ସର୍ବାଧିକ ସର୍ଚ୍ଚ ପ୍ରଶ୍ନ ‘ସେଲ୍ଫ କେୟାର’

ନୂଆଦିଲ୍ଲୀ: ବିଶ୍ୱ ମହାମାରୀ କରୋନା ଚିକିତ୍ସା ପାଇଁ ଔଷଧ ନ ଥିବାରୁ ଡାକ୍ତର, ବିଶେଷଜ୍ଞମାନେ ନିଜ ନିଜ ଶରୀରର ଯତ୍ନ ନେବା ଉପରେ ଗୁରୁତ୍ୱ ଦେଉଛନ୍ତି। ଉପଯୁକ୍ତ ସମୟରେ ଏବଂ ସନ୍ତୁଳିତ ଖାଦ୍ୟ ଖାଇବା, ଠିକ୍‌ ସମୟରେ ଶୋଇବାକୁ ଲୋକଙ୍କୁ ପରାମର୍ଶ ଦିଆଯାଉଛି। ଏହି ଭୟଙ୍କର ରୋଗର ପ୍ରତିଷେଧକ ନ ଥିବାରୁ ଏବେ ରୋଗ ପ୍ରତିରୋଧକ ଶକ୍ତି ମଜଭୁତ କରିବାକୁ ବିଭିନ୍ନ ଉପାୟ ଆପଣାଇବା ଲାଗି ମଧ୍ୟ କୁହାଯାଉଛି। ତେବେ ଏ ସବୁ ବିଷୟରେ ଅଧିକ ଜ୍ଞାନ ଆହରଣ କରିବାକୁ ଲୋକେ ସର୍ଚ୍ଚ ଇଞ୍ଜିନ ଗୁଗଲକୁ ସାଥୀ କରିଛନ୍ତି। ବର୍ତ୍ତମାନ ସମୟରେ ‘ସେଲ୍ଫ କେୟାର’ (ସ୍ବଂୟ ଯତ୍ନ) କିପରି ନେଇପାରିବା ସେନେଇ ଲୋକେ ଗୁଗଲରେ ସର୍ଚ୍ଚ କରୁଛନ୍ତି। ଏହି ପ୍ରଶ୍ନ ବର୍ତ୍ତମାନ ସମୟରେ ସର୍ବାଧିକ ଥର ସର୍ଚ୍ଚ କରାଯାଇଥିବା ନେଇ ଗୁଗଲ ପକ୍ଷରୁ ସୂଚନା ଦିଆଯାଇଛି।
ଗୁଗଲ ଏହାର ସର୍ବୋଚ୍ଚ ସନ୍ଧାନଗୁଡିକ ସମ୍ପର୍କରେ ସୂଚନା ଦେଇ କହିଛି, ଲୋକେ ଏବେ ଶାରୀରିକ ସୁସ୍ଥତା ସମ୍ପର୍କିତ ପ୍ରଶ୍ନ ଅଧିକ ମାତ୍ରାରେ ସର୍ଚ୍ଚ କରୁଛନ୍ତି। ସେଥିମଧ୍ୟରେ ସେଲ୍ଫକେୟାର, ବ୍ରିଦିଂ ଏକ୍ସରସାଇଜ୍‌ ବା ଶ୍ୱାସକ୍ରିୟାଜନିତ ବ୍ୟାୟାମ, ମେଡିକେଶନ, କିପରି ମନକୁ ଶାନ୍ତ ରଖିବା, ଟାଇମ୍‌ ପାସ୍‌ କରିବାର ଉପାୟ ଆଦି ଅଧିକ ଥର ସର୍ଚ୍ଚ ଲିଷ୍ଟରେ ରହିଛି। କରୋନା ଯୋଗୁ ସୀମିତ ସ୍ଥାନ ମଧ୍ୟରେ ଜୀବନ ଅଟକି ଯାଇଥିବାରୁ ଲୋକଙ୍କ ଜୀବନଶୈଳୀ ପ୍ରଭାବିତ ହୋଇଛି। ଏସବୁ ଯେପରି ସ୍ବାସ୍ଥ୍ୟ ଉପରେ ପ୍ରଭାବ ନ ପକାଏ, ସେଥିପ୍ରତି ଅଧିକାଂଶ ଲୋକେ ସଚେତନ ହେବାକୁ ଚେଷ୍ଟା କରୁଛନ୍ତି। ତେଣୁ ସେମାନଙ୍କ ମନରେ ଆସୁଥିବା ଏ ସମ୍ପର୍କିତ ବିଭିନ୍ନ ପ୍ରଶ୍ନ ଗୁଗଲରେ ସର୍ଚ୍ଚ କରୁଛନ୍ତି। ସେହିପରି ନିଜକୁ କିପରି ସଙ୍ଗଠିତ କରିହେବ, ଘର ସଜାଇବା ଶୈଳୀ ମଧ୍ୟ ଏହି ସର୍ଚ୍ଚ ତାଲିକାରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଡିସ୍‌କାଉଣ୍ଟ ଦେବାରୁ ଚଢ଼ାଉ, ଔଷଧର ମାନ ନେଇ ପ୍ରଶ୍ନ କଲା ସଂଘ, ଲାଇସେନ୍ସ ଅଛି କହି…

ବଲାଙ୍ଗୀର,୧୧ା୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ବୁଧବାର ଏକ ଅଜବ ଘଟଣା ଘଟିଛି। ଜଣେ ଔଷଧ ଦୋକାନୀ କ୍ରେତାଙ୍କୁ ଅଧିକ ଡିସ୍‌କାଉଣ୍ଟ ଦେବାରୁ ତାଙ୍କ ଔଷଧର ମାନ…

ଟ୍ରେନରେ ବିନା ବୁକିଙ୍ଗରେ କ୍ୱିଣ୍ଟାଲ କ୍ୱିଣ୍ଟାଲ ବରକୋଳି ଚାଲାଣ, ରେଳ କର୍ତ୍ତୃପକ୍ଷ ନିରବ

କେସିଙ୍ଗା,୧୧।୨(ତୁମେଶ୍ୱର ସାହୁ): ସମ୍ବଲପୁର ରେଲୱେ ଡିଭିଜନ ଅନ୍ତର୍ଗତ କେସିଙ୍ଗା, ନର୍ଲା, ରୁପ୍ରା, ଲାଞ୍ଜିଗଡ଼, ଟିଟିଲାଗଡ଼ ଆଦି ରେଲୱେ ଷ୍ଟେସନରୁ ଆନ୍ଧ୍ରପ୍ରଦେଶର ବରକୋଳି ବ୍ୟବସାୟିମାନେ ବିନା ଟିକେଟରେ ଜିନିଷ…

ତ୍ରିକୋଣୀୟ ପ୍ରେମରୁ ସତ୍ୟବ୍ରତଙ୍କୁ ହତ୍ୟା, ଲିଜାଙ୍କୁ ନେଇ ଆସିଲା ବଡ଼ ଅପ୍‌ଡେଟ୍‌…

ଭୁବନେଶ୍ୱର,୧୧ା୨: ଭୁବନେଶ୍ୱର ନୀଳାଦ୍ରିବିହାର ସତ୍ୟବ୍ରତ ପ୍ରଧାନଙ୍କ ହତ୍ୟା ଉପରୁ ପର୍ଦ୍ଦା ହଟାଇଛି ପୋଲିସ। ତ୍ରିକୋଣୀୟ ପ୍ରେମରୁ ହତ୍ୟା ବୋଲି ସ୍ପଷ୍ଟ କରିଛନ୍ତି ଏସିପି ସୋନାଲ ସିଂ ପରମାର।…

‘ଶ୍ରମିକଙ୍କୁ ମିଳିବ ରୋଜଗାରର ନୂଆ ଗ୍ୟାରେଣ୍ଟି’

କର୍ଲାମୁଣ୍ଡା,୧୧।୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ପଞ୍ଚାୟତ ସମିତି ରାଜୀବ ଗାନ୍ଧୀ ସେବା ଭବନଠାରେ ବିକଶିତ ଭାରତ-ଜୀ ରାମ ଜୀ ଆକ୍ଟ ସମ୍ପର୍କୀୟ ବ୍ଲକସ୍ତରୀୟ ପ୍ରସ୍ତୁତି…

SA vs AFG: ହାର ମାନିଲା ଆଫଗାନିସ୍ତାନ, ୨ଟି ସୁପର ଓଭର ମୁକାବିଲାରେ ବାଜି ମାରିଲା ସାଉଥ ଆଫ୍ରିକା

ଅହମ୍ମଦାବାଦ,୧୧।୨: ଅହମ୍ମଦାବାଦ ଗ୍ରାଉଣ୍ଡରେ ଟି-୨୦ ବିଶ୍ୱକପ୍ ୨୦୨୬ର ସବୁଠାରୁ ରୋମାଞ୍ଚକର ମ୍ୟାଚ୍ ଦେଖିବାକୁ ମିଳିଛି। ଗୋଟିଏ ନୁହେଁ, ବରଂ ଦୁଇଟି ସୁପର ଓଭର ପରେ ଦକ୍ଷିଣ ଆଫ୍ରିକା…

ରାମାୟଣ ନିର୍ଦ୍ଦେଶକଙ୍କୁ ଝୁରୁଛନ୍ତି ଅଞ୍ଚଳବାସୀ, ୫୦ରୁ ଅଧିକ ନାଟକରେ ନିର୍ଦ୍ଦେଶନା ଦେଇ…

ଦିଗପହଣ୍ଡି,୧୧ା୨(ଅଶେଷ ନାଥ ମିଶ୍ର): ଅବିଭକ୍ତ ଗଞ୍ଜାମ ଜିଲାର ପୌରାଣିକ ରାମାୟଣ ଥିଏଟର ନିର୍ଦ୍ଦେଶକ ଦାମୋଦର ବାଡ଼ତ୍ୟା (ଦାମ ମାଷ୍ଟ୍ର)ଙ୍କ ୮୫ ବର୍ଷ ବୟସରେ ତାଙ୍କ ପୈତୃକ ଗ୍ରାମ…

ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ବଡ଼ ବୟାନ, ରାଜ୍ୟରେ ହାତୀ ସଂଖ୍ୟା ବଢ଼ିବା…

ଭୁବନେଶ୍ବର,୧୧।୨: ଦିନକୁ ଦିନ ହାତୀ ଆକ୍ରମଣରେ ମନୁଷ୍ୟଙ୍କ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ଯାହାକି ଏକ ପ୍ରକାର ଚିନ୍ତାର କାରଣ ସାଜିଛି । ତେବେ ଆଜି…

ଟି-୨୦ ବିଶ୍ୱକପ୍‌ରେ ପ୍ରଥମ: ଦକ୍ଷିଣ ଆଫ୍ରିକା-ଆଫଗାନିସ୍ତାନ ମଧ୍ୟରେ ୨ ସୁପର ଓଭର, ଜାଣନ୍ତୁ କିଏ ମାରିଲା ବାଜି

ଅହମ୍ମଦାବାଦ,୧୧।୨: ଅହମ୍ମଦାବାଦରେ ଦକ୍ଷିଣ ଆଫ୍ରିକା ଏବଂ ଆଫଗାନିସ୍ତାନ ମଧ୍ୟରେ ଏକ ରୋମାଞ୍ଚକ ମ୍ୟାଚ୍ ଖେଳା ଯାଇଥିଲ। ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ୨୦ ଓଭରରେ ୬…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri