭିନ୍ନ ସମୟରେ ଖଣିରେ ବ୍ଲାଷ୍ଟିଂ ହେଉଥିବା ନେଇ ଅଭିଯୋଗ ହେଉଥିବା ବେଳେ ପ୍ରଶାସନ ସବୁ ଜାଣି ନୀରବଦ୍ରଷ୍ଟା ପାଲଟିଛି।
ଯେ, ନୟାଗଡ଼ ମ୍ୟୁନିସିପାଲିଟି ୧୧ ନମ୍ବର ୱାର୍ଡ଼ର ନ୍ୟୁ ରାଜବାଟିସାହିରେ ଏକ ପଥର ଖଣି ରହିଛି। ସୋମବାର ମଧ୍ୟାହ୍ନ ୧୨ଟା ୩୦ ସମୟରେ ଉକ୍ତ ଖଣିରେ ବେଆଇନ ଭାବେ ଡିନାମାଇଟ ଖଞ୍ଜାଯାଇ ବ୍ଲାଷ୍ଟିଂ କରାଯାଇଥିଲା। ଏହାର ପ୍ରଭାବରେ ଏକ ମଧ୍ୟମ ଧରଣର ପଥର ଉଡ଼ିଆସି ନିକଟରେ ଦୋକାନ କରିଥିବା କିଶୋର କୁମାର ସେଠୀଙ୍କ ବାରଣ୍ଡାରେ ପଡ଼ିଥିଲା। ଫଳରେ ଉକ୍ତ ସ୍ଥାନରୁ ସିମେଣ୍ଟ ପ୍ଲାଷ୍ଟର ନଷ୍ଟ ହୋଇଯାଇଛି। ସେହି ସମୟରେ ଦୋକାନକୁ ଯାଇଥିବା ଜଣେ ମହିଳା ଅଳ୍ପକେ ବର୍ତ୍ତି ଯାଇଛନ୍ତି। ପଥରଟି ତାଙ୍କର ଅତି ପାଖରୁ ଯାଇ ତଳେ ପଡିଥିଲା। ଯାହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଚାପା ଉତ୍ତେଜନା ପ୍ରକାଶ ପାଇଛି। ଜନବସତି ଅଞ୍ଚଳରେ ପଥର ବ୍ଲାଷ୍ଟିଂ କରିବା କେତେଦୂର ଯୁକ୍ତିଯୁକ୍ତ ବୋଲି ଅଞ୍ଚଳବାସୀ ପ୍ରଶ୍ନ କରିଛନ୍ତି।
ସହର ମଝିରେ ଏହି ପଥର ଖଣି ଥିବା ବେଳେ ସେଠାରେ ପଥରକୁ ହାତରେ ଶାବଳ କିମ୍ବା ମେଶିନ ସାହାଯ୍ୟରେ ଖୋଳିକି ନେଇପାରିବେ । ହେଲେ ସମ୍ପୃକ୍ତ ବ୍ୟକ୍ତି ଜଣକ ଏହାକୁ ଅମାନ୍ୟ କରି ବିଭିନ୍ନ ସମୟରେ ବ୍ଲାଷ୍ଟିଂ କରୁଛନ୍ତି। ଏ ନେଇ ପୂର୍ବରୁ ଲୋକମାନେ ପ୍ରଶାସନକୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନାହିଁ। ଫଳରେ ଅଭିଯୋଗକାରୀ ନିଜ ଭାଗ୍ୟକୁ ନିନ୍ଦି ରହୁଛନ୍ତି । ଏହିଭଳି ପଥର ବ୍ଲାଷ୍ଟିଂ ନେଇ ବିପଦ ଆଶଙ୍କା ଥିବାରୁ ଲୋକମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି। ପ୍ରଶାସନର ନାକ ତଳେ ଥିବା ଏହି ସ୍ଥାନରେ ବିଭିନ୍ନ ସମୟରେ ବେଆଇନ ଭାବେ ବ୍ଲାଷ୍ଟିଂ ହେଉଥିବା ବେଳେ ପ୍ରଶାସନ କିପରି ଏ ବିଷୟରେ ଜାଣିପାରୁନାହିଁ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏ ନେଇ ନୟାଗଡ଼ ତହସିଲଦାର ମନୋରଞ୍ଜନ ସାହୁଙ୍କୁ ଯୋଗାଯୋଗ ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ସେ ଫୋନ୍‌ ରିସିଭ କରି ନ ଥିଲେ। ନୟାଗଡ଼ ଆରଆଇ ମନୋଜ ନାୟକଙ୍କୁ ପଚାରିବାରୁ ସେ କୁହନ୍ତି ଏହା ଜଣେ ବ୍ୟକ୍ତିଙ୍କର । ସେଠାରେ ବ୍ଲାଷ୍ଟିଂ କରିବା ପାଇଁ ଅନୁମତି ନାହିଁ। ବ୍ଲାଷ୍ଟିଂ ନ କରିବା ପାଇଁ ପୂର୍ବରୁ ଅଣ୍ଡରଟେକିଂ ଲେଖିକି ଯାଇଛନ୍ତି। ଯଦି ଏହିଭଳି ହୋଇଥିବ ତାହା ହେଲେ ଘଟଣାସ୍ଥଳକୁ ଯାଇ ତଦନ୍ତ କରିବୁ ବୋଲି ସେ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri