ସଶକ୍ତୀକରଣ ରାସ୍ତା ଦେଖାଇଲା ‘ଜଜ୍‌ବା’

ବ୍ରହ୍ମପୁର ଅଫିସ୍‌,୧୭ା୯-ଦୃଢ଼ମନା ଯୁବପିଢ଼ିଙ୍କ ବିନା କୌଣସି ଦେଶ ସଶକ୍ତ ହୋଇପାରିବ ନାହିଁ। ଏଣୁ ଅଧିକରୁ ଅଧିକ ଯୁବତୀ ଯୁବକଙ୍କୁ ସଶକ୍ତୀକରଣ କରାଇବାର ଆବଶ୍ୟକତା ରହିଛି। ଯୁବପିଢି ଭବିଷ୍ୟତକୁ ନେଇ ସତର୍କ ଥିବା ବେଳେ ସେମାନଙ୍କୁ ଦରକାର ଉପଯୁକ୍ତ ମାର୍ଗଦର୍ଶନ। ଯୁବପିଢ଼ିଙ୍କୁ ଉଚିତ୍‌ ମାର୍ଗଦର୍ଶନ ଦେବା ସହ ସଶକ୍ତ କରାଇବା ଉଦ୍ଦେଶ୍ୟରେ ନିଷ୍ଟ୍‌ରେ ସୋମବାର ‘ଜଜ୍‌ବା’ ଆୟୋଜିତ ହୋଇଯାଇଛି। ନିଷ୍ଟ ସହଯୋଗରେ ତଥା ଇଣ୍ଡିଆନ୍‌ ଇନୋଭେସନ୍‌ ଆଣ୍ଡ ଏଣ୍ଟ୍ରୋପ୍ରିନିୟର୍‌ଶିପ୍‌(ଆଇଆଇସିସି) ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଜୟପୁର, ଦିଲ୍ଲୀ ଏବଂ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ୩ଶହରୁ ଅଧିକ ଯୁବତୀ ଯୁବକ ଭାଗ ନେଇଥିଲେ।
ଯୁବପିଢ଼ି ବର୍ତ୍ତମାନ ବେକାରି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସେମାନେ ନିଯୁକ୍ତି ସୁଯୋଗ ଖୋଜୁ ଥିଲେ ମଧ୍ୟ ପାଉନାହାନ୍ତି । ସେଥି ପାଇଁ ଅନେକ ନିଜ ସହର ଛାଡ଼ି ଆଉ ଏକ ସହରରେ ଯାଇ ଚାକିରି କରୁଛନ୍ତି। ସେହିଭଳି ବୈଷୟିକ ଶିକ୍ଷା ଜରିଆରେ ଯୁବପିଢ଼ି କ୍ୟାରିୟର ଗଢ଼ିବାକୁ ଉଦ୍ୟମ କରୁଛନ୍ତି । ହେଲେ ବୈଷୟିକ ଶିକ୍ଷା ଏବଂ ସାଧନର ଅଭାବ ଯୋଗୁ ସେମାନେ ଉପଯୁକ୍ତ କ୍ୟାରିୟର୍‌ ଗଠନ କରିପାରୁନାହାନ୍ତି । ନିଜ ସ୍ବପ୍ନ ପୂରଣ କରିପାରୁ ନାହାନ୍ତି । ଆଗକୁ ବଢ଼ିପାରୁ ନାହାନ୍ତି । ସୋମବାର ଆୟୋଜିତ କାର୍ଯ୍ୟକ୍ରମରେ ଯୁବପିଢ଼ିଙ୍କୁ ବୈଷୟିକ ଜ୍ଞାନ ଦ୍ୱାରା କିଭଳି କ୍ୟାରିୟର ଗଠନ କରାଯାଇପାରିବ, ସେ ସମ୍ପର୍କରେ ମାର୍ଗଦର୍ଶନ ପ୍ରଦାନ କରାଯାଇଥିଲା । ଏଥି ସହ ସେମାନଙ୍କ ମନରେ ଥିବା ବିଭିନ୍ନ ଦ୍ୱନ୍ଦ୍ୱକୁ ଦୂର କରାଯାଇଥିଲା । ଜଣାଶୁଣା ଟେକ୍ନୋକ୍ରାଟ୍‌ ଗୁରୁ ତଥା ଆଇଆଇଇସିର ଅଧ୍ୟକ୍ଷ ବିମଳ ଡାଗା, କେ.ପି. ଡାଗା, ନିଷ୍ଟର ଅନ୍ବେଷା ରଥ, ଭଗବତୀ ପ୍ରସାଦ ପଟ୍ଟନାୟକ ଓ ସୋମ୍‌ ପ୍ରସାଦ ଦାସ ପ୍ରମୁଖ ଉପସ୍ଥିତ ଯୁବତୀ ଯୁବକଙ୍କୁ ତାଲିମ ପ୍ରଦାନ କରିଥିଲେ । ଏହି ଅବସରରେ ବିମଳ ଡାଗା କହିଥିଲେ, ୨୦୨୦ ସୁଦ୍ଧା ବିଶ୍ୱର ସର୍ବାଧିକ ଯୁବପିଢ଼ି ଭାରତରେ ଥିବେ । ସେମାନଙ୍କୁ ଦେଶ ବିକାଶରେ ସାମିଲ କରାଯାଇ ପାରିବ। ହେଲେ ସେମାନଙ୍କୁ ଆମତ୍ନିର୍ଭରଶୀଳ, ମାର୍ଗଦର୍ଶନ ଏବଂ ତାଲିମ ଆବଶ୍ୟକ ।
ଆମ ଦେଶର ଯୁବତୀ ଯୁବକମାନେ ଖୁବ୍‌ ପ୍ରତିଭାଧାରୀ। ବିଶେଷକରି ଆର୍ଥିକ ଅନଗ୍ରସର ଯୁବତୀଯୁବକଙ୍କ ପାଖରେ ପ୍ରତିଭା ଥିଲେ ମଧ୍ୟ ସାଧନା ନାହିଁି ।
ଏଣୁ ପ୍ରତ୍ୟେକ ଯୁବତୀଯୁବକଙ୍କୁ କ୍ୟାରିୟର ଗଠନ ସମ୍ପର୍କିତ ତାଲିମ୍‌ ଏବଂ ପରାମର୍ଶ ଦେବା ପାଇଁ ଏଭଳି କାର୍ଯ୍ୟକ୍ରମ ଆୟୋଜିତ ହେଉଛି । ଜୟପୁର ପରେ ଓଡ଼ିଶାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ବୋଲି ସେ ପ୍ରକାଶ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

୧୧ ଯାଏ କୁଆପଥର ବର୍ଷା: ୫୦ରୁ ୬୦ କିମି ବେଗରେ ବହିବ ପବନ

ଭୁବନେଶ୍ୱର,୯ା୪(ଅନୁରାଧା ମହାରଣା) – କଟକ, ନୟାଗଡ଼, ଖୋର୍ଦ୍ଧା ସମେତ ରାଜ୍ୟର ବିଭିନ୍ନ ଜିଲାରେ ବୁଧବାର ପ୍ରବଳ ବର୍ଷା ପବନ ସହ କୁଆପଥର ମାଡ଼ ହୋଇଥିଲା। ୫୦ରୁ ୬୦…

ପୁଣି ଧାରଣାରେ ବସିଲେ ପ୍ରାଥମିକ ଶିକ୍ଷକ: ଆନ୍ଦୋଳନ ହେବ ଆହୁରି ତୀବ୍ର

ଭୁବନେଶ୍ୱର,୯ା୪(ସୁଚିସ୍ମିତା ସାହୁ):ପୁଣି ଧାରଣାରେ ବସିଲେ ପ୍ରାଥମିକ ଶିକ୍ଷକ। ୨୦୦୧ରୁ ଏପର୍ଯ୍ୟନ୍ତ କାର୍ଯ୍ୟରତ ସମସ୍ତ ଶିକ୍ଷକଙ୍କ କାର୍ଯ୍ୟକାଳକୁ ଠିକା କାର୍ଯ୍ୟରୁ ଉଚ୍ଛେଦ କରି ମୂଳ ଚାକିରିରେ ଗଣନା କରି…

୧୦ରେ ନୂଆଦିଲ୍ଲୀ ଯିବେ ନବୀନ: ବଡ଼ ଭାଇ ପ୍ରେମ୍‌ ପଟ୍ଟନାୟକଙ୍କ…

ଭୁବନେଶ୍ୱର,୯।୪(ସୁନିତ୍‌ ମିଶ୍ର):ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଶୁକ୍ରବାର ନୂଆଦିଲ୍ଲୀ ଗସ୍ତରେ ଯିବେ। ତାଙ୍କ ବଡ଼ ଭାଇ ପ୍ରେମ୍‌ ପଟ୍ଟନାୟକଙ୍କ ମଙ୍ଗଳବାର ଏକ…

ଭାଣିଜୀଙ୍କୁ ମାରିଦେଲେ ମାଇଁ! ପାଇଖାନାରୁ ମିଳିଲା…

ଜଗନ୍ନାଥପ୍ରସାଦ,୯।୪(ବିଭୁପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଛାମୁଣ୍ଡା ଗ୍ରାମ ଲକ୍ଷ୍ମଣ ପଲ୍ଲୀ ଗ୍ରାମର ଗଣେଶ ମହାରଣାଙ୍କ ବାରିପଟେ ଥିବା ଅସ୍ଥାୟୀ ପାଇଖାନା ଭିତରୁ ତାଙ୍କ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri